spot_img
Home Blog Page 2405

ଆଜି ଅପରାହ୍ଣ 5ଟା ସୁଦ୍ଧା କେଉଁ ଦଳ କେତେ ଅନୁଦାନ ପାଇଛନ୍ତି ଜଉମୁଦ ଲଫାଫାରେ ଦାଖଲ କରିବାକୁ ନିର୍ଦ୍ଦେଶ

ଦିଲ୍ଲୀ : ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗ । ଆଜି ଅପରାହ୍ଣ 5ଟା ସୁଦ୍ଧା ମିଳିଥିବା ସବିଶେଷ ଅନୁଦାନର ତଥ୍ଯ ଜଉମୁଦ ଲଫାଫାରେ ଦାଖଲ କରିବା ଲାଗି ସମସ୍ତ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ସେପ୍ଟେମ୍ବର 30 ସୁଦ୍ଧା ଇଲେକ୍ଟୋରାଲ ବଣ୍ଡ ଜରିଆରେ କେଉଁ ଦଳ କେତେ ଅନୁଦାନ ପାଇଛନ୍ତି ତାର ବିବରଣୀ ଦାଖଲ ଲାଗି କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । 15 ତାରିଖ ସୁଦ୍ଧା ତଥ୍ଯ ଦାଖଲ ଲାଗି ସମସ୍ତ ରାଜନୈତିକ ଦଳକୁ ଗତ ନଭେମ୍ବର 3 ତାରିଖରେ ନିର୍ଦ୍ଦେଶ ଦେଇଥିଲେ କମିଶନ । ଏହା ସହ କେଉଁ ଉତ୍ସରୁ ବଣ୍ଡ ଉପଲବ୍ଧ ହୋଇଛି ବା ବଣ୍ଡର ଦାତା କିଏ ତାହା ମଧ୍ଯ ଉଲ୍ଲେଖ କରିବା ଲାଗି କମିଶନ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ରିପୋର୍ଟ ଦାଖଲ ଲାଗି ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟଙ୍କ ଏକ 5 ଜଣିଆ ଖଣ୍ଡପୀଠ । ମାମଲାର 3ଦିନିଆ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଖଣ୍ଡପୀଠ । ବିଗତ 2019 ଏପ୍ରିଲରେ ମଧ୍ଯ ନିର୍ବାଚନ କମିଶନଙ୍କୁ ସମଧରଣର ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

 

୭୨ ଘଣ୍ଟାର ନନଷ୍ଟପ ଅପରେସନ ପରେ ବି ଶ୍ରମିକ ହୋଇ ପାରୁନାହାନ୍ତି ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ : ଉତ୍ତରକାଶୀ ଟନେଲ ଟ୍ରାଜେଡିର କେତେବେଳେ ହେବ ଅନ୍ତ ? ସେହି ସମୟକୁ ସାରା ଦେଶବାସୀଙ୍କ ଅପେକ୍ଷା । ୭୨ ଘଣ୍ଟାର ନନଷ୍ଟପ ଅପରେସନ ପରେ ବି ଶ୍ରମିକ ହୋଇପାରୁନାହାନ୍ତି ଉଦ୍ଧାର । ଟ୍ରେଞ୍ଚଲେସ୍ ଟେକନିକ ପଦ୍ଧତିରେ ଷ୍ଟିଲ ପାଇପ ହିଁ ଶେଷ ଭରସା । ଶ୍ରମିକ ଫସିଥିବା ସ୍ଥଳକୁ ଏକ ଷ୍ଟିଲ ପାଇପ ପଠାଗଲେ ହିଁ  ସେମାନେ ଉଦ୍ଧାର ହେବା ଆଶା ରହିଛି । ସେପଟେ ଉଦ୍ଧାର କାର୍ଯ୍ୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ରେଳ ବିକାଶ ନିଗମ, ଜାତୀୟ ଗୃହ ନିର୍ମାଣ ଲିମିଟେ଼ଡ, ତେହରି ଜଳ ବିକାଶ ନିଗମ, ସୀମା ସଡ଼କ ସଂଗଠନ, ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମର ବିଶେଷଜ୍ଞ ସାମିଲ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ ଚାଲିଥିଲେ ବି ସ୍ଥିତି ରହିଛି ଅସ୍ପଷ୍ଟ । ଗତକାଲି ଜଣେ ଶ୍ରମିକ ତାଙ୍କ ପୁଅଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଅକ୍ସିଜେନ ଯୋଗାଯାଉଥିବା ପାଇପ ଜରିଆରେ ସେ କଥା ହୋଇଥିଲେ । ଫସିଥିବା ଶ୍ରମିକଙ୍କ ସହ ଯୋଗାଯୋଗ ଠିକଠାକ୍ ଚାଲିଛି ।Tunnel tragedy strikes Uttarkashi: Collapse entraps dozens of workers,  emergency rescue operation underway - BusinessToday

କିଛି ଶ୍ରମିକ ବାନ୍ତି କରିଥିବାବେଳେ କେତେକ ଶ୍ରମିକଙ୍କ ମୁଣ୍ଡବ୍ୟଥା ହେଉଥିବା ସୂଚନା ମିଳିଛି । ସେମାନଙ୍କୁ ଓଆରଏସ   ଓ ଅନ୍ୟାନ୍ୟ ଔଷଧ ଯୋଗାଇଦିଆଯାଇଛି । ଖାଦ୍ୟ, ପଦାର୍ଥ, ପାନୀୟ ଜଳ ଯୋଗାଯାଉଛି । ଟନେଲ ଭିତରକୁ ୯୦୦ ମିଲିମିଟରର ଏକ ପାଇପ ପ୍ରବେଶ ପ୍ରକ୍ରିୟା ଆରମ୍ଭ ହୋଇଛି । ଶୁଖିଲା ଖାଦ୍ୟ ସେମାନଙ୍କ ଲାଗି ସହାୟକ ହୋଇଛି ।  ସିଲ୍କୟାରାରୁ ଗଙ୍ଗୋତ୍ରୀ –ଯମୁନେତ୍ରୀକୁ ସଂଯୋଗ କରୁଥିବା ସାଢେ ଚାରି କିଲୋମିଟରର ଟନେଲର ଆରମ୍ଭରୁ ପ୍ରାୟ ୪୦୦ ମିଟର ବଫର ଜୋନରେ ଫସିଛନ୍ତି।

ଆଜି ସନ୍ଧ୍ୟାରେ ଦ୍ବିତୀୟ ପର୍ଯ୍ୟାରେ ୨୦ ଜିଲ୍ଲାର ୩୫ ଜଣ ମିଶନ ଶକ୍ତି ସଦସ୍ୟାଙ୍କ ଦୁବାଇ ଗସ୍ତ

ଭୁବନେଶ୍ୱର : ନବୀନ ଓଡ଼ିଶାରେ ମାଆଙ୍କୁ ନୂଆ ପରିଚୟ  । ହାଣ୍ଡିଶାଳର ଏରୁଣ୍ଡି ଡେଇଁ ବିଦେଶ ଯାଉଛନ୍ତି ମିଶନ ଶକ୍ତି ମାଆ । ଦୁବାଇରେ ପୁଣି ଥରେ ଚମକିବ ମିଶନ ଶକ୍ତି ମହିଳା । ଆଜି ସନ୍ଧ୍ୟାରେ ଦ୍ବିତୀୟ ପର୍ଯ୍ୟାରେ ୨୦ ଜିଲ୍ଲାର ୩୫ ଜଣ ମିଶନ ଶକ୍ତି ସଦସ୍ୟା ଦୁବାଇ ଗସ୍ତ କରୁଛନ୍ତି । ଯେଉଁଥିରେ ସାମିଲ ଅଛନ୍ତି ଦେବଗଡ଼, ମାଲକାନଗିରି, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଗଞ୍ଜାମ, ଜଗତସିଂପୁର ଜିଲ୍ଲାର ମିଶନ ଶକ୍ତି ସଦସ୍ୟା । ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆ, ବିଦେଶୀ ନାଗରିକଙ୍କୁ ଓଡ଼ିଶାର ମୌଳିକ ଖାଦ୍ୟ, ମିଲେଟ୍ ଉତ୍ପାଦ ଓ ମିଶନ ଶକ୍ତି ଉତ୍ପାଦର ଶୋ କେସିଂ କରାଯିବ । ଦୁବାଇରେ ପହଞ୍ଚିବା ପରେ ମିଶନ ଶକ୍ତି ସଦସ୍ୟା କିପରି ନିଜ ଉତ୍ପାଦର ମାର୍କେଟିଂ କରିବେ ସେଥିପାଇଁ ଭୁବନେଶ୍ବର ସ୍ଥିତ ମିଶନଶକ୍ତି ଭବନରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଗସ୍ତ କାଳରେ ବିଦେଶରେ ମିଶନ୍ ଶକ୍ତି ପକ୍ଷରୁ ବିଭିନ୍ନ ଉତ୍ପାଦ ପ୍ରଦର୍ଶନ କରିବା ସହିତ ବିଦେଶ ମାଟିରେ ବ୍ୟବସାୟ କରିବାର ଅଭିଜ୍ଞତା ହାସଲ କରିବେ ମିଶନ ଶକ୍ତି ସଦସ୍ୟା ।Mission Shakti Scooter Yojana launched – to benefit 2 Lakh women workers |  Mycitylinks

୧୭ ତାରିଖରେ ଦୁବାଇରୁ ପ୍ରତ୍ୟାବର୍ତ୍ତନ କରି ୧୮ ତାରିଖରେ ଜିଲ୍ଲାସ୍ତରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେମାନଙ୍କ ବିଦେଶ ଗସ୍ତର ଅଭିଜ୍ଞତା ବଖାଣିବେ । ଭୁବନେଶ୍ବରରୁ ପ୍ରଥମ ଅନ୍ତର୍ଜାତୀୟ ଉଡାଣ ଦୁବାଇକୁ ଆରମ୍ଭ ହେଲାବେଳେ ମିଶନ ଶକ୍ତି ମହିଳା ଗସ୍ତ କରିଥିଲେ । ପୁଣି ଥରେ ମିଶନ ଶକ୍ତି ସଦସ୍ୟାଙ୍କୁ ଅନ୍ତରାଷ୍ଟ୍ରୀୟ ଏକ୍ସପୋଜର ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । ଯାହାକୁ ସବୁ ମହଲରେ ସ୍ବାଗତ କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ମିଶନ ଶକ୍ତି ସଦସ୍ୟା  ।

ଆଜି ବିଶ୍ବକପର ପ୍ରଥମ ସେମିଫାନାଲ ମ୍ୟାଚ୍ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ

ନନ୍ଦିଘୋଷ ବ୍ୟୁରୋ : ଆଜି କ୍ରିକେଟ ଦିନିକିଆ ବିଶ୍ବକପର ପ୍ରଥମ ସେମିଫାନାଲ ମ୍ୟାଚ୍  । ମୁମ୍ବାଇରେ ହେବ ବିଗ୍ ଫାଇଟ । ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଟିମ ଭାରତ ଓ ନ୍ୟୁଜିଲାଣ୍ଡ  । ମୁ୍ମ୍ବାଇର ୱାଙ୍ଖଡେରେ ଦିନ ଦୁଇଟାରୁ ମ୍ୟାଚ ଅନୁଷ୍ଠିତ ହେବ  । ୨୦୧୯ରେ ଅନୁଷ୍ଠିତ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାଜିତ ହୋଇଥିଲା ।  ୪ ବର୍ଷ ପରେ ଏହାର ପ୍ରତିଶୋଧ ନେଇ ଫାଇନାଲକୁ ଯିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ  । ଚଳିତ ବିଶ୍ବକପରେ ଲଗାତର ୯ଟି ମ୍ୟାଚ ଜିତି ଅପରାଜେୟ ରହିଛି ଟିମ ଇଣ୍ଡିଆ। ସେମିରେ ଭେଟିବାକୁ ଥିବା ନ୍ୟୁଜିଲାଣ୍ଡକୁ ପୂର୍ବରୁ ଲିଗ୍ ପର୍ଯ୍ୟାୟରେ ଭାରତ ପରାସ୍ତ କରି ସାରିଛି । କ୍ୟାପଟେନ ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟାୟ ଆୟର ସହ ୱିକେଟ ରକ୍ଷକ କେ. ଏଲ ରାହୁଲ ସବୁଠାରୁ ଭଲ ଫର୍ମରେ ଅଛନ୍ତି । ଓପନିଂ ଶୁବମନ ଗିଲ ମଧ୍ୟ ନେଦରଲ୍ୟାଣ୍ଡ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।IND vs NZ Semi Final Playing 11: टिम साउदी की जगह काइल जैमीसन की एंट्री? ये है भारत और न्यूजीलैंड की संभावित प्लेइंग 11 | Jansatta

ମିଡିଲ ଅର୍ଡରରେ ସୂର୍ଯ୍ୟକୁମାର ଯାଦବଙ୍କ ସହ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା  ଏବଂ କୁଲଦୀପ ଯାଦବ ଏକାଧିକ ମ୍ୟାଚରେ ନିଜର ସାମର୍ଥ୍ୟ ସାବ୍ୟସ୍ତ କରିସାରିଛନ୍ତି।  ମହମ୍ମଦ ସିରାଜ, ମହମ୍ମଦ ସାମି ଏବଂ ଯଶପ୍ରୀତ ବୁମରାଙ୍କ ଭଳି ସ୍ପେଶାଲିଷ୍ଟ ପେସର ଭାରତର ବୋଲିଂ ଶକ୍ତି। ନ୍ୟୁଜିଲାଣ୍ଡ ମଧ୍ୟ ଭାରତର ମୁକାବିଲା ନେଇ ଜୋରଦାର ପ୍ରସ୍ତୁତି କରିଛି  । ଭାରତୀୟ ବଂଶୋଦ୍ଭବ ରଚିନ ରବୀନ୍ଦ୍ର କିୱି ଦଳର ସବୁଠାରୁ ଟପ୍ ଫର୍ମରେ ଅଛନ୍ତି  । କ୍ୟାପଟେନ କେନ ୱିଲିମସନଙ୍କ ସହ କନୱେ ଭଳି ଶ୍ରେଣ୍ଠ ବ୍ୟାଟ୍ସ୍ୟାମନ ନ୍ୟୁଜିଲାଣ୍ଡ ପାଖରେ ରହିଛି । ଟ୍ରେଣ୍ଟ ବୋଲ୍ଟ,, ଲକି ଫର୍ଗୁସନ ଏବଂ ଟିମ ସାଉଦି ମ୍ୟାଚକୁ କେତେବେଳି ବି ଓଲଟପାଲଟ କରିଦେବାର କ୍ଷମତା ରଖିଛନ୍ତି୍  ।

କଟକରେ ବିଜେଡିର ମିଶ୍ରଣ ପର୍ବ

କଟକ: ଆକର୍ଷିତ କରୁଛି ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା । ଏଥିରେ ଅନୁପ୍ରାଣିତ ହୋଇ ଆଜି ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର ବହୁ ନେତା ଓ କର୍ମୀ କଂଗ୍ରେସ ଓ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ବରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ୩୦ ନମ୍ବର ଓ୍ବାର୍ଡର ପୂର୍ବତନ ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ମଧୁମିତା ମହାନ୍ତି, ସୋନାଲି ମହାନ୍ତିଙ୍କ ସହ ୧୦ ନମ୍ବର ଓ୍ବାର୍ଡର ମହିଳା ବିଜେପି କର୍ମୀ ଶୁଭ୍ରଜ୍ୟୋତ୍ସ୍ନା ମହାନ୍ତି ବିଜେଡିରେ ସାମିଲ ହୋଇଥିଲେ । କଟକ ନଗର ସଭାପତି ମଧୁସୂଦନ ସାହୁ, କଟକ ନଗର ମହିଳା ସଭାପତି ପୂର୍ଣ୍ଣିମା ସିଂ, ଜିଲ୍ଲା ମହିଳା ସଭାପତି ଅନିତା ବେହେରା, ନିରାମୟ ଅଧ୍ୟକ୍ଷ ରଂଜନ ବିଶ୍ବାଳ, ରାଜ୍ୟ କର୍ମକର୍ତ୍ତା ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।

ଭାରତ- ନ୍ୟୁଜିଲାଣ୍ଡ ମ୍ୟାଚରେ ଟସ୍ ଗୁରୁତ୍ବପୂର୍ଣ୍ଣ, ନଜର ପକାନ୍ତୁ ଉଭୟ ଦଳର ରେକର୍ଡ ଉପରେ..

ମୁମ୍ବାଇ: ବିଶ୍ୱକପ ୨୦୨୩ର ସେମିଫାଇନାଲ ପାଇଁ ଟିମ୍ ଇଣ୍ଡିଆ ମୁମ୍ବାଇରେ ପହଞ୍ଚିଛି। ନଭେମ୍ବର ୧୫ରେ ୱାଂଖଡ଼େରେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯିବ। ଗ୍ରୁପ୍ ରାଉଣ୍ଡ ବିଷୟରେ କହିବାକୁ ଗଲେ ଭାରତ ୯ଟି ମ୍ୟାଚ୍ ମଧ୍ୟରୁ ୯ଟି ଏବଂ ନ୍ୟୁଜିଲ୍ୟାଣ୍ଡ ୫ଟି ମ୍ୟାଚ୍ ଜିତିଛି। ଏହାର ଅର୍ଥ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ପର୍ଯ୍ୟନ୍ତ ଅପରାଜିତ ରହିଛି।

କିନ୍ତୁ ଆଇସିସି ଟୁର୍ନାମେଣ୍ଟର ନକ୍ଆଉଟ୍ ରାଉଣ୍ଡରେ ଦଳର ପ୍ରଦର୍ଶନ କିୱି ଦଳ ବିପକ୍ଷରେ ବିଶେଷ କିଛି ହୋଇନାହିଁ। ୱାଂଖଡ଼େରେ ହେବାକୁ ଥିବା ମ୍ୟାଚରେ ଟସ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଏହା ନିଶ୍ଚିତ ଭାବରେ କୋଚ୍ ରାହୁଲ ଦ୍ରାବିଡଙ୍କ ଠାରୁ ଅଧିନାୟକ ରୋହିତ ଶର୍ମାଙ୍କ ପର୍ଯ୍ୟନ୍ତ ଚିନ୍ତା ବଢାଇ ଦେଇଛି। ଏହି କାରଣରୁ, ସେ ମୁମ୍ବାଇରେ ପହଞ୍ଚିବା ମାତ୍ରେ କୋଚ ପ୍ରଥମେ ହୋଟେଲ ବଦଳରେ କୋଚିଂ କର୍ମଚାରୀଙ୍କ ସହ ୱାନକେଡେ ପିଚକୁ ଯାଇଥିଲେ।

ବିଶ୍ୱକପ୍ ୨୦୨୩ ବିଷୟରେ କହିବାକୁ ଗଲେ, ୱାଂଖଡ଼େ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳାଯାଇଛି। ଦଳ ପ୍ରଥମେ ବ୍ୟାଟିଂ ୩ଟି ମ୍ୟାଚରେ ଜିତିଛି। ଗୋଡାଇବା ବେଳେ ଅଷ୍ଟ୍ରେଲିଆ ମାତ୍ର ଗୋଟିଏ ମ୍ୟାଚ୍ ଜିତିଛି। ଏହି ମ୍ୟାଚ୍ରେ ଗ୍ଲେନ୍ ମ୍ୟାକ୍ସୱେଲ ଆଫଗାନିସ୍ତାନ ବିପକ୍ଷରେ ୨୦୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଏଭଳି ପରିସ୍ଥିତିରେ ପୁଣି ଥରେ ଟସ୍ ଗୁରୁତ୍ୱପୂର୍ଣ୍ଣ ହେବ। ଉଭୟ ଦଳ ଏଠାରେ ପ୍ରଥମେ ବ୍ୟାଟିଂ କରିବାକୁ ଚାହାଁନ୍ତି। ଏହି ପିଚ୍ରେ ବର୍ତ୍ତମାନର ବିଶ୍ୱକପ୍ରେ ପ୍ରଥମ ଇନିଂସର ହାରାହାରି ସ୍କୋର ହେଉଛି ୩୫୭ ରନ୍ ଏବଂ ଦ୍ୱିତୀୟ ଇନିଂସରେ ମାତ୍ର ୧୮୮ ରନ୍।

୧୦ ଓଭରରେ ଗୁରୁତ୍ତ୍ୱପୂର୍ଣ୍ଣ ୱିକେଟ

ଯଦି ଆମେ ବିଶ୍ୱକପ୍ ୨୦୨୩ରେ ମୁମ୍ବାଇରେ ଖେଳାଯାଇଥିବା ୪ଟି ମ୍ୟାଚ୍ ରେକର୍ଡକୁ ଦେଖିବା, ତେବେ ପ୍ରଥମ ଇନିଂସରେ ହାରାହାରି ୫୨ଟି ରନ୍ ପ୍ରଥମ ୧୦ ଓଭରରେ ସ୍କୋର ହୋଇଥିବା ବେଳେ ଗୋଟିଏ ୱିକେଟ୍ ଯାଇଥାଏ। ସେହିପରି ଦ୍ୱିତୀୟ ଇନିଂସରେ ମାତ୍ର ୪୨ ରନ୍ ସ୍କୋର ହୋଇଥିବା ବେଳେ ଦଳ ୪ ୱିକେଟ୍ ହରାଇଛନ୍ତି। ଏହାର ଅର୍ଥ ହେଉଛି, ଆଲୋକରେ ଦ୍ରୁତ ବୋଲରମାନେ ପ୍ରାରମ୍ଭିକ ଓଭରରେ ସ୍ୱିଙ୍ଗର ସୁବିଧା ପାଇଛନ୍ତି। ଭାରତୀୟ ବୋଲରମାନେ ଏହାର ସୁଯୋଗ ନେଇଛନ୍ତି। ଭାରତ ବିପକ୍ଷରେ ୩୫୮ ରନ୍ର ଟାର୍ଗେଟକୁ ପଛରେ ପକାଇ ଶ୍ରୀଲଙ୍କା ଦଳ ମାତ୍ର ୫୫ ରନ୍ରେ ଆଉଟ୍ ହୋଇଥିଲେ। ଭାରତୀୟ ବୋଲରମାନେ ପ୍ରଥମ ୧୦ ଓଭରରେ ୬ଟି ୱିକେଟ୍ ନେଇଥିଲେ। ଏହି ମ୍ୟାଚରେ ମହମ୍ମଦ ଶାମି ୫ ୱିକେଟ୍ ନେଇ ମହମ୍ମଦ ସିରାଜ ୩ ୱିକେଟ୍ ନେଇଛନ୍ତି। ଜସପ୍ରୀତ ବୁମ୍ରାଙ୍କୁ ମଧ୍ୟ ଗୋଟିଏ ୱିକେଟ୍ ମିଳିଥିଲା। ଅର୍ଥାତ୍ ୧୦ଟି ୱିକେଟ୍ ମଧ୍ୟରୁ ୯ଟି ଭାରତୀୟ ଦ୍ରୁତ ବୋଲରଙ୍କ ଦ୍ୱାରା ନିଆଯାଇଥିଲା। ଅନ୍ୟପକ୍ଷରେ, ବର୍ତ୍ତମାନର ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ଏପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ ଗୋଟିଏ ବି ମ୍ୟାଚ୍ ଖେଳି ନାହିଁ।

ପେସ ବୋଲର ନେଇଛନ୍ତି ୪୭ ୱିକେଟ

ବିଶ୍ୱକପ ୨୦୨୩ ବିଷୟରେ କହିବାକୁ ଗଲେ ଫାଷ୍ଟ ବୋଲରମାନେ ୱାଂଖଡ଼େ ଷ୍ଟାଡିୟମରେ ହାରାହାରି ୨୯ ୱିକେଟ୍ ନେଇଛନ୍ତି। ଅର୍ଥନୀତି ୬.୬୦ ହୋଇଛି। ଦୁଇଥର ୫ ୱିକେଟ୍ ମଧ୍ୟ ପାଇଛନ୍ତି। ଯଦି ଆମେ ସ୍ପିନ୍ ବୋଲରଙ୍କ ଆକଳନକୁ ଦେଖିବା, ସେମାନେ ହାରାହାରି ୭୦ରେ କେବଳ ୧୧ ୱିକେଟ୍ ନେଇପାରିଛନ୍ତି। ସେ କୌଣସି ଇନିଂସରେ ୩ ୱିକେଟ୍ ରେ ପହଞ୍ଚି ନାହାଁନ୍ତି। ଟିମ୍ ଇଣ୍ଡିଆ ବିଷୟରେ କହିବାକୁ ଗଲେ ଏଥିରେ ରବିନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବଙ୍କ ରୂପରେ ୨ ଜଣ ସ୍ପିନ୍ ବୋଲର ଅଛନ୍ତି। ଦଳର ବିଜୟରେ ଏହି ଦୁଇଜଣଙ୍କର ଭୂମିକା ପୁଣି ଗୁରୁତ୍ୱପୂର୍ଣ୍ଣ ହେବ।

୧୨ଟି ମ୍ୟାଚରେ ମିଳିଛି ବିଜୟ

ୱାଙ୍ଖଡ଼େ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ୨1ଟି ODI ମ୍ୟାଚ୍ ଖେଳିଛି। ଏଥି ମଧ୍ୟରୁ ୧୨ଟିରେ ବିଜୟ ହାସଲ କରିଥିବା ବେଳେ ୯ରେ ହାରିଛି। ଦଳ ପ୍ରଥମେ ବ୍ୟାଟିଂ କରି ୪ଟି ମ୍ୟାଚ୍ ଜିତିଥିବା ବେଳେ ଟାର୍ଗେଟକୁ ଗୋଡ଼ାଇ ୮ଟି ମ୍ୟାଚ୍ ଜିତିଛି। ଏହି ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ODI ରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ କେବଳ ଥରେ ସଂଘର୍ଷ କରିଛନ୍ତି। ଏହି ମ୍ୟାଚରେ କିୱି ଦଳ ଜିତିଛି। ୨୦୧୯ ବିଶ୍ୱକପର ସେମିଫାଇନାଲରେ ଭାରତୀୟ ଦଳ ଟାର୍ଗେଟକୁ ଗୋଡ଼ାଇ ନ୍ୟୁଜିଲାଣ୍ଡ ବିପକ୍ଷରେ ହାରିଯାଇଥିଲେ। ଏଭଳି ପରିସ୍ଥିତିରେ ରୋହିତ ଶର୍ମା ଠାରୁ ବିରାଟ କୋହଲି ପର୍ଯ୍ୟନ୍ତ ସମସ୍ତେ ପ୍ରତିଶୋଧ ନେବାକୁ ଚାହାଁନ୍ତି।

ପୁଣି କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କଣ ରହିଛି ରେଟ୍

ଭୁବନେଶ୍ବର: ମଙ୍ଗଳବାର ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪, ୮୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୯,୮୯୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୫୪୦ ଟଙ୍କା ଟଙ୍କା ଓ ୬୦,୪୯୦ ଟଙ୍କା ହୋଇଛି।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪, ୮୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୯,୮୯୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୫୪୦ ଟଙ୍କା ଟଙ୍କା ଓ ୬୦,୪୯୦ ଟଙ୍କା ହୋଇଛି।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫, ୧୮୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୦,୨୪୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୫୪୦ ଟଙ୍କା ଟଙ୍କା ଓ ୬୦,୫୯୦ ଟଙ୍କା ହୋଇଛି।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫, ୧୮୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୦,୨୪୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୫୪୦ ଟଙ୍କା ଟଙ୍କା ଓ ୬୦,୫୯୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ଅପରିବର୍ତ୍ତିତ ରହିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫,୫୪୦ଟଙ୍କା ଓ ୬୧,୫୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ୫୫,୬୯୦ ଟଙ୍କା ଓ ୬୦,୭୪୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୧,୦୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୫୪୦ ଟଙ୍କା ଓ ୬୦,୫୯୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୩,୦୦୦ଟଙ୍କା ରହିଥିବା ନେଇ ହୋଇଛି।

ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନକୁ ଉଦଘାଟନ କଲେ ମନ୍ତ୍ରୀ ଅଶୋକ ପଣ୍ଡା

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଗତି ମଇଦାନରେ ଆଜିଠାରୁ ଆରମ୍ଭ ହେଲା ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା । ଏହି ମେଳାଟି ନଭେମ୍ବର ୨୭ତାରିଖ ପର୍ଯ୍ୟନ୍ତ ଚାଲିବ । ଆନ୍ତର୍ଜାତିକ ମେଳାରେ ଥିବା ଓଡିଶା ପାଭିଲିୟନକୁ ଉଦଘାଟନ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଯାହାର ଥିମ ରହିଛି ବସୁଧୈବ କୁଟୁମ୍ବକମ୍ । ଚଳିତ ବର୍ଷ ଓଡିଶା ପାଭିଲିୟନକୁ ମିଳିଛି ୫୫୦ସ୍କୋୟାର ମିଟର । ସେଥିରେ ଓଡିଶା ସରକାରଙ୍କ ୮ଟି ବିଭାଗର ୨୪ଟି ଷ୍ଟଲ ସ୍ଥାନ ପାଇଛି । ୨୦୦୦ ବର୍ଷ ପୂର୍ବରୁ ଓଡ଼ିଶା ଏକ ମାତ୍ର ଉପକୂଳ ରାଜ୍ୟ ଭାବେ ଏହି ଥିମକୁ ଆପଣାଇଛି । ଓଡ଼ିଶା ସରକାର ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇଛନ୍ତି ।

ମେଳାରେ ମିଶନ ଶକ୍ତି ମହିଳାମାନେ ସେମାନଙ୍କ ଉତ୍ପାଦର ଷ୍ଟଲ ଲଗାଇଛନ୍ତି । ଏହାସହ ହସ୍ତତନ୍ତ ଓ ବୟନଶିଳ୍ପ ଉତ୍ପାଦ, କୃଷି ବିକାଶ, ଏମଏସଏମଇ ବିଭାଗର ଅନେକ ଷ୍ଟଲ ସ୍ଥାନ ପାଇଛି । ଏଥି ସହିତ ଓରମାସ, ମିଶନ ଶକ୍ତି, ହାଣ୍ଡଲୁମ୍, ଟେକ୍ସଟାଇଲସ , ହାଣ୍ଡିକ୍ରାଫ୍ଟ, କୃଷି ଏବଂ କୃଷକ ସଶକ୍ତିକରଣ, ଟୁରିଜୀମ, ST ଏବଂ SC ଡେଭଲପମେଣ୍ଟ , ଏମଏସଏମଇର ଷ୍ଟଲ ରହିଛି । ସେହିଭଳି ଥିମ୍ ଅନୁଯାୟୀ ଓଡ଼ିଶା ପାଭିଲିୟନରେ ଏକ ବୋଇତ ମଧ୍ୟ ସ୍ଥାପିତ ହୋଇଛି । ବୋଇତରେ ୭ ଟି ଲାଇଭ ଷ୍ଟ୍ରିମର ଷ୍ଟଲ ଲାଗିଛି । ଏହି ମେଳାରେ ସ୍ଥାନ ପାଇଛି ଖୋର୍ଦ୍ଧା ବେଗୁନିଆ ବ୍ଲକର ରାଉତପଡା ଗ୍ରାମର ଅହିଂସା ପାଟ, ନବରଙ୍ଗପୁରର ଭୋଟାଦା ଟ୍ରାଇବଙ୍କ ପାଡି କ୍ରାଫ୍ଟସ ,ଡଙ୍ଗରିଆ କନ୍ଧଙ୍କ ସାଲ୍ , ଲାଞ୍ଜିଆ ସଉରା ପେଣ୍ଟିଂ, ପଥର ଖୋଦିତ ମୂର୍ତ୍ତି, ଏବଂ ଚାନ୍ଦୁଆ ଷ୍ଟଲ ଇତ୍ୟାଦି ରହିଛି ।

ବ୍ଲାକ୍‌ ହେଉଛି ସେମିଫାଇନାଲ ଟିକେଟ, ଅଢେଇ ଲକ୍ଷରେ ବିକୁଛନ୍ତି ଦଲାଲ

କିଏ ହାତେଇବ ବିଶ୍ବକପ ଟ୍ରଫି ? କେଉଁ ଟିମ୍ ଜିତିବ ବିଶ୍ବକପ ବାଜି । ସେମିଫାଇନାଲ ରେସ ପାଇଁ ସଜେଇ ହେଲାଣି ୱାଙ୍ଖେଡେ ଷ୍ଟାଡିୟମ । କାଉଣ୍ଟଡାଉନ ଆରମ୍ଭ କରିସାରିଲେଣି କ୍ରିକେଟ ଫ୍ୟାନ୍ସ ଠିକ୍ ଏତିକି ବେଳେ ମାତିଛନ୍ତି କଳାବଜାରୀ । ଲକ୍ଷାଧିକ ମୂଲ୍ୟରେ ଟିକେଟ ବ୍ଲାକ୍ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣଙ୍କୁ ବାନ୍ଧିଛି ମୁମ୍ବାଇ ପୋଲିସ ।

ପୁଣି ଥରେ ସେମିଫାଇନାଲ ରେସ୍ରେ ସାମିଲ ହୋଇଛନ୍ତି ଭାରତ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ । ଏଥର ସାଉଥ ଆଫ୍ରିକା ସହ ସେମିଫାଇନାଲ ଖେଳିବେ ଏହି ୩ ଦଳ । ଗତ ଥର ବିଶ୍ବକପ ରେସ୍ରୁ ମାତ୍ର ପାଦେ ପାଦେରେ ନିରାଶ ହେବା ପରେ ଏବେ ପୁଣି ଥରେ ଟ୍ରଫି ହାତେଇବାକୁ ଉଦ୍ୟମ କରିବେ ୩ ଦଳ । ମ୍ୟାଚକୁ ନେଇ ଖେଳାଳୀଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା ରହିଛି ସେତିକି ଉତ୍ସାହିତ ଅଛନ୍ତି ଦର୍ଶକ ।

ନଭେମ୍ବର ୧୫ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ଗତ ଥରର ଭୁଲକୁ ସଜାଡି ଏଥର ଫାଇନାଲ ଟିକେଟ ହାତେଇବାକୁ ପ୍ରୟାସ କରିବ ଟିମ ଇଣ୍ଡିଆ । ଏହାରି ମଧ୍ୟରେ ଭାରତ ଓ ନ୍ୟୁଜିଲାଣ୍ଡ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ସଜବାଜ ହେଲେଣି ଦର୍ଶକ । କେମିତି ଟିକେଟ ଖଣ୍ଡେ ମିଳିବ ଆଉ ୱାଙ୍ଖେଡେର ଦର୍ଶକ ଗ୍ୟାଲେରୀରେ ବସି ହାଇଭୋଲଟେଜ ମ୍ୟାଚ ଦେଖିବେ ପ୍ରଶଂସକ ।

ହେଲେ ବିଶ୍ବକପ ସେମିଫାଇନାଲ ମ୍ୟାଚ ପୂର୍ବରୁ ଟିକେଟ ବ୍ଲାକ୍ ହେବା ନେଇ ଆସୁଛି ଅଭିଯୋଗ । ମହାରାଷ୍ଟ୍ରର ଉତ୍ତର ମଲାଡରୁ ଆକାଶ କୋଠାରୀ ନାମକ ଯୁବକକୁ ଗିରଫ କରିଛି ମୁମ୍ବାଇ ପୋଲିସ । ୨୭ ହଜାରରୁ ଅଢେଇ ଲକ୍ଷ ଟଙ୍କାରେ ସେମିଫାଇନାଲ ଟିକେଟ ବିକ୍ରି କରୁଥିଲା ଦଲାଲ । ପ୍ରକୃତ ଟିକେଟ ମୂଲ୍ୟର ୪ ରୁ ୫ ଗୁଣ ଅଧିକ ଦରରେ ସେ ଟିକେଟ ବିକ୍ରି କରୁଥିଲା । ମହାରାଷ୍ଟ୍ରରେ କିଛି ଦିନ ତଳେ ଏକ ହ୍ବାଟସଆପ୍ ମେସେଜ ପ୍ରତି ଗ୍ରୁପରେ ଭାଇରାଲ ହୋଇଥିଲା । ଯେଉଁଥିରେ ଅତି ସହଜରେ ଟିକେଟ ଉପଲବ୍ଧ ଥିବା ଦର୍ଶାଯାଇଥିଲା । ଏହି ମେସେଜ ଗ୍ରୁପରୁ ଗ୍ରୁପକୁ ବୁଲିବା ପରେ ପୋଲିସ ନଜରକୁ ଆସିଥିଲା । ପୋଲିସ ଘଟଣାର ତଦନ୍ତ କରି ଆକାଶ କୋଠାରୀକୁ ବାନ୍ଧିଛି । ଘଟଣାର ତଦନ୍ତ ଚାଲିଛି । ସେପଟେ ଏହି ଘଟଣାରେ କଳାବଜାରୀ ରାକେଟ କାମ କରୁଥିବା ସନ୍ଦେହ କରୁଛି ପୋଲିସ ।

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉଦ୍‌ଘାଟିତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ୟୁନିଟ୍-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ୩ ଦନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି । ସୁରଭିରେ ଦେଖିବାକୁ ମିଳିଛି ଫାଇଭ-ଟି ବିଦ୍ୟାଳୟ ରୂପାନ୍ତରଣର ଗାଥା । ଚଳିତବର୍ଷ ତିଆରି ହୋଇଛି ଆକାଂକ୍ଷୀ ପାଭିଲିୟନ୍ । ଏଠାରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଫାଇଭ-ଟି ବିଦ୍ୟାଳୟ ରୂପାନ୍ତରଣ ଅଧୀନରେ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପଗୁଡ଼ିକୁ ଦେଖିବାକୁ ପାଇଛନ୍ତି ।

ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଭୁବନେଶ୍ଵର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ ଅତିଥି ଭାବେ ଯୋଗ ଦେଇଥିଲେ । ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟାଗାନ କାଯ୍ୟକ୍ରମକୁ ସୁରଭି ରେ ସାମିଲ କରାଯାଇଛି । କାର୍ଯ୍ୟକ୍ରମରେ ୩୨ ଷ୍ଟଲ, ୩ଟି କର୍ମଶାଳା, ୨ ହଜାର ଛାତ୍ରଛାତ୍ରୀ ଓ ୧୨ ଶହ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି ।

ଚଳିତବର୍ଷ ପ୍ରଥମ ଥର ପାଇଁ ଉଚ୍ଚତର ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଲୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୨୪୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଛାତ୍ରଛାତ୍ରୀମାନେ ବିଭିନ୍ନ କୀର୍ତ୍ତିରାଜୀ ଓ ଶିକ୍ଷଣୀୟ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । କାଲି ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଛାୟା ମିଳିତ ଜାତିସଂଘ ପରିବେଷଣ କରାଯିବ । ଏଥି୍ରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ପ୍ରମିଳା ମଲ୍ଲିକ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ।