spot_img
Home Blog Page 2222

ବିକାଶମୂଳକ କାର୍ଯ୍ୟକୁ ସହି ପାରୁନାହାନ୍ତି ବଲାଙ୍ଗୀର ବିଧାୟକ ଓ ତାଙ୍କ ପୁଅ : କଳିକେଶ

ବଲାଙ୍ଗୀର : କଂଗ୍ରେସ ନେତାଙ୍କୁ ବିକାଶ ଦେଖାଯାଉନି । ଯେକୌଣସି ବିକାଶମୂଳକ କାର୍ଯ୍ୟକୁ ସହ୍ୟ କରିପାରୁନାହାଁନ୍ତି ବଲାଙ୍ଗୀର ବିଧାୟକ କି ତାଙ୍କ ପୁଅ । । ଏଆଇସିସି ସଦସ୍ୟ ତଥା କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବରେ ଏହା କହିଛନ୍ତି ପୂର୍ବତନ ସାଂସଦ ତଥା ହାଉସିଂ ବୋର୍ଡ ଅଧ୍ଯକ୍ଷ କଳିକେଶ ନାରାୟଣ ସିଂଦେଓ । ଗତକାଲି ଲୋୟର ସୁକତେଲ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଉପସ୍ଥିତ ମାଆ ମାନଙ୍କୁ ଭଡାଟିଆ କହି ଅସମ୍ମାନ କରିଥିଲେ ବଲାଙ୍ଗୀର ବିଧାୟକ । ବିଧାୟକ ବିକାଶ ଦେଖି ସହି ପାରୁନାହାନ୍ତି, ବିଧାୟକଙ୍କୁ ଡ୍ୟାମର ପାଣି ଦେଖାଗଲାନି । କଂଗ୍ରେସ ବିଧାୟକ ନରସିଂହ ମିଶ୍ର କି ତାଙ୍କ ପରିବାର କେବେବି ବଲାଙ୍ଗୀର ବିକାଶ ପାଇଁ ଚିନ୍ତା କରିନାହାନ୍ତି ।

ନିଜ ପରିବାର କିପରି ଠିକା ପାଇବେ ସେ ନେଇ ଚିନ୍ତା କରିଛନ୍ତି ବୋଲି କଳିକେଶ ଅଭିଯୋଗ କରିଛନ୍ତି । ସେ ଜମିମାଫିଆ, ବାଲିମାଫିଆ, ଟେଣ୍ଡର ମାଫିଆଙ୍କୁ ସନ୍ତୁଷ୍ଟ କରି ବଲାଙ୍ଗୀରକୁ ଲୁଟ କରିଚାଲିଛନ୍ତି ବୋଲି କଳିକେଷ ଆକ୍ଷେପ କରିଛନ୍ତି । ବଲାଙ୍ଗୀରବାସୀ ସବୁ ଜାଣିଗଲେଣି, ଏଥର ଉଚିତ୍ ଜବାବ ଦେବେ ବୋଲି ସେ କହିଛନ୍ତି । ବଲାଙ୍ଗୀର ଜିଲ୍ଲାର ଜୀବନରେଖା ଲୋୟର୍ ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିଣ ଉତ୍ସବକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଟାର୍ଗେଟ କରିଥିଲେ ସମରେନ୍ଦ୍ର ମିଶ୍ର  ।

ଅଣ୍ଡରଓ୍ବାର୍ଲଡ ଡନ ଦାଉଦ ଇବ୍ରାହିମର ମହାରାଷ୍ଟ୍ରରେ ଥିବା ପୈତୃକ ସମ୍ପତ୍ତି ନିଲାମ ହେବ

ନନ୍ଦିଘୋଷ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଅଣ୍ଡରଓ୍ବାର୍ଲଡ ଡନ ଦାଉଦ ଇବ୍ରାହିମ । ଏଥର କିନ୍ତୁ ଭିନ୍ନ ପ୍ରସଙ୍ଗରେ । ମହାରାଷ୍ଟ୍ରରେ ଥିବା ୪ଟି ପୈତୃକ ସମ୍ପତ୍ତିର ଆସନ୍ତାକାଲି ହେବ ନିଲାମ । ସ୍ମଗଲର୍ସ ଆଣ୍ଡ ଫରେନ ଏକ୍ସଚେଞ୍ଜ ମାନିପୁଲେଟର୍ସ ଅଥରିଟି ବା ସାଫେମା ପକ୍ଷରୁ ନିଲାମ ହେବ ସମ୍ପତ୍ତି । ଦାଉଦ ଇବ୍ରାହିର ପୈତୃକ ଗ୍ରାମ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲା ଅନ୍ତର୍ଗତ ମୁମ୍ବକେ ଗ୍ରାମସ୍ଥିତ କେତେକ କୃଷି ଜମି ନିଲାମ ହେବ । ଚାରିଟି ପ୍ଲଟର ନିଲାମ ମୂଲ୍ୟ ରହିଛି ୧୯ ଲକ୍ଷ ୨ ହଜାର ଟଙ୍କା । ପୂର୍ବରୁ ୨୦୧୭ ଓ ୨୦୨୦ରେ ସାଫେମା ଜରିଆରେ ଦାଉଦ ଇବ୍ରାହିମର ୧୭ଟି ସମ୍ପତ୍ତିକୁ ନିଲାମ କରାଯାଇଥିଲା । ସ୍ମଗଲିଂ ଓ ଏନଡିପିଏସ ଆଇନ ଆଧାରରେ ଦାଉଦ ଓ ତାର ପରିବାରର ବିଭିନ୍ନ ସଦସ୍ୟଙ୍କ ସମ୍ପତ୍ତିକୁ ସାଫେମା ଆଟାଚ କରୁଛି । अंडरवर्ल्ड डॉन दाऊद इब्राहिम कराची के अस्पताल में एडमिट, सोशल मीडिया पर जहर  दिए जाने का दावा - does Underworld don Dawood Ibrahim poisoned in Karachi  info intensifies on social ...

ନିଲାମ ହେବାକୁ ଥିବା ସମ୍ପତ୍ତି ମଧ୍ୟରେ ରହିଛି ଦାଉଦର ମା ଅମିନାଙ୍କ କିଛି ସମ୍ପତ୍ତି । ପୂର୍ବରୁ ସାଫେମା ପକ୍ଷରୁ ଦାଉଦର ହୋଟେଲ ରୌନାକ ଆଫ୍ରୋଜ, ସବନମ ଗେଷ୍ଟ ହାଉସ, ଦାମରଓ୍ବାଲ ବିଲଡିଂରେ ଥିବା ୬ଟି ଘରକୁ ୧୧ କୋଟି ଟଙ୍କାରେ ୨୦୧୭ରେ ନିଲାମ କରାଯାଇଥିଲା । ଗତ ୨୦୨୦ରେ ବି ଦାଉଦର ୨୨ ଲକ୍ଷ ୭୯ ହଜାର ଟଙ୍କାର ସମ୍ପତ୍ତି ବି ନିଲାମ ହୋଇଥିଲା । କିଛି ଦିନ ତଳେ ଦାଉଦର ସ୍ବାସ୍ଥ୍ୟ ଖରାପ ଓ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଖବର ପ୍ରକାଶ ପାଇଥିଲା ।

ଜଙ୍ଗଲରୁ ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର, ହତ୍ୟା କରାଯାଇଥିବା ଅଭିଯୋଗ

କାଲିମେଳା : ଜଘନ୍ୟ, ବିଭତ୍ସ ଓ ଲୋମହର୍ଷଣ ଘଟଣା । ନୂଆବର୍ଷରେ ଯୁବକଙ୍କ ହତ୍ୟା । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମଭି ୧୨୬ ଜଙ୍ଗଲରେ ଜଘନ୍ୟ ହତ୍ୟାକାଣ୍ଡ ହୋଇଛି । ନୂଆବର୍ଷ ଦିନ ବଣଭୋଜି କରିବା ପାଇଁ ଜଙ୍ଗଲକୁ ଯାଇଥିବା ଜଣେ ଯୁବକଙ୍କର ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ବଜା ମିଛୁ । ସୂଚନା ଅନୁସାରେ ନୂଆବର୍ଷ ଦିନ ତାଗୁରୁକୋଟା ଗ୍ରାମର କାନା ମିଛୁଙ୍କ ପୁଅ ବଜା ମିଛୁ ନିଜର ୩ ଜଣ ସାଙ୍ଗଙ୍କ ସହିତ ପୂର୍ବାହ୍ନରେ ବଣଭୋଜି କରିବାକୁ ଯାଇଥିଲେ। ସେଦିନ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବଜାଙ୍କୁ ଆଉ ପାଇ ପାରି ନଥିଲେ। ଫଳରେ ପୁଅ ନିଖୋଜ ନେଇ ମୋଟୁ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଆଜି ବଜା ମିଛୁଙ୍କ ମୁଣ୍ଡ ବିହୀନ ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଛି। ମୃତଦେହ ଠାବ କରାଯିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ତେବେ ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି । ପୁଲିସ ତଦନ୍ତ ପରେ ବଜାଙ୍କର ମୃତ୍ୟୁ କାରଣ ଜଣାପଡ଼ିବ ‌ବୋଲି ଆଶା କରାଯାଉଛି।

ସମଲେଇ ପ୍ରକଳ୍ପ ଲୋକାର୍ପଣ ସମୟରେ ପଶ୍ଚିମ ଓଡିଶାର ପ୍ରମୁଖ ମନ୍ଦିରକୁ କରାଯିବ ନିମନ୍ତ୍ରଣ

ସମ୍ବଲପୁର : ଆଜି ସମ୍ବଲପୁରରେ ଅନୁଷ୍ଠିତ ହୋଇଛି ବିଜେଡି ସାଂଗଠନିକ ବୈଠକ । ଆଗାମୀ ଦିନରେ ଦଳକୁ ପଶ୍ଚିମ ଓଡିଶାରେ କିଭଳି ଅଧିକ ସୁଦୃଢ ଓ ସକ୍ରିୟ କରାଯାଇପାରିବ ସେନେଇ ବୈଠକରେ ବିଷଦ ଭାବେ ଆଲୋଚନା ହୋଇଛି । ପୂର୍ବତନ ସାଂସଦ ତଥା ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସମ୍ବଲପୁର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀଙ୍କ ସମେତ ଦଳର ବହୁ ବିଧାୟକ, ନେତା ଓ କର୍ମୀ ଯୋଗ ଦେଇଥିଲେ । ବୈଠକରେ ଦଳର ସାଂଗଠନିକ କାର୍ଯ୍ୟକ୍ରମ ସହ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନେଇ ମଧ୍ୟ ଆଲୋଚନା ହୋଇଛି ।

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଂଚିଛି । ଖୁବଶୀଘ୍ର ଏହାର ଲୋକାର୍ପଣ କରାଯିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ । ସମଲେଇ ପ୍ରକଳ୍ପ ଲୋକାର୍ପଣ ସମୟରେ ପଶ୍ଚିମ ଓଡିଶାର ସବୁ ଜିଲ୍ଲାର ପ୍ରମୁଖ ମନ୍ଦିରଗୁଡ଼ିକୁ ନିମନ୍ତ୍ରଣ କରାଯିବ । ସମ୍ବଲପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ବ ନେବା ପରେ ଏହା ଥିଲା ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଥମ ବୈଠକ ।

ଧାମନଗରରେ ଭାରତ ସଙ୍କଳ୍ପ ଯାତ୍ରା ବିବାଦରେ ବିଜେପି କର୍ମିମାନେ ସଂପୃକ୍ତ

ଧାମନଗର : ବୁଧବାର ଧାମନଗରରେ ଭାରତ ସଙ୍କଳ୍ପ ଯାତ୍ରା ସମୟରେ ହୋଇଥିବା ବିବାଦରେ ବିଜେପି କର୍ମୀମାନେ ସଂପୃକ୍ତ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିଛନ୍ତି ନିର୍ବାଚନମଣ୍ଡଳିର ସବୁ ସରପଞ୍ଚ ଓ ସ୍ଥାନୀୟ ଲୋକେ । ଭାରତ ସଙ୍କଳ୍ପ ଯାତ୍ରା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ଏଥିରେ ସ୍ଥାନୀୟ ଜନପ୍ରତିନିଧୀମାନେ ସାମିଲ ହେଉଛନ୍ତି । କିନ୍ତୁ ଆରମ୍ଭରୁ ଏହି ଯାତ୍ରା ସମୟରେ ସୃଷ୍ଟି ହୋଇଥିବା ଦଳୀୟ କନ୍ଦଳରେ ସରପଞ୍ଚମାନେ ଭୟଭିତ ହୋଇପଡିଛନ୍ତି । ଏନେଇ ସେମାନେ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଅବଗତ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସରପଞ୍ଚମାନେ ଅଭିଯୋଗ କରିଛନ୍ତି ଯେ, ଧାମନଗରର ବିଧାୟକ ଭାରତ ସଙ୍କଳ୍ପ ଯାତ୍ରାକୁ ରାଜନୀତିକରଣ କରିଦେଇଛନ୍ତି ।

ସଙ୍କଳ୍ପ ଯାତ୍ରା ଧାମନଗର ଚୁଡାକୁଟି ପଞ୍ଚାୟତ କାର୍ଯାଳୟ ପରିସର ବଦଳରେ ମେଳଣ ପଡିଆରେ କରାଯାଇଥିଲା। ଦଳୀୟ ଭିତ୍ତିରେ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ସବୁ ବିଜେପି କର୍ମୀ ଯୋଗଦେଇଥିଲେ । ଯାତ୍ରାରେ ସାଧାରଣ ଲୋକଙ୍କୁ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନହିତକର ଯୋଜନାରେ ସାମିଲ କରିବାକୁ ପଂଜିକରଣ ପାଇଁ ଘୋଷଣା କରାଯାଇଥିଲା । କିନ୍ତୁ ପଂଜିକରଣ ପରିବର୍ତ୍ତେ ଏଲିଡି ମାଧ୍ୟମରେ ଭିଡିଓ ସୋ କରାଯାଇଥିବାରୁ ଉପସ୍ଥିତ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହାକୁ ନେଇ ପ୍ରଥମେ ବଚସା ଓ ପରେ ଭଙ୍ଗାରୁଜା ହୋଇଥିଲା ବୋଲି ସେମାନେ କହିଛନ୍ତି ।

ଉତ୍ତର କୋରିଆକୁ ଶାସନ କରିବ କିମ ଜଙ୍ଗ୍ ଉନଙ୍କ ସାନ ଝିଅ : ଦକ୍ଷିଣ କୋରିଆ

ନନ୍ଦିଘୋଷ ବ୍ୟୁରୋ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ସାନ ଝିଅ ତାଙ୍କ ଉତ୍ତରାଧିକାରୀ ହୋଇପାରନ୍ତି । ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସି ଏହାର ସମ୍ଭାବନାକୁ ପ୍ରକାଶ କରିଛି । ବିଶେଷକରି ଗତ ବର୍ଷକ ମଧ୍ୟରେ ସାଧାରଣ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ବୃଦ୍ଧି ପାଇ ଥିବାରୁ ଏହି ଆଶା ଅଧିକ ତୀବ୍ର ହୋଇଛି। କିମ ଜଙ୍ଗଙ୍କ ସାନ ଝିଅ କିମ ଜୁ ଏ, ଯାହାକୁ ମାତ୍ର ୧୦ ବର୍ଷ, ନଭେମ୍ବର ୨୦୨୨ ରେ ପ୍ରଥମ ଥର ପାଇଁ ଯେତେବେଳେ ସେ ତାଙ୍କ ପିତାଙ୍କ ସହ ଏକ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା ଦେଖୁଥିଲେ, ସର୍ବସାଧାରଣରେ ସାମ୍ନାକୁ ଅାସିଥିଲେ | ସେବେଠାରୁ, ଜୁ ଏ ତାଙ୍କ ପିତାଙ୍କ ସହିତ ସର୍ବସାଧାରଣ କାର୍ଯ୍ୟକ୍ରମରେ କ୍ରମାଗତ ଭାବରେ ଅଂଶଗ୍ରହଣ କରିଆସୁଥିଲେ | କୋରିଆ ଗଣମାଧ୍ୟମ ତାଙ୍କୁ କ୍ରମାଗତ ଭାବରେ କିମଙ୍କର ପ୍ରିୟ ସନ୍ତାନ ବୋଲି କହିଥାଏ | କୋରିଆ ଗଣମାଧ୍ୟମରେ ତାଙ୍କର ବଢୁଥିବା ରାଜନୈତିକ ପ୍ରତିଷ୍ଠା ଏବଂ ପିତାଙ୍କ ନିକଟତରତାକୁ ପ୍ରମାଣ କରୁଥିବା ଅନେକ ଫଟୋ ଅଛି | କିମ ଜଙ୍ଗଙ୍କ ସାନ ଝିଅ କିମ ଜୁ ଏ ତାଙ୍କ ପିତାଙ୍କ ନିକଟତର, ଏହା ସର୍ବସାଧାରଣ କାର୍ଯ୍ୟକ୍ରମରେ ପ୍ରାୟତଃ ଦେଖାଯାଏ | ସେପ୍ଟେମ୍ବରରେ, ଯେତେବେଳେ ସେ ସାମରିକ ପ୍ୟାରେଡ ସମୟରେ ଭିଭିଆଇପି ଷ୍ଟାଣ୍ଡରେ କରତାଳି ଦେଉଥିଲେ, ଜଣେ ଜେନେରାଲ ଆଣ୍ଠୁରେ ବସି କାନରେ କିଛି ଫୁସଫୁସ କରୁଥିବା ଦେଖିବାକୁ ମିଳିଥିଲା। ନଭେମ୍ବରରେ, ଜୁ ଏ ମଧ୍ୟ ତାଙ୍କ ପିତାଙ୍କ ସହ ବାୟୁସେନା ମୁଖ୍ୟାଳୟ ପରିଦର୍ଶନ କରିଥିଲେ। ଏଥିରେ ସେ ତାଙ୍କ ପିତାଙ୍କ ସାମ୍ନାରେ ଠିଆ ହୋଇଥିବା ସମୟରେ ତାଙ୍କ ଫଟୋ ଉଠାଇଥିଲେ | Meet Kim Jong Un's 'precious' child Ju Ae - and possibly his likely  successor | World News | Sky News

ଦକ୍ଷିଣ କୋରିଆର ମୁଖ୍ୟ ଗୁପ୍ତଚର ସଂସ୍ଥା ନ୍ୟାସନାଲ ଇଣ୍ଟେଲିଜେନ୍ସ ସର୍ଭିସ କହିଛି ଯେ ଏହା କିମ ଜୁ ଏଙ୍କୁ ତାଙ୍କ ପିତାଙ୍କ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ଦେଖୁଛି । ତାଙ୍କର ଜନସାଧାରଣ କାର୍ଯ୍ୟକଳାପ ଏବଂ ତାଙ୍କୁ ଦିଆଯାଇଥିବା ପ୍ରୋଟୋକଲ ଯୋଗୁଁ ଏହା ସମ୍ଭାବନା ବୃଦ୍ଧି ପାଇଛି | NIS ଜନସମ୍ପର୍କ କାର୍ଯ୍ୟାଳୟ କହିଛି ଯେ ଉତ୍ତରାଧିକାର ପ୍ରକ୍ରିୟା ସମ୍ବନ୍ଧରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ସମସ୍ତ ବିକଳ୍ପ ଉପରେ ବିଚାର କରୁଛନ୍ତି, ତେଣୁ ସମୟ ଆସିଲେ କୌଣସି ଅସୁବିଧା ହେବ ନାହିଁ । ଏଥି ସହ ଏକ ଫୋନ୍ ବାର୍ତ୍ତାଳାପରେ ସଂସଦର ଗୁପ୍ତଚର କମିଟିର ସଦସ୍ୟ ୟୁନ୍ ଚୋ କିମଙ୍କ ସାନ ଝିଅଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ନାମିତ ହେବାର ସମ୍ଭାବନାକୁ ନିଶ୍ଚିତ କରିଛନ୍ତି । ତଥାପି, ଉତ୍ତର କୋରିଆ ଏପରି ଏକ ଦେଶ ଯେଉଁଠାରେ ଘଟୁଥିବା ବିକାଶକୁ ଯାଞ୍ଚ କରିବାରେ NIS ର ଖରାପ ରେକର୍ଡ ରହିଛି | ଉତ୍ତରାଧିକାର ଯୋଜନା ଉପରେ ଉତ୍ତର କୋରିଆର ଗଣମାଧ୍ୟମ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି । ସିଓଲର ଆସାନ୍ ଇନଷ୍ଟିଚ୍ୟୁଟ୍ ଫର୍ ପଲିସି ଷ୍ଟଡିଜ୍ର ବିଶ୍ଳେଷକ ଡୋ ହାଇଓ୍ ଚାନ୍ ଚା କହିଛନ୍ତି ଯେ କିମ ଜୁ ଏଙ୍କୁ ତାଙ୍କ ପିତାଙ୍କ ଉତ୍ତରାଧିକାରୀ ଭାବରେ ନାମିତ ହେବାର ଏକ ସମ୍ଭାବନା ଥିବାବେଳେ NIS ବର୍ତ୍ତମାନ ଉତ୍ତର କୋରିଆକୁ ଆଗେଇ ନେବ ବୋଲି ଭବିଷ୍ୟବାଣୀ କରିପାରନ୍ତି । ପରବର୍ତ୍ତୀ ନେତା କି ନୁହେଁ | ଚା କହିଛନ୍ତି କିମ ଜୁ ଏଙ୍କର ରାଜନୈତିକ କାର୍ଯ୍ୟକଳାପ ରହିଛି ଯାହା ଦେଶର ଭବିଷ୍ୟତର ନେତା ଭାବରେ ଆନୁଷ୍ଠାନିକ ଭାବରେ ନିଯୁକ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।  Is Kim Jong-un's 'Most Beloved Daughter' North Korea's Next Leader? - The  New York Times

NIS ଏବଂ ଦକ୍ଷିଣ କୋରିଆର ଅନ୍ୟ ଅଧିକାରୀମାନେ ପୂର୍ବରୁ କହିଥିଲେ ଯେ କିମ ଜଙ୍ଗ ଉନଙ୍କ ଅପେକ୍ଷାକୃତ ଅଳ୍ପ ବୟସ ଏବଂ ଉତ୍ତର କୋରିଆର ପରିସ୍ଥିତିକୁ ଦୃଷ୍ଟିରେ ରଖି କିମ ଜୁ ଏଙ୍କୁ ତାଙ୍କ ପିତାଙ୍କ ଉତ୍ତରାଧିକାରୀ ଭାବରେ ବହୁତ ଶୀଘ୍ର ଦେଖିବାର ଥିଲା । ସେ କହିଛନ୍ତି କିମଙ୍କ ଶାସକ ପରିବାର ପାଇଁ ଜନସାଧାରଣଙ୍କ ସମର୍ଥନକୁ ବଢାଇବା ଏବଂ ସେମାନଙ୍କ ମଧ୍ୟରୁ ଜଣେ ପିଲାଙ୍କୁ କ୍ଷମତା ହସ୍ତାନ୍ତର କରିବାର ଯୋଜନା ବୋଲି ସେ କହିଛନ୍ତି । ୧୯୪୮ ମସିହାରେ ପ୍ରତିଷ୍ଠା ଦିନଠାରୁ, ଉତ୍ତର କୋରିଆ କ୍ରମାଗତ ଭାବରେ କିମ ପରିବାରର ପୁରୁଷ ସଦସ୍ୟଙ୍କ ଦ୍ୱାରା ଶାସିତ ହୋଇଆସୁଛି | ୨୦୧୧ ମସିହାରେ ତାଙ୍କ ପିତା କିମ ଜଙ୍ଗ ଇଲଙ୍କ ମୃତ୍ୟୁ ପରେ କିମ ଜଙ୍ଗ ଉନ କ୍ଷମତାର ଉତ୍ତରାଧିକାରୀ ହୋଇଥିଲେ ।

ଗଣତନ୍ତ୍ର ଦିବସରେ ସ୍ଥାନ ପାଇବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ : ବିଶ୍ୱ ଦେଖିବ ଓଡ଼ିଶା କଳା-ସଂସ୍କୃତିର ଝଲକ । ଗଣତନ୍ତ୍ର ଦିବସରେ ସ୍ଥାନ ପାଇବ  ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଦିଲ୍ଲୀ କର୍ତ୍ତବ୍ୟ ପଥରେ ଝଲସିବ ଓଡ଼ିଶାର ପ୍ରଜ୍ଞାପନ ମେଢ । ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା ମିଳିଛି । ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ଚିଠି ପଠାଇଛି । ଚିଠିରେ ଉଲ୍ଲେଖ ‌ହୋଇଛ ଯେ, ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ସମାରୋହରେ ମହାରାଷ୍ଟ୍ର, ମଣିପୁର, ମେଘାଳୟ, ଓଡ଼ିଶା, ରାଜସ୍ଥାନ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, ଲଦାଖ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଉତ୍ତରପ୍ରଦେଶରରୁ ପ୍ରଜ୍ଞାପନ ମେଢ଼ ପାଇଁ ମନୋନୀତ କରାଯାଇଛି । ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମଡେଲ ଚୂଡ଼ାନ୍ତ ନେଇ ଚିଠି ହୋଇଥିବା ପ୍ରକାଶ । ଚଳିତ ବର୍ଷ ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ ପଠାଯାଇଥିଲା । Take a look at Odisha's tableau to be showcased at R-Day parade in New Delhi | Sambad English

ରଘୁରାଜପୁର ଶିଳ୍ପୀଗ୍ରାମ ଓ ମହିଳା ସଶକ୍ତୀକରଣ ମଡେଲ ପଠାଯାଇଥିଲା । ଅନ୍ୟପଟେ କୁହାଯାଇଛି ଯେଉଁ ରାଜ୍ୟରୁ ପ୍ରଜ୍ଞାପନ ମେଢ଼ଗୁଡ଼ିକ ଆସିବ ସେଠାକାର ସରକାରଙ୍କ ଦ୍ବାରା ଏହାକୁ ୨୦୨୪ ଜାନୁଆରି ୧୯ ମଧ୍ୟରେ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତି କରାଯିବାର ଆବଶ୍ୟକତା ଅଛି । ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆସନ୍ତା ୨୩ ତାରିଖ ଦିନ ପ୍ରଜ୍ଞାପନ ମେଢ଼ଗୁଡ଼ିକର ରିହରସଲ ହେବ। ଗତବର୍ଷ ଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ‌ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ସ୍ଥାନ ଦିଆନଯିବା ପ୍ରତିବାଦରେ ଓଡ଼ିଶା ପାଇକ ଏକାଡେମି, ସମରକଳା ଏକାଡେମି ସମେତ ଏକାଧିକ ଅନୁଷ୍ଠାନ ପକ୍ଷରୁ ରାଜଭବନ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା।

 

ଫଗପାସ୍ ଡିଭାଇସ୍ କ’ଣ, କେଉଁ କାରଣରୁ ରେଳ ଚକ ଘନ କୁହୁଡିରେ ମଧ୍ୟ ବନ୍ଦ ହେବ ନାହିଁ?

ନନ୍ଦିଘୋଷ ବ୍ୟୁରୋ : ପ୍ରଚଣ୍ଡ ଶିତରେ ଥରୁଛି ଉତ୍ତର ଭାରତ । କେଉଁଠି ତାପମାତ୍ର କମି କମି ଯାଉଛି, ତ ଆଉ କେଉଁଠି କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟୁଛି । କିନ୍ତୁ ବର୍ତ୍ତମାନ ସବୁଠୁ ବଡ ଚିନ୍ତାର କାଣକ ଟ୍ରେନ ଜାତାୟତକୁ ନେଇ । କୁହୁଡ଼ି ପାଇଁ ବହୁ ସଂଖ୍ୟକ ଟ୍ରେନ୍ ବାତିଲ୍ ହେଉଛି କିମ୍ବା ଅନେକ ଘଣ୍ଟା ବିଳମ୍ବରେ ଚାଲୁଛି | କୁହୁଡ଼ିରେ ମଧ୍ୟ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବାକୁ ରେଳବାଇ ୧୯,୭୪୨ କୁହୁଡି ପାସ୍ ଉପକରଣ ପାଇଁ ବ୍ୟବସ୍ଥା କରିଛି |

ଏହି କୁହୁଡି ପାସ୍ ଉପକରଣ ?

କୁହୁଡି ପାସ୍ ଡିଭାଇସ୍ ହେଉଛି ଏକ ଜିପିଏସ୍ ଆଧାରିତ ନାଭିଗେସନ୍ ଡିଭାଇସ୍, ଯାହା ଘନ କୁହୁଡ଼ି ଅବସ୍ଥାରେ ଟ୍ରେନ୍ ଚଳାଇବାରେ ଲୋକ ପାଇଲଟଙ୍କୁ ସାହାଯ୍ୟ କରେ | ଏହା ସିଗନାଲ୍, ଲେଭଲ୍ କ୍ରସିଂ ଗେଟ୍ (ମାନବ ଏବଂ ମାନବବିହୀନ), ସ୍ଥାୟୀ ଗତି ପ୍ରତିବନ୍ଧକ, ନିରପେକ୍ଷ ବିଭାଗ ଇତ୍ୟାଦି ସ୍ଥିର ଲ୍ୟାଣ୍ଡମାର୍କ ବିଷୟରେ ଲୋକ ପାଇଲଟମାନଙ୍କୁ ଅନ୍-ବୋର୍ଡ ରିଅଲ୍-ଟାଇମ୍ ସୂଚନା (ଦୃଶ୍ୟ ଏବଂ ଭଏସ୍ ଗାଇଡ୍) ପ୍ରଦାନ କରିଥାଏ | ଭୌଗୋଳିକ କ୍ରମରେ ସ୍ଥିର ପଏଣ୍ଟରୁ ପ୍ରାୟ ୫୦୦ ମିଟର ଦୂରତା ପର୍ଯ୍ୟନ୍ତ ଏହି ସିଷ୍ଟମ୍ ଅଡିଓ ବାର୍ତ୍ତା ପ୍ରଦାନ କରିଥାଏ | ଏହି କୁହୁଡି ପାସ୍ ଉପକରଣଗୁଡ଼ିକ ସମସ୍ତ ପ୍ରକାର ବିଭାଗ ପାଇଁ ଉପଯୁକ୍ତ, ଯେପରିକି ସିଙ୍ଗଲ୍ ଲାଇନ୍, ଡବଲ୍ ଲାଇନ୍, ବିଦ୍ୟୁତକରଣ ଏବଂ ଅଣ ବିଦ୍ୟୁତକରଣ ବିଭାଗ | ଏହା ସମସ୍ତ ପ୍ରକାରର ବୈଦ୍ୟୁତିକ ଏବଂ ଡିଜେଲ ଇଞ୍ଜିନ, EMU / MEMU / DEMU ରେ ବ୍ୟବହାର ପାଇଁ ଉପଯୁକ୍ତ | ଉତ୍ତର କେନ୍ଦ୍ରୀୟ ରେଳପଥ, ସି.ଆର.ପି., କହିଛନ୍ତି ଯେ ଏହା ଘଣ୍ଟା ପ୍ରତି ୧୬୦ କିଲୋମିଟର ପର୍ଯ୍ୟନ୍ତ ଟ୍ରେନ୍ ବେଗ ପାଇଁ ଉପଯୁକ୍ତ, ଏଥିରେ ୧୮ ଘଣ୍ଟା ପାଇଁ ଏକ ବିଲ୍ଟ-ଇନ୍ ରିଚାର୍ଜ ବ୍ୟାଟେରୀ ବ୍ୟାକଅପ୍ ଅଛି |

ଏହା ପୋର୍ଟେବଲ୍, ଆକାରରେ କମ୍ପାକ୍ଟ, ଓଜନରେ ହାଲୁକା (ବ୍ୟାଟେରୀ ସହିତ ୧.୫ କିଲୋଗ୍ରାମରୁ ଅଧିକ ନୁହେଁ) | ଲୋକ ପାଇଲଟ୍ ଯେତେବେଳେ ସେ ନିଜ କାର୍ଯ୍ୟ ଆରମ୍ଭ କରନ୍ତି ସେତେବେଳେ ସହଜରେ ଉପକରଣକୁ ଲୋକୋମୋଟିଭ କ୍ୟାବ ଡେସ୍କରେ ନେଇପାରିବେ |

ନେତାଙ୍କୁ ଘାରିଲାଣି ଡିପଫେକ୍ ଭିଡ଼ିଓ ଚିନ୍ତା

ଭୁବନେଶ୍ବର: ନେତାଙ୍କୁ ଘାରିଲାଣି ଡିପଫେକ୍ ଭିଡ଼ିଓ ଚିନ୍ତା । ସାଇବର ଠକ ବ୍ଲାକମେଲ ପରେ କରିପାରନ୍ତି ବଦନାମ । ଠକଙ୍କୁ ମାତ୍ ଦେବା ପାଇଁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ । ସଫ୍ଟଓ୍ବେର କମ୍ପାନୀର ସାଇବର ଏକ୍ସପର୍ଟ ପୋଲିସକୁ ଦେବେ ତାଲିମ । ଦେଖନ୍ତୁ ୨୦୨୪ ରେ ସାଇବର ଚ୍ୟାଲେଞ୍ଜକୁ ନେଇ କଣ ରହିଛି କମିଶନରେଟ ପୋଲିସର ରଣନୀତି।

ସାଧାରଣ ନିର୍ବାଚନ ପୂର୍ବରୁ ଚିନ୍ତା ବଢାଇଲାଣି ଡିପ୍ ଫେକ ଭିଡିଓ । ବଦଳିଯିବ ଚେହେରା, ବଦନାମ ହେବେ ନେତା ! ପର୍ଣ୍ଣ ଭିଡିଓ ବନାଇବା ଏବେ ହୋଇଯାଇଛି ସହଜ । ସାଇବର ଠକେଇକୁ ରୋକିବା ପାଇଁ କମିଶନରେଟ ପୋଲିସର ବ୍ଲୁପ୍ରିଣ୍ଟ । ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ କ୍ୟାଟ୍ରିନା କୈଫଙ୍କ ଡିପ୍‌ଫେକ୍ ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାରକୁ ନେଇ ବଢ଼ିଛି ଚିନ୍ତା । ଜଣେ ବ୍ୟକ୍ତିଙ୍କ ଶରୀରରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୁହଁକୁ ରଖି କରାଯାଉଥିବା ଚିତ୍ର ବା ଭିଡିଓ ଯେଉଁ ପ୍ରଯୁକ୍ତି ମାଧ୍ୟମରେ ତିଆରି କରାଯାଉଛି ତାହାକୁ କମ୍ପ୍ୟୁଟର ବିଜ୍ଞାନ ଭାଷାରେ ଡିପଫେକ୍‌ କୁହାଯାଉଛି । ଆଗକୁ ଓଡ଼ିଶାରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ତେଣୁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଫେକ ଫଟୋ ଭିଡ଼ିଓ ଭାଇରାଲ ହେବାର ସମ୍ଭାବନା ଥିବାରୁ ଏବେଠୁ ସଜାଗ ହୋଇଛି କମିଶନରେଟ ପୋଲିସ ।

ସେପଟେ ଇଣ୍ଟରନେଟରେ ପାଖାପାଖି ୧ ଲକ୍ଷ ଡିପଫେକ ପର୍ଣ୍ଣ ଭିଡିଓ ମହଜୁଦ ରହିଥିବା ବେଳେ କିଛିଦିନ ହେବ ପ୍ରତିଦିନ ଶହେରୁ ଅଧିକ କ୍ଲିପ ଇଣ୍ଟରନେଟରେ ଅପଲୋଡ କରାଯାଉଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଡିପଫେକ ପର୍ଣ୍ଣଗ୍ରାଫି ଏକ ବ୍ୟବସାୟ ପାଲଟି ଯାଇଛି । ଏସବୁକୁ ଚ୍ୟାଲେଞ୍ଜ ଦେବାପାଇଁ କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଫ୍ୟାକ୍ଟ ଚେକ୍ କରିବା ନେଇ ଦିଆଯାଇଛି ତାଲିମ । ଅଫିସରଙ୍କୁ ସହାୟତା କରିବେ ୨୦ ଜଣ ସାଇବର ଏକ୍ସପର୍ଟ। ସଫ୍ଟଓ୍ବେର କମ୍ପାନୀରେ କାମ କରୁଥିବା ଏହି ସାଇବର ଏକ୍ସପର୍ଟ ବିଭିନ୍ନ ଠକେଇ ନେଇ ମଧ୍ୟ ପୋଲିସ ଅଫିସରଙ୍କୁ ଟ୍ରେନିଂ ଦେବେ ବୋଲି କହିଛନ୍ତି ଡିସିପି ।

ସର୍ଭେ ରିପୋର୍ଟ ମୁତାବକ ୨୦୨୨ ତୁଳନାରେ ୨୦୨୩ ରେ ୨୪ ପ୍ରତିଶତ ସାଇବର କ୍ରାଇମ ବଢିଛି । ଏଣୁ କେବଳ ପୋଲିସ ନୁହେଁ ବରଂ ଲୋକେ ନିଜେ ସଚେତନ ହେବାର ସମୟ ଆସିଛି ।

୫ଶହ ବର୍ଷ ପୂର୍ବେ କେମିତି ଦିଶୁଥିଲା ଅଯୋଧ୍ୟା ନଗରୀ? AI ଦେଖାଇଲା ଫଟୋ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୧ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଏବେ ଅଯୋଧ୍ୟା ନଗରୀ ଝଲସୁଥିବାବେଳେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ତେବେ ୫ଶହ ବର୍ଷ ପୂର୍ବେ ଅଯୋଧ୍ୟା ନଗରୀ କିଭଳି ରହିଥିଲା ଏହାର ଫଟୋ ଦେଖାଇଛି AI । ପ୍ରାଚୀନ ହିନ୍ଦୁ ମନ୍ଦିରଠାରୁ ଆରମ୍ଭ କରି ସରଜୁ ନଦୀକୁ ଦେଖାଯାଇଛି । କୁହାଯାଏ କି, ରାଜା ଦଶରଥ ଯେତେବେଳେ ଶ୍ରବଣ କୁମାରଙ୍କୁ ତୀର ମାରିଥିଲେ ସେତେବେଳେ ସେ ବୃଦ୍ଧ ପିତା ମାତଙ୍କ ପାଇଁ ଏହି ସରଜୁ ନଦୀରୁ ପାଣି ନେଉଥିଲେ । ତେବେ ଶ୍ରବଣ କୁମାରଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ଧ ପିତା ମାତା ରାଜ ଦଶରଥଙ୍କୁ ଅଭିଶାପ ଦେଇଥିଲେ । କହିଥିଲେ କି, ତୁମେ ତୁମର ପ୍ରିୟ ପୁତ୍ରଙ୍କୁ ମୃତ୍ୟୁ ପୂର୍ବରୁ ଦେଖିପାରିବ ନାହିଁ । ସବୁଠାରୁ ବଡ଼ କଥା ହେଉଛି କି, AI  ମାତା ସିତାଙ୍କ ରୋଷେଇର ଏକ ଫଟୋକୁ ମଧ୍ୟ ଦେଖାଇଛି । ତିନୋଟି ହାଣ୍ଡି ରହିଛି । ଅନ୍ୟ ଏକ ଫଟୋରେ ଦର୍ଶଯାଇଛି କି ଅଯୋଧ୍ୟା ନଗରୀର ଚିତ୍ର । ଯେଉଁଥିରୁ ଜଣା ପଡ଼ୁଛି କି, କିଭଳି ଭାବେ ଅଯୋଧ୍ୟା ନଗରୀରେ ଭରପୁର ଜଙ୍ଗଲ ଭରି ରହିଥିଲା ।