ଆକ୍ସନ ମୋଡକୁ ଆସିବ ବନ ବିଭାଗର ରାପିଡ଼ ରେସ୍ପସନ୍ସ ଟିମ୍

ଭୁବନେଶ୍ବର: ପ୍ରାଣୀ ମଣିଷ ସଂଘର୍ଷରେ ପଡ଼ିବ ପୂର୍ଣ୍ଣଛେଦ । ଆକ୍ସନ ମୋଡକୁ ଆସିବ ବନ ବିଭାଗର ରାପିଡ଼ ରେସ୍ପସନ୍ସ ଟିମ୍ । ଷ୍ଟନ ଗନ୍ ହେଉ ବା ଟ୍ରାକୁଲାଇଜର୍ ବା ସ୍ମାର୍ଟ ଷ୍ଟିକ, ଏ ପରି ଉପକରଣର ବ୍ୟବହାର ନେଇ ମିଳୁଛି ଟ୍ରେନିଂ । ଗୋଟେ କି ଦୁଇଟା ନୁହେଁ, ଟ୍ରାକିଂରୁ ଟ୍ରାନକୁଲାଇଜେସନ ଯାଏ, ଉଦ୍ଧାରରୁ ଯନ୍ତାରେ ଛାଡ଼ିବା ପର୍ଯ୍ୟନ୍ତ ୧୦୦ରୁ ଅଧିକ ଉପକରଣ ଆସିବ କାମରେ । ହଠାତ୍ ଜନବସତିମୁହାଁ ହାତୀର ଖବର ଆସୁ କି ଜଙ୍ଗଲରେ ମହାବଳ ଝାମ୍ପିବାକୁ ଚେଷ୍ଟା କଲେ, ଷ୍ଟନ୍ ଗନ୍ ଦେବ ସାମାନ୍ୟ ଝଟକା । ଦୂରେଇ ଯିବ ବାଘ, ହେଲେ କ୍ଷତି ପହଞ୍ଚିବ ନାହିଁ । ସେହିପରି ବଡ଼ ବଡ଼ ରଶି ଓ ଚେନ୍ ଦ୍ବାରା ଆୟତ୍ତ ହେବେ ଜଙ୍ଗଲୀ ଜନ୍ତୁ । ଏହି କାମ ପାଇଁ ରାପିଡ଼ ରେସ୍ପସନ୍ସ ଟିମ୍ ଘଣ୍ଟେରୁ ଦେଢ ଘଣ୍ଟା ଭିତରେ ଘଟଣା ସ୍ଥଳରେ ପହଞ୍ଚି ଆରମ୍ଭ କରିବ ଅପରେସନ୍ । ଆବଶ୍ୟକ ସ୍ଥଳେ ଟ୍ରାକୁଲାଇଜ୍ ହେବା ପରେ କିପରି ଯନ୍ତାରେ ଛଡ଼ା ଯିବ, ସେ ଦିଗରେ ବି ଟ୍ରେନିଂ ପାଉଛନ୍ତି ରାପିଡ୍ ରେସ୍ପସନ୍ସ ଟିମ୍ । ଏଥିସହ ଉଦ୍ଧାର ପ୍ରାଣୀକୁ ଭେଟେନାରି ସହାୟତା ଯୋଗାଇବାକୁ ବି ଟ୍ରେନିଂରେ ଦିଆଯାଉଛି ପ୍ରାଥମିକତା । ମାର୍ଚ୍ଚ ଶେଷ ସୁଦ୍ଧା ଟ୍ରେନିଂ ସାରି ଏପ୍ରିଲ ପହିଲାରୁ ଏହି ଟିମ ଜଙ୍ଗଲରେ ଟ୍ରାକିଂ ଓ ଟ୍ୟାସ୍କିଂ ଆରମ୍ଭ କରିବ ।

୧୮ଟି ବନଖଣ୍ଡ ପାଇଁ ୧୮ଟି ରାପିଡ଼ ରେସ୍ପସନ୍ସ ଟିମ ଗଠନ କରିଛି ବନ ବିଭାଗ । ଏଥିରେ ବନ ବିଭାଗର 6 ଜଣ ଯୁବକ ଓ ଜଣେ ରେଞ୍ଜର ସ୍ତରୀୟ ଟିମ ଲିଡର ଅଛନ୍ତି । ଦିନ ତମାମ୍ ସେମାନେ ବନ ସୁରକ୍ଷା କାମରେ ଲାଗି ପଡ଼ିବ । ହେଲେ ପ୍ରାଣୀ ମଣିଷ ସଂଘର୍ଷର ଖବର ଆସିବା ମାତ୍ରେ, ସେମାନେ ସ୍ବତନ୍ତ୍ର ଅପରେସନ୍ ୟୁନିଫର୍ମ ପିନ୍ଧି ବାହାରି ଖାଦ୍ୟ ସନ୍ଧାନରେ ହାତୀ ଓ ବାଘ ପରି ଜଙ୍ଗଲୀ ପ୍ରାଣୀ ଜନବସତିମୁହାଁ ହୋଇଥାନ୍ତି । ଗତ ୧୦ ବର୍ଷରେ ହାତୀ ମଣିଷ ଲଢେଇରେ ୧୦୫୪ ଜଣ ମଣିଷଙ୍କ ମୃତ୍ୟୁ ହୋଇଛି ।