ଲୋକସଭାରେ ଗୃହୀତ ହେଲା ୩ଟି ଗୁରୁତ୍ବପୂର୍ଣ୍ଣ ବିଲ

1 min read

ନୂଆଦିଲ୍ଲୀ : ୯୭ ବିରୋଧୀ ଦଳ ସାଂସଦଙ୍କ ଅନୁପସ୍ଥିତରେ ଲୋକସଭାରେ ଗୃହୀତ ହୋଇଛି ୩ଟି ଗୁରୁତ୍ବପୂର୍ଣ୍ଣ ବିଲ । ଇଣ୍ଡିଆନ ପେନାଲ କୋଡ, ୧୮୬୦ ବଦଳରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ପାସ୍ ହୋଇଛି । କୋଡ ଅଫ କ୍ରିମିନାଲ ପ୍ରସିଜୋର, ୧୮୯୮ ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ପାସ୍ ହୋଇଛି ।

ସେହିପରି ଇଣ୍ଡିଆନ ଏଭିଡେନ୍ସ ଆକ୍ଟ, ୧୮୭୨ ବଦଳରେ ଗୃହୀତ ହୋଇଛି ଭାରତୀୟ ସାକ୍ଷ୍ୟ ବିଲ୍, ୨୦୨୩ । କେତେକ ପରିବର୍ତ୍ତନ କରାଯାଇ ଏହି ୩ଟି ବିଲ୍ ଆଗତ ହୋଇଥିଲା । ଷ୍ଟାଣ୍ଡିଂ କମିଟି ଦ୍ବାରା ସମୀକ୍ଷା ପରେ ଏହି ବିଲଗୁଡିକୁ ଦାଖଲ କରାଯାଇଥିଲା । ନୂଆ ବିଲରେ ଭିଡ ହତ୍ୟା ଲାଗି ମୃତ୍ୟୁ ଦଣ୍ଡ ବ୍ୟବସ୍ଥା କରାଯାଇଛି । ଦେଶଦ୍ରୋହୀ ଆଇନକୁ ହଟାଇବା ଲାଗି ନୂଆ ବିଲରେ ପଦକ୍ଷେପ ନିଆଯାଇଛି । ଦେଶଦ୍ରୋହ ଆଇନ ବଳରେ ତିଲକ ମହାରାଜ, ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେ ପ୍ରମୁଖ ଗିରଫ ହୋଇ ଜେଲ ଯାଇଥିଲେ ।