ଭାରତ ପାକିସ୍ତାନ ମ୍ୟାଚର ଟିକେଟ୍ ଦାମ ୧ କୋଟି ୮୬ ଲକ୍ଷ

1 min read

ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ସମସ୍ତ ଦଳ ଏବେ ଦମଦାର ଫର୍ମରେ ରହିଥିବାବେଳେ ଟୁର୍ଣ୍ଣାମେଣ୍ଟ ବେଶ ଦମଦାର ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ତେବେ ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଥିବାବେଳେ ଟିକେଟ ଦାମ ଆକାଶ ଛୁଆଁ ହୋଇଥିବା ଖବର ଆସିଛି । ଭାରତର ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସହ ହେବାକୁ ଥିବା ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରତିଯୋଗିତ ଲାଗୁଥିବାବେଳେ ଖବର ମିଳିଛି କି, ଟିକେଟର ଦାମ ୧ କୋଟି ୮୬ ଲକ୍ଷ ଟଙ୍କାରେ ବିକ୍ରି ହେବାକୁ ଦର୍ଶକ ମଧ୍ୟ ଆଗ୍ରହୀ ଅଛନ୍ତି । କହି ରଖୁଛୁ କି, ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜ୍ ମିଳିତଭାବେ ଏହି ଟି-୨୦ ବିଶ୍ବକପର ଆୟୋଜନ କରୁଛନ୍ତି । ଭାରତ ନିଜର ପ୍ରଥମ ମ୍ୟାଚ ଆୟାରଲ୍ୟାଣ୍ଡ ବିପକ୍ଷରେ ଜୁନ୍ ୫ରେ ଖେଳିବ । ପରେ ୯ ଜୁନରେ ପାକିସ୍ତାନକୁ ଭେଟିବ ଭାରତ ।

ଭାରତ-ପାକିସ୍ତାନ ମ୍ୟାଚରେ ଦର୍ଶକମାନେ ଆଗ୍ରହର ସହ ଟିକେଟ କିଣି ନେଇଛନ୍ତି । ସମସ୍ତ ମ୍ୟାଚ ପାଇଁ ପ୍ରାୟତଃ ଟିକେଟ ବିକ୍ରି ହୋଇଥିବାବେଳେ ପୁଣିଥରେ କିଛି ସାଇଟରେ ଟିକେଟ ରିସେଲ ହେଉଥିବା ଖବର ମିଳିଛି । stubhub ଏବଂ seetgeek ପ୍ଲାଟଫର୍ମରେ ମିଳୁଛି । ତେବେ ଭାରତ-ପାକିସ୍ତାନ ବିପକ୍ଷ ମ୍ୟାଚର ଟିକେଟ କୋଟି ଉପରେ ବିକ୍ରି ହେଉଥିବା କବର ମିଳିଛି । ଏପରିକି ଏକ ଟିକେଟର ମୂଲ୍ୟ ୧ କୋଟି ୮୬ ଲକ୍ଷ ଟଙ୍କାରେ ମଧ୍ୟ ବିକ୍ରି ହୋଇଛି । ଆଇସିସି ନିୟମ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ବିକ୍ରି ହୋଇଥିବା ଟିକେଟର ସର୍ବନିମ୍ନ ମୂଲ୍ୟ ରହିଥିଲା ୪୯୭ ଟଙ୍କା । ଏବଂ ସର୍ବାଧିକ ମୂଲ୍ୟର ଟିକେଟ ଦାମ ଥିଲା ୩୩ ହଜାର ୧୪୮ ଟଙ୍କା । ତେବେ ରିସେଲରେ ବିକ୍ରି ହେଉଥିବା ଟିକେଟରେ ଭିଆଇପି ଟିକେଟର ମୂଲ୍ୟ ୩୩.୧୫ ଲକ୍ଷ ଟଙ୍କା ରହିଛି । stubhub ସାଇଟରେ ମିଳୁଥିବା ସବୁଠାରୁ ଶସ୍ତା ଟିକେଟର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ରହିଛି । କେବଳ ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ମୂଲ୍ୟ ଏଭଳି ରହିଥିବା ସୂଚନା ମିଳିଛି । ଯଦିଓ ବାକି ମ୍ୟାଚର ଟିକେଟ ଅଧିକ ମୂଲ୍ୟରେ ବିକ୍ରି ହେଉଛି ତଥାପି ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ଭଳି ଏତେ ମୂଲ୍ୟରେ ବିକ୍ରି ହେଉନାହିଁ ।