ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ମାଓ କାର୍ଯ୍ୟକଳାପ ରୋକିବାକୁ BSF ର ବ୍ଲୁ ପ୍ରିଣ୍ଟ

1 min read

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ମାଓ କାର୍ଯ୍ୟକଳାପ ରୋକିବାକୁ BSF ର ବ୍ଲୁ ପ୍ରିଣ୍ଟ । ମାଓ ଓ ନକ୍ସଲ ଦମନରେ ଆଗରେ ରହିଛି BSF । ଆଗାମୀ ଦିନରେ ଓଡ଼ିଶାକୁ ମାଓ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି DIG । ୧୪ ବର୍ଷରେ ରେକର୍ଡ ସଂଖ୍ୟକ ନକ୍ସଲ ଦମନ କରିଛି BSF । ବନ୍ଧୁକ, ଗୁଳି, ବିସ୍ଫୋରକ ସହ ନଗଦ କୋଟିଏ ଟଙ୍କା ଜବତ । ଓଡ଼ିଶାକୁ ମାଓ ମୁକ୍ତ କରିବା ପାଇଁ BSF ର ଦମ୍ଭକ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ମାଓ ଅଞ୍ଚଳରେ କଡା ସୁରକ୍ଷା । ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟରେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ । ସମ୍ବେଦନଶୀଳ ବୁଥ ଓ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ଦାୟିତ୍ବରେ ରହିବ BSF । ୨୦୨୪ ନିର୍ବାଚନରେ ସୁରକ୍ଷିତ ଭୋଟିଂ ହେବ ବୋଲି କହିଛି BSF । ଓଡ଼ିଶାର ମାଲକାନଗିରି ଓ କୋରାପୁଟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଛତିଶଗଡ଼ ଓ ଆନ୍ଧ୍ର ସୀମା ପର୍ଯ୍ୟନ୍ତ COB ସ୍ଥାପନ ହୋଇଛି ।

ସ୍ବାଭିମାନ ଅଞ୍ଚଳରେ ସ୍ପେଶାଲ ଫୋର୍ସ ମୁତୟନ ହେବେ । KKBN ମାଓ ସଂଗଠନ ଉପରେ ନଜର ରଖାଯାଇଛି । କୌଣସି ପ୍ରକାର ଅପରାଧିକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି BSF ଡ଼ିଆଇଜି । ମାଓ ବିରୋଧୀ ଅଭିଯାନରେ ବର୍ଡର ସିକ୍ୟୁରିଟି ଫୋର୍ସକୁ ମିଳିଛି ବଡ଼ ସଫଳତା । ୨୦୧୦ ରୁ ଆରମ୍ଭ ହୋଇଥିବା ନକ୍ସଲ ଦମନ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ୬୫ ଜଣ ଦୁର୍ଦ୍ଦାନ୍ତ ନକ୍ସଲଙ୍କ ଏନକାଉଣ୍ଟର ହୋଇଛି । ୭୯୩ ଜଣ ନକ୍ସଲଙ୍କୁ କାବୁ କରାଯାଇଛି । ସେହିଭଳି ୬୩୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ୮୮୨ ଟି ବନ୍ଧୁକ, ୮୧୦ ରାଉଣ୍ଡ ଗୁଳି, ୨୮୭୫ କେଜି ବିସ୍ଫୋରକ, ୪ ହଜାର ୪୯୯ ଗ୍ରେନେଡ଼, ୭ ହଜାର ୨୯୯ ଡିଟୋନେଟର ସହ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । ଓଡିଶା ପୋଲିସ ସହାୟତାରେ ଚାଲିଥିବା ଏହି ଅଭିଯାନ ଯୋଗୁଁ ଆଗାମୀ ୨ ବର୍ଷରେ ଓଡିଶା ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ ହେବ ବୋଲି କହିଛନ୍ତି ବିଏସଏଫ ଡ଼ିଆଇଜି । ସରକାରଙ୍କ ବିକାଶ ଓ ଜନକଲ୍ୟାଣକାରୀ ଯୋଜନା ଅଧୀନରେ ମାଓବାଦୀ ଓ ନକ୍ସଲ ମୁଖ୍ୟସ୍ରୋତକୁ ଫେରୁଥିବା କହିଛି BSF ।