ପୁଅର `ହସ’ ପାଇଁ କାନ୍ଦିଲା ପରିବାର

1 min read

ନନ୍ଦିଘୋଷ ବ୍ୟୁରୋ: ପୁଅର `ହସ’ ପାଇଁ କାନ୍ଦିଲା ପରିବାର । ମରଣକୁ ବରଣ କଲେ ଯୁବକ । ମୁହଁରେ ହସ ଫୁଟାଇବା ପାଇଁ ପ୍ରଚେଷ୍ଟା ଯୋଗୁ ଚାଲିଗଲା ଜୀବନ । ହାଇଦ୍ରାବାଦରେ ଅଭାବନୀୟ ଘଟଣା । ସପ୍ତାହେ ତଳେ ସରିଥିଲା ନିର୍ବନ୍ଧ, ଚାଲିଗଲା ଜୀବନ । ୨୮ ବର୍ଷିୟ ଲକ୍ଷ୍ମୀ ନାରାୟଣ ଭିନଜାମଙ୍କ ମୃତ୍ୟୁ । ଗତ ୧୬ ତାରିଖରେ FMS ଇଣ୍ଟରନ୍ୟାସନାଲ ଡେଣ୍ଟାଲ କ୍ଲିନିକରେ କରିଥଲେ ସର୍ଜରୀ ।ନିଶ୍ଚେତକର ଓଭରଡୋଜ୍ କାରଣରୁ ମୃତ୍ୟୁ ହୋଇଥିବା ନେଇ ବାପାଙ୍କ ଅଭିଯୋଗ । ଲକ୍ଷ୍ମୀ ନାରାୟଣଙ୍କ ବାପା କହିଛନ୍ତି କି, `ପୁଅର ସର୍ଜରୀ ପରେ ଡାକ୍ତର ଆମକୁ ଡାକିଥିଲେ । କିନ୍ତୁ ଆମେ `ପହଁଚିବା ପୂର୍ବରୁ ମୃତ ଘୋଷଣା କରିଥିଲେ ଡାକ୍ତର’ ।

ସେପଟେ ପୁଅ ଅସ୍ତ୍ରୋପଚାର ବିଷୟରେ ଆମକୁ କିଛି କହିନଥିଲା । ଲକ୍ଷ୍ମୀ ନାରାୟଣର କୌଣସି ସ୍ବାସ୍ଥ୍ୟଗତ ଅସୁବିଧା ନଥିଲା । କିନ୍ତୁ ହଠାତ ମୋ ପୁଅର ମୃତ୍ୟୁ ପାଇଁ ଡାକ୍ତର ଦାୟୀ । ଆସନ୍ତା ମାର୍ଚ୍ଚ ମାସରେ ବିବାହ ହେବାକୁ ଥିଲା । ଏବେ ଆମ ପୁଅକୁ କିଏ ଫେରାଇ ଦେବ । ଡାକ୍ତରଙ୍କ ଦୋଷୀ ବୋଲି ଲକ୍ଷ୍ମୀ ନାରାୟଣଙ୍କ ବାପା ଅଭିଯୋଗ କରିଛନ୍ତି । ସେପଟେ ଘଟଣାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଅସ୍ବୀକାର କରିଛନ୍ତି । ମାମଲା ଥାନାରେ ପହଞ୍ଚିଥିବାବେଳେ ପୋଲିସର ତଦନ୍ତ ଜାରି ରହିଛି ।