କନିଷିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର, ବିରୋଧୀଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ

1 min read

ନନ୍ଦିଘୋଷ ବ୍ୟୁରୋ: ବିରୋଧୀଙ୍କୁ ପୁଣି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ। ଚୋର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁନି ବୋଲି ସାଧାରଣ ଜନତାଙ୍କୁ ଆହ୍ଵାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କନିଷି ସାଧାରଣ ସଭାରେ ଯୋଗ ଦେଇ ବିଜେଡିର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ସରକାର କରଥିବା ଯୋଜନା ଗୁଡିକ କେମିତି ବୋଲି ଜନତାଙ୍କୁ ପଚାରିଥିଲେ ବିଜେଡି ସୁପ୍ରିମୋ ନବୀନ। ସରକାରଙ୍କ BSKY, ମିଶନ ଶକ୍ତି ଯୋଜନା, ମମତା ଯୋଜନା ଭଲ କରି ବୋଲି ପଚାରିଥିଲେ। ଏହାସହ ଲକ୍ଷ୍ମୀ ବସ, ଫାଇଭ ଟି ସ୍କୁଲ, ପିଲାଙ୍କ ସ୍କଲାରସିପ, ଚାଷୀଙ୍କ କାଳିଆ ଯୋଜନା ଓ ମଧୁବାବୁ ପେନସନ, ଚାଉଳ କାର୍ଡ ଓ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଭଲ ହୋଇଛି କି ବୋଲି ପଚାରିଥିଲେ। ଆପଣମାନେ ଏତେ ଖରାରେ ବହୁ ଦୂରରେ ଆସଛନ୍ତି କହି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଆପଣମାନେ ଶଙ୍ଖ ଚିହ୍ନରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଆହ୍ଵାନ କରିଥିଲେ ମୁଖ୍ୟମନ୍ତ୍ରୀ। ଶଙ୍ଖ ଚିହ୍ନରେ ଭୋଟ ଦେଇ ଆପଣମାନେ ଆଶୀର୍ବାଦ କରନ୍ତୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ। ..ମୁଖ୍ୟମନ୍ତ୍ରୀଙ୍କ ପରେ ଜନତାଙ୍କୁ ସମ୍ବୋଧିତ କରିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିରୋଧୀ ପ୍ରାର୍ଥୀଙ୍କୁ ଟାର୍ଗେଟ କରି କହିଥଲେ ଚୋର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାନି। ବିଜୁ ଜନତା ଦଳର ଭଲ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା। ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଆହୁରି ବଡ଼ ବଡ଼ ଦୁଇଟି କାର୍ଯ୍ୟକ୍ରମ ହୋଇଥିଲା। ଏ କାର୍ଯ୍ୟକ୍ରମ ଓ ସେହି କାର୍ଯ୍ୟକ୍ରମ ଭିତରେ ବହୁତ ଫରକ। ଆପଣଙ୍କ ଜୋସ ଓ ସମାଗମ ଭଲପାଇବା ଓ ସ୍ନେହ ବାର୍ତ୍ତା ଦେଉଛି । ଆସନ୍ତା ୧୩ରେ ହେବାକୁ ଥିବା ନିର୍ବାଚନରେ ବିଜେଡିକୁ ଅଜସ୍ର ସଫଳତା ମିଳୁଛି। ଶତ ପ୍ରତିଶତ ସମର୍ଥନ କରି ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ। ଚୋରମାନେ କିଏ କିଏ ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ ମୁହଁତୋଡ ଜବାବ ଦେବାର ଅଛି। ଆପଣଙ୍କ ଆୱାଜ ସାରା ଓଡ଼ିଶାରେ ପହଞ୍ଚାଇବାର ଅଛି ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।….