spot_img
Home Blog Page 2279

ପ୍ରତାପ, ସଞ୍ଜୟ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ

ଭୁବନେଶ୍ବର: ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ମିଳିଲା ନିଯୁକ୍ତି । ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା ଜିଲ୍ଲା ପାଇଁ ଦାୟିତ୍ବ ଦିଆଯାଇଛି । ସେହିପରି ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲା ପାଇଁ ଦାୟିତ୍ବ ଦିଆଯାଇଛି । ଏହି ଦୁଇ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ପର୍ଯ୍ୟବେକ୍ଷକ ନିଯୁକ୍ତ ହେଲା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀୟୁକ୍ତ ନବୀନ ପଟ୍ଟନାୟକ ମତେ ଯେତେବେଳେ ଯେଉଁ ଦାୟିତ୍ଵ ଦେଇଛନ୍ତି ମୁଁ ତାକୁ ନିଷ୍ଠା ଓ ଆନ୍ତରିକତା ସହ ନିର୍ବାହ କରିଛି ବୋଲି କହିଛନ୍ତି ସଞ୍ଜୟ। ଏବେ ଯେଉଁ ଦାୟିତ୍ଵ ମିଳିଛି, ତାକୁ ପୂର୍ବ ଭଳି ମୋର ସାଧ୍ୟମତେ ନିର୍ବାହ କରିବି। ମୋ ଉପରେ ଭରସା, ବିଶ୍ବାସ ଓ ଆସ୍ଥା ପ୍ରକଟ କରିଥିବାରୁ ମୁଁ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା ।

ବାପା ଟିଉସନ ଫି’ ମାଗିବାରୁ ପୁଅକୁ ହତ୍ୟା କଲା ଯୁକ୍ତଦୁଇ ଛାତ୍ର

ଖୋର୍ଦ୍ଧା: ବାପା ଟିଉସନ ଫି’ ମାଗିବାରୁ ପୁଅକୁ ହତ୍ୟା। ଖୋର୍ଦ୍ଧା ଜଟଣୀ ଥାନା ବେଣାପଞ୍ଜୁରି ନାବାଳକ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା। ମୃତକ ଶୁଭମର ବାପାଙ୍କ ପାଖରେ ଟିଉସନ ହେଉଥିଲା ଅଭିଯୁକ୍ତ। ପ୍ରାୟ ୫ହଜାର ଟଙ୍କା ଟିଉସନ୍ ଫି ବାବଦକୁ ବାକି ରହିଥିଲା। ଶୁଭମଙ୍କ ବାପା ବାରମ୍ବାର

ଟିଉସନ୍ ଫି ମାଗିବାରୁ ପୁଅକୁ ଗତକାଲି ହତ୍ୟା କରିଥିବା କହିଛି ଅଭିଯୁକ୍ତ।

ଏନେଇ ପ୍ରେସମିଟ କରି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି। ଅଭିଯୁକ୍ତ ନିକଟରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଛି। ନାବାଳକର ମୃତଦେହ ଖୋର୍ଦ୍ଧା ମେଡିକାଲରେ ବ୍ୟବଚ୍ଛେଦ ପାଇଁ ରହିଛି। ମୃତ ନାବାଳକଙ୍କ ଘରକୁ ସିଲ୍ କରିଛି ଜଟଣୀ ଥାନା ପୋଲିସ। ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ତଦନ୍ତ କରୁଛି । ମୃତ ନାବାଳକ ବସିଥିବା ଖଟ ଓ ଘରକୁ ସାଇଣ୍ଟିଫିକ ଟିମ୍ ତନ୍ନତନ୍ନ କରି ଯାଞ୍ଚ କରୁଛି।

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ନର୍ଥ କୋରିଆର ଏଣ୍ଟ୍ରି

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ନର୍ଥକୋରିଆର ଏଣ୍ଟ୍ରି । ପାଲେଷ୍ଟାଇନକୁ ସମର୍ଥନ କରିବା ଲାଗି ନର୍ଥ କୋରିଆ ଶାସକ କିମ ଜଙ୍ଗ ଉନ୍ ତାଙ୍କ ସରକାରଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ମଧ୍ୟପ୍ରାଚ୍ୟର ବିଭିନ୍ନ ଆତଙ୍କୀ ସଂଗଠନକୁ ଅସ୍ତ୍ରଶସ୍ତ୍ର ବିକିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି ।

ନିଜର ଆଣବିକ କାର୍ଯ୍ୟକ୍ରମ ଲାଗି ଜାତିସଂଘ କଟକଣାର ଶିକାର ନର୍ଥକୋରିଆ ଅତୀତରେ ହମାସକୁ ଟ୍ୟାଙ୍କବିଧ୍ବଂସୀ ରକେଟ ଲଞ୍ଚର ଯୋଗାଇଥିଲା । ବର୍ତ୍ତମାନ ଇସ୍ରାଏଲ-ହମାସ ଯୁଦ୍ଧବେଳେ ନର୍ଥକୋରିଆ ବହୁ ଅସ୍ତ୍ରଶସ୍ତ୍ର ହମାମ ସମେତ ଅନ୍ୟ ଆତଙ୍କୀ ସଂଗଠନକୁ ଅସ୍ତ୍ର ବିକିବାକୁ ନିର୍ଦ୍ଦେଶ ଦେଇଛି ।

ଗତ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ  ହମାସ କରିଥିବା ଆକ୍ରମଣ ଘଟଣାରେ ବ୍ୟବହୃତ ହୋଇଥିବା ଅନେକ ଅସ୍ତ୍ରଶସ୍ତ୍ର ନର୍ଥକୋରିଆର ହୋଇଥିବା ସୂଚନା ମିଳିବାଥିଲା । ଅକ୍ଟୋବର ୭ ହମଲା ଘଟଣାରେ ହମାସ ଆତଙ୍କୀ ନର୍ଥ କୋରିଆର ଏଫ-୭ ରକେଟ ବ୍ୟବହୃତ କରିଥିଲେ ବୋଲି ସୂଚନା ମିଳିଥିଲା ।

ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କୁ ମିଳିଲା ଆଶ୍ବସ୍ତି

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣା। ସତ୍ୟର ହେଲା ଜୟ । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ଧରାପଡ଼ିଲା । ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । କଠୋର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ନିମ୍ନ ଅଦାଲତରୁ ରେକର୍ଡ ତଲବ କଲେ ହାଇକୋର୍ଟ । ଏ ନେଇ ଡିସେମ୍ବର ୧୯ ରେ ପରବର୍ତ୍ତୀ ଶୁଣାଣି ହେବ ।

 

ଆଜି EDରେ ହାଜର ହେବେନି କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀ ମଦନୀତି ମାମଲାରେ ତାଙ୍କୁ ଆଜି ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲା ଇଡି । ତେବେ ସେ ବିଭିନ୍ନ କାରଣରୁ ଆଜି ହାଜର ହୋଇପାରିବେ ନାହିଁ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚିଠି ଲେଖିବା ପରେ ତାଙ୍କୁ ଅନ୍ୟ କୌଣସି ତାରିଖ ଲାଗି ନୋଟିସ ଦିଆଯିବା ସମ୍ଭାବନା ରହିଛି ।

ବର୍ତ୍ତମାନ ନିର୍ବାଚନ ପ୍ରଚାର ଲାଗି ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି କେଜ୍ରିଓ୍ବାଲ । ଏହି ସମନ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି କେଜ୍ରିଓ୍ବାଲ । ନିଜ ପତ୍ରରେ କେଜ୍ରିଓ୍ବାଲ ଦର୍ଶାଇଛନ୍ତି ତୁରନ୍ତ ଏହି ନୋଟିସକୁ ପ୍ରତ୍ୟାହାର କରାଯାଉ । ଆଜି ଇଡିରେ ହାଜର ହେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ ମୁତୟନ ହୋଇଥିଲା ।

ଅନ୍ୟପଟେ ଦିଲ୍ଲୀର ସମାଜ କଲ୍ୟାଣ ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ । ଇଡିର ଏକ ସ୍ବତନ୍ତ୍ର ଟିମ୍ ତାଙ୍କ ଘରେ ପହଞ୍ଚି ସର୍ଚ୍ଚ ଅପରେସନ କରିଛନ୍ତି । ଦିଲ୍ଲୀ ମଦନୀତି ମାମଲାରେ ପଟେଲ ନଗର ବିଧାୟକ ତଥା ସମାଜ କଲ୍ୟାଣ ବିଭାଗ ମନ୍ତ୍ରୀ ଆନନ୍ଦଙ୍କ ଘରେ ଇଡି ଚଢାଉ କରିଛି । ଦିଲ୍ଲୀ ମଦନୀତି ମାମଲାରେ ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ଆନନ୍ଦଙ୍କ ନାମରେ ବି ମାମଲା ଦାୟର କରିଥିଲା ଇଡି ।

ଆନନ୍ଦଙ୍କ ଘରେ ଇଡି ରେଡକୁ ସମାଲୋଚନା କରିଛନ୍ତି ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ବାଜ । ସୌରଭ କହିଛନ୍ତି- ଆନନ୍ଦଙ୍କ ଏକମାତ୍ର ଭୁଲ୍ ଏହା ଯେ ସେ ଆପର ବିଧାୟକ । ବ୍ରିଟିଶ ଶାସନ କାଳରୁ କାହାରି ଘରେ ସର୍ଚ୍ଚ କରାଯିବା ପୂର୍ବରୁ କୋର୍ଟଙ୍କ ସର୍ଚ୍ଚ ଓ୍ବାରଣ୍ଟ ଆବଶ୍ୟକ ହେଉଥିଲା । ମାତ୍ର ବର୍ତ୍ତମାନ ଇଡି ତାହା କରୁନାହିଁ ବୋଲି ସେ କହୁଛନ୍ତି ।

ଆଜି କିଙ୍ଗ ଖାନଙ୍କ ଜନ୍ମଦିନ, ମିଡନାଇଟରେ ବାଲକୋନିରୁ ଫ୍ୟାନଙ୍କୁ ଭେଟିଲେ ଶାହରୁଖ

ମୁମ୍ବାଇ: ଆଜି ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କ ଜନ୍ମଦିନ । ୫୮ ବର୍ଷ ବୟସରେ ପାଦ ଦେଲେ ଶାହାରୁଖ । ମିଡନାଇଟରେ ମନ୍ନତ ସାମନାରେ  ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଫ୍ୟାନ , ଫ୍ୟାନମାନଙ୍କୁ ବାଲକୋନିରୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ ବାଦଶାହା । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଜି ବି ରୋମାଣ୍ଟିକ ଷ୍ଟାର ଭାବେ ଶାହରୁଖ ଅଛନ୍ତି ଫ୍ୟାନଙ୍କ ହୃଦୟରେ । ଜନ୍ମଦିନ ଅବସରରେ ବଲିଉଡ୍ ବାଦଶାହାଙ୍କ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସେପଟେ ଆଜି ଜନ୍ମଦିନରେ ଶାହାରୁଖଙ୍କ ଅପକମିଂ ଫିଲ୍ମ ‘ଡଙ୍କି’ର ଟିଜର ରିଲିଜ ହେବ। ଫିଲ୍ମଟି ଡସେମ୍ବର ୨୨ ରେ ପରଦାକୁ ଆସିବ ଏହି ଫିଲ୍ମ ।

ଅରବିନ୍ଦ କେଜ୍ରିଓ୍ବାଲ ଗିରଫ ହେଲେ କିଏ ସମ୍ଭାଳିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାୟିତ୍ବ?

ନୂଆଦିଲ୍ଲୀ: ଆଜି ଦିନ ୧୧ଟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବନ୍ଦି କେଜ୍ରିଓ୍ବାଲ । ତାଙ୍କୁ ଗିରଫ କରାଯିବା ସମ୍ଭାବନା ଅଧିକ ବୋଲି ଆଶଙ୍କା କରୁଛନ୍ତି ଆପ୍ ନେତା । ପ୍ରଶ୍ନ ଉଠୁଛି ଯଦି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରାଯାଏ ତେବେ କିଏ ସମ୍ଭାଳିବେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଦାୟିତ୍ବ ।

ସାମ୍ବିଧାନିକ ଓ ଆଇନଗତ ବ୍ଯବସ୍ଥା ମଧ୍ଯରେ କେଜ୍ରିଓ୍ବାଲ ମୁଖ୍ଯମନ୍ତ୍ରୀ ଭାବେ ରହିବାରେ ପ୍ରତିବନ୍ଧକ ନାହିଁ । ତେବେ ଏହି କ୍ଷେତ୍ରରେ ତାଙ୍କ ନୈତିକତା ନେଇ ଉଠିପାରେ ପ୍ରଶ୍ନ । ଯଦି ସେ ଗିରଫ ହୋଇ ଜେଲରେ ରହି ମୁଖ୍ଯମନ୍ତ୍ରୀ ଦାୟିତ୍ବ ତୁଲାଇବେ ତେବେ ବିରୋଧୀ ଇଣ୍ଡିଆ ମେଣ୍ଟ ଲାଗି ବି ହୋଇପାରେ ଅଡୁଆ ।

ସାଧାରଣତଃ କୌଣସି ମୁଖ୍ଯମନ୍ତ୍ରୀ ଜେଲ ଗଲେ ସେ ଇସ୍ତଫା ଦେଇଥାନ୍ତି । ଯଦି କେଜ୍ରିଓ୍ବାଲ ଜେଲରେ ରହି ମୁଖ୍ଯମନ୍ତ୍ରୀ ଦାୟିତ୍ବ ସମ୍ଭାଳନ୍ତି ତେବେ ଅନ୍ୟମାନଙ୍କ କ୍ଷେତ୍ରରେ ବି ଏହା ଲାଗୁ ହୋଇପାରେ । ସମ୍ବିଧାନ ବିଶେଷଜ୍ଞଙ୍କ ମତରେ ଯଦି କେଜ୍ରିଓ୍ବାଲ ଜେଲରେ ରହନ୍ତି ତେବେ କ୍ଯାବିନେଟ ବୈଠକ ପରିଚାଳନା ଲାଗି ସେ ଅନ୍ୟ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇପାରନ୍ତି । ଆଇନ ଅନୁସାରେ କୌଣସି କୋର୍ଟ ଦ୍ବାରା ଯଦି ଜଣେ ନିର୍ବାଚିତ ପ୍ରତିନିଧି 2 ବର୍ଷ ବା ଅଧିକ ସମୟ ଲାଗି ଦଣ୍ଡ ପାଇବା ଲାଗି ଯୋଗ୍ୟ ହୋଇନଥାନ୍ତି ତେବେ ସେ ନିଜର ସଦସ୍ୟତା ହରାଇ ପାରିବେ ନାହିଁ ।

ବେଆଇନ ଅର୍ଥ କାରବାର ମାମଲାରେ ଗତ ୨୦୨୨ ମେ ମାସରେ ସତ୍ୟେନ୍ଦ୍ର ଜୈନ ଗିରଫ ହେବା ପରେ ବି ସେ ୨୦୨୩ ଫେବ୍ରୁଆରୀ ୨୮ ଯାଏ ମନ୍ତ୍ରୀ ଦାୟିତ୍ବରେ ଥିଲେ । ଜଣେ କର୍ତ୍ତବ୍ୟରତ ମୁଖ୍ଯମନ୍ତ୍ରୀଙ୍କୁ ଗିରଫ କରିବା ଘଟଣାର କୌଣସି ନଜିର ନାହିଁ । ବିହାରର ତତକାଳୀନ ମୁଖ୍ଯମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଗୋଖାଦ୍ଯ ଦୁର୍ନୀତି ମାମଲାରେ ଗିରଫ ପରଓ୍ବାନା ଜାରି କରିବା ପରେ ସେ ଇସ୍ତଫା ଦେଇଥିଲେ । ପରେ ତାଙ୍କ ପତ୍ନୀ ରାବଡି ଦେବୀ ମୁଖ୍ଯମନ୍ତ୍ରୀ ହୋଇଥିଲେ । ପରଦିନ ଲାଲୁଙ୍କୁ ଗିରଫ କରାଯାଇଥିଲା ।

ଘରେ ପଶି ନାବାଳକକୁ କିଏ କରିଲା ହତ୍ୟା?

ଖୋର୍ଦ୍ଧା: ଘରେ ପଶି ନାବାଳକକୁ କିଏ କରିଲା ହତ୍ୟା । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ ନିର୍ମମ ହତ୍ୟାକାଣ୍ଡ ପଛର କାରଣ କଣ । ପାଠ ପଢୁଥିବାବେଳେ ନବମ ଶ୍ରେଣୀର ଛାତ୍ର ଶୁଭମ ସ୍ବରୂପ ପାଲଟାସିଂଙ୍କୁ ଛୁରି ଭୁସି ହତ୍ୟା କରିଛି ଦୁର୍ବୃତ୍ତ । ଶୁଭମକୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  ।

ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ  । ଛୁରାମାଡ଼ କିଏ ଓ କାହିଁକି କଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।  ଭୁବନେଶ୍ବର ୩ ନମ୍ବର ଜୋନ ଏସୀପି  ପ୍ରଦୀପ କୁମାର ରାଉତ ଏବଂ ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ଛାନବିନ କରିଛନ୍ତି  । ସ୍ବତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ଦିଗରୁ ତଦନ୍ତ କରାଯାଉଥିବାବେଳେ ସାଇଣ୍ଟିଫିକ ଟିମର ସହାୟତା ନିଆଯାଇଛି  । ମୃତକ ଶୁଭମଙ୍କ ବାପା ମନୋଜ ପାଲଟାସିଂ ଜଣେ ଶିକ୍ଷକ  । ଗତକାଲି ସନ୍ଧ୍ୟାରେ ଝିଅ ଓ ପତ୍ନୀଙ୍କ ସହିତ ମିଶି ମନୋଜ କିଛି ପିଲାଙ୍କୁ ଘରେ ଟିଉସନ କରୁଥିଲେ । ଏହି ସମୟରେ ଅନ୍ୟ ଏକ ଘରେ ପସି ପାଠ ପଢୁଥିଲା ଶୁଭମ  । ହଠାତ ଚିତ୍କାର ଶୁଣି ଶୁଭମର ମାଆ ପୁଅ ପାଖକୁ ଆସି ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ  । ତୁରନ୍ତ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ  । ପୂର୍ବରୁ କାହା ସହିତ ଶତ୍ରୁତା ନଥିଲା ବୋଲି ଶୁଭମ ବାପା କହିଛନ୍ତି  । ତେବେ କେଉଁ କାରଣ ପାଇଁ ଆଉ କିଏ ଶୁଭମଙ୍କୁ ହତ୍ୟା କଲା ସେନେଇ ପୋଲିସ ଛାନବିନ ଜାରି ରଖିଛି  ।

ଆଜି ଓ୍ବାଙ୍ଖଡେରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା 

ନୂଆଦିଲ୍ଲୀ: ଆଜି ବିଶ୍ବକପରେ ରହିଛି ହାଇଭୋଲଟେଜ୍ ମ୍ୟାଚ୍ । ଦିନ ୨ଟାରେ ମୁମ୍ବାଇର ଓ୍ବାଙ୍ଖଡେରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା  । ଏଯାଏ ମୋଟ ୬ଟି ମ୍ୟାଚ ଖେଳି ଅପରାଜିତ ରହିଛି ଭାରତ । ଅନ୍ୟପଟେ ଶ୍ରୀଲଙ୍କା ମାତ୍ର ୨ଟି ମ୍ୟାଚ ଜିତିଛି ।

ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି । ଆଜିର ମ୍ୟାଚ ଜିତି ଅପରାଜେୟ ଧାରା ଜାରି ରଖିବାକୁ ଲକ୍ଷ୍ଯ ରଖିଛି ରୋହିତ ବିଗ୍ରେଡ । ଆଜିର ମ୍ୟାଚ ଜିତି ସେମିଫାଇନାଲ ଟିକେଟକୁ ପକ୍କା କରିବାକୁ ଭାରତ ରଣନୀତି ପ୍ରସ୍ତୁତ କରିଛି । ଦିନିକିଆ ବିଶ୍ବକପ ଇତିହାସରେ ଉଭୟ ଦେଶ ୯ ଥର ମୁହାଁମୁହିଁ ହୋଇଛନ୍ତି । ଉଭୟ ଦଳ ୪ଟି ଲେଖାଏ ମ୍ୟାଚ ଜିତିଥିବାବେଳେ ଗୋଟିଏର ଫଳାଫଳ ବାହାରିପାରିନଥିଲା ।

ଦିନିକିଆ ଇତିହାସରେ ଦୁଇ ଦେଶ ୧୬୭ ଥର ମୁକାବିଲା କରିଥିବା ବେଳେ ଭାରତ ୯୮ଟି ଓ ଶ୍ରୀଲଙ୍କା ୫୭ଟିରେ ବିଜୟ ଲାଭ କରିଛିଲେ । ଭାରତ ଘରୋଇ ପରିବେଶରେ ୩୯ଟି ମ୍ୟାଚ ଜିତିଥିବା ବେଳେ ଶ୍ରୀଲଙ୍କା ୨୮ଟି ଜିତିଛି । ଏସିଆ କପ ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ପରାଜିତ କରି ଟାଇଟଲ ହାତେଇଥିଲା । ବର୍ତ୍ତମାନ ସ୍ଥିତିରେ ଶ୍ରୀଲଙ୍କତା ବିପକ୍ଷରେ ଭାରତର ପଲ୍ଲା ଭାରି ରହିଛି ।

ବୈଦ୍ୟୁତିକ ଯାନ-EV ର ପ୍ରଦର୍ଶନ ମେଳା ଅନୁଷ୍ଠିତ

ଭୁବନେଶ୍ୱର : ବିଦ୍ୟୁତ୍ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବୈଦ୍ୟୁତିକ ଯାନ-ଇଭି ପ୍ରଦର୍ଶନ ତଥା କର୍ମଶାଳା ଆୟୋଜିତ ହୋଇଯାଇଛି ଏଥିରେ ବିଭିନ୍ନ ମଡେଲର ଇଭି କାର୍, ଅଟୋ, ବାଇକ୍, ସ୍କୁଟି ଓ ସାଇକେଲ ପ୍ରଦର୍ଶିତ ହୋଇଥିଲା । ଇଭି ବ୍ୟବହାର ଦ୍ଵାରା ପରିବେଶ ସୁରକ୍ଷା ପାଇଁ ସଚେତନ କରାଯାଇଥିଲା। ବୈଦ୍ୟୁତିକ ଯାନ ସମ୍ପର୍କରେ ଲୋକଙ୍କ ମନରେ ଥିବା ଭୁଲ ଧାରଣାକୁ ଏହି ପ୍ରଦର୍ଶନୀରେ ଦୂର କରାଯାଇଥିଲା। ବୈଦ୍ୟୁତିକ ଯାନ ଚାର୍ଜ ହେବା ପାଇଁ ଦୀର୍ଘ ସମୟ ଲାଗେନାହିଁ। ଏଥିରେ ଆବଶ୍ୟକ ଅନୁସାରେ ଦ୍ରୁତ ଗତିରେ ଚଲାଇ ହେବ। ବାରମ୍ବାର ବ୍ୟାଟେରି ବଦଳାଇବାର ଆଦୌ ଆଶଙ୍କା ନାହିଁ। ଏହା ସହିତ ବହୁତ ଇଭି ଚାର୍ଜିଂ ଷ୍ଟେସନ ଖୋଲିବାରେ ଲାଗିଲାଣି। ସମଗ୍ର ବିଶ୍ଵରେ ପ୍ରଦୂଷଣକୁ କମାଇବା ଏବଂ ବିଦ୍ୟୁତ୍ ସଂଚୟ ପାଇଁ ଉଦ୍ୟମ ଚାଲିଛି। ସେହି କ୍ରମରେ ଓଡ଼ିଶା ସରକାର ମଧ୍ୟ ନିଜସ୍ଵ ଇଭି-ନୀତି ପ୍ରସ୍ତୁତ କରିବା ସହ ବୈଦ୍ୟୁତିକ ଯାନ କ୍ରୟକୁ ପ୍ରୋତ୍ସାହିତ କରୁଛନ୍ତି। ଏହା କିଣିବା ପାଇଁ ସୁଧ ହାରରେ ରିହାତି ସହ ୫ ହଜାରରୁ ୪ଲକ୍ଷ ଟଙ୍କା ଯାଏ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି। ରିହାତି ରାଶି ପାଇବା ପାଇଁ ସ୍ଵତନ୍ତ୍ର ପୋର୍ଟାଲ ମଧ୍ୟ ରହିଛି। http://odishatransport.gov.in ଲିଙ୍କ୍ ରେ ରିହାତି ପାଇଁ ଆବେଦନ କରିହେବ। ବୈଦ୍ୟୁତିକ ଯାନ ବ୍ୟବହାର ଦ୍ଵାରା ଅଙ୍ଗାରକାମ୍ଳ ନିର୍ଗମକୁ ହ୍ରାସ କରାଯାଇପାରିବ। ଶବ୍ଦ ବିହୀନ ଓ ପ୍ରଦୂଷଣମୁକ୍ତ ହୋଇଥିବା ବେଳେ ଏଥିରେ ଡିଜେଲ କିମ୍ବା ପେଟ୍ରୋଲ ଭଳି ଜୀବାଶ୍ମ ଇନ୍ଧନର ଆବଶ୍ୟକତା ନାହିଁ। ଏହାକୁ ଚାର୍ଜ କରିବା ପାଇଁ ବିଦ୍ୟୁତ୍ ବିଲ୍ ବାବଦକୁ ବହୁତ କମ ଅର୍ଥ ଖର୍ଚ୍ଚ ହୋଇଥାଏ। ଘରେ ମଧ୍ୟ ଚାର୍ଜ କରିହେବାର ବ୍ୟବସ୍ଥା ରଖାଯାଇଛି। ଏହାର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ସ୍ଵଳ୍ପ ଅର୍ଥ ଖର୍ଚ୍ଚ ହୁଏ। ଏହାର ପଞ୍ଜୀକରଣ ନିଶୁଳ୍କ ହୋଇଥିବା ବେଳେ ରୋଡ୍ ଟାକ୍ସ ମଧ୍ୟ ଦେବାକୁ ପଡ଼େନାହିଁ। ଏହି କର୍ମଶାଳା ତଥା ପ୍ରଦର୍ଶନୀକୁ ସର୍ବୋଚ୍ଚ ଯନ୍ତ୍ରୀ ତଥା ପ୍ରମୁଖ ମୁଖ୍ୟ ବିଦ୍ୟୁତ୍ ନିରୀକ୍ଷକ ସୁରେଶ ଚନ୍ଦ୍ର ମହାରଣା ଉଦ୍ଘାଟନ କରିଥିଲେ। ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ। ବିଭିନ୍ନ ନାମୀଦାମୀ କମ୍ପାନି ସେମାନଙ୍କ ବୈଦ୍ୟୁତିକ ଯାନର ପ୍ରଦର୍ଶନ କରିଥିଲେ।