କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ପୌର ନିର୍ବାହୀ ଅଧିକାରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ । ଅଳ୍ପକେ ବାର୍ତ୍ତିଲେ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା । ପେଟ୍ରୋଲ ଢ଼ାଳିଥିବା ଯୁବକକୁ କାବୁକଲେ ପୌର କର୍ମଚାରୀ । ଅଭିଯୁକ୍ତ ଯୁବକ ଅଭିଷେକ ଗୁପ୍ତା ବଡ଼ବିଲ ଥାନାରେ ଅଟକ । ନିଜ ଘର ସମ୍ମୁଖ ସରକାରୀ ଜମିରେ ଥିବା କିଛି ଦୋକାନ ଘର ଉଚ୍ଛେଦ ନହେବାକୁ ନେଇ ଅସନ୍ତୁଷ୍ଟ ଥିଲେ ଯୁବକ।
ଭିଜିଲାନ୍ସ ଜାଲରେ ପୋଲିସ୍ ବାବୁ
ଜୟପୁର: ଭିଜିଲାନ୍ସ ଜାଲରେ ପୋଲିସ୍ ବାବୁ। ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଜୟପୁର ଟାଉନ ଥାନା ଏଏସଆଇ ଅନିଲ କୁମାର ନାୟକ। ଜଣେ ବ୍ୟକ୍ତିଙ୍କ ଗାଡି ମୁକୁଳାଇବା ପାଇଁ ୫ ହଜାର ଟଙ୍କା, ଜଣେ ବ୍ୟବସାୟଙ୍କ ମାଧ୍ୟମରେ ଲାଞ୍ଚ ମାଗିଥିଲେ । ଗାଡ଼ି ମାଲିକ ବ୍ୟବସାୟଙ୍କୁ ୫ ହଜାର ଟଙ୍କା ଦେଇଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ଭିଜିଲାନ୍ସ ଗାଡିଚାଳକଙ୍କୁ ରଙ୍ଗ ବୋଳା ଟଙ୍କା ଦେଇଥିଲା । ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଉଥିବାବେଳେ ଜୟପୁର ପୁରୁଣା ଏସଡିପିଓଙ୍କ ଆବାସ ଗୃହ ନିକଟରେ ଧରିଥିଲା ଭିଜିଲାନ୍ସ ଟିମ୍ । କେମିକାଲ ପରୀକ୍ଷା ପରେ ଏ ଏସ୍ ଆଇ ଅନିଲ କୁମାର ନାୟକଙ୍କୁ ଜୟପୁର ଭିଜିଲାନ୍ସ ଗରିଫ କରିଛି । ଘଟଣାରେ ଦୁଇ ଜଣ ସାକ୍ଷ୍ୟ ନିମନ୍ତେ ଜଣେ କନିଷ୍ଠ ଯନ୍ତ୍ରୀ ଏବଂ ଜଣେ କିରାଣୀଙ୍କୁ ନେଇଛି ଭିଜିଲାନ୍ସ ଟିମ୍ ।
ସଲମାନ ଖାନଙ୍କ ଫାର୍ମ ହାଉସରେ ପ୍ରବେଶ ଉଦ୍ୟମ କରି ଦୁଇ ବ୍ୟକ୍ତି ଗିରଫ
ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କ ଫାର୍ମ ହାଉସରେ ପ୍ରବେଶ ଉଦ୍ୟମ କରି ଦୁଇ ବ୍ୟକ୍ତି ଗିରଫ । ମୁମ୍ବାଇ ଅନ୍ତର୍ଗତ ପନବେଲସ୍ଥିତ ଫାର୍ମ ହାଉସରେ ଗତ ୪ ତାରିଖରେ ୨ ଜଣ ବ୍ୟକ୍ତି ପ୍ରବେଶ ଉଦ୍ୟମ କରିଥିଲେ । ଗିରଫ ୨ ଅଭିଯୁକ୍ତ ହେଲେ ଅଜେଶ କୁମାର ଓମପ୍ରକାଶ ଗିଲ୍ ଓ ଗୁରୁସେବକ ସିଂ ତେଜସିଂ ଶିଖ୍ । ସୁପରଷ୍ଟାରଙ୍କୁ ଦେଖିବା ଲାଗି ସେମାନେ ଅର୍ପିତା ଫାର୍ମହାଉସରେ ପ୍ରବେଶ ଉଦ୍ୟମ କରିବା ସହ ସିକ୍ୟୁରିଟି ଗାର୍ଡଙ୍କୁ ଭୁଲ ସୂଚନା ଦେଇଥିଲେ । ସେମାନେ ସଲମାନଙ୍କ ଫ୍ୟାନ ହୋଇଥିବାରୁ ତାଙ୍କୁ ଭେଟିବାର ସୁଯୋଗ ଦେବା ଲାଗି ସେମାନେ ସିକ୍ୟୁରିଟି ଗାର୍ଡଙ୍କୁ ଅନୁରୋଧ କରିଥିଲେ । ଅଭିଯୁକ୍ତ ୨ ଜଣ ପାଚେରୀ ଡେଇଁବା ସହ ତାର କାଟି ଭିତରକୁ ପ୍ରବେଶ ଉଦ୍ୟମ କରିଥିଲେ । ସେମାନଙ୍କ ନିକଟରୁ ପୋଲିସ ଆଧାର କାର୍ଡ ଜବତ କରିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ଧମକ ପରେ ଗତବର୍ଷଠାରୁ ସଲମାନଙ୍କୁ ଦିଆଯାଇଛି ଓ୍ବାଇ ପ୍ଲସ ସିକ୍ୟୁରିଟି ।

