ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ପ୍ରସ୍ତୁତି ଆରମ୍ଭ

1 min read

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ପ୍ରସ୍ତୁତି ଆରମ୍ଭ । କର୍ତ୍ତବ୍ୟ ପଥରେ ପ୍ୟାରେଡ ପାଇଁ ଆରମ୍ଭ ହୋଇସାରିଛି ପ୍ରାକ୍ଟିସ । ଚଳିତ ବର୍ଷ ପ୍ୟାରେଡର ଥିମ୍ ରହିଛି ନାରୀ ଶକ୍ତି । ସେଥିପାଇଁ ପ୍ୟାରେଡର ସମଗ୍ର କଣ୍ଟିଜେଣ୍ଟରେ କେବଳ ମହିଳା ଦେଖିବାକୁ ମିଳିବେ ।  ଜାତୀୟ ସେବା ସ୍କିମ (NSS) ପ୍ଲାଟୁନ ପାଇଁ ସମଗ୍ର ଦେଶରୁ ୨୦୦ ଜଣ ଛାତ୍ରୀ  ମୋନିନିତ ହୋଇ ଦିଲ୍ଲୀ ଆସିଛନ୍ତି । ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜରୁ ମୋନୋନିତ ହୋଇ ଦିଲ୍ଲୀ ଆସିଛନ୍ତି ୮ ଜଣ ଛାତ୍ରୀ । ସାଧାରଣତନ୍ତ୍ର ଦିବସ ଅବସରରେ କ୍ରୀଡା ଏବଂ ଯୁବ ବ୍ୟାପାର ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ରେ ସେମାନେ ଭାଗ ନେଉଛନ୍ତି । ସେ ମଧ୍ୟରୁ ମନୋନୀତ ଛାତ୍ରୀ କର୍ତ୍ତବ୍ୟ ପଥରେ ପରେଡ ମଧ୍ୟ ଯୋଗ ଦେବେ।  ଜବାହରଲାଲ ଷ୍ଟାଡିୟମ୍ ଠାରେ ସେମାନଙ୍କ ନିୟମିତ ପ୍ରାକ୍ଟିସ ଚାଲିଛି। ଦିଲ୍ଲୀରେ ଶୀତ ଲହରୀ ଜାରି ଥିବା ସତ୍ତ୍ବେ ତାହାକୁ ଖାତିର ନକରି ସକାଳ ୬ ରୁ ଜାରି ରହିଛି ତାଙ୍କ ପ୍ୟାରେଡ ପ୍ରାକ୍ଟିସ୍ । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ନୂଆଦିଲ୍ଲୀ ପ୍ରତିନିଧି ଲିପିକା ମାହାନ୍ତ।