୧୫ ସେକେଣ୍ଡ୍ ପାଇଁ ପୋଲିସ ହଟାଇ ଦିଅ,ବିଜେପି ନେତ୍ରୀଙ୍କ ବିବାଦୀୟ ବୟାନ

1 min read

ନନ୍ଦିଘୋଷ ବ୍ୟୁରୋ: ଖୋଲାସଭା ବିଜେପି ନେତ୍ରୀଙ୍କ ବିବାଦୀୟ ବୟାନ । କହିଲେ ୧୫ ସେକେଣ୍ଡ ପାଇଁ ପୋଲିସ ହଟାଇ ଦିଅ । ବିଜେପି ସାଂସଦ ନବନିତା ରାଣା ଏଭଳି ଏକ ବିବାଦୀୟ ବୟାନ ଦେଇଥିବାବେଳେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ରାଜେନୖତିକ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଆଇଇଏମ ଆଇଏମ ପ୍ରମୁଖ ଅସମୁଦ୍ଦିନଙ୍କ ହାଇଦ୍ରାବାଦ ଗଡ଼କୁ ହାତେଇବା ପାଇଁ ବିଜେପି ପକ୍ଷରୁ ପୁରା ରଣକୌଶଳ ପ୍ରସ୍ତୁତ ହୋଇଛି । ବିଜେପି ପ୍ରାର୍ଥୀ ମାଧବୀଲତାଙ୍କ ସମର୍ଥନରେ ବିଜେପିର ବହୁ ଷ୍ଟାର ପ୍ରଚାରକମାନେ ଯାଇ ପ୍ରଚାର କରୁଛନ୍ତି । ଏହି କ୍ରମରେ ତେଲେଙ୍ଗାନା ପାଇଁ ଷ୍ଟାର ପ୍ରଚାରକ ତଥା ମହାରାଷ୍ଟ୍ରର ଅମରାବତି ବିଜେପି ସାଂସଦ ନବନିତା ରାଣା ନାଁ ନନେଇ ଅସମୁଦ୍ଦିନଙ୍କୁ କଟାକ୍ଷ କରିଛନ୍ତି ।

ଏଆଇଏମଆଇଏମ ବିଧାୟକ ଅକବରୁଦ୍ଦିନଙ୍କ ବିବାଦିୟ ବୟାନ ଉପରେ ନବନିତା ରାଣା ଏହି ବୟାନ ରଖିଛନ୍ତି । ସେ କହିଛନ୍ତି କି, ଛୋଟୁ କହୁଛି କି ପୋଲିସକୁ ୧୫ ମିନିଟ ପାଇଁ ହଟାଇ ଦିଅ । ଦେଖିବେ ଆମେ କଣ କରିପାରିବୁ । ତେବେ ଛୋଟୁକୁ ମୁଁ କହୁଛି ୧୫ ସେକେଣ୍ଡ ପାଇଁ ପୋଲିସକୁ ହଟାଇ ଦିଅ ଛୋଟୁ ଏବଂ ବଡ଼କୁ ଜଣା ପଡ଼ିବ କି ଆମେ କେଉଁଠୁ ଆସିଛୁ ଏବଂ କେଉଁଆଡ଼େ ଯିବୁ । କହି ରଖୁଛୁ କି, ୨୦୧୨ ମସିହାରେ ଅକବରୁଦ୍ଦିନ କହିଥିଲେ କି, ୧୫ ମିନିଟ ପାଇଁ ପୋଲିସକୁ ହଟାଇ ଦିଅ ଜଣାପଡ଼ିବ କି, କାହାର କେତେ ଦମ । ତେବେ ଏହି ମାମଲାରେ କୋର୍ଟ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ପୁରୁଣା ଘଟଣାକୁ ନେଇ ପୁଣିଥରେ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ।