spot_img
Home Blog Page 2156

ଫେବୃଆରୀ ୫ରୁ ବିଧାନସଭାରେ ବଜେଟ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ୫ ତାରିଖରୁ ବସିବ ଷୋଡଶ ବିଧାନସଭାର ୧୫ ତମ ଅଧିବେଶନ। ଫେବୃଆରୀ ୫ରୁ ୧୩ ପର୍ଯ୍ଯନ୍ତ ଅଧିବେଶନ ଚାଲିବ । ଅଧିବେଶନରେ ମୋଟ ୭ଟି କାର୍ଯ୍ଯ ଦିବସ ରହିଛି। କାମଚଳା ବଜେଟ ମଧ୍ଯ ରହିଛି । ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ପାଇଁ ଆସନ୍ତା ୪ ତାରିଖ ଦିନ ସର୍ବଦଳୀୟ ବୈଠକ ବସିବ। ବାଚସ୍ପତିଙ୍କ ଅଧ୍ଯକ୍ଷତାରେ ବସୁଥିବା ସର୍ବଦଳୀୟ ବୈଠକରେ ଶାସକ ଓ ବିରୋଧିଙ୍କ ସହଯୋଗ ଲୋଡିବେ ବାଚସ୍ପତି ।

ସେପଟେ ବିଧାନସଭା ଅଧିବେଶନ ପାଇଁ ଆସନ୍ତା ୫ ତାରିଖ ଦିନ ବିଜେଡି ବିଧାୟକ ଦଳ ବୈଠକ ବସିବ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଟରେ ବୈଠକ ବସିବ । କେଉଁ କେଉଁ ପ୍ରସଙ୍ଗକୁ ଗୃହରେ ଶାସକ ଦଳ ଉଠାଇବ, ସେନେଇ ରଣନୀତି ପ୍ରସ୍ତୁତ କରାଯିବ । ଏହାସହ ବିରୋଧୀ ମାନେ ଯେଉଁ ପ୍ରସଙ୍ଗ ଉଠାଇବେ ତାର ଗଠନ ମୂଳକ ଜବାବ ଦେବା ପାଇଁ ବୈଠକରେ ଆଲୋଚନା କରାଯିବ ।

ଆଜିଠୁ ଆରମ୍ଭ ଓଇଆରସିର ଜନଶୁଣାଣି ; ଏବର୍ଷ ବଢ଼ି ନପାରେ ବିଜୁଳି ଦର

ଭୁବନେଶ୍ୱର : ଏବର୍ଷ ବଢ଼ି ନପାରେ ବିଜୁଳି ଦର। ଆଜିଠାରୁ ଆରମ୍ଭ ହେଉଛି ଓଇଆରସିର ଜନଶୁଣାଣି। ୨୦୨୪ -୨୫ ଆର୍ଥିକ ବର୍ଷରେ ବିଜୁଳି ଦର ଧାର୍ଯ୍ଯ ନେଇ ଶୁଣାଣି କରାଯିବ। ପ୍ରଥମ ଦିନରେ ଓଏଚପିସି ଓ ଓପିଜିସିର ଜନଶୁଣାଣି ରହିଛି ।

ଆସନ୍ତାକାଲି ଗ୍ରିଡକୋ ଓ ୨ ତାରିଖରୁ ଟାଟା ପାୱାରର ଜନଶୁଣାଣି କରାଯିବ । ୬ ତାରିଖ ପର୍ଯ୍ଯନ୍ତ ବିଭିନ୍ନ ବିତରକ ଓ ଆବଣ୍ଟନ କମ୍ପାନୀର ଜନଶୁଣାଣି ହେବ । ମିଳିଥିବା ସୂଚନା ଅନୁସାରେ କୌଣସି ବିତରକ ସଂସ୍ଥା ବିଦ୍ଯୁତ ଦର ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇନାହାନ୍ତି । ଗତ ଦୁଇ ବର୍ଷ ଧରି ବିଦ୍ଯୁତ ଦର ଅପରିବର୍ତ୍ତିତ ରହିଛି । ଆସନ୍ତା ଏପ୍ରିଲ ମାସରେ ନୂଆ ଦର ନେଇ ଧାର୍ଯ୍ଯ ହୋଇପାରେ।

ଅଧାରାସ୍ତାରେ ଚାଲିଗଲା ଡ୍ରାଇଭରର ଜୀବନ ; ଅଳ୍ପକେ ବର୍ତ୍ତିଲେ ୭୦ ପର୍ଯ୍ୟଟକ

ନୀଳଗିରି : ନୀଳଗିରିରେ ଟଳିଲା ବଡ଼ ଧରଣର ଦୁର୍ଘଟଣା। ପଶ୍ଚିମବଙ୍ଗରୁ ପଞ୍ଚଲିଙ୍ଗେଶ୍ବର ବୁଲିବାକୁ ଆସି ହୃଦଘାତରେ ଅଧାରାସ୍ତାରେ ଚାଲିଗଲା ଡ୍ରାଇଭରର ଜୀବନ। ହେଲେ ମୃତ୍ୟୁ ପୂର୍ବରୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲେ ୭୦ ପର୍ଯ୍ୟଟକ । ସ୍ଥାନୀୟ ଲୋକଙ୍କ ସହାୟତାରେ ପଞ୍ଚଲିଙ୍ଗେଶ୍ବର ପାର୍କିଂରେ ରଖିଲେ ଗାଡ଼ି । ହାୱଡାରୁ ପଞ୍ଚଲିଙ୍ଗେଶ୍ବର ଓ ପରେ ପୁରୀରେ ୫ ଦିନ ବୁଲିବାର ଥିଲା କାର୍ଯ୍ୟକ୍ରମ। ମୃତ ଡ୍ରାଇଭର ହେଲେ ସେକ ଅଖତର।

ସୂଚନା ଅନୁସାରେ, ହାୱଡାରୁ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ। ନୀଳଗିରି ଉପଖଣ୍ଡ ପାଟପୁର ଛକ ନିକଟରେ ଡ୍ରାଇଭରଙ୍କ ହୃଦ୍ ଘାତ ହୋଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ମୃତ୍ୟୁ ଡ୍ରାଇଭର ଗାଡ଼ିକୁ ରାସ୍ତାରେ ପାର୍ଶ୍ଵରେ ରଖି ଦେବାରୁ ୭୦ ଜଣ ପର୍ଯ୍ୟଟକଙ୍କ ଜୀବନ ବଞ୍ଚି ଯାଇଥିଲା।

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ

ମାଲକାନଗିରି : ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ମାଲକାନଗିରିରେ ଥିବା ଭଡ଼ା ଘର ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ଏହାସହ ଜଳେଶ୍ବରରେ ଥିବା ଘର ଓ ଭୁବନେଶ୍ବରରେ ଥିବା ଏକ ଫ୍ଲାଟ୍ ଓ ପୋଖରୀପୁଟରେ ଥିବା ଶ୍ବଶୁର ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ମାଲକାନଗିରି ଭଡ଼ା ଘରୁ ଏ ପର୍ଯ୍ୟନ୍ତ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିଥିବା ସୂଚନା ମିଳିଛି।

କେତେ ବାଟ ଆଗେଇଛି ବରମୁଣ୍ଡା ବସ ଟର୍ମିନାଲ; ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସମୀକ୍ଷା କଲେ 5T ଅଧ୍ୟକ୍ଷ

ଭୁବନେଶ୍ୱର : ବରମୁଣ୍ଡା ବସ ଟର୍ମିନାଲରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କେତେ ବାଟ ଆଗେଇଛି ପ୍ରକଳ୍ପ କାର୍ଯ୍ୟ, ସେସବୁର ଅନୁଧ୍ୟାନ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ କରାଯାଇଥିବା ପତିକ୍ଷାଳୟ, ପରିମଳ ବ୍ୟବସ୍ଥା, ବସ ବେ, ଆଲୋକୀକରଣ ବ୍ୟବସ୍ଥା, ବିଶ୍ରାମାଗାର ବୁଲି ଦେଖିଥିଲେ ଫାଇଭ-ଟି ଅଧ୍ୟକ୍ଷ। ନିର୍ଦ୍ଧାରିତ ସମୟ ମଧ୍ୟ କାମ ସାରିବାକୁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।

ଯାତ୍ରୀଙ୍କ ପାଇଁ ଫେବୃଆରୀ ମଧ୍ୟ ସୁଦ୍ଧା ବସଷ୍ଟାଣ୍ଡକୁ ପ୍ରସ୍ତୁତ କରିବାକୁ ବିଡିଏକୁ ନିର୍ଦ୍ଦେଶ ଦେଇଛନ୍ତି। ସାଢ଼େ ୧୫ ଏକର ଜମିରେ ନିର୍ମିତ ହୋଇଥିବା ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ଉତ୍ତମମାନର ସେବା ପାଇବେ ଯାତ୍ରୀ। ଏଠାରେ ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ରହିଥିବା ବେଳେ, ପାର୍କିଂ, ଫୁଡ୍ କୋର୍ଟ, ରେଷ୍ଟୁରାଣ୍ଟ ଭଳି ସୁବିଧା ମିଳିବ। ବରମୁଣ୍ଡା ବସଷ୍ଟାଣ୍ଡକୁ ବିମାନ ବନ୍ଦର ଭଳି ଅନୁଭବ କରିବେ ଯାତ୍ରୀ। ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀଙ୍କ ସୁବିଧା ସାଙ୍ଗକୁ ସୁରକ୍ଷା ଉପରେ ଧ୍ୟାନ ଦିଅଯାଇଛି। ।

ଭୁବନେଶ୍ବରରେ ଉଦଘାଟିତ ହେବ ନୂଆ ଲେପ୍ରୋସି କୋଲନୀ

ଭୁବନେଶ୍ୱର : ସହରରେ ସ୍ବପ୍ନର ଫ୍ଲାଟ । ଝୁମ୍ପୁଡିରୁ ଚକାଚକ ଘର । ବସ୍ତି ହେଲାଣି ଅତୀତ ଏବେ ସ୍ବାଭିମାନ, ସମ୍ମାନ ଓ ଅଧିକାର ସହିତ ବଞ୍ଚିବାର ସମୟ । ଆଜି ଜାତୀୟ କୃଷ୍ଠ ନିରାକରଣ ଦିବସରେ ଲେପ୍ରୋସି କୋଲନୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷ୍ଠରୋଗୀଙ୍କୁ ନୂଆ ବର୍ଷରେ ମିଳିବ ଖୁସିର ଚାବିକାଠି । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସମସ୍ୟା ପାଣ୍ଠି ଅନୁଦାନରେ ପଳାସପଲ୍ଲୀରେ ଲିଙ୍ଗରାଜ କୃଷ୍ଠାଶ୍ରମ ଅନ୍ତେବାସୀଙ୍କ ପାଇଁ ନୂତନ ବାସ ଗୃହ ନିର୍ମାଣ ହୋଇଛି ।

ବିଏମସିର ୱାର୍ଡ ୫୩ ନମ୍ବର ଓ୍ବାର୍ଡ ଲେପର୍ସୀ କୋଲନୀରେ ରହୁଥିବା ୩୧ ପରିବାରଙ୍କୁ ମିଳିବ ପକ୍କା ଘର । ଏଥିପାଇଁ ୨ କୋଟି ୫ ଲକ୍ଷ ବ୍ୟୟ ଅଟକଳରେ ତିଆରି ହୋଇଛି ୩୧ଟି ରୁମ୍ । ଘର ଭିତରେ ଗୋଟିଏ ବେଡ ରୁମ ସହ ଡ୍ରଇଙ୍ଗ ସହିତ ଡାଇନିଙ୍ଗ, ବାଥ ରୁମ ସୁବିଧା ରହିଛି । ଘରର ଚଟାଣରୁ ଆରମ୍ଭ କରି ବାଥରୁମ ଓ ଟଏଲେଟ ସବୁଠି ଚକାଚକ ମାର୍ବଲ । ଗୋଟିଏ ଘରର ମୂଲ୍ଯ ରହିଛି ୬ ଲକ୍ଷ ୪୦ ହଜାର ଟଙ୍କା ।

ଅନ୍ତେବାସୀଙ୍କୁ ଏହା ମାଗଣରେ ହସ୍ତାନ୍ତର କରାଯିବ। ଏପରିକି କୋଲନୀରେ ଖୋଲା ଜାଗାରେ ପ୍ଲେସ ମେକିଙ୍ଗ ଜରିଆରେ ସୌନ୍ଦର୍ଯ୍ୟକରଣ କରାଯିବ। ଏହା ସହିତ ଓପନ ଜିମ ଓ ଛୋଟ ପିଲାଙ୍କ ଖେଳ ପାଇଁ ବି ପାଇଁ ଯନ୍ତ୍ରାଂଶ ଲାଗିବ। ଆଗାମୀ ଦିନରେ ଆହୁରି ୬ଟି ସ୍ଥାନରେ ଏପରି ପକ୍କା ଘର ନିର୍ମାଣ କରାଯିବ । ଏଥିପାଇଁ ଜାଗା ଚିହ୍ନଟ ହୋଇଛି । ସେପଟେ ପକ୍କା ଘର କାମ ଶେଷ ହୋଇଥିବା ବେଳେ ଅନ୍ତେବାସୀମାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି

ସକ୍ରିୟ ରହିଛି ଗୁରୁଚାପ ବଳୟ; ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି

ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ପ୍ରଭାବରେ ରାଜ୍ଯର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ଘନ କୁହୁଡ଼ି ପଡ଼ିବା ନେଇ ଉପକୂଳ ଓ ଏହାର ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି କଳାହାଣ୍ଡି, ବଲାଙ୍ଗୀର, ସୋନପୁର,ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ସମ୍ୱଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି ।

ସେଥିପାଇଁ ଏସବୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗାଡ଼ି ଚଳାଚଳ ସମୟରେ ସାବଧାନ ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଗୁରୁଚାପ ବଳୟ ପ୍ରଭାବରେ ଜଳୀୟବାଷ୍ପ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ । ପ୍ରଭାବରେ ଫେବ୍ରୁଆରୀ ପହିଲାରୁ ଦୁଇଦିନ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହେବ । ୨ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ତେବେ ରାତିର ତାପମାତ୍ର ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇ ଶୀତ କମିବା ସମ୍ଭାବନା ରହିଛି ।

ଚଣ୍ଡୀଗଡ଼ ମେୟର ନିର୍ବାଚନ : ଆଜି ହେବ ହେଭି ଫାଇଟ

ନୂଆଦିଲ୍ଲୀ : ଆଜି ହେବ ଚଣ୍ଡୀଗଡ଼ ମେୟର ନିର୍ବାଚନ । ଗତ ଜାନୁଆରୀ ୧୮ରେ ମେୟର ନିର୍ବାଚନ ହେବାର ଥିଲା । ମାତ୍ର ପ୍ରିଜାଇଡିଂ ଅଫିସର ଅନିଲ ମାସିଙ୍କ ଅସୁସ୍ଥତା କାରଣରୁ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ପରେ ନିର୍ବାଚନ ଫେବ୍ରୁଆରୀ ୬ରେ ହେବା ଲାଗି ତାରିଖ ଧାର୍ଯ୍ୟ ହୋଇଥିଲା । ମାତ୍ର ପଞ୍ଜାବ ଓ ହରିଆଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ ହେବ ।

ନିର୍ବାଚନ ନେଇ ସାନି ନିର୍ଦ୍ଦେଶନାମା ଜାରି କରିଥିଲେ ଡେପୁଟି କମିଶନର । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଅନୁସାରେ ନିର୍ବାଚନ ହେବ ବୋଲି କହିଛନ୍ତି ଡେପୁଟି କମିଶନର ବିନୟ ପ୍ରତାପ ସିଂ । ଚଣ୍ଡୀଗଡ ସେକ୍ଟର ୧୭ସ୍ଥିତ ମ୍ୟୁନିସପାଲ କର୍ପୋରେନସ ଅଫିସରେ ଏହି ଭୋଟ ହେବ । ମେୟର ନିର୍ବାଚନ ଲାଗି ଆପ କାଉନସିଲର କୁଳଦୀପ କୁମାରଙ୍କ ପିଟିସନ ଅନୁସାରେ ଏହି ନିର୍ଦ୍ଦେ୍ଶ ଦେଇଥିଲେ ହାଇକୋର୍ଟ ।

ମେୟର ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ଆପ ମଧ୍ୟରେ ମେଣ୍ଟ ହୋଇଥିଲା । ତେବେ ନିର୍ବାଚନରେ ବିଜେପିର ପରାଜୟ ନିଶ୍ଚିତ ଥିବାରୁ ବିଭିନ୍ନ କାରଣ ଦେଖାଇ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା ବୋଲି ଅଭିଯୋଗ କରିଥିଲେ ଆପ୍ ଓ କଂଗ୍ରେସ । ୩୫ ସଦସ୍ୟ ବିଶିଷ୍ଟ ନିଗମରେ ଆପ ଓ କଂଗ୍ରେସର ସଦସ୍ୟ ସଂଖ୍ୟା ରହିଛି ୨୦ । ୮ ବର୍ଷ ଧରି ଶାସନ କରୁଥିବା ବିଜେପିର ଭୋଟ ସଂଖ୍ୟା ଥିଲା ୧୫ । ସେମାନଙ୍କ ମଧ୍ଯରେ ଅଛନ୍ତି ବିଜେପିର ୧୪ କାଉନସିଲର ଓ ଜଣେ ସାଂସଦ କିରଣ ଖେର । ଗୃହରେ ମ୍ୟାଜିକ ନମ୍ବର ଅଛି ୧୯ । ନିର୍ବାଚନ ପୂର୍ବରୁ ଆପର କାଉନସିଲର ଲଖବିର ସିଂ ବିଲ୍ଲୁ ବିଜେପିରେ ସାମିଲ ହୋଇଥିଲେ ।

ଦିନକ ପରେ ବଜେଟ, ଆଜି କେନ୍ଦ୍ର ସରକାର ଡାକିଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ :  ଦିନକ ପରେ ବଜେଟ । ନିର୍ବାଚନକାଳୀନ ବଜେଟ ଉପରେ ସାରା ଦେଶବାସୀଙ୍କ ପ୍ରତୀକ୍ଷା । ସେପଟେ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟକୁ ନେଇ ବୈଠକରେ ହେବ ଆଲୋଚନା । ଆସନ୍ତା ଏପ୍ରିଲ-ମେ ମାସରେ ସାଧାରଣ ନିର୍ବାଚନ ସମ୍ଭାବନା ଥିବାବେଳେ ଫେବ୍ରୁଆରୀ ୧ ତାରିଖର ଅନ୍ତରୀଣ ବଜେଟ ନେଇ ଚାଲିଛି କଳ୍ପନାଜଳ୍ପନା । ବଜେଟ ଲାଗି ଗତ ବୁଧବାର ଅନୁଷ୍ଠିତ ହୋଇଥିଲା ହାଲୁଆ ସେରିମନି ।

ସେପଟେ ଆଗକୁ ନିର୍ବାଚନ ଥିବାରୁ ବିଶେଷ କରି ଭିତ୍ତିଭୂମିର ବିକାଶ, କର୍ମନିଯୁକ୍ତିକୁ ଫୋକସ ଦେବା ସହ ଆୟକର ସୀମା ଅପରିବର୍ତ୍ତିତ ରଖିପାରନ୍ତି ସରକାର । ସେହିପରି ଗ୍ରୀନ ଏନର୍ଜିକୁ ଦିଆଯାଇପାରେ ଗୁରୁତ୍ବ । ଷଷ୍ଠଥର ପାଇଁ ଲଗାତାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନିର୍ବାଚନୀ ବର୍ଷରେ କାମଚଳା ବଜେଟ ଆସୁଥିଲେ ମଧ୍ୟ ଦେଶବାସୀଙ୍କ ନଜର ବଜେଟ ଉପରେ ରହିବ ।

ମୁଦ୍ରାସ୍ଫୀତି ନିୟନ୍ତ୍ରଣ ସାଙ୍ଗକୁ ଦରଦାମ ବୃଦ୍ଧି ଉପରେ ରୋକ ଲଗାଇବା ଅର୍ଥମନ୍ତ୍ରୀଙ୍କ ପାଇଁ ବଡ଼ ଆହ୍ବାନ ହେବ । ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ କ୍ୟାପିଟାଲ ଏକ୍ସପେଣ୍ଡିଚର ଉପରେ ଫୋକସ କରିବେ କେନ୍ଦ୍ର ସରକାର । ସାଧାରଣ ନିର୍ବାଚନ ଦୃଷ୍ଟିରୁ ସବୁ ବର୍ଗଙ୍କୁ ଖୁସି କରିବାକୁ ବଜେଟରେ ଉଦ୍ୟମ କରିବେ କେନ୍ଦ୍ର ସରକାର ।

ଆସନ୍ତା ଫେବ୍ରୁଆରୀ ୧୬ ତାରିଖରୁ ଐତିହାସିକ ଖଣ୍ଡଗିରି କୁମ୍ଭମେଳା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଫେବ୍ରୁଆରୀ ୧୬ ତାରିଖରୁ ଐତିହାସିକ ଖଣ୍ଡଗିରି କୁମ୍ଭମେଳା । ୨୪ ତାରିଖ ଯାଏ ଚାଲିବ କୁମ୍ଭମେଳା । ଶୃଙ୍ଖଳିତ ଓ ସୁରକ୍ଷିତ ମେଳାକୁ ନେଇ ବିଏମସି ପକ୍ଷରୁ ବସିଥିଲା ପ୍ରସ୍ତୁତି ବୈଠକ। ମୌଳିକ ସୁବିଧା ସୁଯୋଗ ସହ ସଠିକ ମେଳା ପରିଚାଳନା ପାଇଁ ବିଭିନ୍ନ ଦିଗକୁ ନେଇ ଆଲୋଚନା କରାଯାଇଛି । ଚଳିତ ବର୍ଷ କିଭଳି ସୁରୁଖୁରରେ ମେଳା ହୋଇପାରିବ ସେନେଇ ବିଭିନ୍ନ ଦିଗରେ ଆଲୋଚନା ହୋଇଥିବା ବେଳେ ପୂର୍ବ ବର୍ଷ ଅପେକ୍ଷା ଏଥର ଆହୁରି ସୁନ୍ଦର କରିବାକୁ ଯୋଜନା କରାଯାଉଥିବା କହିଛି ବିଏମସି କମିଶନର । ସାଧୁ ସନ୍ଥ ମାନଙ୍କ ମୌଳିକ ଆବଶ୍ୟକତାକୁ ନେଇ ଅସ୍ଥାୟୀ ସ୍ନାନଗାର, ଅସ୍ଥାୟୀ ଶୌଚାଳୟ ,ପାନୀୟ ଜଳ,ବିଦ୍ୟୁତ ସଂଯୋଗ , ସୂଚନା କେନ୍ଦ୍ର , ଆମ୍ବୁଲାନ୍ସ ସେବା , ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ଗୁରୁତ୍ଵ ଦିଆଯାଇଥିବା କହିଛି ବିଏମସି । ଏହାସହ ପାର୍କିଂ ବ୍ୟବସ୍ଥା ,ମୀନା ବଜାର , ମେଳାକୁ କିଭଳି ନୂଆ ବ୍ୟବସାୟୀ ମାନେ ଅଧିକ ଆସି ସାମିଲ ହେବେ ସେନେଇ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର । ସମ୍ପୂର୍ଣ ମେଳା ପରିଚାଳନାକୁ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ ବୋଲି କହିଛନ୍ତି ମେୟର । ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ମେଳା କମିଟିର ସଦସ୍ୟ ଓ ସ୍ଥାନୀୟ କର୍ପୋରେଟର ମାନେ ସାମିଲ ଥିଲେ । ଖଣ୍ଡଗିରି ମେଳା ପଡିଆ ଯେଉଁମାନେ ଜବରଦଖଲ କରି ରହିଛନ୍ତି ସେମାନଙ୍କ ବିରୋଧରେ ଆକ୍ସନ ନିଆଯାଉଛି । ଯଦି କେଉଁଠି ତ୍ରୁଟି ପରିଲକ୍ଷିତ ହେଉଛି ବିଏମସିକୁ ଜଣାନ୍ତୁ ବୋଲି ଅନୁରୋଧ କରିଛି ବିଏମ୍ସି । ଯେଉଁ ବ୍ୟବସାୟୀମାନେ ଆସୁଛନ୍ତି ସେମାନଙ୍କ ପାଇଁ ସମାନ ମାପରେ ଷ୍ଟଲ୍ ରହିବ । ସମ୍ପୂର୍ଣ ପ୍ଲାଷ୍ଟିକ ବର୍ଜନ ପାଇଁ ପଦକ୍ଷେପ ନିଆଯିବ ।