ଜାପାନରେ ଭୂକମ୍ପ ପରେ ଏବେ ସୁନାମୀ ଭୟ

ନନ୍ଦିଘୋଷ ବ୍ୟୁରୋ: ଭୂକମ୍ପରେ ଥରହର ହେଉଥିବା ଜାପାନରେ ପୁଣି ସୁନାମୀ ଭୟ । ଶକ୍ତିଶାଳୀ ଭୂକମ୍ପରେ ଥରିଲା ଉତ୍ତର କେନ୍ଦ୍ର ଜାପାନ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୬ ରହିଛି । ଶକ୍ତିଶାଳୀ ଭୂକମ୍ପ ପରେ ଜାପାନ ପାଣିପାଗ ଏଜେନ୍ସି ସୁନାମୀ ଚେତାବନୀ ଜାରି କରିଛି । ଇଶିକାଓ୍ବା, ନିଗାଟା ଓ ତୋୟାମାକୁ ସୁନାମୀ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ବେଳେ ସେଠାକାର ଲୋକଙ୍କୁ ସତର୍କ ରହିବାକୁ କୁହାଯାଉଛି । ସୁନାମୀ ଯୋଗୁଁ ଇଶିକାଓ୍ବା ଉପକୂଳରେ ସମୁଦ୍ରରେ ଆସିପାରେ ୫ମିଟର ଉଚ୍ଚ ଜୁଆର। ଓ୍ବାଜିମା ସହର ଉପକୂଳରେ ଏବେ ୧ମିଟରରୁ ଅଧିକ ଉଚ୍ଚର ଜୁଆର ଉଠୁଥିବା ସୂଚନା ମିଳିଛି। ଭୂକମ୍ପ ପାଇଁ ଜାପାନର ୩୬ହଜାର ଘରେ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟରେ ସ୍ଥିତି ଉପରେ ନଜର ରଖାଯାଇଛି । ୨୦୧୧ରେ ଜାପାନରେ ଆସିଥିଲା ଭୟଙ୍କର ସୁନାମୀ ୨୦୦୦୦ ହଜାରରୁ ଉର୍ଦ୍ଦ୍ଭ ଲୋକଙ୍କର ଯାଇଥିଲା ଜୀବନ । ପୁଣି ଏବେ ସୁନାମୀ ଆସୁଥିବାବେଳେ ଲୋକେ ଭୟଭୀତ ହୋଇ ଯାଇଛନ୍ତି ।

ଭୟଙ୍କର ଭୂକମ୍ପ ପରେ ୩୪,୦୦୦ ଘରକୁ ବିଦ୍ୟୁତ ଯୋଗାଣ ବନ୍ଦ କରାଯାଇଛି । ତେବେ ଜାପାନର ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି କି, ଯେଉଁ ସ୍ଥାନରେ ସୁନାମୀ ହେବା ପାଇଁ ଆଶଙ୍କା କରି କୁହାଯାଇଛି ସେହି ସ୍ଥାନ ଛାଡ଼ି ଚାଲିଯାଆନ୍ତୁ । ଭାରତୀୟ ଦୂତାଭାସଙ୍କ ପକ୍ଷରୁ ଏଠାକାର ନାଗରିକଙ୍କ ପାଇଁ ନିୟନ୍ତ୍ରଣ କକ୍ଷ କରାଯାଇଛି । ତେବେ ଏଠାରେ ଥିବା ଭାରତୀୟ ନାଗରିକମାନେ ମଧ୍ୟ ଏଠାରେ ରହିପାରିବେ । ଜରୁରୀକାଳିନ ନମ୍ବର ମଧ୍ୟ ରହିଛି ।