ଝାଡଖଣ୍ଡବାସୀଙ୍କ ଆତ୍ମସମ୍ମାନ ଓ ସ୍ବାଭିମାନକୁ ଜେଲରେ ଠୁଙ୍କି ଦିଆଗଲା: କଳ୍ପନା ସୋରେନ୍

1 min read

ନନ୍ଦିଘୋଷ ବ୍ୟୁରୋ: ଝାଡଖଣ୍ଡବାସୀଙ୍କ ଆତ୍ମସମ୍ମାନ ଓ ସ୍ବାଭିମାନକୁ ଜେଲରେ ଠୁଙ୍କି ଦିଆଗଲା। ଏହାର ଜବାବ ରାଜ୍ଯବାସୀ ଦେବେ ବୋଲି କହିଛନ୍ତି ପୂର୍ବତନ ଝାଡଖଣ୍ଡ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ। ଜେଏମଏମ ପ୍ରତିଷ୍ଠା ଦିବସରେ କଳ୍ପନା କହିଛନ୍ତି- ରାଜ୍ଯବାସୀ ତଥା ଦଳୀୟ କର୍ମୀ ତାଙ୍କ ପ୍ରତି ସମବେଦନା ଜଣାଉଛନ୍ତି। ସ୍ବାମୀ ହେମନ୍ତଙ୍କ ଗିରଫ ହୋଇଥିଲେ ବି ତାଙ୍କ ପ୍ରତି ସମ୍ମାନ ଓ ଭଲ ପାଇବା ଅତୁଟ ରହିଛି। ଗିରିଡିହରେ ଆୟୋଜିତ ସମାବେଶରେ ସେ ରାଜନୀତିରେ ବସ୍ତୁତଃ ପାଦ ଥାପିଛନ୍ତି। ଦଳର ୫୧ତମ ପ୍ରତିଷ୍ଠା ଦିବସକୁ ଆକ୍ରୋଶ ଦିବସ ଭାବେ ପାଳନ କରିଛି ଦଳ। ବାରିପଦାର ଝିଅ କଳ୍ପନା ଏମଟେକ ଓ ଏମବିଏ କରିଥିବାବେଳେ ହେମନ୍ତଙ୍କୁ ସେ ବାହା ହୋଇଥିଲେ। ଗତ ଜାନୁଆରୀ ୩୧ରେ ଜମି ସ୍କାମ ମାମଲାରେ ଗିରଫ ହୋଇଥିଲେ ହେମନ୍ତ। ତାଙ୍କ ପରେ ମୁଖ୍ଯମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ।