୨୦୨୪-୨୫ ବର୍ଷ ପାଇଁ ବିଜୁଳି ଦର ହେବ ଧାର୍ଯ୍ଯ

1 min read

ଭୁବନେଶ୍ବର: ଆସନ୍ତା ଆର୍ଥିକ ବର୍ଷ ପାଇଁ ବିଜୁଳି ଦର ଧାର୍ଯ୍ୟ ପାଇଁ ୩୦ ତାରିଖରୁ ଓଇଆରସିରେ ଆରମ୍ଭ ହେବ ଜନ ଶୁଣାଣି । ପ୍ରଥମ ଦିନ ଓଏଚପିସି କମିଶନର ଶୁଣାଣି ଆରମ୍ଭ କରିବେ l ସେହିଦିନ ଓପିଜିସି ମଧ୍ୟ ଶୁଣାଣି ହେବ । ୩୧ ତାରିଖରେ ଗ୍ରିଡକୋ ଓ ୨ ତାରିଖରୁ ଟାଟା ପାୱାର ଶୁଣାଣି ହେବ । ଫେବୃୟାରୀ ୬ ତାରିଖ ପର୍ଯ୍ୟନ୍ତ ଶୁଣାଣି ଚାଲିବ । ୭ ତାରିଖ ଦିନ ଆଡଭାଇଜରୀ କମିଟି ବସି ପକ୍ଷ ରଖିଥିବା ବିଭିନ୍ନ ଆବଣ୍ଟନ ଓ ବିତରକ କମ୍ପାନୀ ମଧ୍ଯରେ ବିଚାର କରାଯାଇ ଦର ଧାର୍ଯ୍ଯ କରାଯିବ ବୋଲି ଓଇଆରସି ସଚିବ କହିଛନ୍ତି ।

ସେପଟେ ବିଜୁଳି ଦର ଚଳିତ ଆର୍ଥିକ ବର୍ଷରେ ବଢି ନପାରେ ବୋଲି ଆକଳନ କରିଛନ୍ତି ଉପଭୋକ୍ତା ମହାସଂଘ । ଏଟିସି ଲସ ୧ ପ୍ରତିଶତ କମିବା ଶହ ବିଭିନ୍ନ ସରକାରୀ ସଂସ୍ଥା ଲାଭରେ ଥିବାରୁ ବିଜୁଳି ଦର ବୃଦ୍ଧି ନପାଇପାରେ । ତେଣୁ ୨୦୨୪-୨୫ ଆର୍ଥିକ ବର୍ଷରେ ଦର ଅପରିବର୍ତ୍ତିତ ରହିପାରେ । ବର୍ତ୍ତମାନ ବିଜୁଳି ୟୁନିଟ ପିଛା ୫ ଟଙ୍କା ୭୦ ପଇସା ରହିଛି । ଟାଟା ପାୱାର ବିତରଣ ଦାୟିତ୍ଵ ନେବା ପରେ ବିଜୁଳି ଦର ବୃଦ୍ଧି ପାଇ ନାହିଁ । ଏହା ସରକାରଙ୍କ ବଡ ଉପଲବ୍ଧି । ନୂଆ ଦର ଏପ୍ରିଲ୍ ମାସରୁ ଲାଗୁ ହେବ ।