ନିଆରା ବିଶ୍ବାସ, ମା’ଙ୍କୁ ଦର୍ପଣ ଦାନ କଲେ ହୁଏନି ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: ବିଶ୍ୱାସ ଏପରି ଏକ ଶବ୍ଦ ଯାହା କୁ କେବଳ ଅନୁଭଵ ହିଁ କରି ହୁଏ । ବିଶ୍ୱାସର ନା କୌଣସି ରୂପ ଅଛି ନା କୌଣସି ଚିତ୍ର। କିନ୍ତୁ ଆଜିକା ଯୁଗରେ ମଧ୍ୟ ଏପରି ଅଦୃଶ୍ୟ ଶକ୍ତି ଯାହାର ନାମ ‘ବିଶ୍ୱାସ ‘ । ତେବେ ବିଶ୍ଵାସକୁ ନେଇ ଆଜି ଆମେ ଏକ ଅଭଳି ଖବର ଦେଖାଇବୁ ଯାହା ଆପଣ ନ ଦେଖିଲେ ବିଶ୍ବାସ କରିପାରିବେ ନାହିଁ। ଭାରତରୁ ନେପାଳ କାଠମାଣ୍ଡୁ ଯିବା ରାସ୍ତା । ଅଙ୍କାବଙ୍କା ରାସ୍ତା ସାଙ୍ଗକୁ ଉଚ୍ଚତମ ପାହଡର ବଡ ବଡ ଘାଟି। ଆଉ ସେହି ଉଚ୍ଚତମ ପାହାଡର ଚୁଡାରେ ରହିଛନ୍ତି ମାତା ସେତି ଦେବୀ।  ମାତା ସେତୀ ଦେବିଙ୍କର ରହିଛି ଅନେକ ମହିମା । ଭାରତ ସୀମାରୁ  ନେପାଳର କାଠମାଣ୍ଡୁକୁ ଯିବାକୁ ହେଲେ ଆପଣଙ୍କୁ ୨୨୦ କିଲୋମିଟର ଯାତ୍ରା କରିବାକୁ ପଡ଼ିବ । ଆଉ ସେଥି ମଧରୁ ଅତ୍ୟନ୍ତ ବିପଦ ପୂର୍ଣ୍ଣ ରାସ୍ତା ୬୦ କି.ମି. ଯାହା ଆପଣଙ୍କୁ ଉଚ୍ଚା ଉଚ୍ଚା ପାହାଡ଼ ଅଣ ଚଉଡା ରାସ୍ତା ସହ ପ୍ରତ୍ୟେକ ମୁହୂର୍ତ୍ତରେ ପଡ଼ିଥାଏ ଗୋଟାଏ ଲେଖାଁଏ ବଙ୍କାଣି । ଯାହାକୁ ଆପଣ ସତର୍କତା ସହ ନଗଲେ ଭୋଗିବାକୁ ପଡ଼ିପାରେ ଭୟଙ୍କର ପରିସ୍ଥିତି। ଆଖି ପିଛୁଳାକେ କେତେବେଳେ ମୃତ୍ୟୁର ସାମ୍ନା କରିବେ ତାହା କହି ହେବନାହିଁ । ଯେଉଁଠି ପାଦେ ପାଦେରେ ଥିଲା ଦୁର୍ଘଟଣାର ଭୟ । ହେଲେ ଏଠି ବିରଜାମାନ ହୋଇଛନ୍ତି ମା ଶେତି ଦେବି ।

କଥାରେ ଅଛି ଯିଏ ବି ଏହି  ରାସ୍ତାରେ ଯାଉଛି  ମାତାଙ୍କ ପାଖରେ ନିମିଷକେ ଓହ୍ଲାଇ ଗୋଟିଏ ଭେଟ ସ୍ୱରୂପ ମା’ଙ୍କ ପାଖରେ ଗୋଟାଏ ଦର୍ପଣ ଚଢ଼ାନ୍ତି। କଥାଟି ନିଶ୍ଚିତ ଭାବରେ ଆପଣଙ୍କୁ ଅଡ଼ୁଆ ଲାଗୁ ଥାଇପାରେ ହେଲେ କଥାଟି ରହିଛି ବିଶ୍ଵାସର କଥା। ଯେଉଁ ବିଶ୍ଵାସ ନେଇ ଏଠି ଶହ ଶହ ଯାତ୍ରୀ ବିପଦପୂର୍ଣ୍ଣ ଭାବରେ ଯାତ୍ରା କରିଥାନ୍ତି। କାହିଁକି ନା ଏଠି  ତାଙ୍କୁ ରକ୍ଷା କରିବାକୁ ବସିଛନ୍ତି ବିଶ୍ଵାସର ଦେବୀ। ପ୍ରସାଦ ଦେବୀଙ୍କ ପାଖରେ ଚଢ଼ାନ୍ତୁ କିମ୍ବା ନ ଚଢାନ୍ତୁ କିନ୍ତୁ ଦର୍ପଣ ଖଣ୍ଡିକରେ ଆପଣ ଯାତ୍ରା କରୁଥିବା ଗାଡ଼ିର ନମ୍ବର୍ ସିନ୍ଦୂରରେ ଲେଖି ମା’ଙ୍କ ପାଖରେ ପୂଜା କରି ମନ୍ଦିର କାନ୍ଥ ପାର୍ଶ୍ଵରେ ଥିବା ପାହାଡର କାନ୍ଥରେ ଫଟୋ ପରି ମାରି ଦେଲେ ଆପଣଙ୍କ ଯାତ୍ରା ଶୁଭପ୍ରଦ ହେବା ସହିତ ଆଗରେ ଆସୁଥିବା ବାଧା ବିଘ୍ନକୁ ପାର୍ କରିବାର କ୍ଷମତା ରଖିଥାନ୍ତି। ପାହାଡ଼ର କାନ୍ଥରେ ଦୂର ଦୂର ପର୍ଯ୍ୟନ୍ତ ଲାଗିଛି କେବଳ ଦର୍ପଣ ହିଁ ଦର୍ପଣ । ଆଉ ବଡ କଥା ହେଉଛି ଏଠି ମା ସେତୀ ଦେବିଙ୍କ ମନ୍ଦିର ସ୍ଥାପନ ପରେ ଏ ବିପଦ ପୂର୍ଣ୍ଣ ରାସ୍ତାରେ ଆଉ ନା ହେଇଛି ଦୁର୍ଘଟଣା ନା ଯାଉଛି କେଉଁ ଯାତ୍ରା କରୁଥିବା ଯାତ୍ରୀଙ୍କ ଜୀବନ। ପାହାଡ଼ କାନ୍ଥରେ ଲାଗିଥିବା ଏହି ହଜାର ହଜାର ଦର୍ପଣ ସ୍ପଷ୍ଟ କହୁଛି ଏହାକୁ କୁହାଯାଏ ବିଶ୍ୱାସ।