ସଫଳ ଅଧିନାୟକ ରୋହିତ, ନଜର ପକାନ୍ତୁ ତିନୋଟି ଯାକ ଫର୍ମାଟର ରେକର୍ଡ ଉପରେ..

1 min read

ନନ୍ଦିଘୋଷ ବ୍ୟୁରୋ: ଯେତେବେଳେ ଭାରତ ସଫଳ ଅଧିନାୟକ କିଏ ବୋଲି ପ୍ରଶ୍ନ କରାଯାଏ । ସେତେବେଳେ ମନକୁ ଗୋଟିଏ ନାମ ଆସିଥାଏ ମହେନ୍ଦ୍ର ସିଂ ଧୋନୀ । କାହିଁକି ନାଁ ସେ ଭାରତକକୁ ଦୁଇ ଦୁଇଟି ବିଶ୍ବକପ ଭେଟି ଦେଇଛନ୍ତି । ସେପଟେ କପିଲ ଦେବ ଭାରତକୁ ପ୍ରଥମ ବିଶ୍ବକପ ଭେଟି ଦେଇଥିବାବେଳେ ସଫଳ ଅଧିନାୟକଙ୍କ ମଧ୍ୟରେ ତାଙ୍କ ନାମ ମଧ୍ୟ ଆସିଥାଏ । ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ବରେ ଟିମ ଇଣ୍ଡିଆ ମଧ୍ୟ ବହୁ କପ ଜିତିଛି । ତେବେ ଯଦିଓ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତ ଗୋଟିଏ ମଧ୍ୟ ବିଶ୍ବକପ ଜିତିନାହିଁ ତଥାପି ତାଙ୍କ ଅଧିନାୟକତ୍ବରେ ଭାରତ ସର୍ବାଧିକ ମ୍ୟାଚ ଜିତିଛି । କ୍ରିକେଟର ତିନୋଟି ଯାକ ଫର୍ମାଟରେ ଅଧିନାୟକତ୍ବ ଭାର ସମ୍ଭାଳିଥିବା ରୋହିତଙ୍କ ବିଜୟ ହାର ଧୋନୀଙ୍କଠାରୁ ମଧ୍ୟ ଉପରେ ରହିଛି ।

ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତ ୫୪ଟି ଟି-୨୦ ମ୍ୟାଚ ଖେଳିଛି । ଯେଉଁଥିରେ ଭାରତ ୪୧ଟି ବିଜୟ ହୋଇଛି । ଏଣୁ ରୋହିତଙ୍କ ବିଜୟ ହାର ରହିଛି ୭୬.୮୫ ପ୍ରତିଶତ । ଧୋନୀଙ୍କ ଅଧିନାୟକତ୍ବରେ ଭାରତ ୭୧ଟି ମ୍ୟାଚ ଖେଳିଥିବାବେଳେ ୪୧ଟି ବିଜୟୀ ହୋଇଛି । ଯାହାର ହାର ହେଉଛି ୫୯.୨୮ । ବିରାଟ କୋହଲି ୫୦ଟି ମ୍ୟାଚରେ ଅଧିନାୟକତ୍ବ କରିଥିବାବେଳେ ୩୦ଟି ବିଜୟୀ ହୋଇଛନ୍ତି । ବିଜୟ ହାର ୬୪.୫୮ ପ୍ରତିଶତ । ହାର୍ଦ୍ଦିକ ପାଣ୍ଡ୍ୟା ୧୬ଟିରୁ ୧୦ଟିରେ ବିଜୟୀ ହୋଇଛନ୍ତି । ୬୫.୬୨ ପ୍ରତିଶତ ରହିଛି ବିଜୟ ହାର ।

ଦିନିକିଆରେ ରୋହିତ ୪୫ଟି ମ୍ୟାଚରେ ଅଧିନାୟକତ୍ବ କରିଥିବାବାବେଳେ ୩୪ଟିରେ ବିଜୟୀ ହୋଇଛନ୍ତି । ଧୋନୀ, କୋହଲି, ଧାଓ୍ବନ ଏବଂ କପିଲଙ୍କ ବିଜୟ ହାରଠାରୁ ରୋହିତ ଅଧିନାୟକତ୍ବ ବିଜୟ ହାର ମଧ୍ୟ ଦିନିକିଆରେ ଅଧିକ ରହିଛି । ସେପଟେ ଟେଷ୍ଟରେ ମଧ୍ୟ ଆଗରେ ରହିଛନ୍ତି ବିରାଟ କୋହଲି । ତାଙ୍କ ଅଧିନାୟକତ୍ବରେ ଭାରତ ୭୦ ପ୍ରତିଶତ ମ୍ୟାଚ ଜିତିଛି । ଦ୍ବିତୀୟ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା । ତାଙ୍କ ଅଧିନାୟକତ୍ବରେ ଭାରତ ୬୯.୨୩ ପ୍ରତିଶତ ଜିତିଛି ।