କ୍ବାର୍ଟର୍ସ ଛାଡିନାହାନ୍ତି ପୂର୍ବତନ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରୋ

ନନ୍ଦିଘୋଷ ବ୍ୟୁରୋ: କ୍ବାର୍ଟର୍ସ ଛାଡିନାହାନ୍ତି ପୂର୍ବତନ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରୋ । ଘର ଛାଡିବାକୁ ନୋଟିସ ଜାରି କଲା ଡିରେକ୍ଟୋରେଟ ଅଫ ଏଷ୍ଟେଟ୍ସ ।  ଗତ ଡିସେମ୍ବର ୮ରେ ଲୋକସଭା ସାଂସଦ ପଦରୁ ବହିଷ୍କୃତ ହୋଇଥିଲେ ସାଂସଦ । ପ୍ରଶ୍ନ ଲାଗି ଟଙ୍କା ମାମଲାରେ ବିବାଦରେ  ଫସିଥିଲେ ମହୁଆ ମୈତ୍ରୋ । ପୂର୍ବରୁ ଜାନୁଆରୀ ୭ ସୁଦ୍ଧା ବଙ୍ଗଳା ଛାଡିବା ଲାଗି ତାଙ୍କୁ ନୋଟିସ ହୋଇଥିଲା । ମାତ୍ର ସେ କ୍ବାର୍ଟର୍ସ ଛାଡି ନଥିବାରୁ ତାଙ୍କୁ ପୁଣି ନୋଟିସ ଜାରି କରାଯାଇଛି ।