spot_img
Home Blog Page 2322

ଏକା ସାଙ୍ଗେ ବେଦିରେ ୪ ଜଣଙ୍କୁ ବିବାହ କଲେ ଯୁବକ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବିବାହ କେବଳ ଗୋଟିଏ ଶବ୍ଦ ନୁହେଁ । ଏଥିରେ ଭରି ରହିଛି ସ୍ନେହ ପ୍ରେମ ମମତା । ଜୀବନରେ ବିବାହ ମଣିଷ ଜୀବନରେ ଅନେକ ଗୁରୁତ୍ବ ବହନ କରିଥାଏ । ହୋମ ନିଆଁକୁ ସାକ୍ଷୀ ରଖି ବର କନ୍ୟାର ମଥାରେ ସିନ୍ଦୂର ଦେଇଥାଏ । କିନ୍ତୁ ଯେତେବେଳେ ସ୍ବାମୀ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖେ କିମ୍ବା ବିବାହ କରି ଘରକୁ ସଉତୁଣି ଆଣେ ସେତେବେଳେ ସ୍ତ୍ରୀର ଅବସ୍ଥା କିପରି ହୁଏ ତାହା ସମସ୍ତଙ୍କୁ ବେଶ ଭଲଭାବେ ଜଣା । ମାତ୍ର ଜଣେ ଯୁବକ ଏକାସାଙ୍ଗେ ୪ ଜଣ ଯୁବତୀଙ୍କୁ ବିବାହ କରୁଛନ୍ତି । ତାହା ପୁଣି ବୈଦିକ ରୀତିରେ । ବେଦିରେ ବିବାହ ହୋଇଥିବାବେଳେ ୪ଜଣ କନିଆଁ ବରର ପଛରେ ହୋମ ନିଆଁ ଚାରିପାଖେ ସାତଘେରା ଦେଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଜଣେ ୟୁଜର୍ସ ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ୟୁଜର୍ସମାନେ ବହୁମାତ୍ରାରେ କମେଣ୍ଟମାନ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି, ଭାଇ ଆମକୁ ଜଣେ ମିଳୁନି । କିନ୍ତୁ ଆପଣ ତ ଭାଗ୍ୟବାନ । ଏକାସାଙ୍ଗେ ୪ ଜଣଙ୍କୁ ବିବାହ କରୁଛନ୍ତି। ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି କି, ଭାଇ ଆପଣଙ୍କ ଭାଗ୍ୟକୁ ମାନିବାକୁ ପଡ଼ିବ। ଏକଥା ଦେଖିଲା ବେଳକୁ ଡର ଲାଗୁଛି । ଏଭଳି ଅନେକ ୟୁଜର୍ସମାନେ ନିଜ ନିଜର ମତାମତ ଦୋଇଛନ୍ତି ।

୨୦୦୫ର ସେହି ଟଙ୍କା ବଦଳରେ ପ୍ରଶ୍ନ ମାମଲା,ଯେଉଁଥିରେ ଯାଇଥିଲା ୧୧ ସାଂସଦଙ୍କ ପଦ

ନୂଆଦିଲ୍ଲୀ: ଟିଏମସିର ମହୁଆ ମୋଇତ୍ର ନିଜ ସାଂସଦ ପଦବୀ ହରାଇଛନ୍ତି । ହିରାନନ୍ଦାନୀ ଗ୍ରୁପକୁ ସୁହାଇବା ଭଳି ପ୍ରଶ୍ନ ପଚାରିବାକୁ ଟଙ୍କା ନେଇଥିବା ଅଭିଯୋଗରେ ଛନ୍ଦି ହୋଇଥିବା ମହୁଆଙ୍କ ବିରୋଧରେ ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ତାଙ୍କ ଲୋକସଭା ସଦସ୍ୟତାକୁ ରଦ୍ଦ କରିଛନ୍ତି ବାଚସ୍ପତି । ଅବଶ୍ୟ ମହୁଆ ଏହାକୁ ନେଇ ଯୁଦ୍ଧଂଦେହିର ଡାକରା ଦେଇ ସାରିଲେଣି । ମୋତେ ଏବେ ୪୯ ବର୍ଷ,ମୁଁ ଆଉ ୩୦ ବର୍ଷ ପର୍ଯ୍ୟନ୍ତ ଏହା ବିରୋଧରେ ସଂସଦ ଭିତରେ ଓ ବାହାରେ ସଂଘର୍ଷ କରିବି ବୋଲି ସେ କହିଛନ୍ତି । ତାଙ୍କ ଦଳ ଓ ଦଳ ସୁପ୍ରିମୋ ତାଙ୍କ ସମର୍ଥନରେ ଛିଡା ହେଲେଣି । କଂଗ୍ରେସ ସମେତ ବାକି ବିରୋଧୀ ଦଳର ସଦସ୍ୟ ମହୁଆଙ୍କ ସମର୍ଥନରେ ସଂସଦ ପରିସରରେ ଗାନ୍ଧୀଙ୍କ ପ୍ରତିମୁର୍ତ୍ତି ତଳେ ଏକାଠି ହୋଇଥିଲେ । କିନ୍ତୁ ବିରୋଧରେ ସେଭଳି ଧାର ନଥିଲା ଯେଉଁଭଳି ରହିବା କଥା । ଏହା ପଛରେ ୨୦୦୫ର ଗୋଟିଏ ଘଟଣା ରହିଛି ବୋଲି ରାଜନୈତିକ ବିଶ୍ଲେଷକ କୁହନ୍ତି ।

ଗୋଟିଏ ଷ୍ଟିଙ୍ଗ୍ ଅପରେସନ ପାଇଁ ୧୧ ସଦସ୍ୟ ହରାଇଥିଲେ ପଦ

୨୦୦୫ରେ ଲୋକସଭାର ୧୦ ଜଣ ସଦସ୍ୟ ଓ ରାଜ୍ୟସଭାର ଜଣେ ସଦସ୍ୟଙ୍କ ସଦସ୍ୟତା ରଦ୍ଦ ହୋଇଥିଲା । ଏହି ସଦସ୍ୟମାନଙ୍କ ବିରୋଧରେ ଟଙ୍କା ନେଇ ପ୍ରଶ୍ନ ପଚାରିବାର ଅଭିଯୋଗ ଥିଲା । ଏହି ୧୧ ଜଣଙ୍କ ମଧ୍ୟରେ ତିନୋଟି ବଡ଼ ଦଳର ସାଂସଦ ଥିଲେ । ବିଜେପି,ବିଏସପି ଓ କଂଗ୍ରେସ ସବୁଦଳର ସାଂସଦ ଷ୍ଟିଙ୍ଗ୍ ଅପରେସନର ଧରା ପଡ଼ିଥିଲେ ।  ଛତ୍ରପାଲ ସିଂ ଲୋଡା (ବିଜେପି), ଆନ୍ନା ସାହେବ ଏମ.କେ ପାଟିଲ (ବିଜେପି), ମନୋଜ କୁମାର (ଆରଜେଡି), ଚନ୍ଦ୍ର ପ୍ରତାପ ସିଂ (ବିଜେପି), ରାମ ସେବକ ସିଂ (କଂଗ୍ରେସ), ନରେନ୍ଦ୍ର କୁମାର କୁଶବାହ(ବିଏସପି), ପ୍ରଦୀପ ଗାନ୍ଧୀ (ବିଜେପି) ସୁରେଶ ଚାନ୍ଦେଲ (ବିଜେପି), ଲାଲ ଚନ୍ଦ୍ର କୌଲ (ବିଏସପି), ୱାଇଜି ମହାଜନ (ବିଜେପି) ଏବଂ ରାଜ ରାମପାଲ (ବିଏସପି)ଙ୍କ ବିରୋଧରେ ପ୍ରଶ୍ନ ବଦଳରେ ଲାଞ୍ଚ ନେଇଥିବା ଅଭିଯୋଗ ଆସିଥିଲା । ଯେଉଁଥିପାଇଁ ସେମାନଙ୍କୁ ନିଜ ସଦସ୍ୟତା ହରାଇବାକୁ ପଡ଼ିଥିଲା ।

ଏହି ୧୧ ସାଂସଦଙ୍କ ସତ ଗୋଟିଏ ଷ୍ଟିଙ୍ଗ୍ ଅପରେସନରୁ ପଦାକୁ ଆସିଥିଲା । ଦୁଇଜଣ ସାମ୍ବାଦିକଙ୍କ ସଂପୃକ୍ତ ସାଂସଦଙ୍କୁ ଭେଟି ଟଙ୍କା ନେଇ ପ୍ରଶ୍ନ ପଚାରିବାକୁ କହିଥିଲେ । ଯାହାକୁ ସାଂସଦ ମାନେ ଗ୍ରହଣ କରିଥିଲେ ।  ଏକ ନ୍ୟୁଜ୍ ଚ୍ୟାନେଲରେ ଷ୍ଟିଙ୍ଗ୍ ଅପରେସନ୍ ପ୍ରସାରିତ ହେବା ପରେ ଟଙ୍କା ବଦଳରେ ପ୍ରଶ୍ନର ଏହି ମାମଲା ସାମ୍ନାକୁ ଆସିଥିଲା। ନିଲମ୍ବିତ ସାଂସଦମାନେ ବହିଷ୍କାରକୁ ଚ୍ୟାଲେଞ୍ଜ କରିଥିଲେ ମଧ୍ୟ ୨୦୦୭ ମସିହାରେ  ଏକ ରାୟରେ ସୁପ୍ରିମକୋର୍ଟ ନିଷ୍ପତ୍ତିକୁ ସମର୍ଥନ କରିଥିଲେ।

ମହୁଆଙ୍କ ବିରୋଧରେ ଏଥିକ୍ସ କମିଟି ରିପୋର୍ଟରେ କ’ଣ ଅଛି ?

ଶୁକ୍ରବାର ଦିନ ଏଥିକ୍ସ କମିଟିର ଅଧ୍ୟକ୍ଷ ବିନୋଦ ସୋନକରଙ୍କ ଦ୍ୱାରା ଲୋକସଭାରେ ଉପସ୍ଥାପିତ ହୋଇଥିବା ରିପୋର୍ଟରେ ମହୁଆଙ୍କ ଆଚରଣକୁ ଆପତ୍ତିଜନକ, ଅନୈତିକ, ଘୃଣ୍ୟ ତଥା ଅପରାଧୀକ ବୋଲି ବର୍ଣ୍ଣନା କରି କଠୋର ଦଣ୍ଡ ଦାବି କରିଥିଲେ । ରିପୋର୍ଟରେ ତାଙ୍କୁ ଲୋକସଭାର ସଦସ୍ୟତାରୁ ବହିଷ୍କାର କରିବାକୁ ପରାମର୍ଶ ଦିଆଯାଇଥିଲା। କମିଟି ଏହାର ରିପୋର୍ଟରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଭାରତ ସରକାରଙ୍କ ଦ୍ୱାରା ଏହି ଘଟଣାର ପୁଙ୍ଖାନୁପୁଙ୍ଖ, ଆଇନଗତ ଏବଂ ଅନୁଷ୍ଠାନିକ ତଦନ୍ତ ପାଇଁ ସୁପାରିଶ କରିଛି।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କରୁଛି ସ୍ବାବଲମ୍ବୀ

କେନ୍ଦ୍ରାପଡା : ମୁଖ୍ୟମନ୍ତ୍ରୀ କୃଷୀ ଉଦ୍ୟୋଗ ଯୋଜନା ଦେଇଛି ଆଶାର କିରଣ। ମହାକାଳପଡା ଅଞ୍ଚଳର ଅନେକ ମହିଳା ଏବଂ ଯୁବକମାନେ ଏହି ଯୋଜନାକୁ ସଠିକ ଭାବରେ କାର୍ଯ୍ଯରେ ଲଗାଇ ହୋଇଛନ୍ତି ସ୍ବାବଲମ୍ବୀ। ବଉଳକଣି ପଞ୍ଚାୟତ ବଡତୋଟା ଛପାଲି ଗାଁର ଏସ.କେ ସାଜିଦ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବୈଜ୍ଞାନିକ ପଦ୍ଧତିରେ ଅଣ୍ଡାରୁ କଲର ବାର୍ଡ ଚିଆଁ ପ୍ରସ୍ତୁତ କରୁଛନ୍ତି। ଆଗରୁ ସାଜିଦ ଭଡା ସୁତ୍ରରେ ମେସିନ ନେଇ ମାତ୍ର ୫ ହଜାର ଚିଆଁ ବସାଉଥିଲେ। ପରେ ବ୍ୟାଙ୍କରୁ ଲୋନ ଆଣି ୭୫ ଲକ୍ଷ ଟଙ୍କାର ଆବଶ୍ୟକୀୟ ଯନ୍ତ୍ରାଂଶ ଆଣି ହାଚେରୀ ପ୍ରସ୍ତୁତ କରିଥିଲେ।

ସାଜିଦ ନିଜ ଅଞ୍ଚଳ ସହିତ ବାହାର ଜିଲ୍ଲାର ୧୫ ଜଣ ଯୁବକଙ୍କୁ ତାଙ୍କ ହାଚେରୀରେ କାମ ଦେଇଛନ୍ତି। ସାଜିଦଙ୍କ ଏହି ହାଚେରୀ କାମ କରୁଥିବା ସମସ୍ତ ଯୁବକମାନେ ବେଶ ଖୁସି । ସାଜିଦଙ୍କୁ ଏହି ସଫଳତା ପାଇଁ ମତ୍ସ୍ଯ ଓ ପ୍ରାଣୀସମ୍ପଦ ବିଭାଗ ପୁକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମହାକାଳପଡା ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବରେ ପରିଚିତ ହେବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସାଜିଦଙ୍କ ଉଦ୍ୟମ ଅନ୍ଯ ମାନଙ୍କୁ ଦେଖାଇଛି ରୋଜଗାରର ରାସ୍ତା।

 

ବିଶାଖାପାଟଣାରେ BSKYରେ ମାଗଣା କ୍ୟାନସର ଚିକିତ୍ସା, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରୋଗୀଙ୍କ ପରିବାର

ଭୁବନେଶ୍ବର: ରାଜ୍ୟ ବାହାରେ BSKYର ଆଉ ଏକ ସଫଳତା । ଚିକିତ୍ସିତ ହେଲେ କ୍ୟାନସର ରୋଗୀ । ବରଗଡ଼ ଜିଲ୍ଲାର ସ୍ନେହା ଏହି BSKY କାର୍ଡ ପାଇଁ ଚିକିତ୍ସିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ତାଙ୍କ ପରିବାର । ସୂଚନା ଥାଉକି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ରକ୍ଷା କବଚ ସାଜିଛି । ଓଡ଼ିଶା ଏବଂ ଓଡ଼ିଶା ବାହାର ରାଜ୍ୟର ସୁପର ସ୍ପେସିଆଲିଟି ହସ୍ପିଟାଲ ମାନଙ୍କରେ ଅନେକ ଜଟିଳ ରୋଗର ସଫଳ ଚିକିତ୍ସା ଏହି କାର୍ଡ ମାଧ୍ୟମରେ ଦେୟମୁକ୍ତ ଭାବେ ହୋଇପାରୁଛି । ଅନେକ ରୋଗୀ ସୁସ୍ଥ ହୋଇ ଘରକୁ ଯାଇଛନ୍ତି ।

ତେବେ ବରଗଡ଼ ଜିଲ୍ଲା ଅମ୍ବାପାଲି ଗ୍ରାମର ଦିବ୍ୟା ସେଠ୍ କହନ୍ତି ଯେ ମୋ ସାନ ଭଉଣୀ ସ୍ନେହା ସେଠ୍ ପ୍ରାୟ ୧ ବର୍ଷ ହେଲା ବ୍ଲଡ୍ କ୍ୟାନସର ରୋଗରେ ଆକ୍ରାନ୍ତ ଥିଲା । ବିଭିନ୍ନ ଜାଗାରେ ଚିକିତ୍ସା କରାଯାଇଥିଲା । ବିଏସ୍ କେୱାଇ କାର୍ଡ ଦ୍ଵାରା ବିଶାଖାପାଟଣା ମହାତ୍ମା ଗାନ୍ଧୀ କ୍ୟାନସର ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଥିବା ଜଣେ ମହିଳାଙ୍କ ଠାରୁ ଶୁଣି ଆମେ ସେଠାକୁ ଗଲୁ । ବିଏସ୍ କେୱାଇ ଟିମ ସହଯୋଗ କଲେ। ହସ୍ପିଟାଲରେ ମୋ ଭଉଣୀର ମାଗଣା ଆଡମିସନ, ବିଭିନ୍ନ ପରୀକ୍ଷା, ଚିକିତ୍ସା ଓ ବୋନ୍ ମାରୋ ପ୍ରତିରୋପଣ ହେଲା । ବର୍ତ୍ତମାନ ମୋର ସାନ ଭଉଣୀ ସ୍ନେହା ସୁସ୍ଥ ଅଛି । ମୋର ଭଉଣୀ ଜୀବନ ବଞ୍ଚାଇଥିବାରୁ ଆମ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମହାତ୍ମା ଗାନ୍ଧୀ ହସପିଟାଲର ଡାକ୍ତରମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ସହ ଧନ୍ୟବାଦ ଜଣାଉଛୁ । ରାଜ୍ୟ ସରକାରଙ୍କ ବିଏସ୍ କେୱାଇ ଯୋଜନା ମାଧ୍ୟମରେ ଜଣେ ନାବାଳିକାର କ୍ୟାନସର ଚିକିତ୍ସା ସଫଳତାର ସହ ହୋଇ ପାରିଥିବାରୁ ସ୍ଥାନୀୟ ବୁଦ୍ଧିଜିବୀ ଓ ଜନସାଧାରଣ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ନବରଙ୍ଗପୁର ଜିଲ୍ଲା ଗମନାଗମନ ବ୍ୟବସ୍ଥାରେ ଯୋଡିହେବ ନୂତନ ଅଧ୍ୟାୟ 

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଗମନାଗମନ ବ୍ୟବସ୍ଥାରେ ଯୋଡିହେବ ନୂତନ ଅଧ୍ୟାୟ। ଜିଲ୍ଲା ଗମନାଗମନର ବିକାଶ ପାଇଁ  ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ବ୍ୟୟ ହେବ ୭୪୮.୫୭ କୋଟି ଟଙ୍କା। ବହୁ ଚର୍ଚ୍ଚିତ ରାସ୍ତା ପୋଡାଲଗୁଡାଠାରୁ ପାତ୍ରପୁଟକୁ ୩୫ କୋଟି ଟଙ୍କା, ପୁଝାରିଗୁଡା ଠାରୁ ମୈଦଲପୁର ୩୦ କୋଟି ଟଙ୍କା, କୋଷାଗୁମୁଡ଼ା ଠାରୁ ଛତିଶଗଡ଼ ସୀମାନ୍ତ ପାଇଁ ୭୦ କୋଟି ଟଙ୍କା, ଦେବନ୍ଦ ଠାରୁ ଫଟକି ପାଇଁ ୪୦ କୋଟି ଟଙ୍କା, ପାତ୍ରପୁଟ ଠାରୁ ଢୁଲୁଘାଟି ରାସ୍ତା କଳାହାଣ୍ଡି ସୀମାନ୍ତ ପର୍ଯ୍ୟନ୍ତ। ରାଇଘର ଯୋଡ଼ିଗାଁଠାରୁ ଛତିଶଗଡ଼ ସୀମାନ୍ତ ରାସ୍ତାର ଉନ୍ନତିକରଣ ପାଇଁ ୩୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଜିଲ୍ଲାରେ ମୁଖ୍ୟତଃ କୃଷି ଉପରେ ନିର୍ଭର କରୁଥିବା କୃଷକଙ୍କ ପାଇଁ ଏହା ସହାୟକ ହେବ। ଦିନେ ପଡୋସୀ ଜିଲ୍ଲା ଓ ପୋଡ଼ଶୀ ରାଜ୍ୟରେ କୃଷକ ନିଜ ଉତ୍ପାଦିତ ଫସଲକୁ ଭଲ ମୂଲ୍ୟରେ ବିକ୍ରି କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ ମଧ୍ୟ ବିପର୍ଯ୍ୟସ୍ତ ଗମନାଗମନ ବ୍ୟବସ୍ଥା ପ୍ରତିବନ୍ଧକ ସାଜିଥିଲା। ବର୍ତ୍ତମାନ ସୁଦୃଢ଼ ଗମନାଗମନ ଫଳରେ ସମସ୍ତ ପ୍ରତିବନ୍ଧକ ଦୂର ହୋଇ କୃଷକଙ୍କ ଆର୍ଥିକ ଉନ୍ନତି ପାଇଁ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହେବ। ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ଉନ୍ନତି ହେବା ସହିତ ଜିଲ୍ଲାର ଆର୍ଥିକ ବିକାଶ ହେବ। ଗମନାଗମନର ସୁବିଧା ହେଲେ ଶିକ୍ଷା ପାଇଁ ମଧ୍ୟ ସହରକୁ ଯିବା ଆସିବାରେ ସୁବିଧା ହେବ। ଯାହାକୁ ନେଇ ବେଶ ଖୁସି ହୋଇଛନ୍ତି ଅଞ୍ଚଳବାସୀ।

ବଧୂହତ୍ୟା ଉଦ୍ୟମ ମାମଲା : କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ

ରାୟଗଡ଼ା: ସ୍ବାମୀ କେମିତି ସାଜିଥିଲା ସଇତାନ ? କିଭଳି ଯୌତୁକ ପାଇଁ କରାଯାଇଥିଲା ହତ୍ୟା ଉଦ୍ୟମ ? କୋର୍ଟରେ ସବୁ କହିଲେ ଯୌତୁକ ପାଇଁ ନିର୍ଯାତନାର ଶିକାର ହୋଇଥିବା ନବବଧୂ। ରାୟଗଡ଼ା ଜିଲ୍ଲା ପଦ୍ମପୁର ବଧୂହତ୍ୟା ଉଦ୍ୟମ ମାମଲାରେ ଆଜି ପୀଡ଼ିତା ରଶ୍ମିତା ପାଣିଗ୍ରାହୀଙ୍କ ବୟାନ ରେକର୍ଡ କରାଯାଇଛି । ଅସୁସ୍ଥତା ସତ୍ତ୍ବେ ରଶ୍ମିତା ଗୁଣୁପୁର ସିଭିଲ ଜଜ୍‌ କୋର୍ଟରେ ପହଞ୍ଚି ବୟାନ ଦେଇଛନ୍ତି। ଆମ୍ବୁଲାନ୍ସରେ ଆସି ଷ୍ଟ୍ରେଚରରେ ବୁହା ହୋଇ କୋର୍ଟ ଭିତରକୁ ଯାଇଥିଲେ ରଶ୍ମିତା। ସିଭିଲ ଜଜ୍ ସନ୍ତୋଷ କୁମାର ମହାପାତ୍ରଙ୍କ ସମ୍ମୁଖରେ ସେ ବୟାନ ଦେଇଛନ୍ତି।

୨୦୨୨ ଅକ୍ଟୋବର ୨୮ ତାରିଖରେ ଘଟଣା ଘଟିଥିଲା। ପଦ୍ମପୁରସ୍ଥିତ ଶାଶୂଘରେ ସ୍ବାମୀ କିରୋସିନ ଢାଳିଥିବା ବେଳେ ଦେଢ଼ଶୁର ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ରଶ୍ମିତା କହିଛନ୍ତି। ଗୁରୁତର ଅବସ୍ଥାରେ ରଶ୍ମିତାଙ୍କୁ ପ୍ରଥମେ ବ୍ରହ୍ମପୁର ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀର ୮୦ପ୍ରତିଶତ ପୋଡ଼ିଯାଇଛି। ରଶ୍ମିତାଙ୍କ ବାପା ରାମେଶ୍ବର ପାଣିଗ୍ରାହୀ ପଦ୍ମପୁର ଥାନାରେ ରଶ୍ମିତାଙ୍କ ସ୍ବାମୀ ଓ ଦେଢଶୁରଙ୍କ ବିରୋଧରେ ଏତଲା ଦେଇଥିଲେ। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଜେଲ୍‌ରେ କିଛି ମାସ ରହିବା ପରେ ୮ ଡିସେମ୍ବର ୨୦୨୨ରେ ଦେଢ଼ଶୁରଙ୍କୁ ଏବଂ ୧୦ ନଭେମ୍ବର ୨୦୨୩ରେ ସ୍ବାମୀ ରାମଚନ୍ଦ୍ରଙ୍କୁ ଜାମିନ ମିଳିଛି।

ରଶ୍ମିତା ବର୍ଷେ ଧରି କଟକ ବଡ଼ ମେଡିକାଲରେ ଚିକିତ୍ସା ପରେ ଅସୁସ୍ଥତା ସତ୍ତ୍ବେ ଆମ୍ବୁଲାନ୍ସ ଯୋଗେ ଆଜି ଗଣୁପୁର କୋର୍ଟରେ ପହଞ୍ଚିଥିଲେ। ମାମଲାରେ ବର୍ତ୍ତମାନ ସୁଦ୍ଧା ୧୦ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ବୟାନ ରେକର୍ଡ ପରେ କୋର୍ଟ ଉପରେ ସମ୍ପୂର୍ଣ୍ଣ ଭରସା ଥିବା ରଶ୍ମିତା ଓ ତାଙ୍କ ବାପା କହିଛନ୍ତି।

ବାତ୍ୟାରେ ଏମିତି ପ୍ରଭାବିତ ହୋଇଥିଲା ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ବଙ୍ଗଳା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଚେନ୍ନାଇ: ଚାଲି ଯାଇଛି ବାତ୍ୟା ମ୍ୟାଗଜୋମ। କିନ୍ତୁ ଏବେ ମଧ୍ୟ ଏହାର ଚିହ୍ନ ବେଶ ଦୁଃଖ ଦେଉଛି। ତାମିଲନାଡ଼ୁରେ ବାତ୍ୟାର ପ୍ରଭାବ ଅଧିକ ରହିଥିବାବେଳେ ଏବେ ମଧ୍ୟ କିଛି ସ୍ଥାନ ଜଳମଗ୍ନ ହୋଇ ରହିଛି। ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ସାଧାରଣ ଲୋକ କାହିଁକି କଳାକାରଙ୍କ ଘର ମଧ୍ୟ ପ୍ରଭାବିତ ହୋଇଛି । ସୁପରଷ୍ଟାର ରଜନୀକାନ୍ତଙ୍କ ଆଲିସାନ ବଙ୍ଗଳା ମଧ୍ୟ ପ୍ରଭାବିତ ହୋଇଛି । ଘର ବାହାରେ ପାଣି ଜମି ରହିଥିବାବେଳେ ଯାତାୟତରେ ବହୁ ଅସୁବିଧା ଉପୁଜିଛି । ରଜନୀକାନ୍ତ ଘର ସାମନାରେ ରହିଥିବା ପାଣିର ଭିଡିଓକୁ ଜଣେ ୟୁଜର୍ସ ସେୟାର କରିଥିବାବେଳେ ଏବେ ଏହା ଭାଇରାଲ ହେବାରେ ଲାଗିଛି ।

ବାତ୍ୟା ପ୍ରଭାବରେ ତାମିଲ କଳାକାରଙ୍କ ଘରେ ମଧ୍ୟ ବିଜୁଳି ନଥିବାବେଳେ ସମେସ୍ତ କିଭଳି ଦିନ କାଟୁଥିଲେ କିଛି ଭିଡିଓ ମଧ୍ୟ ସେୟାର କରିଥିଲେ । ତେବେ ଏକ ଫିଲ୍ମର ସୁଟିଂ ପାଇଁ ଯାଇଥିବାବେଳେ ତାଙ୍କ ଘର ପ୍ରଭାବିତ ହୋଇଛି । ଯଦିଓ ସେମିତି କିଛି ଅସୁବିଧା ହୋଇନାହିଁ ତଥାପି ପାଣି ଭରି ରହିଛି । ଷ୍ଟାରମାନେ ପାଣି ପାଇଁ ଏବେ ଘରେ ଅଟକି ରହିଛନ୍ତି। ସେପଟେ ବାତ୍ୟାରେ କ୍ଷତି ପାଇଁ ସହାୟତାର ହାତ ବଢ଼ାଇଛନ୍ତି ତାମିଲ ଷ୍ଟାରମାନେ। ବାତ୍ୟା ପାଇଁ ଇଣ୍ଟରନେଟ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ବାତ୍ୟାରେ ଅନେକଙ୍କ ଧନ ନଷ୍ଟ ହୋଇଥିବାବେଳେ ଜୀବନ ମଧ୍ୟ ଯାଇଛି ।

ପଟିଆ କଲେଜ ନିକଟସ୍ଥ ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଭୁବନେଶ୍ୱର ପଟିଆ କଲେଜ ନିକଟ ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ। ଧୂପକାଠି ନିଆଁ ଲାଗି ଠାକୁର ଘର ପୋଡି ନଷ୍ଟ। ଇ-ବ୍ଲକର ଫ୍ଲାଟ ନମ୍ବର 201ରେ ଅଗ୍ନିକାଣ୍ଡ।

ନିଆଁ ବ୍ୟାପିବା ପୂର୍ବରୁ ଆପାର୍ଟମେଣ୍ଟର କେୟାର ଟେକର ନିଆଁକୁ ଆୟତ୍ତ କରବାକୁ ଚେଷ୍ଟା ଜାରି ରଖିଥିଲେ। ଫଳରେ ଅଞ୍ଚଳଟି ପୂରା ଧୂଆଁମୟ ହୋଇଯାଇଥିଲା। ଖବର ପାଇ ଚନ୍ଦ୍ର ଶେଖରପୁର ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ନିଆଁ ବ୍ୟାପିବା ପରେ ଅପାର୍ଟମେଣ୍ଟ ବସିନ୍ଦାଙ୍କ ମନରେ ଛନକା ପଶିଥିଲା।

ଖୁବ୍ ଶୀଘ୍ର ଗିରଫ ହେବେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ !

କଟକ: ଯେକୌଣସି ସମୟରେ ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ । ଯୌନ ନିର୍ଯାତନା ମାମଲାରେ ସୌରିନଙ୍କ ବିରୋଧରେ NBW ଜାରି କରିବା ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ। ଏନବିଡବ୍ଲୁ ଜାରି କରିବାକୁ ପୋଲିସ କୋର୍ଟରେ ଆବେଦନ କରିଛି। ତଦନ୍ତରେ ସହଯୋଗ କରୁନଥିବାରୁ ସୌରିନଙ୍କୁ ଯେକୌଣସି ସମୟରେ ପୋଲିସ ଗିରଫ କରିପାରେ। ସୌରିନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଛି ।

ଗତ ଜୁନ୍ ୧୨ ତାରିଖରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ନେଇ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସୌରିନ ଭଟ୍ଟ ବିବାହିତ ସତ୍ତ୍ୱେ ପୀଡ଼ିତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ। ପୀଡିତା ଏକଥା ଜାଣିବା ପରେ ସୌରିନଙ୍କ ଠାରୁ ଦୁରେଇ ଯିବାକୁ ଚାହିଁଥିଲେ। ପରେ ଯୁବତୀଙ୍କୁ ସୌରିନ ବ୍ଲାକମେଲ କରିଥିଲେ ବୋଲି ଅଭିଯୋଗ ହୋଇଛି। ସୌରିନ ଭଟ୍ଟ କରିଥିବା ଆଗୁଆ ଜାମିନ ଆବେଦନକୁ ନାମଞ୍ଜୁର କରିଥିଲେ ହାଇକୋର୍ଟ ।

ନୂଆବର୍ଷରୁ ମହଙ୍ଗା ହୋଇପାରେ କାର

ନୂଆଦିଲ୍ଲୀ: ନୂଆବର୍ଷରୁ ମହଙ୍ଗା ହୋଇଯିବ କାର୍ । ୨୦୨୪ରୁ ଲାଗୁ ହେବ ନୂଆ ପ୍ରାଇସ୍ । ୨୦୨୪ରେ ସବୁ ଗାଡ଼ିର ଦାମ୍ ୨ ପ୍ରତିଶତ ବଢ଼ିବ ବୋଲି  ସୂଚ଼ନା ଦିଆଯାଇଛି । କାର୍ କମ୍ପାନୀମାନେ ଭିନ୍ନଭିନ୍ନ ମଡେଲ୍ ପାଇଁ ପ୍ରାଇସ୍ ପ୍ରସ୍ତୁତ କରୁଥିବା କୁହାଯାଉଛି । କାର୍ ନିର୍ମାତା ୨୦୨୨  ଅକ୍ଟୋବରରେ ଲକ୍ଷେ ୬୭ ହଜାର ୫୨୦ ୟୁନିଟ୍ସ କାର୍ ବିକ୍ରି କରିଛନ୍ତି । ‘ମାରୁତି’ ଅକ୍ଟୋବରରେ ଲକ୍ଷେ ୭୭ ହଜାର ୨୬୬ ୟୁନିଟ୍ସ କାର୍ ବିକ୍ରି କରିଥିବା ରେକର୍ଡ ରହିଛି । ତେଣୁ ନୂଆ ବର୍ଷରେ ମାରୁତି କାରର ଦାମ୍ ବଢ଼ିବା ସମ୍ଭାବନା କରାଯାଉଛି ।

ସେହିପରି ଅଡ୍ଡିର ଦାମ ମଧ୍ୟ ବଢିପାରେ ବୋଲି କୁହାଯାଉଛି । କେବଳ ଅଡ୍ଡି ନୁହେଁ ଅନ୍ୟ କାର କମ୍ପାନୀମାନେ ରେଟ୍ ବଢ଼ାଇ ପାରନ୍ତି । ସେପଟେ ଭାରତରେ ମାରୁତି ସୁଜୁକି ଶସ୍ତା କାରଠୁ ଆରମ୍ଭ କରି MPV କାର୍ ପର୍ଯ୍ୟନ୍ତ ବିକ୍ରି କରୁଛି । ଭାରତରେ ‘ମାରୁତି ସୁଜୁକି’ର ଓ୍ବାଗନର୍, ଅଲ୍ଟୋ, ବଲେନୋ କାରର ଡିମାଣ୍ଡ ରହିଛି । ଏଣୁ ଏହିସବୁ ଗାଡ଼ିର ଦାମ ବଢ଼ିବାର ସମ୍ଭାବନା ରହିଛି ।