ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଛକା ମାରିବା ମାମଲାରେ ସବୁବେଳେ ଆଗରେ ରହିଥାନ୍ତି । ନିକଟରେ ଯାଇଥିବା ବିଶ୍ବକପରେ ଛକା ମାରିବାର ରେକର୍ଡ ଅର୍ଜନ କରିଛନ୍ତି । ମାତ୍ର ରୋହିତ ଶର୍ମାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ଯୁବ କ୍ରିକେଟର । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡରେ ରୋହିତଙ୍କୁ ପଛରେ ପକାଇଛନ୍ତି ମହମ୍ମଦ ଓ୍ବାସିମ । ୟୁଏଇର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୪୭ ପାଳିରୁ ୧୦୧ ଛକା ମାରିଛନ୍ତି ।

ରୋହିତ ଶର୍ମା ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୩୯ ପାଳିରୁ ୮୦ ଛକା ମାରି ଏହି ରେକର୍ଡର ଶୀର୍ଷ ସ୍ଥାନରେ ରହିଥିଲେ । ମାତ୍ର ୟୁଏଇର ଏହି ବ୍ୟାଟ୍ସମ୍ୟାନ ରୋହିତଙ୍କ ରେକର୍ଡକୁ ଅତି ସହଜରେ ଭାଙ୍ଗି ଦେଇଛନ୍ତି । ସେପଟେ ରୋହିତ ଶର୍ମା ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି । ୨୦୧୮, ୨୦୧୯ ଏବଂ ୨୦୨୨ ବର୍ଷରେ ଯଥା ୭୪, ୭୮ ଏବଂ ୭୪ଟି ଛକା ମାରିଛନ୍ତି । ଏହି ରେକର୍ଡରେ ପଛରେ ରହିଛନ୍ତି ୟୁନିଭର୍ସ କିଙ୍ଗ କ୍ରିସ୍ ଗେଲ୍ ।