ନୂଆଦିଲ୍ଲୀ: ଏପ୍ରିଲ୍ ମାସରେ ରାଜ୍ୟରେ ହେବ ଅସମ୍ଭାଳ ତାତି। ଚଳିତ ବର୍ଷ ଏପ୍ରିଲ୍ରୁ ଜୁନ୍ ପର୍ଯ୍ୟନ୍ତ ସ୍ଵାଭାବିକ ଠାରୁ ଅଧିକ ରହିବ ଗ୍ରୀଷ୍ମ ପ୍ରବାହ । ଅନ୍ୟପଟେ ଏହି ୩ ମାସରେ ବର୍ଷାର ପରିମାଣ କମ୍ ରହିବ। ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା । ଏହା ସହ ଚଳିତ ବର୍ଷ ଏପ୍ରିଲ୍ ମାସରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ଅଧିକ ରହିବ। ସାଧାରଣତଃ ଏପ୍ରିଲ ମାସରେ ହାରାହାରି ୧ ରୁ ୩ ଦିନ ଗ୍ରୀଷ୍ମ ପ୍ରବାହ ରହୁଥିବା ବେଳେ ଚଳିତ ବର୍ଷ ଏହା ୩ ରୁ ୮ ଦିନ ଅନୁଭୂତ ହେବାର ସମ୍ଭାବନା ରହିଛି। ସେହିପରି ଏପ୍ରିଲରୁ ଜୁନ୍ ମଧ୍ୟରେ ଗ୍ରୀଷ୍ମ ଲହରୀ ର ଅବଧି ୧୧ ଦିନ ରହିଲେ ଏହାକୁ ସ୍ୱାଭାବିକ କୁହାଯାଉଥିବା ବେଳେ ଚଳିତ ବର୍ଷ ୬ ରୁ ୧୪ ଦିନ ଅଧିକ ଗ୍ରୀଷ୍ମ ପ୍ରବାହ ରହିପାରେ ବୋଲି ଆଇଏମ୍ଡି ଡିଜି କହିଛନ୍ତି ।
ବିଜେପି ପାର୍ଟି ଅଫିସରେ ଗଣ୍ଡଗୋଳ
ଭୁବନେଶ୍ବର: ପୁଣିଥରେ ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀ କନ୍ଦଳ। ବିଜେପି ପାର୍ଟି ଅଫିସରେ ଗଣ୍ଡଗୋଳ । ଧର୍ମଶାଳା ବିଧାନସଭା ଆସନ ପାଇଁ ପ୍ରାର୍ଥୀତ୍ବକୁ ନେଇ ଗଣ୍ଡଗୋଳ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହିମାଂଶୁଙ୍କ ଗୋଷ୍ଠୀର ହଙ୍ଗାମା । ଧର୍ମଶାଳାରୁ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଏହାକୁ ବିରୋଧ କରି ପାର୍ଟି ଅଫିସରେ ତୁମୁଳକାଣ୍ଡ ଦେଖା ଦେଇଛି ।
ନରସିଂହ ମିଶ୍ରଙ୍କ ଆସନରେ ନିର୍ବାଚନ ଲଢ଼ିବେ ପୁଅ ସମରେନ୍ଦ୍ର
ନନ୍ଦିଘୋଷ ବ୍ୟୁରୋ: ପ୍ରକାଶ ପାଇଛି କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୪୭ ବିଧାନସଭା ଏବଂ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ତେବେ ଏହି ତାଲିକାରେ ପ୍ରକାଶ ପାଇଛି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅଙ୍କ ନାମ । ସମରେନ୍ଦ୍ରଙ୍କୁ ବଲାଙ୍ଗୀର ଆସନରୁ ପ୍ରାର୍ଥୀ କରିଛି କଂଗ୍ରେସ । ସେ ଏହି ଆସନରୁ ପ୍ରାର୍ଥୀ ହୋଇଥିବାବେଳେ ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି । ଏଠାରେ ବିଜେଡି କଳିକେଶ ସିଂଦେଓଙ୍କୁ ପ୍ରାର୍ଥୀ କରିଛି । ଏଣୁ ଉଭୟଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ୨୦୧୪ ଏବଂ ୨୦୧୯ରେ ଏହି ଆସନରୁ ନରସିଂହ ମିଶ୍ର ବିଜୟୀ ହୋଇଥିବାବେଳେ ପୁଅଙ୍କ ଉପରେ ଏହାର ପ୍ରଭାବ ପଡ଼ିପାରେ । ସେପଟେ କଳିକେଶଙ୍କ ସଂଗଠନ ଦୃଢ଼ ଥିବାରୁ ବାପାଙ୍କ ଆସନକୁ ପୁଅ ରଖି ପାରିବେ କି ନାହିଁ ତାକୁ ନେଇ ଖଟିରେ ଆରମ୍ଭ ହୋଇଛି ଚର୍ଚ୍ଚା ।
୫ ସଂସଦୀୟ କ୍ଷେତ୍ରରେ ସ୍ପଷ୍ଠ ହେଲା ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ନାମ
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ୪ ଲୋକସଭା ଆସନ ପାଇଁ ପ୍ରମୁଖ ତିନି ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ୫ ଆସନରେ ସାମ୍ନାକୁ ଆସିଛି ସ୍ପଷ୍ଟ ଚିତ୍ର । ସୁନ୍ଦରଗଡ଼ରେ ବିଜେଡି ଡ଼ ଦିଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବର୍ତ୍ତମାନର ସାଂସଦ ଜୁଏଲ ଓରାମଙ୍କୁ ବିଜେପି ପୁଣିଥରେ ପ୍ରାର୍ଥୀ କରିଛି। କଂଗ୍ରେସ ଜନାର୍ଦ୍ଦନ ଦେହୁରୀଙ୍କୁ ଲୋକସଭା ପ୍ରାର୍ଥୀ କରିଛି। କଳାହାଣ୍ଡିରୁ ବିଜେଡିର ଲମ୍ବୋଦର ନିଆଲ, ବିଜେପିର ମାଳବିକା କେଶରୀ ଦେଓ ଓ କଂଗ୍ରେସର ଦ୍ରୌପଦୀ ମାଝୀ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ନବରଙ୍ଗପୁରରୁ ପ୍ରଦୀପ ମାଝୀ ବିଜେଡିର ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ବଳଭଦ୍ର ମାଝୀ ଓ କଂଗ୍ରେସରୁ ଭୁଜବଳ ମାଝୀ ପ୍ରାର୍ଥୀ ହୋଇଛନ୍ତି । ସେହିପରି କନ୍ଧମାଳରୁ ବିଜେଡିର ଅଚ୍ଯୁତ ସାମନ୍ତ, ବିଜେପିର ସୁକାନ୍ତ ପାଣିଗ୍ରାହୀ ଓ କଂଗ୍ରେସର ଅମୀରଚାନ୍ଦ ନାୟକଙ୍କ ମଧ୍ଯରେ ଟକ୍କର ହେବ। କୋରାପୁଟରୁ କାଳେରାମ ମାଝିଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ, କୌଶଲ୍ୟା ହିକକାଙ୍କୁ ବିଜେଡି ଏବଂ ସପ୍ତଗିରି ଉଲାକାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।
କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କୁ ପୁଣିଥରେ କାରଣ ଦର୍ଶାଅ ନୋଟିସ ଜାରି କଲା କଂଗ୍ରେସ
ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ପୁଣିଥରେ କାରଣ ଦର୍ଶାଅ ନୋଟିସ ଜାରି କରିଛି ରାଜ୍ଯ କଂଗ୍ରେସ। ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି ବୋଲି ନୋଟିସ କରାଯାଇଛି। ତାଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସପକ୍ଷରେ ଭୋଟ ମାଗିବାରୁ କଂଗ୍ରେସ ପକ୍ଷରୁ ତାଙ୍କୁ ନୋଟିସ କରାଯାଇଛି। ଏନେଇ ସୁରେଶ ଅସନ୍ତୋଷ ପ୍ରକାଶ କରିବା ସହ ଅନ୍ଯ କୌଣସି ଦଳ ପାଇଁ ପ୍ରଚାର କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କିନ୍ତୁ ବାପା-ପୁଅର ସମ୍ପର୍କରେ କଂଗ୍ରେସ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି କହିଛନ୍ତି ସୁର। ସେପଟେ ସୁରଙ୍କ ସପକ୍ଷରେ ବାହାରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି। ସୁରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ଉଚିତ ନୁହେଁ। ପିସିସି ସଭାପତି ତୁରନ୍ତ ନୋଟିସ ପ୍ରତ୍ଯାହାର କରିବାକୁ ସେ ଦାବି କରିଛନ୍ତି। ପିସିସି ସଭାପତି କହିଛନ୍ତି ମୋର ବିଶ୍ବାସ ତାରା ଅନ୍ଯ ଦଳରୁ ପ୍ରଚାର କରିବେ ନାହିଁ। ନୋଟିସ ପ୍ରତ୍ଯାହାର ନେଇ ଏଆଇସିସି ନିଷ୍ପତ୍ତି ନେବ।
ନଜର ପକାନ୍ତୁ କଂଗ୍ରେସର କେଉଁ ବିଧାନସଭା ଆସନରୁ କାହାକୁ ମିଳିଲା ଟିକେଟ୍
ନନ୍ଦିଘୋଷ ବ୍ୟୁରୋ: ବିଜେଡି ଏବଂ ବିଜେପି ପରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ସେହିପରି ୪୭ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପଦ୍ମପୁର- ଟଙ୍କଧର ସାହୁ, ବିଜେପୁର- କିଶୋର ଦଫାଦର, ବରଗଡ଼- ନିପନ କୁମାର ଦାସ, ଭଟଲି- ବ୍ରହ୍ମା ମହାକୁଡ଼, ବ୍ରଜରାଜନଗର- କିଶୋର ପଟେଲ, ତଳସରା- ପ୍ରବୋଧ ତିର୍କୀ, ସୁନ୍ଦରଗଡ଼- ସୁଧାରାଣୀ ରାଉଡ଼ିଆ, ରଘୁନାଥପାଲି- ଗୋପାଳ ଦାସ, ରାଉରକେଲା- ବୀରେନ୍ଦ୍ରନାଥ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ରାଜଗାଙ୍ଗପୁର- ରାଜନ ଏକ୍କା, ଲୋଇସିଂହା- ଓମ୍ ପ୍ରକାଶ କୁମ୍ଭାର, ପାଟଣାଗଡ଼- ଅନୀଲ ମେହେର, ବଲାଙ୍ଗୀର- ସମରେନ୍ଦ୍ର ମିଶ୍ର, କଣ୍ଟାବାଞ୍ଜି- ସନ୍ତୋଷ ସିଂ ସାଲୁଜା, ନୂଆପଡ଼ା- ଶରତ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ଉମରକୋଟ- ସନରାଜ ଗଣ୍ଡ, ଝରିଗାଁ- ହରାବତୀ ଗଣ୍ଡ, ନବରଂଗପୁର- ଦିଲ୍ଲୀପ ପ୍ରଧାନୀ, ଡାବୁଗାଁ- ଲିପିକା ମାଝୀ, ଲାଞ୍ଜିଗଡ଼- ବଳଭଦ୍ର ମାଝୀ, ଜୁନାଗଡ଼- ତୁଳେଶ୍ୱର ନାଏକ, ଧର୍ମଗଡ଼- ରଶ୍ମିରେଖା ରାଉତ, ଭବାନୀପାଟଣା- ସାଗର ଚରଣ ଦାସ, ନର୍ଲା- ଭକ୍ତ ଚରଣ ଦାସ, ବାଲିଗୁଡ଼ା- ସୁରଡ଼ା ପ୍ରଧାନ, ଜି ଉଦୟଗିରି- ପ୍ରଫୁଲ୍ଲ ଚରଣ ପ୍ରଧାନ, ଫୁଲବାଣୀ- ପ୍ରତିଭା କଅଁର, କଣ୍ଟାମାଳ- ମନୋଜ ଆଚାର୍ଯ୍ୟ, ବୌଦ୍ଧ- ନବକୁମାର ମିଶ୍ର, ଭଂଜନଗର- ପ୍ରଶାନ୍ତ ବିଶୋଇ, ପୋଲସରା- ଅଗସ୍ତି ବରାଡ଼, କବିସୂର୍ଯ୍ୟନଗର- ଚିରଞ୍ଜୀବ ବିଶୋଇ, ସୋରଡ଼ା- ହରେକୃଷ୍ଣ ରଥ, ସାନଖେମୁଣ୍ଡି- ରମେଶ ଚନ୍ଦ୍ର ଜେନା, ଚିକିଟି- ରବୀନ୍ଦ୍ରନାଥ ଦ୍ୟାନସାମନ୍ତରାୟ, ମୋହନା- ଦାଶରଥି ଗମାଙ୍ଗ, ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ, ଗୁଣୁପୁର- ସତ୍ୟଜିତ ଗମାଙ୍ଗ, ବିଷମକଟକ- ନୀଳମାଧବ ହିକକା, ରାୟଗଡ଼ା- କାଡ୍ରାକା ଆଲାପାସ୍ୱାମୀ, ଲକ୍ଷ୍ମୀପୁର- ପବିତ୍ର ସାଉଁଟା, କୋଟପାଡ଼- ଅନାମ ଦିଆନଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ସେହିପରି ଜୟପୁରରୁ- ତାରା ବାହିନୀପତି, କୋରାପୁଟ- କୃଷ୍ଣଚନ୍ଦ୍ର କୁଲଦୀପ, ପଟ୍ଟାଙ୍ଗୀ- ରାମଚନ୍ଦ୍ର କଦମ, ମାଲକାନଗିରି- ମାଲା ମାଢ଼ୀ ଓ ଚିତ୍ରକୋଣ୍ଡା- ମଙ୍ଗୁ ଖିଲଙ୍କୁ ପ୍ରାର୍ଥୀ କରାଯାଇଛି ।
କନ୍ଧମାଳ ଲୋକସଭା ଆସନରେ ହେବ କଡା ଟକ୍କର
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ତିନି ପ୍ରମୁଖ ରାଜନୈତିକ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଜେଡି, ବିଜେପି ପରେ କଂଗ୍ରେସ ଘୋଷଣା କରିଛି ପ୍ରାର୍ଥୀ ତାଲିକା । କନ୍ଧମାଳ ଲୋକସଭା ଆସନ ପାଇଁ ବିଜେଡି ଅଚ୍ୟୁତ ସାମନ୍ତଙ୍କ ପ୍ରାର୍ଥୀ କରିଛି । ବିଜେପି ପକ୍ଷରୁ ସୁକାନ୍ତ ପାଣିଗ୍ରାହୀ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ଅମୀର ଚାନ୍ଦ ନାୟକଙ୍କ ନାମରେ ମୋହର ମାରିଛି । ତିନି ପ୍ରମୁଖ ରାଜ ନୈତିକ ଦଳରୁ ପ୍ରାର୍ଥୀ ହୋଇଥିବା ଏହି ତିନି ନେତାଙ୍କ ମଧ୍ୟରେ ହେବ କଡା ଟକ୍କର । କନ୍ଧମାଳରୁ ୨୦୧୯ରେ ଅଚ୍ୟୁତ ସାମନ୍ତ ଲୋକସଭା ଜିତିଥିଲେ । ତାଙ୍କ ବିପକ୍ଷରେ ୨୦୧୯ରେ ବିଜେପିରୁ ଖାରବେଳ ସ୍ବାଇଁ ଏବଂ କଂଗ୍ରେସ ମନୋଜ କୁମାର ଆଚାର୍ଯ୍ୟ ପ୍ରାର୍ଥୀ ହୋଇଥିଲେ । ଏଠାରେ ଗତ ନିର୍ବାଚନରେ ସିପିଆଇଏମ ଏବଂ ବିଏସପି ପକ୍ଷରୁ ମଧ୍ୟ ଏଠାରେ ଦୁଇ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ । ଟୁନା ମଲ୍ଲିକ ସିପିଆଇଏମ ପକ୍ଷରୁ ପ୍ରାର୍ଥୀ ହୋଇଥିବାବେଳେ ଅମିର ନାୟକ ବିଏସପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ । ତେବେ ଅଚ୍ୟୁତ ସାମନ୍ତ ଏବଂ ଖାରବେଳ ସ୍ବାଇଁଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା । ଯେଉଁଥିରେ ଅଚ୍ୟୁତ ସାମନ୍ତ ବିଜୟୀ ହୋଇଥିଲେ । ତେବେ ଆସନ୍ତୁ ଜାଣିବା କାହାକୁ ମିଳିଥିଲା କେତେ ଭୋଟ୍
ଅଚ୍ୟୁତ ସାମନ୍ତ – ୪୬୧୬୭୯ ଖଣ୍ଡ ଭୋଟ୍
ଖାରବେଳ ସ୍ବାଇଁ- ୩୧୨୪୬୩
ମନୋଜ କୁମାର ଆଚାର୍ଯ୍ୟ- ୧୩୪୯୯୩
ନୋଟା- ୧୩୨୫୩
ଟୁନା ମଲ୍ଲିକ- ୮୨୮୩
ଅମିର ନାୟକ- ୭୩୧୪
୮ ଲୋକସଭା ଓ ୪୭ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ଭୁବନେଶ୍ବର: ପ୍ରକାଶ ପାଇଲା କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟରେ ୮ ଲୋକସଭା ଓ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହାସହ ଜେ.ଏମ.ଏମ ଓ ସିପିଆଇଏମକୁ ଦୁଇଟି ଆସନ ଛାଡ଼ିଛି କଂଗ୍ରେସ । ନଜର ପକାନ୍ତୁ କେଉଁ ଲୋକସଭା ଆସନରେ କାହାକୁ ପ୍ରାର୍ଥୀ କଲା କଂଗ୍ରେସ ।
କଂଗ୍ରେସ ଲୋକସଭା ପ୍ରାର୍ଥୀ ତାଲିକା
* ବରଗଡ଼-ସଂଜୟ ଭୋଇ
* ସୁନ୍ଦରଗଡ଼- ଜନାର୍ଦ୍ଦନ ଦେହୁରି
*ବଲାଙ୍ଗୀର –ମନୋଜ ମିଶ୍ର
* କଳାହାଣ୍ଡି-ଦ୍ରୌପଦୀ ମାଝି
*ନବରଙ୍ଗପୁର-ଭୂଜବଳ ମାଝି
* କନ୍ଧମାଳ-ଅମିର ଚାନ୍ଦ ନାୟକ
* ବ୍ରହ୍ମପୁର-ରଶ୍ମୀରଂଜନ ପଟ୍ଟନାୟକ
* କୋରପୁଟ-ସପ୍ତଗିରି ଶଙ୍କର ଉଲ୍ଲାକା
ସେପଟେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୪୭ ବିଧାନସଭା ଆସନ ପାଇଁ ନାମ ମଧ୍ୟ ଘୋଷଣା କରାଯାଇଛି । ଯେଉଁଥିରେ ପଦ୍ମପୁରରୁ ଟଙ୍କଧର ସାହୁ, ବିଜେପୁରରୁ କିଶୋର ଦଫାଦାର, ବରଗଡ଼ରୁ ନିପନ କୁମାର ଦାସ, ଭଟଲୀରୁ ବ୍ରହ୍ମା ମହାଖୁଡ଼ ପ୍ରମୁଖ ରହିଛନ୍ତିି ।
ବ୍ରଜରାଜନଗର- କିଶୋର ପଟେଲ
ତଳସରା- ପ୍ରବୋଧ ତିର୍କୀ
ସୁନ୍ଦରଗଡ଼- ସୁଧାରାଣୀ ରାଉଡ଼ିଆ
ବୀରମିତ୍ରପୁର-
ରଘୁନାଥପାଲି- ଗୋପାଳ ଦାସ
ରାଉରକେଲା- ବୀରେନ୍ଦ୍ରନାଥ ପଟ୍ଟନାୟକ
—
ରାଜଗାଙ୍ଗପୁର- ରାଜନ ଏକ୍କା
ଲୋଇସିଂହା- ଓମ୍ ପ୍ରକାଶ କୁମ୍ଭାର
ପାଟଣାଗଡ଼- ଅନୀଲ ମେହେର
ବଲାଙ୍ଗୀର- ସମରେନ୍ଦ୍ର ମିଶ୍ର
କଣ୍ଟାବାଞ୍ଜି- ସନ୍ତୋଷ ସିଂ ସାଲୁଜା
ନୂଆପଡ଼ା- ଶରତ ପଟ୍ଟନାୟକ
—
ଉମରକୋଟ- ସନରାଜ ଗଣ୍ଡ
ଝରିଗାଁ- ହରାବତୀ ଗଣ୍ଡ
ନବରଂଗପୁର- ଦିଲ୍ଲୀପ ପ୍ରଧାନୀ
ଡାବୁଗାଁ- ଲିପିକା ମାଝୀ
ଲାଞ୍ଜିଗଡ଼- ବଳଭଦ୍ର ମାଝୀ
ଜୁନାଗଡ଼- ତୁଳେଶ୍ୱର ନାଏକ
ଧର୍ମଗଡ଼- ରଶ୍ମିରେଖା ରାଉତ
ଭବାନୀପାଟଣା- ସାଗର ଚରଣ ଦାସ
ନର୍ଲା- ଭକ୍ତ ଚରଣ ଦାସ
ବାଲିଗୁଡ଼ା- ସୁରଡ଼ା ପ୍ରଧାନ
—
ଜି ଉଦୟଗିରି- ପ୍ରଫୁଲ୍ଲ ଚରଣ ପ୍ରଧାନ
ଫୁଲବାଣୀ- ପ୍ରତିଭା କଅଁର
କଣ୍ଟାମାଳ- ମନୋଜ ଆଚାର୍ଯ୍ୟ
ବୌଦ୍ଧ- ନବକୁମାର ମିଶ୍ର
ଭଂଜନଗର- ପ୍ରଶାନ୍ତ ବିଶୋଇ
ପୋଲସରା- ଅଗସ୍ତି ବରାଡ଼
କବିସୂର୍ଯ୍ୟନଗର- ଚିରଞ୍ଜୀବ ବିଶୋଇ
ସୋରଡ଼ା- ହରେକୃଷ୍ଣ ରଥ
ସାନଖେମୁଣ୍ଡି- ରମେଶ ଚନ୍ଦ୍ର ଜେନା
ଚିକିଟି- ରବୀନ୍ଦ୍ରନାଥ ଦ୍ୟାନସାମନ୍ତରାୟ
ମୋହନା- ଦାଶରଥି ଗମାଙ୍ଗ
ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ
ଗୁଣୁପୁର- ସତ୍ୟଜିତ ଗମାଙ୍ଗ
ବିଷମକଟକ- ନୀଳମାଧବ ହିକକା
ରାୟଗଡ଼ା- କାଡ୍ରାକା ଆଲାପାସ୍ୱାମୀ
ଲକ୍ଷ୍ମୀପୁର- ପବିତ୍ର ସାଉଁଟା
କୋଟପାଡ଼- ଅନାମ ଦିଆନ
ଜୟପୁର- ତାରା ବାହିନୀପତି
କୋରାପୁଟ- କୃଷ୍ଣଚନ୍ଦ୍ର କୁଲଦୀପ
ପଟ୍ଟାଙ୍ଗୀ- ରାମଚନ୍ଦ୍ର କଦମ
ମାଲକାନଗିରି- ମାଲା ମାଢ଼ୀ
ଚିତ୍ରକୋଣ୍ଡା- ମଙ୍ଗୁ ଖିଲ 
ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ବିଜେଡି
ଭୁବନେଶ୍ବର: ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି। ଏନେଇ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ବିଜେଡିର ଏକ ପ୍ରତିନିଧି ଦଳ। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ରାଜ୍ଯ ନିର୍ବାଚନ ଇତିହାସରେ ସ୍ବଚ୍ଛ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନରେ ଏକ ବେଞ୍ଚମାର୍କ ସ୍ଥାପନ କରିଛି। କିନ୍ତୁ ବିଗତ ଦିନରେ ବିରୋଧୀ ଦଳଗୁଡିକ ନିର୍ବାଚନ ସମୟରେ ବ୍ଯାପକ ରାଜନୈତିକ ହିଂସାକୁ ଆପଣେଇଥିଲେ। ବୁଥ ଦଖଲ ସହ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ ବିରୋଧୀ। ବିଗତ ନିର୍ବାଚନଗୁଡିକରେ ନିର୍ବାଚନ କମିଶନଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ବେ ରାଜନୈତିକ ବିରୋଧୀ ଦଳ ହିଂସାରୁ ବିରତ ରହୁ ନାହିଁ। କିନ୍ତୁ ବିଜେଡି ସବୁ ବେଳେ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ବିଶ୍ବାସ କରିଥାଏ। ତେଣୁ ଆସନ୍ତା ନିର୍ବାଚନରେ ହିଂସାତ୍ମକ ପନ୍ଥା ଆପଣେଉଥିବା ଦଳ ଓ ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ବିଜେଡି।
କଂଗ୍ରେସ ଭବନରେ ଟିକେଟ ପାଇଁ କଳି, ଧାରଣା ଦେଲେ ସୁଦର୍ଶନଙ୍କ ସମର୍ଥକ
ଭୁବନେଶ୍ବର: କଂଗ୍ରେସ ଭବନରେ ଟିକେଟ ପାଇଁ କଳି । କଂଗ୍ରେସ ଭବନରେ ଧାରଣା ଦେଲେ ସୁଦର୍ଶନଙ୍କ ସମର୍ଥକ । ଜଳେଶ୍ବର ବିଧାନସଭା ଆସନ ପାଇଁ ଆଶାୟୀ ଅଛନ୍ତି ସୁଦର୍ଶନ ଦାସ । ଟିକେଟ ପାଉନଥିବା ଆଶଂକାରେ ଧାରଣାରେ ବସିଛନ୍ତି ସମର୍ଥକ । ଧାରଣାରତ କଂଗ୍ରେସ କର୍ମୀଙ୍କୁ ବୁଝାଉଛନ୍ତି ପିସିସି ସଭାପତି । କଂଗ୍ରେସରେ ଏ ଯାଏ ଟିକେଟ ଘୋଷଣା ହୋଇନି ଏବେଠୁ ବଢିଲାଣି ଅସନ୍ତୋଷ ।

