spot_img
Home Blog Page 2352

ସ୍କୁଲ ପିଲା ପଢିବେ ରାମାୟଣ, ମହାଭାରତ !

ନୂଆଦିଲ୍ଲୀ : ସ୍କୁଲ ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ହେବ ରାମାୟଣ ଏବଂ ମହାଭାରତ। ଏଥର ପିଲାମାନେ ପଢିବେ ରାମାୟଣ, ମହାଭାରତ। ଏନେଇ ଏନସିଇଆରଟିର ୭ ଜଣିଆ କମିଟି ସୁପାରିଶ କରିଛି।

ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ବା (ଏନସିଆରଟି)ର ସିଲାବସରେ ରାମାୟଣ ଏବଂ ମହାଭାରତ ଭଳି ଉପନ୍ୟାସଗୁଡିକ ସାମିଲ ହୋଇପାରେ। NCERTର ୭ ଜଣିଆ ସଦସ୍ୟ ପାଠ୍ୟପୁସ୍ତକରେ ରାମାୟଣ ଓ ମହାଭାରତକୁ ଅର୍ନ୍ତଭୁକ୍ତ କରିବା ଲାଗି ସୁପାରିଶ କରିଛି। ସପ୍ତମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ରାମାୟଣ ଓ ମହାଭାରତ ଶିକ୍ଷା ଦେବାକୁ ଗୁରୁତ୍ୱ ଦିଆଯାଇଛି। ସାମାଜିକ ବିଜ୍ଞାନ ପାଠ୍ୟକ୍ରମରେ ସ୍ଥାନ ଦେବାକୁ ସୁପାରିଶ କରାଯାଇଛି। ଏହାସହ ସ୍କୁଲ କାନ୍ଥରେ ଆଞ୍ଚଳିକା ଭାଷାରେ ସମ୍ବିଧାନର ମୁଖବନ୍ଧ ଲେଖାଯିବାକୁ ପରାମର୍ଶ ଦେଇଛନ୍ତି କମିଟିର ଅଧ୍ୟକ୍ଷ ସି.ଆଇ ଆଇଜାକ୍ ।

୭ଜଣିଆ କମିଟିର ସୁପାରିଶକୁ ଏବେ ଜାତୀୟ ସିଲାବସ ଏବଂ ଶିକ୍ଷାଦାନ, ଶିକ୍ଷା ସାମଗ୍ରୀର ବିକାଶ ପାଇଁ ଗଠିତ ୧୯ଜଣିଆ କମିଟି ନିକଟକୁ ପଠାଯିବ । କମିଟି ଦ୍ୱାରା ଏହାର ସମୀକ୍ଷା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ରାମାୟଣ ଓ ମହାଭାରତ ଗ୍ରନ୍ଥର ବିଷୟବସ୍ତୁକୁ ସାମାଜିକ ବିଜ୍ଞାନ ସିଲାବସରେ ସ୍ଥାନିତ କରାଗଲେ ଏହା ଅତ୍ୟନ୍ତ ଫଳପ୍ରଦ ହୋଇପାରିବ ବୋଲି କମିଟି କହିଛି ।

ଏହାପୂର୍ବରୁ ଉକ୍ତ ପ୍ୟାନେଲ ପାଠ୍ୟପୁସ୍ତକରେ ଦେଶର ନାମ ‘ଇଣ୍ଡିଆ’ରୁ’ ଭାରତ ‘କୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲା। ପ୍ରାଚୀନ ଇତିହାସ ବଦଳରେ ପାଠ୍ୟକ୍ରମରେ, ‘ଶାସ୍ତ୍ରୀୟ ଇତିହାସ’ ଆରମ୍ଭ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଦେହରେ କିରୋସିନି ଢାଳି ଯୁବକ କଲେ ଆତ୍ମହତ୍ୟା

ଭୁବନେଶ୍ୱର : ରାଜଧାନୀରେ ଆତ୍ମାହୁତି । ପାରିବାରିକ ବିବାଦ, ଜମି ବିକ୍ରି ଟଙ୍କା ଓ ନିଶା ପାଇଁ ଚରମ ନିଷ୍ପତ୍ତି । ବଡ଼ଗଡ଼ ଥାନା କେଶୁରା ଗାଁ ର ଲକ୍ଷ୍ମଣ ପ୍ରଧାନଙ୍କ ଏମ୍ସ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଗତକାଲି ଅପରାହ୍ନରେ ନିଜେ ଲକ୍ଷ୍ମଣ ଘଟାଇଥିଲେ ନାରକୀୟ କାଣ୍ଡ । ନିଜ ଦେହରେ କିରାସିନି ଢାଳି ଯୁବକ ଜଣଙ୍କ ଦେହରେ ନିଆଁ ଲଗାଇଦେଇଥିଲେ । ସ୍ଥାନୀୟ ଲୋକଙ୍କ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ  । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି  ।  ସୁଧା ସେଠାରେ ତାଙ୍କର ମୃତ୍ୟୁ ହୋଉଥିବା ଜଣାପଡିଛି । ଲକ୍ଷ୍ମଣ କିଛି ଦିନ ତଳେ ନିଜ ଶ୍ବଶୁର ଘର ଜମି ବିକି ୩୨ ଲକ୍ଷ ଟଙ୍କା ଧାର ରେ ଆଣିଥିଲେ । ନିଜେ ଅଟୋ ଚଳାନ୍ତି, ହେଲେ ରାତି ହେଲେ ସାଙ୍ଗ ମାନଙ୍କ ପିଛାରେ ମଦ ନିଶାରେ ଲକ୍ଷ ଲକ୍ଷ ଟଙ୍କା ଉଡାନ୍ତି।

ଏପରିକି ବ୍ରାଉନସୁଗର ଭଳି ନିଶା ଖାଇ ଜମି ବିକା ଟଙ୍କା ଇଡ଼ାଇଦେଇଥିଲେ ଲକ୍ଷ୍ମଣ। ତେଣୁ ହାତଉଧାରୀ କରି ଋଣ ଭାରରେ ବୁଡିଯାଇଥିବା କହିଛନ୍ତି ଗାଁ ଲୋକେ । ସେପଟେ ପୋଲିସ ସିସିଟିଭିକୁ ଜବତ କରିଛି । କଲ ରେକର୍ଡ ଯାଞ୍ଚ କରୁଛି । ପରିବାର ଲୋକଙ୍କୁ ପଚରାଉଚରା କରୁଥିବାରୁ ଖୁବଶୀଘ୍ର ସତ ପଦାକୁ ଆସିବ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ।

ରୋହିତଙ୍କୁ କ୍ୟାପେଟେନ ପଦରୁ ବିଦା କରିବ କି BCCI ?

ନୂଆଦିଲ୍ଲୀ : କ୍ରିକେଟ ବିଶ୍ୱକପ୍ ପରେ ଆକ୍ସନ ନେବ କି ବିସିସିଆଇ? ଅଧିନାୟକ ପଦରୁ ହଟିବେ କି ରୋହିତ? ଏବେ ରୋହିତଙ୍କ ଭବିଷ୍ୟତ କ’ଣ ହେବ ? BCCI ଡାକିଲା ବୈଠକ। ବୈଠକରେ ହୋଇପାରେ ବଡ ନିଷ୍ପତ୍ତି।

ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା। ରୋହିତ ବାହିନୀ ବିଶ୍ୱକପରେ ଇତିହାସ ସୃଷ୍ଟି କରିବାରେ ବଞ୍ଚିତ ହୋଇଛନ୍ତି । ଅଷ୍ଟ୍ରେଲିଆ ସହ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆକୁ ପଛରେ ପକାଇ କଙ୍ଗାରୁ ଟିମ ବିଶ୍ୱକପ୍ ଟ୍ରଫି ହାତେଇ ନେଇଛି। ଟିମ୍ ଇଣ୍ଡିଆ ଖେଳାଳିଙ୍କ ସମେତ କ୍ରିକେଟ୍ ପ୍ରଶଂସକମାନେ ଏହି ପରାଜୟର ଦୁଃଖରୁ ଧୀରେ ଧୀରେ ବାହାରକୁ ଆସିବାକୁ ଚେଷ୍ଟା କରୁଛନ୍ତି।

ତେବେ ଏହି ସବୁ ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି, କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) କ୍ୟାପଟେନ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ଏକ ବୈଠକ ଡକାଇଛନ୍ତି। ଏହି ବୈଠକରେ ଆସନ୍ତା ୪ ବର୍ଷ ପାଇଁ  ତିନୋଟି ଫର୍ମାଟ୍ ଉପରେ ଆଲୋଚନା କରିବାକୁ ବିସିସିଆଇ ଚାହୁଁଛି  ।

ଏହି ବୈଠକରେ କ’ଣ ନିଷ୍ପତ୍ତି ହେବ ସେ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଯେ, କ୍ୟାପଟେନ ପଦରୁ ରୋହିତ ଶର୍ମା ହଟି ପାରନ୍ତି । ଯଦି ସେ ହଟିବେ ତାହାଲେ କିଏ କ୍ୟାପଟେନ ହେବ ସେ ନେଇ ବି ଚର୍ଚ୍ଚା ହେଉଛି । ଚଳିତ ବିଶ୍ବକପର ପ୍ରତେକ ମ୍ୟାଚକୁ ଦେଖିଲେ ରୋହିତ ବାହିନୀ ପ୍ରତି ଲୋକଙ୍କର ବହୁ ଆଶା ଥିଲା । ସବୁ ମ୍ୟାଚ୍ ଜିତି ଜିତି ଆସିଥିଲେ ବେଳେ ଶେଷକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।

ସୂଚନା ଅନୁସାରେ ଏହି ବୈଠକରେ ରୋହିତ ଶର୍ମା ଚୟନକର୍ତ୍ତାଙ୍କୁ କହିଥିଲେ ଯେ, ଯଦି T-20ରେ ତାଙ୍କ ନାଁ ପାଇଁ ବିଚାର କରାଯାଏ ନାହିଁ ତେବେ ତାଙ୍କର କୌଣସି ଆପତ୍ତି ନାହିଁ। ଭାରତୀୟ ଚୟନକର୍ତ୍ତାମାନେ ଯୁବକମାନଙ୍କୁ ଅଗ୍ରାଧିକାର ଦେବାକୁ ଚାହୁଁଛନ୍ତି । ତେଣୁ ମୋ ନାଁ ନ ରହିଲେ ବି କୌଣସି ଆପତ୍ତି ନାହିଁ । ଏମିତି ହେଲେ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିବ । ଏଠାରେ ଆମେ କହି ରଖିବାକୁ ଚହୁଁଛୁ ଯେ, ପରବର୍ତ୍ତୀ ODI ବିଶ୍ୱକପ ୨୦୨୭ ମସିହାରେ ହେବ। ସେତେବେଳେ ରୋହିତଙ୍କ ବୟସ ପ୍ରାୟ ୪୦ ବର୍ଷ ହୋଇଥିବ।

ଖବର ଅନୁଯାୟୀ, ବୋର୍ଡ ଏବଂ ଚୟନକର୍ତ୍ତାମାନେ ଆଗାମୀ ଆଇପିଏଲ୍ ଏବଂ T-20 ବିଶ୍ୱକପ୍ ୨୦୨୪ ପରେ ୱାନ ଡେ’ ପାଇଁ ଯୋଜନା ପ୍ରସ୍ତୁତ କରିବେ। ସେମାନଙ୍କ ପାଇଁ ସବୁଠାରୁ ବଡ ଟାର୍ଗେଟ ହେଉଛି ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ଜଣେ ଅଧିନାୟକ ପ୍ରସ୍ତୁତ କରିବା । ଭାରତୀୟ ଦଳ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ସେଠାରେ ୨ ଟି ଟେଷ୍ଟ ଏବଂ ୩ଟି ୱାନ ଡେ’ ସିରିଜ୍ ମ୍ୟାଚ ଖେଳିବ।

 

ଦୁଇଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦୁଇଦିନିଆ ମୁମ୍ବାଇ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟାରେ ଏସିଆନ ଓ୍ବାଇଲଡ଼ ଲାଇଫ ଟ୍ରଷ୍ଟର ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଡାକ୍ତର ରମାକାନ୍ତ ପଣ୍ଡାଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଛି ଏସିଆନ ଓ୍ବାଇଲଡ଼ ଲାଇଫ ଟ୍ରଷ୍ଟ ।

ଆସନ୍ତାକାଲି ସନ୍ଧ୍ୟାରେ ଫେରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଛନ୍ତି ଫାଇଭ-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ । ସନ୍ଧ୍ୟା ୭ ଟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ପରଦିନ ଅପରାହ୍ଣ ୪ ଟା ୪୫ରେ ମୁମ୍ବାଇ ଛାଡ଼ି ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବେ।

ଭୀଷଣ ବର୍ଷାରେ ବେହାଲ ତାମିଲନାଡୁ

ନନ୍ଦିଘୋଷ ବ୍ୟୁରୋ : ଭୀଷଣ ବର୍ଷାରେ ବେହାଲ ତାମିଲନାଡୁ। ଇରୋଡ ସହରରେ ପ୍ରବଳ ବର୍ଷାରୁ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ବର୍ଷାକୁ ଦୃଷିରେ ରଖି  ପୁଡୁଚେରୀରେ ଆଜି ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଭାରତୀୟ ପାଣିପାଗ ବିଜ୍ଞାନ ପକ୍ଷରୁ କେରଳ, ତାମିଲନାଡୁ, ପୁଡୁଚେରୀକୁ ଅରେଞ୍ଜ ଆର୍ଲଟ ଜାରି କରାଯାଇଛି। ପୂର୍ବତଟ ମୌସୁମୀ ବାୟୁ ପ୍ରବାହରେ ଭୀଷଣ ବର୍ଷା ହୋଇଥିବାରୁ ଆଇଏମଡିଙ୍କ ପକ୍ଷରୁ କେରଳ ଓ ତାମିଲନାଡୁରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ଏହି ଖବର ପଢନ୍ତୁ : ଆସନ୍ତା କାଲି ସୂର୍ଯ୍ୟ କିରଣ ଦେଖିବେ ଟନେଲରେ ଫସିଥିବା ଶ୍ରମିକ !

କେରଳରେ ଆଜି ଏବଂ ଆସନ୍ତାକାଲି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଚେନ୍ନାଇ ସ୍ଥିତି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ  ତାମିଲନାଡୁର ୧୦ରୁ ଅଧିକ ଜିଲ୍ଲାରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। କେରଳର ତିରୁୱନନ୍ତପୁରମରେ ୫ରୁ ୭ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି ।

ଆସନ୍ତା କାଲି ସୂର୍ଯ୍ୟ କିରଣ ଦେଖିବେ ଟନେଲରେ ଫସିଥିବା ଶ୍ରମିକ !

ଉତ୍ତରାଖଣ୍ଡ : ଉତ୍ତରକାଶୀ ଟନେଲରେ ଫସିଛନ୍ତି ୪୧ ଶ୍ରମିକ। ବିତିଗଲାଣି ୧୧ ଦିନ। ଦିନରାତି ଏକ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଉଦ୍ଧାରକାରୀ ଟିମ୍। ଏପର୍ଯ୍ୟନ୍ତ ଟନେଲର ୩୯ ମିଟର ପର୍ଯ୍ୟନ୍ତ ଖନନ କରାଯାଇଛି। ସମୁଦାୟ ୫୭ ରୁ ୬୦ ମିଟର ପର୍ଯ୍ୟନ୍ତ ଖନନ କରାଯିବ ବୋଲି ଉଦ୍ଧାରକାରୀ ଟିମର ସଦସ୍ୟ କହିଛନ୍ତି । ଆହୁରୀ ମଧ୍ୟ କହିଛନ୍ତି ଯେ,  ଯଦି ସବୁ କିଛି ଠିକ୍ ରୁହେ ତେବେ ଆଜି ରାତି ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି।

ଗତକାଲି ଶ୍ରମିକଙ୍କ ପ୍ରଥମ ଭିଡିଓ ସାମ୍ନାକୁ ଆସିଥିଲା । ଫସି ରହିଥିବା ଶ୍ରମିକଙ୍କୁ ଗତକାଲି ପ୍ରଥମ ଥର ରନ୍ଧା ଖାଦ୍ୟ ପାଇପ ସାହାର୍ଯ୍ୟରେ ପଠାଯାଇଥିଲା । ଶ୍ରମିକମାନେ ସୁରକ୍ଷିତ ଥିବା ଭିଡିଓରୁ ଜଣାପଡିଛି । ଖୁବଶୀଘ୍ର ଶ୍ରମିକମାନେ ଉଦ୍ଧାର ହେବେ ବୋଲି କୁହାଯାଉଛି ।


ଏହି ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନା, NDRF, SDRF, BRO, NHIDCL, ଉତ୍ତରାଖଣ୍ଡ ପୋଲିସ, SJVNL, RVNL, ଲାରସେନ୍ ଆଣ୍ଡ ଟୁବ୍ରୋ, THDC, ବିପର୍ଯ୍ୟୟ ପରିଚାଳନା ବିଭାଗ, ଜିଲ୍ଲା ପ୍ରଶାସନ, ONGC, ITBP, ରାଜ୍ୟ PWD, DRDO, ପରିବହନ ମନ୍ତ୍ରଣାଳୟ, ଗୃହ ସୁରକ୍ଷା କର୍ମୀମାନେ ଜଡିତ ଅଛନ୍ତି ।

ଏଥିପାଇଁ ବଡ଼ ବଡ଼ ମେସିନକୁ ନିୟୋଜିତ କରାଯାଇଛି। ଶ୍ରମିକଙ୍କ ଉଦ୍ଧାର ଲାଗି ୨୪ ଘଣ୍ଟିଆ ଚାଲିଛି ରେସକ୍ୟୁ ଅପରେସନ। ଫାଇଭ୍ ପଏଣ୍ଟ ପ୍ଲାନ୍ ଉପରେ ଚାଲିଛି କାମ। ଉପର, ଆଗ, ପଛ ସହ ଦୁଇ ପଟୁ ଚାଲିଛି ଡ୍ରିଲିଂ । ସମାନ୍ତରାଳ ଭାବେ ହରିଜଣ୍ଟାଲ ଡ୍ରିଲିଂ ମଧ୍ୟ ଚାଲିଛି । ବର୍ତ୍ତମାନ ଏହା ୩୯ ମିଟର ଖୋଳା ସରିଲାଣି। ମୋଟ ୬୦ ମିଟର ଥିବାରୁ ଆଉ ମାତ୍ର ୨୧ ମିଟର ରହିଛି । ଯେଉଁପଟେ ପ୍ରଥମେ ଶ୍ରମିକଙ୍କ ନିକଟରେ ପହଞ୍ଚିବେ ସେହିପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହେବ। ଟନେଲ ଧସିବା ସ୍ଥଳରେ ୪୦ଟି ଆମ୍ବୁଲାନ୍ସ ଆଣି ରଖାଯାଇଛି। ଶ୍ରମିକଙ୍କୁ ଉଦ୍ଧାର ପରେ ତୁରନ୍ତ ସେମାନଙ୍କୁ ନିକଟ ହସ୍ପିଟାଲକୁ ନିଆଯିବ। ଯଦି କିଛି ଅସୁବିଧା ହୁଏ ତେବେ ଉଦ୍ଧାରକାର୍ଯ୍ୟ ୨ରୁ ୧୫ ଦିନ ପର୍ଯ୍ୟନ୍ତ ମଧ୍ୟ ଚାଲିପାରେ ବୋଲି କହିଛନ୍ତି ଉଦ୍ଧାରକାରୀ ଟିମର ସଦସ୍ୟ।

 

 

’ଗୁଗୁଲ ବୟ’ଙ୍କ ଜ୍ଞାନ ଦେଖି ଆଶ୍ଚର୍ଯ୍ୟ ହେଲେ ଅମିତାଭ, ଜାଣନ୍ତୁ ବିରାଟଙ୍କ ସମ୍ପର୍କରେ ଅଜଣା କଥା

ନୂଆଦିଲ୍ଲୀ: ’କୈନ ବନେଗା କରୋଡ ପତି’ରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ଉଡିଲା ହୋସ୍ । ୮ ବର୍ଷର ଗୁଗୁଲ ବୟର ଜ୍ଞାନ ଦେଖି ଆଶ୍ଚର୍ଯ୍ୟ ହେଲେ ବିଗ୍ ବି । ‘କୌନ୍ ବନେଗା କରୋଡପତି ଜୁନିୟରସ’ରେ ଅନେକ ପିଲାମାନେ ଭାଗ ନେଉଛନ୍ତି। ସମସ୍ତ ପିଲାମାନେ କେହି କାହାଠାରୁ କମ୍ ନୁହଁନ୍ତ । ସେମାନଙ୍କର ପ୍ରିତିଭା ଏବଂ ଜ୍ଞାନ ଦେଖି ବିଗ୍ ବି ଙ୍କ ସହ ପୁରା ଦେଶ ଆଶ୍ଚର୍ଯ୍ୟ ହୋଇଛି। ସୋ’ର ଗୋଟିଏ ଏପିସୋଡରେ ‘ଗୁଗୁଲ ବୟ’  ବିରାଟ ଆୟର ଆସିଥିଲେ। ବିରାଟଙ୍କ ସ୍ମରଣ ଶକ୍ତି, ବିଚିକ୍ଷଣ ବୃଦ୍ଧି ଏବଂ ପ୍ରଶ୍ନର ଉତ୍ତର ଫଟାଫଟ୍ ଦେବା ଦେଖି ବିଗ୍ ବି ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ ।

ବିରାଟଙ୍କ ବିଷୟରେ ଯେତେବେଳେ ତାଙ୍କ ମା’ଙ୍କୁ ପଚାରା ଯାଇଥିଲା ସେତେବେଳେ ସେ କହିଥିଲେ ଯେ, ବିରାଟର ସ୍ମରଣ ଶକ୍ତି ଅନ୍ଯ ପିଲାଙ୍କ ଠାରୁ ଭିନ୍ନ । ସେ ବହୁତ୍ ଜଲଦି ମନେ ରଖିବା ସହ ଅନେକ ଆଶ୍ଚର୍ଯ୍ୟ ହେଲା ଭଳି କାର୍ଯ୍ୟ କରିଥାନ୍ତି ।  ୬ ବର୍ଷରୁ ଜଣାପଡିଥିଲା ଯେ, ବିରାଟଙ୍କ ପ୍ରଖର ସ୍ମରଣ ଶକ୍ତି ଅଛି । ଏହା ଭଗବାନଙ୍କ ବରଦାନ ବୋଲି କହିଛନ୍ତି ବିରାଟଙ୍କ ମାଆ ।

ସୋ’ରେ ବିରାଟଙ୍କ ସ୍କୁଲ ଶିକ୍ଷୟୀତ୍ରୀଙ୍କୁ ପଚାରା ଯିବାରୁ ସେ ବିରାଟଙ୍କ ପ୍ରଂଶସା କରିଥିଲ । ଶିକ୍ଷୟତ୍ରୀ କହିଥିଲେ କି ବିରାଟ ବହୁତ ଶୀଘ୍ର ସବୁ ଜିନିଷ ମନେ ରଖିଦବା ସହ ସମସ୍ତ ପ୍ରଶ୍ନର ଉତ୍ତର ସଠିକ୍ ଦେଇଥାନ୍ତି । ସ୍କୁଲରେ ବିରାଟ୍ ’ଗୁଗୁଲ ବୟ’ ନାମରେ ପରିଚିତ । ବିରାଟ ପାଠ ପଢା ସହ ଚେସ୍ ଏବଂ ସଙ୍ଗୀତରେ ମଧ୍ୟ ମାହିର ଅଟନ୍ତି । ମାତ୍ର ୮ ବର୍ଷ ବୟସରେ ୩୦ଟି ଷ୍ଟେଟ୍ ଆୱାର୍ଡ ଜିତିଛନ୍ତି । ଏବଂ ବିରାଟ ବଡ ହୋଇ ଚେସରେ ଗ୍ରାଣ୍ଡ ମାଷ୍ଟର ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

ଡେଷ୍ଟ୍ରୟର INS ଇମ୍ଫାଲରୁ ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଯୁଦ୍ଧପୋତରୁ ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ। ଯୁଦ୍ଧ ଜାଜାଜରୁ ଏହି ବ୍ରହ୍ମୋସ ମିସାଇଲର ଅପଗ୍ରେଡ୍ ଭର୍ସନର ପରୀକ୍ଷଣ କରାଯାଇଛି। ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ଇମ୍ଫାଲରୁ ଏହି ସୁପରସୋନିକ କ୍ରୁଜ୍ ମିସାଇଲ ବ୍ରହ୍ମୋସର ପରୀକ୍ଷଣ କରଯାଇଥିଲା । ବ୍ରହ୍ମୋସକୁ ଛାଡିବା ପରେ ଉପରକୁ ଉଠି ୯୦ଡିଗ୍ରୀରେ ବୁଲି କ୍ଷୀପ୍ର ଗତିରେ ଯାଇ ଟାର୍ଗେଟକୁ ମାଡ଼ କରିଥିଲା। ପ୍ରଥମଥର ଲାଗି ନୋସୈନାରେ ସାମିଲ ହେବା ପୂର୍ବରୁ କୌଣସି ଯୁଦ୍ଧପୋତରୁ ବ୍ରହ୍ମୋସ ମିସାଇଲକୁ ଛଡା ଯାଇଥିଲା । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଯୁଦ୍ଧପୋତକୁ ଭାରତୀୟ ନୋସେନାରେ ସାମିଲ କରାଯିବ। ଆଇଏନଏସ୍ ଇମ୍ଫାଲକୁ ମାଝଗାଓଁ ଡକୟାର୍ଡରେ ନିର୍ମାଣ କରାଯାଇଛି ।ଯୁଦ୍ଧପୋତର ଓଜନ ୭ ହଜାର ୪ଶହ ଟନ ହୋଇଥିବାବେଳେ ଲମ୍ବ ୫୩୫ ଫୁଟ୍।

ଏହା ଏକ ଡିଜେଲ-ଇଲେକ୍ଟ୍ରିକ୍ ଚାଲିତ ଯୁଦ୍ଧପୋତ। ସର୍ବାଧିକ ୫୬ କିମି ବେଗରେ ଏହା ଗତି କରିପାରିବ। ଏହାକୁ ୩୩ କିଲୋମିଟର ଗତିରେ ଚଳାଇଲେ ଏହା ୧୫ ହଜାର କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ। ଏହା ୪୫ ଦିନ ପର୍ଯ୍ୟନ୍ତ ସମୁଦ୍ରରେ ବିଚରଣ କରିପାରିବ । ଏଥିରେ ୪ଟି ବୋଟ୍ ମଧ୍ୟ ରହିଛି ।ଦେଶର ଏହା ନୂତନ ଗାଇଡେଡ଼ ମିସାଇଲ ଡ୍ରେଷ୍ଟ୍ରୟର। ଭାରତୀୟ ନୋସେନା ଏବଂ ପ୍ରତିରକ୍ଷା ଗବେଷଣା ସଂସ୍ଥା ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା ।ସ୍ବଦେଶୀ ଜ୍ଞାନକୌଶଳରେ ଯୁଦ୍ଧପୋତ ମିସାଇଲର ବିକାଶ ସହ ସଫଳ ପରୀକ୍ଷଣ ଯୋଗୁଁ ପ୍ରତିରକ୍ଷାମନ୍ତ୍ରୀ ଡିଆରଡିଓ ଏବଂ ନୌବାହିନୀ କର୍ତ୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଇଥିଲେ।

ବିଜେପି ଛାଡ଼ି ବିଜେଡିରେ ମିଶିଲେ ତ୍ରିପୁରାରୀ ଗରଡ଼ା

ଭୁବନେଶ୍ବର: ବିଜେଡିକୁ ଫେରିଲେ କୋରାପୁଟ ବିଜେପି ପ୍ରାର୍ଥୀ ତ୍ରିପୁରାରୀ ଗରଡା ।  ବୁଧବାର ଶଙ୍ଖ ଭବନରେ ଦଳର ଏକ ମିଶ୍ରଣ ପର୍ବରେ ତ୍ରିପୁରାରୀ ଶଙ୍ଖ ଫୁଙ୍କିଛନ୍ତି । ତାଙ୍କୁ ସାଂସଦ ମାନସ ମଙ୍ଗରାଜ ଦଳକୁ ପାଛୋଟି ନେଇଛନ୍ତି । ଏହି ଅବସରରେ ବରିଷ୍ଠ ନେତା ଦିବ୍ୟଶଙ୍କର ମିଶ୍ର, ଝିନ୍ନ ହିକକା ପ୍ରମୁଖ ଦଳୀୟ ନେତା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଆକୃଷ୍ଟ ହୋଇ ତ୍ରିପୁରାରୀ ବିଜେଡିରେ ସାମିଲ ହୋଇଛନ୍ତି । ତ୍ରିପୁରାରୀଙ୍କ ସହ ବିଜେପିର ଅନେକ କର୍ମକର୍ତ୍ତା ଓ ସମର୍ଥକ ସାମିଲ ହୋଇଛନ୍ତି । ତ୍ରିପୁରାରୀ ୨୦୧୯ରେ ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହୋଇଥିଲେ । ବିଜେପିର କାର୍ଯ୍ୟଶୈଳୀ ବଦଳିଛି । ଯାହା ତାଙ୍କୁ ପସନ୍ଦ ଲାଗିଲାନି । ତେଣୁ ସେ ପୁଣି ଥରେ ବିଜେଡିକୁ ଫେରିଆସିଲେ ବୋଲି ବିଜେଡିରେ ମିଶିବା ପରେ ତ୍ରିପୁରାରୀ ପ୍ରତିକ୍ରିୟାରେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଫେରିଆସିଲି ବୋଲି କହିଛନ୍ତି ତ୍ରିପୁରାରୀ । ବିଜେଡି ପକ୍ଷରୁ ତ୍ରିପୁରାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସାଂସଦ ମାନସ ମଙ୍ଗରାଜ । ତ୍ରିପୁରାରୀଙ୍କ ଯୋଗଦାନ କୋରାପୁଟରେ ବିଜେଡିକୁ ଆହୁରି ମଜବୁତ କରିବ ବୋଲି ସେ ଆଶା କରିଛନ୍ତି ।

ଗୌତମ ଗମ୍ଭୀରଙ୍କ ଘର ବାହୁଡ଼ା, କେକେଆରର ତୁଲାଇବେ ମେଣ୍ଟର ଦାୟିତ୍ବ

ନୂଆଦିଲ୍ଲୀ: ଆଇପିଏଲ ଟିମ କୋଲକାତା ନାଇଯ ରାଇଡର୍ସ ଟିମକୁ ଫେରିଲେ ଗୌତମ ଗମ୍ଭୀର। ୨୦୨୪ ସିଜିନରେ ତୁଲାଇବେ ମେଣ୍ଟର ଦାୟିତ୍ବ। ଲକ୍ଷ୍ନୌ ସୁପର ଜାଏଣ୍ଟର ମେଣ୍ଟର ପଦ ଛାଡ଼ିଥିବାବେଳେ ଟିମ ଏବଂ ମାଲିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭାରତୀୟ କ୍ରିକେଟ ଦଳର ଏହି ପୂର୍ବତନ ବ୍ୟାଟ୍ସମ୍ୟାନ । ଏହାସହ କେକେଆରର ନୂଆ ମେଣ୍ଟର ଦାୟିତ୍ବ ତୁଲାଇବା ନେଇ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଏକ ପ୍ରେସ ରିଲିଜରେ ପ୍ରକାଶ କରାଯାଇଛି । ଶାହାରୁଖ ଖାନଙ୍କ ଟିମ କୋଲକାତାର ମୁଖ୍ୟ କୋଚ ଦାୟିତ୍ବ ତୁଲାଉଥିବା ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ସହ ଆଲୋଚନା କରିବା ସହ ଦଳ କିଭଳି ଆଗାମୀ ସିଜିନରେ ପ୍ରଦର୍ଶନ କରିବ ସେ ନେଇ ଆଲୋଚନା ମଧ୍ୟ କରିଛନ୍ତି ।

୨୦୧୧ରୁ ୧୦୧୭ ପର୍ଯ୍ୟନ୍ତ କେକେଆର ଟିମର ଅଧିନାୟକଭାବେ ଖେଳିଛନ୍ତି ଗୌତମ ଗମ୍ଭୀର । ତାଙ୍କ ଅଧିନାୟକତ୍ବରେ ଦଳ ଦୁଇ ଦୁଇଥର ଚାମ୍ପିୟନ ମଧ୍ୟ ହୋଇଛି । କିନ୍ତୁ ଶେଷ ସମୟରେ ୨୦୧୮ ଆଇପିଏଲ ସିଜିନରେ ଦିଲ୍ଲୀ ପକ୍ଷରୁ ଖେଳିଥିବାବେଳେ ଖରାପ ପ୍ରଦର୍ଶନ କରିଥିଲେ । ଏହାପରେ ସେ ଆଇପିଏଲରୁ ସନ୍ୟାସ ନେଇଥିଲେ । ପରେ ୨୦୨୨ ଏବଂ ୨୩ ସିଜିନରେ ନୂଆ ଟିମ ଲକ୍ଷ୍ନୌର ମେଣ୍ଟରଭାବେ କାର୍ଯ୍ୟ ତୁଲାଇଥିଲେ । ଦଳ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା କପ ହାତେଇ ପାରିନାହିଁ । ଏବେ ପୁଣିଥରେ କେକେଆରକୁ ଫେରିଥିବାବେଳେ ଦଳ ଶକ୍ତିଶାଳି ହେବ ବୋଲି ଆଶା ରଖାଯାଇଛି ।