spot_img
Home Blog Page 2367

ବରଗଡ଼ ଅଙ୍ଗ ନଦୀର ମାଣ୍ଡିଆଢିପରେ ହେବ ନଦୀଗର୍ଭ ଜଳାଶୟ ପ୍ରକଳ୍ପ

ଭୁବନେଶ୍ବର: ବରଗଡ଼ ଜିଲ୍ଲା ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୦୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।  ଅଙ୍ଗ ନଦୀରେ ମାଣ୍ଡିଆଢିପ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ହେବ । ଏହାଦ୍ବାରା ବରଗଡ ଜିଲ୍ଲାର ଝାରବନ୍ଧ ଓ ପାଇକମାଳ ବ୍ଳକ୍‌ର ଜନସାଧାରଣ ଉପକୃତ ହେବେ ।ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ  ଏହା ବିଶେଷ ସହାୟକ ହେବ।
      ସୂଚନାଯୋଗ୍ୟ , ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ  5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ବରଗଡ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି  ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ।

ଓଡିଶାର ରାଜନୈତିକ ପ୍ରସଙ୍ଗରେ ଟିପ୍ପଣୀ କରୁଛନ୍ତି ଛତିଶଗଡ ରାଜ୍ୟପାଳ

ଭୁବନେଶ୍ବର: ପଦମର୍ଯ୍ୟାଦା ରକ୍ଷା କରୁନାହାଁନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଛତିଶଗଡର ରାଜ୍ୟପାଳ ହୋଇ ମଧ୍ୟ ସେ ଓଡିଶାର ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଟିପ୍ପଣୀ କରୁଛନ୍ତି । ଏଭଳି ରାଜନୈତିକ ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହିବାକୁ ଅପିଲ୍ କରିଛି ବିଜେଡି । ରାଜ୍ୟପାଳଙ୍କୁ ଏଭଳି ରାଜନୈତିକ ମନ୍ତବ୍ୟ ଶୋଭାପାଏନି ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ଦେଶର ଗଣତନ୍ତ୍ରକୁ ବଳିଷ୍ଠ କରିବାରେ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଓଡିଶାରୁ ବିଭିନ୍ନ ରାଜ୍ୟରେ ନିଯୁକ୍ତି ପାଉଥିବା ଓଡିଆ ରାଜ୍ୟପାଳଙ୍କୁ ନେଇ ରାଜ୍ୟ ସବୁବେଳେ ଗର୍ବ ଅନୁଭବ କରେ । କିନ୍ତୁ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ନେବା ପରେ ସେମାନେ ସମ୍ବିଧାନର ନୀତିନିୟମରେ କାମ କରିବା କଥା । ସମ୍ବିଧାନର ଧାରା ୧୫୩ରୁ ୧୬୨ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ କ୍ଷମତା ଓ ଭୂମିକା ବାବଦରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ।

ରାଜ୍ୟପାଳ ଭାବେ ଦାୟିତ୍ବ ନେବା ପରେ ସେମାନେ କୌଣସି ରାଜନୈତିକ ଦଳ ସହ ଯୋଡିହେବା ଉଚିତ ନୁହେଁ । ଏପରିକି ନିରପେକ୍ଷତା ଅବଲମ୍ବନ କରିବାକୁ ରାଜନୈତିକ ଟିପ୍ପଣୀ ମଧ୍ୟ ଦେବା ଉଚିତ ନୁହେଁ । କିନ୍ତୁ ଗତ କିଛି ଦିନ ହେଲା ଛତିଶଗତ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଯେଉଁଭଳି ଓଡିଶା ବାବଦରେ ମନ୍ତବ୍ୟ ଦେଉଛନ୍ତି ତାହା ତାଙ୍କ ପଦ ମର୍ଯ୍ୟଦାକୁ କ୍ଷୁର୍ଣ୍ଣ କରୁଛି ବୋଲି ସସ୍ମିତ କହିଛନ୍ତି । ବିଶ୍ବଭୂଷଣ ବାବୁ ତାଙ୍କ ପୁଅର ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତିତ । ଯେଉଁଥିପାଇଁ ସେ ଏଭଳି ମନ୍ତବ୍ୟ ଦେଉଛନ୍ତି ବୋଲି ସସ୍ମିତ ଓ ବିଜେଡ଼ି ମୁଖପାତ୍ର ପ୍ରିୟବ୍ରତ ମାଝୀ କହିଛନ୍ତି ।

ବ୍ଲକ ଘେରାଉ ନାଁରେ ବିଜେପି କର୍ମୀଙ୍କ ଗୁଣ୍ଡାଗିରି

ଚାନ୍ଦବାଲି : ବ୍ଲକ ଘେରାଉ ନାଁରେ ବିଜେପି କର୍ମୀଙ୍କ ଗୁଣ୍ଡାଗିରି । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବିଜେପି ଗୁଣ୍ଡାରାଜର ପର୍ଦ୍ଦାଫାସ  ହୋଇଛି । ବ୍ଲକ ଘେରାଉ କରିବାକୁ ଯାଇ ଆଇନଶୃଙ୍ଖଳାକୁ ଦଳି ଚକଟି ନୀତି ନୈତିକତାର ସବୁ ସୀମା ପାର କରି ଯାଇଛନ୍ତି ବିଜେପିର ନେତା ଓ କର୍ମୀ । ଚିତ୍ର ଦେଖିଲେ ଲାଗୁଛି ରକ୍ତମୁକା ହୋଇଉଠିଛି ଚାନ୍ଦବାଲି ବିଜେପି । ଖୋଦ ରାଜ୍ୟ ବିଜେପି ସଭାପତିଙ୍କ ଉସ୍ଥିତିରେ ଏଭଳି ଆତଙ୍କରାଜ ଚାଲିଥବା ଦେଖିବାକୁ ମିଳିଛି । ଶାନ୍ତି ସୃଙ୍ଖଳାର ସହ ପ୍ରତିବାଦ କରିବାକୁ କାହାକୁ ମନା ନାହିଁ କିନ୍ତୁ ଚାନ୍ଦବାଲି ବିଜେପି ଅାଜି ସବୁ ସିମା ପାର କରିଯାଇଛି ।

ପୋଲିସର ବାରଣ ସତ୍ବେ ଗେଟ୍ ଭାଂଗି ବ୍ଲକ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ ବିଜେପି କର୍ମୀ । ଢେଲା ପଥର ମାଡ଼ କରି ବ୍ଲକର କାର୍ଯ୍ୟାଳୟରେ ବ୍ୟାପକ ଭଂଗାରୁଜା କରିଛନ୍ତି । ବିଜେପି କର୍ମୀଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ଏସଡିପିଓ ଦେବୀ ଶଙ୍କର ପ୍ରତାପ ଓ ଆଇଆଇସି ପଞ୍ଚାନନ ମହାନ୍ତି ଉଭୟଙ୍କ ଚାନ୍ଦବାଲି ମେଡିକାଲକୁ ପଠାଯାଇଥିବା ସୂଚନା ରହିଛି ।

ଭୁବନେଶ୍ୱରରେ ଆରମ୍ଭ ହୋଇଛି ସାହିତ୍ୟ ମହାକୁମ୍ଭ

ଭୁବନେଶ୍ୱର : ’ପ୍ରାଚୀନ’ର ଦ୍ବିତୀୟ ସଂସ୍କରଣ । ଦେଶର ପ୍ରଖ୍ୟାତ ସାହିତ୍ୟିକ, ସଂସ୍କୃତି ବିଶାରଦକୁ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି ସାହିତ୍ୟ ମହାକୁମ୍ଭ । ବିଶିଷ୍ଟ ସାହିତ୍ୟିକ ଡକ୍ଟର ପ୍ରତିଭା ରାୟ ଏହି ମହାକୁମ୍ଭର ଶୁଭାରମ୍ଭ କରିଛନ୍ତି । ଦେଶର ସାହିତ୍ୟ, ସଂସ୍କୃତି, କଳା, ମଂଚ ଓ ଚଳଚ୍ଚିତ୍ର କ୍ଷେତ୍ରର ପ୍ରାୟ ୨୫୦ରୁ ଅଧିକ କଳାକାର ଏଥିରେ ଯୋଗ ଦେଇଛନ୍ତି । ବଲିଉଡ ଅଭିନେତ୍ରୀ ଦିବ୍ୟା ଦତ୍ତା, ସାମାଜିତ ତତ୍ବଜ୍ଞ ତଥା ସମାଲୋଚକ ଆଶିଷ ନନ୍ଦୀ, କେନ୍ଦ୍ର ସାହିତ୍ୟ ଆକାଡେମି ସଭାପତି ମାଧବ କୌଶିକ, ସଚିବ କେ. ଶ୍ରୀନିବାସ ରାଓ, ଆଇଏଏସ ତଥା ଲେଖକ ବିଶ୍ବାସ ପାଟିଲ, କବି ପ୍ରବୋଧ ପାରିଖ, ଲେଖିକା ସୌମିତା, ଲେଖକ ଓ ନିର୍ଦ୍ଦେଶକ ଅତୁଲ ତିୱାରୀ, ଲେଖିକା ସଲମା ପ୍ରମୁଖ ଯୋଗ ଦେଇଛନ୍ତି । ଉତ୍ସବରେ ୧୧ ଜଣ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରାଯିବ। ୩ ଦିନି ଧରି ଚାଲିବ ସୋଆ ସାହିତ୍ୟ ଉତ୍ସବ। ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ଭାରତୀୟ କଳା, ସଂସ୍କୃତି ଓ ସାହିତ୍ୟ ସମ୍ପର୍କରେ ଆଲୋଚନା ତଥା ମତ ବିନିମୟ କରିବେ।

ଉତ୍ସବର ପ୍ରାରମ୍ଭରୁ ଉଦବୋଧନ ଦେଇଥିଲେ ପ୍ରାଚୀନ ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା। ଏହି ସାହିତ୍ୟ ମହାକୁମ୍ଭର ଶୀର୍ଷକ ରହିଛି ଶବ୍ଦ ଓ ଭାବନାର ଉତ୍ସବ । ଦେଶର ଆଗ ଧାଡିର ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ ଦ୍ୱିତୀୟ ଥର ପାଇଁ ଏହି ସାହିତ୍ୟ ଉତ୍ସବର ଆୟୋଜନ କରିଥିବା ବେଳେ ଦେଶ ବିଦେଶରୁ ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, କବି, ସମାଲୋଚକ, ଐତିହାସିକ, ଅନୁବାଦକ, ଭାଷା ବିଜ୍ଞାନୀ, ଗବେଷକ, ସାମ୍ବାଦିକ ଓ ଚଳଚ୍ଚିତ୍ର ଜଗତର ପ୍ରମୁଖ ବ୍ୟକ୍ତିମାନେ ଏଥିରେ ଯୋଗ ଦେଇଛନ୍ତି ।

ପୂର୍ବ ଭାରତର ଇଣ୍ଡଷ୍ଟ୍ରିଆଲ ହବ୍‌ ହେବ ଓଡ଼ିଶା

ଭୁବନେଶ୍ୱର : ପୂର୍ବ ଭାରତର ଇଣ୍ଡଷ୍ଟ୍ରିଆଲ ହବ୍‌ ହେବ ଓଡ଼ିଶା । ଏଥି ପାଇଁ ରାଜ୍ୟ ସରକାର ଅନେକ ବଡ଼ ପଦକ୍ଷେପ ନେଇଥିବା ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି । ବିଭିନ୍ନ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀମାନେ ମୋହର ମାରିଛନ୍ତି ଯେ ଓଡ଼ିଶା ପୂର୍ବ ଭାରତର ଏକ ନମ୍ବର ଇଣ୍ଡଷ୍ଟ୍ରିଆଲ ହବ୍‌ । ରାପ୍ତାନୀରେ ଦେଶର ଶ୍ରେଷ୍ଠ 25 ଜିଲ୍ଲାରୁ ଝାରସୁଗୁଡା 23ତମ ସ୍ଥାନରେ ଅଛି । 848 ବୃହତ୍‌ ଶିଳ୍ପକୁ ମିଳି ଅନୁମୋଦନ । ଏଥିରୁ କିଛି ଶିଳ୍ପ ଆରମ୍ଭ ହେଲାଣି । ଯେଉଁଥିରେ 21 ଲକ୍ଷ 73 ହଜାର 871 ଦଶମିକ 34 କୋଟି ନିବେଶ ହେଉଛି । ଏଥିରେ 9 ଲକ୍ଷ 14 ହଜାର 895 ନିଯୁକ୍ତି ସୃଷ୍ଟି ହେବ। ପ୍ରତି ଦୁଇ ବର୍ଷରେ ଥରେ ମେକ୍‌ ଇନ ଓଡ଼ିଶା କାର୍ଯ୍ୟକ୍ରମ ହେଉଛି । ଓଡ଼ିଶାର ଖଣି, ଶକ୍ତି, କୃଷି ପରି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ନୀତି ହୋଇଛି । ସବୁ ଜିଲ୍ଲାରେ ଇଣ୍ଡଷ୍ଟ୍ରି ହେବ । Rs 3,225.47 cr in water cess pending against Odisha industries | KalingaTV

ଯାଜପୁର କଳିଙ୍ଗନଗରରେ ଷ୍ଟିଲ ହେବ୍‌, ପାରାଦୀପ ପେଟ୍ରୋ କେମିକାଲ ହବ୍‌, ସମ୍ବଲପୁର ଓ ରେଙ୍ଗାଲି ଷ୍ଟିଲ ଏବଂ ଆଲୁମିନିଅମ ହବ୍‌ ହେବ । ଗୋପାଳପୁର ହେବ ଅକ୍ଷୟ ଶକ୍ତି ଉତ୍ପାଦନ ହବ୍‌ ।  ଓଡ଼ିଶା ନୀତିକୁ କେନ୍ଦ୍ର ବି ପ୍ରଶଂସା କରିଛି । ପୁଞ୍ଜି ନିବେଶ ପୋର୍ଟାଲରେ ଆବେଦନ କଲେ, 60 ଦିନ ଭିତରେ ପାସ ହେବ । ପ୍ରକଳ୍ପ ପାଇଁ ପୁଞ୍ଜି ନିବେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ଅଛି. ଜାତୀୟ ହାର 21-22 ପ୍ରତିଶତ ଥିବାବେଳେ ଓଡ଼ିଶାରେ 40 ପ୍ରତିଶତ ହୋଇଛି । ମେକ ଇନ ଓଡ଼ିଶାରେ 741 ପ୍ରସ୍ତାବ ଆସିଛି । ଯେଉଁଥିରୁ 466 ପ୍ରକଳ୍ପ ମଞ୍ଜୁରୀ ପାଇଛି । ଅନେକ ଶିଳ୍ପ ସଂସ୍ଥାକୁ ଜମି ହସ୍ତାନ୍ତର ସରି କାମ ଆରମ୍ଭ ହେଲାଣି । ଷ୍ଟାର୍ଟଅପ ନୀତି ଏଥିରେ ବଡ଼ ଭୂମିକା ନେଇଛି ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।

୩ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର

ଭୁବନେଶ୍ୱର : ୩ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର । କ୍ୟାବିନେଟ ନିଷ୍ପତ୍ତି ନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଦେଇଛନ୍ତି ସୂଚନା । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୩ଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଆଯାଇଛି ନିଷ୍ପତ୍ତି । ଓଡିଶା ଷ୍ଟେଟ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ (OSWAS) ର ଉନ୍ନତିକରଣକୁ କ୍ୟାବିନେଟ ଅନୁମୋଦନ ମିଳିଛି । ସମଗ୍ର ଦେଶରେ digital workflow systemର ଅନ୍ୟତମ ଶ୍ରେଷ୍ଠ ବ୍ୟବସ୍ଥା ଭାବରେ ଓସ୍ୱାସ୍‌ର ସ୍ୱତନ୍ତ୍ର ଖ୍ୟାତି ରହିଛି । ଏହି ଉନ୍ନତିକରଣ ପଦକ୍ଷେପ  5T ଢାଞ୍ଚାରେ ଶାସନର ଦକ୍ଷତା ସ୍ତରକୁ ଆହୁରି ଉଚ୍ଚତର ସୋପାନକୁ ନେବା ସହିତ ନାଗରିକ ଅନୁକୂଳ ସ୍ୱଚ୍ଛ ବ୍ୟବସ୍ଥାକୁ ସୁନିଶ୍ଚିତ କରିବ । ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ୧୯୬୨ରେ ପ୍ରତିଷ୍ଠା ହୋଇଥିଲା । Odisha CM Naveen Patnaik among invitees to swearing-in ceremony of  Karnataka CM

ବିଶ୍ୱ ବିଦ୍ୟାଳୟର ଅଧିକାଂଶ ଭିତ୍ତିଭୂମି ୫ ଦଶନ୍ଧିରୁ ଅଧିକ ହୋଇଥିବାରୁ ଏହାର ଜରୁରୀ ମରାମତି, ନବୀକରଣ ଓ ପୁନଃନିର୍ମାଣ ପାଇଁ ୨୦୨୩-୨୪ ରୁ ୨୦୨୭-୨୮, ପାଞ୍ଚ ବର୍ଷ ପାଇଁ ରାଜ୍ୟ କ୍ୟାବିନେଟ ୪୯୧.୪୧ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି । ଆଦିବାସୀ ଉପଦେଷ୍ଟା ପରିଷଦ (TAC) ଦ୍ୱାରା ତା.୧୧.୦୭.୨୦୨୩ ରିଖରେ ଅନୁମୋଦନ କରାଯାଇଥିବା ପ୍ରସ୍ତାବକୁ ଆଧାର କରି ତା. ୧୪.୧୧.୨୦୨୩ ରିଖରେ ଓଡିଶା ଅନୁସୂଚିତ ଅଞ୍ଚଳରେ ସ୍ଥାବର ସମ୍ପତ୍ତି (ଅନୁସୂଚିତ ଜନଜାତି ଦ୍ୱାରା ) ହସ୍ତାନ୍ତର ଆଇନ, ୧୯୫୬ କୁ ସଂଶୋଧନ କରିବା ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ କରିଥିଲେ। ଆଜିର ବୈଠକରେ ଉପରୋକ୍ତ ସଂଶୋଧନର ପୁନର୍ବିଚାର କରି କ୍ୟାବିନେଟ ଏ ବିଷୟରେ ଅଧିକ ତର୍ଜମା କରିବା ପାଇଁ ଆଦିବାସୀ ଉପଦେଷ୍ଟା ପରିଷଦକୁ ସୁପାରିଶ କରିଛନ୍ତି।

ହରିବୋଲ ହୁଳହୁଳିରେ କମ୍ପୁଛି ଶ୍ରୀକ୍ଷେତ୍ର

ପୁରୀ : ହରିବୋଲ ହୁଳହୁଳିରେ କମ୍ପୁଛି ଶ୍ରୀକ୍ଷେତ୍ର । ପବିତ୍ର ପଞ୍ଚୁକର ଦ୍ବିତୀୟ ଦିନ  ।  ପୁରୀରେ ଲାଗିଛି ଭକ୍ତଙ୍କ ପ୍ରବଳ ଭିଡ଼ । ଶ୍ରୀଜିଉଙ୍କ ଦୁର୍ଲଭ ବେଶ ଦର୍ଶନ କରି କୃତାର୍ଥ ହେଉଛନ୍ତି ଭକ୍ତ । ଆଜି ଦ୍ବାଦଶୀରେ ମହାପ୍ରଭୁ ବାଙ୍କଚୂଡ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଡାଳିକିଆ ବା ତ୍ରିବିକ୍ରମ ବେଶ, ରବିବାର ଲକ୍ଷ୍ମୀନୃସିଂହ ବେଶ ସୋମବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସୁନାବେଶରେ ମହାପ୍ରଭୁ ଦର୍ଶନ ଦେବେ । ପଞ୍ଚୁକରେ ଗହଳିକୁ ନଜରରେ ରଖି ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ ।

ମର୍ଚିକୋଟ ଠାରୁ ବ୍ୟାରିକେଡରେ ଆସି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୫ଟି ସ୍ଥାନରେ ଜଳ ବଣ୍ଟନ କେନ୍ଦ୍ର ସହ ଅସ୍ଥାୟୀ ଟଏଲେଟର ବ୍ୟବସ୍ଥା କରାଯାଇଛି । ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ବନ୍ଦ ରଖାଯାଇଛି ।

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନ

ଭୁବନେଶ୍ୱର : ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନ । ଗୃହରେ ଶକ୍ତି, ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବୟନ ଶିଳ୍ପ, ହସ୍ତତନ୍ତ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନକାଳ ରହିଛି । ଗତକାଲି ଦ୍ବିତୀୟାର୍ଦ୍ଧରେ ଗୃହ ସ୍ଵାଭାବିକ ଭାବେ ଚାଲିଥିବା ସତ୍ତ୍ୱେ ଆଜି ଗୃହରେ ସରଗରମ ଆଲୋଚନା ହୋଇପାରେ । ଆଦିବାସୀ ଜମି ନେଇ କ୍ୟାବିନେଟ୍ ନିଷ୍ପତି ସମ୍ପୂର୍ଣ୍ଣ ପ୍ରତ୍ୟାହାର ଏବଂ ଗୃହରେ ଆଲୋଚନା ଦାବି କରି ଦୁଇ ଦିନ ହେବ ବିରୋଧୀ ବିଜେପି ଓ କଂଗ୍ରେସ ହଟ୍ଟଗୋଳ କରିଥିଲେ ।

ଗୃହ ସ୍ବାଭାବିକ ଚାଲିଲେ ଶୂନ୍ୟକାଳରେ ଅନେକ ପ୍ରସଙ୍ଗ ଉଠିପାରେ । ସେହିପରି ମୁଲତବୀ ଆଲୋଚନାରେ ଆଦିବାସୀ ଜମି କିଣାବିକାକୁ ପ୍ରସଙ୍ଗ କରିପାରନ୍ତି ବିରୋଧୀ।

ଆଜିଠାରୁ ଇସ୍ରାଏଲ ଓ ହମାସ ମଧ୍ୟରେ ପଣବନ୍ଦୀ ଅଦଳବଦଳ

ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଆରମ୍ଭ ହେବ ପଣବନ୍ଦୀ ଅଦଳବଦଳ ପ୍ରକ୍ରିୟା । ନିଷ୍ପତ୍ତି ଅନୁସାରେ ଇସ୍ରାଏଲ କବଜାରେ ଥିବା ୧୫୦ ପାଲେଷ୍ଟିନୀୟ ବନ୍ଦୀଙ୍କ ମୁକ୍ତି ବଦଳରେ ହମାସ ୫୦ ଜଣ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିବ । ପ୍ରଥମ ପର୍ଯ୍ୟାୟରେ ୧୩ ଜଣ ମହିଳା ଓ ଶିଶୁଙ୍କୁ ଖଲାସ କରାଯିବ ବୋଲି ସୂଚନା ମିଳିଛି । ହମାସ କବଳରେ ବର୍ତ୍ତମାନ ୨୪୦ ପଣବନ୍ଦୀ ରହିଛନ୍ତି ବୋଲି ଆଶଙ୍କା କରୁଛି ଇସ୍ରାଏଲ । ଇସ୍ରାଏଲ ଜାତିୟ ନିରାପତ୍ତା ପରିଷଦ ଅଧ୍ୟକ୍ଷ ଜାଚି ହେନଗବି କହିଛନ୍ତି- ଶୁକ୍ରବାରଠାରୁ ପଣବନ୍ଦୀଙ୍କ ମୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହେବ । ଦୁଇ ପକ୍ଷ ମଧ୍ୟରେ ହୋଇଥିବା ରାଜିନାମା ଅନୁସାରେ ଏହା ଚାଲିବ । Israel-Hamas war: List of key events, day 5 | Israel-Palestine conflict  News | Al Jazeera

ସେପଟେ ଆଇଡିଏଫର ନିର୍ଦ୍ଦେଶ କ୍ରମେ ଉତ୍ତରାଞ୍ଚଳ ଗାଜାସ୍ଥିତ ଇଣ୍ଡୋନେସୀୟ ହସ୍ପିଟାଲରୁ ୪୫୦ ରୋଗୀ ଓ ମେଡିକାଲ ଷ୍ଟାଫଙ୍କୁ ବଳପୂର୍ବକ ବାହାର କରାଯାଇଛି । ସେମାନଙ୍କୁ ନାସେର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେଣେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ଯୋଗସୂତ୍ରକୁ ଛିନ୍ନ କରିଛି ହମାସ । ସେପଟେ ଅଲ ଶିଫା ହସ୍ପିଟାଲରୁ ଆଉ ଏକ ଟନେଲ ଠାବ କରାଯାଇଛି । ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୪ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବାବଳେ ସେମାନଙ୍କ ମଧ୍ୟରେ ୪୦ ପ୍ରତିଶତ ଅଛନ୍ତି ଶିଶୁ ।

 

ସରିବ ଟନେଲ ଭିତରେ ଜୀବନ ସଂଗ୍ରାମ

ନନ୍ଦିଘୋଷ ବ୍ୟୁରୋ : ସରିବ ଟନେଲ ଭିତରେ ଜୀବନ ସଂଗ୍ରାମ । ଆଜି ଉଦ୍ଧାର ହୋଇପାରନ୍ତି ଶ୍ରମିକ ।  ଆଲୋକ ଦେଖିବେ ୪୧ ଶ୍ରମିକ । ତେବେ ବର୍ତ୍ତମାନ ସୁଦ୍ଧା ଆହୁରି ୧୦ ମିଟର ଖୋଳିବା ବାକିଥିବା ସୂଚନା ମିଳିଛି । ଉତ୍ତରକାଶୀ ସିଲ୍କୟାରା ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଲାଗି ଆଉ କିଛି ଘଣ୍ଟା ପରେ ଶେଷ ହୋଇପାରେ ମିଶନ । ସମସ୍ତଙ୍କୁ ନିରାପଦରେ ଟନେଲ ଭିତରୁ ବାହାର କରିବା ଲାଗି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ହୋଇଛି ବୋଲି କହିଛନ୍ତି ଏନଡିଆରଏଫ ମହାନିର୍ଦ୍ଦେଶକ ଅତୁଲ କରଓ୍ବାଲ । ସେ କହିଛନ୍ତି ଶ୍ରମିକମାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ଆଶଙ୍କା ଥିବାରୁ ସେମାନଙ୍କୁ ଷ୍ଟ୍ରେଚରରେ ଅଣାଯିବ । ଟନେଲ ଭିତରକୁ ଯାଇଥିବା ଏନଡିଆରଏଫ ଡାକ୍ତର ଜଣ ଜଣ କରି ସମସ୍ତଙ୍କୁ ବାହାରକୁ ପଠାଇବେ । ଟନେଲ ଭିତରକୁ ପଠାଯାଇଥିବା ୩୨ ଇଞ୍ଚର ପାଇପ ଜରିଆରେ ଶ୍ରମିକଙ୍କୁ ଉଦ୍ଧାର କରାଯିବ ।

ଶ୍ରମିକଙ୍କ ଲାଗି ଷ୍ଟ୍ରେଚର ବ୍ୟବସ୍ଥା କରାଯାଇଥିବାବେଳେ ରଖାଯାଇଛି ୪୦ରୁ ଅଧିକ ଆମ୍ବୁଲାନ୍ସ । ପ୍ରସ୍ତୁତ ରହିଛି ହେଲିକପ୍ଟର । ପାଇପରୁ ବାହାରିବା ମାତ୍ରେ ଶ୍ରମିକଙ୍କୁ ନିଆଯିବ ହସ୍ପିଟାଲ । ମେକସିଫ୍ଟ ହସ୍ପିଟାଲ ସମେତ ଏମସ ଋଷିକେଶରେ ବି କରାଯାଇଛି ବ୍ୟବସ୍ଥା । ଦୀର୍ଘ ୧୩ ଦିନ ଧରି ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ମଧ୍ୟ ଚିନ୍ତା ସୃଷ୍ଟି ହେଲାଣି । ବର୍ତ୍ତମାନ ସୁଦ୍ଧା ମେସିନ ୩ ଥର ଭାଙ୍ଗିବା ଯୋଗୁ ଉଦ୍ଧାର ପ୍ରକ୍ରିୟା ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା । ଗତ ୧୨ ତାରିଖରେ ଟନେଲ ଭୁଶୁଡିବା ପରେ ସାରା ଦେଶରେ ଖେଳିଯାଇଥିଲା ଚାଞ୍ଚଲ୍ୟ । ଏନଡିଆରଏଫ ସମେତ ୧୦ରୁ ଅଧିକ ବିଭାଗର ନନଷ୍ଟପ ରେସ୍କ୍ୟୁ ଅପରେସନ ସଫଳ ହେବା ନେଇ ରହିଛି ଆଶା ।