ବିଜେପିକୁ ଭୃଗୁଙ୍କ ପରାମର୍ଶ: ମହାପ୍ରଭୁଙ୍କ ନାଁ ନେଇ ରାଜନୀତି କରନାହିଁ

1 min read

ଭୁବନେଶ୍ବର: ରାଜନୀତି କରିବ ତ କର, ହେଲେ ପ୍ରଭୁ ଜଗନ୍ନାଥଙ୍କ ନାଁରେ ରାଜନୀତି କରନାହିଁ । ବିଜେପିକୁ ଆଜି ଏପରି ପରାମର୍ଶ ଦେଇଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର । ସେ କହିଛନ୍ତି- ‘ଏଥର ବିଜେଡିର ବଡ଼ ବିଜୟ ଓ ବିଜେପିର ବଡ଼ ପରାଜୟ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଏକଥା ସ୍ପଷ୍ଟ ହୋଇଛି । ବାରମ୍ବାର ହାରୁଥିବାରୁ ଭୟଭୀତ ହୋଇଯାଇଛି ବିଜେପି । ସେଥିପାଇଁ ବିଭିନ୍ନ କଥା କହୁଛନ୍ତି କେନ୍ଦ୍ର ବିଜେପି ନେତା । ଓଡ଼ିଶା ବିଷୟରେ ଜ୍ଞାନ ନଥାଇ ବିଜେପି ନେତା ମନ୍ତବ୍ୟ ଦେଉଛନ୍ତି । ଓଡ଼ିଶା ବିକାଶରେ ବିଜେପିର କୌଣସି ସହଯୋଗ ନାହିଁ । ପ୍ରତି ବିକାଶରେ ବାଧା ଦେବା ବିଜେପିର ଅଭ୍ୟାସ । ନିଜେ କିଛି କରିବେନି କି କାହାକୁ କିଛି କରାଇ ଦେବେନି ।’

ଆଗକୁ ସେ କହିଛନ୍ତି, ‘ପ୍ରଚାରକୁ ନୂଆ ଦିଗ ଦେବାକୁ ରତ୍ନଭଣ୍ଡାର କଥା ଉଠାଉଛନ୍ତି ବିଜେପି ନେତା । ରତ୍ନଭଣ୍ଡାର କଥା କହି ପୂର୍ବରୁ ନିର୍ବାଚନ ଲଢ଼ିଥିଲେ । ମାତ୍ର କିଛି ଶିଖିଲେ ନାହିଁ । ଏବେ ନୂଆ ପ୍ରସଙ୍ଗ ନପାଇ ପୁରୁଣା ସ୍କ୍ରିପ୍ଟ ପଢ଼ୁଛନ୍ତି । ୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ସରିବ । ବିଚାରପତିଙ୍କ ତତ୍ତ୍ୱାବଧାନରେ ସବୁ କଥା ହେବ । ପ୍ରଭୁଙ୍କ କଥା ନେଇ ରାଜନୀତି କରୁଥିବା ନେତାଙ୍କ ପରାଜୟ ହୋଇଛି ।’