spot_img
Home Blog Page 2103

ହୋଲିରେ ଗୋଷ୍ଠୀ ସଂଘର୍ଷ

କଟକ: ହୋଲିରେ ଗୋଷ୍ଠୀ ସଂଘର୍ଷ । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଭୋଗଡ଼ା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଗଣ୍ଡଗୋଳରେ ୫ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ତିଗିରିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ସଂଘର୍ଷରେ ଭୋଗଡ଼ା ସରପଞ୍ଚଙ୍କ ସ୍ୱାମୀ ଓ ଦିଅର ଆହତ  ହୋଇଛନ୍ତି।  ଘଟଣାସ୍ଥଳରେ ଆଠଗଡ ଡିଏସପି ଏବଂ ତିଗିରିଆ ପୋଲିସ୍  ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଗୋଷ୍ଠୀ ସଂଘର୍ଷକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି।

ହୋଲିରେ ଅଘଟଣ, ପାଣିରେ ବୁଡ଼ି ୨ ଛାତ୍ର ମୃତ

ସୋର: ହୋଲିରେ ଅଘଟଣ। ପୋଖରୀରେ ବୁଡ଼ି ସୋର ଥାନା ଅଧିନ ଦହିସଢ଼ା ଗ୍ରାମରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପଞ୍ଚମ ଶ୍ରେଣୀ ଛାତ୍ର ମାନସ ପାତ୍ର। ହୋଲି ଖେଳି ସାରି ଘର ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ ନାବାଳକ। ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ନାବାଳକକୁ ମୃତକ ଘୋଷଣା କରିଥିଲେ।

ହୋଲିରେ ଅଘଟଣ । ପାଣିରେ ବୁଡ଼ି କଲେଜ ଛାତ୍ର ମୃତ । କଟକ ଜିଲ୍ଲା ସାଲେପୁର ଛାନିପୁର ପଞ୍ଚାୟତ ବାରିବାରି ଗାଁରେ ଏହି ଅଘଟଣ  ଘଟିଛି । ପୋଖରୀରେ ବୁଡ଼ି ଜଣେ କଲେଜ ଛାତ୍ର  ପ୍ରାଣ ହରାଇଛନ୍ତି ।ମୃତ ଛାତ୍ର ହେଲେ ଆଶିଷ କୁମାର ଦାସ। ତାଙ୍କ ବୟସ ୧୭ ବର୍ଷ। ହୋଲି ଖେଳିସାରି ସେ ସ୍ଥାନୀୟ କରୁମୁଆ ପୋଖରୀରେ ଗାଧୋଉଥିଲେ।  ପାଣିରେ ବୁଡ଼ି ଯାଇ ତାଙ୍କର ମୃତ୍ଯୁ ହୋଇଛି।  ହୋଲି ଦିନ ଏଭଳି ଅଘଟଣ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଶ୍ରଦ୍ଧା ପିନ୍ଧିଲେ ବୟଫ୍ରେଣ୍ଡଙ୍କ ନାମର ପେଣ୍ଡେଣ୍ଟ, ସୋସିଆଲ ମିଡିଆରେ କଲେ ପୋଷ୍ଟ!

ନନ୍ଦିଘୋଷ ବ୍ୟୁରୋ: ନିଜର ପ୍ରେମକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର । ତେବେ ସେ ରାହୁଲ ମୋଦିଙ୍କୁ ଡେଟ କରୁଥିବା କୁହାଯାଉଛି । ଏପରିକି ମୁକେଶ ଅମ୍ବାନୀଙ୍କ ପୁଅଙ୍କ ପ୍ରିଓ୍ବେଡିଂରେ ମଧ୍ୟ ଉଭୟ ନଜର ଆସିଥିଲେ । ଏବେ ଅଭିନେତ୍ରୀଙ୍କ ଏକ ନୂଆ ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରିଛନ୍ତି ଶ୍ରଦ୍ଧା । ଯେଉଁଥିରେ ସେ ପ୍ରେମିକଙ୍କ ନାମର ପ୍ରଥମ ଅକ୍ଷର ଆର ଲେଖାଥିବା ଏକ ପେଣ୍ଡେଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛନ୍ତି । ଫ୍ୟାନ୍ସମାନେ ଏହାକୁ ନେଇ କମେଣ୍ଟ ମଧ୍ୟ କରିଛନ୍ତି । ବହୁ ମଜାଳିଆ କମେଣ୍ଟମାନ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ପେଣ୍ଡେଣ୍ଟ ପିନ୍ଧିବା ପରେ ଉଭୟଙ୍କ ପ୍ରେମ ସମ୍ପର୍କ କନଫର୍ମ ବୋଲି ପ୍ରଶଂସକମାନେ କହିଛନ୍ତି । ଖୁବଶୀଘ୍ର ଅଫିସିଆଲି ସେମାନଙ୍କ ସମ୍ପର୍କ କହିପାରନ୍ତି । ବିବାହ ସମ୍ପର୍କରେ ମଧ୍ୟ କହିପାରନ୍ତି ବୋଲି କୁହାଯାଉଛି । ତେବେ ରାହୁଲ ମୋଦିଙ୍କ ସମ୍ପର୍କରେ ଯଦି କହିବା ତାହେଲେ ସେ ହେଉଛନ୍ତି ପ୍ରତିଷ୍ଠିତ ବ୍ୟବସାୟୀ । ’ଆକାଶ ବାଣୀ’ ଫିଲ୍ମର ସେ ସହକାରୀ ନିର୍ଦ୍ଦେଶକଭାବେ କାମ କରିଥିଲେ । ଏହାସହ ’ତୁ ଝୁଟି ମେ ମକାର’ ଫିଲ୍ମର ଲେଖକ ଭାବେ ମଧ୍ୟ କାମ କରିଛନ୍ତି ।

ପାକିସ୍ତାନରେ ବଡ଼ ଆକ୍ରମଣ, ୬ ଜଣଙ୍କ ମୃତ୍ୟୁ ସୂଚନା

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ଖେବର ପଖତୁନଖ୍ବାରେ ଭୀଷଣ ଆତ୍ମଘାତୀ ଆକ୍ରମଣ । ଆକ୍ରମଣରେ ୫ ଚୀନ ନାଗରିକଙ୍କ ସହ ଜଣେ ସ୍ଥାନୀୟ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତ ଚୀନ ନାଗରିକ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ଏକ ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିଲେ । ବିସ୍ଫୋରକ ସାମଗ୍ରୀ ଭତ୍ତି ଏକ ଗାଡି ଚୀନ ନାଗରିକ ବସିଥିବା ଗାଡିକୁ ଧକ୍କା ଦେଇଥିଲା । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଇସଲାମାବାଦରୁ ଦାସୁ ଅଭିମୁଖେ ଯାଉଥିଲେ । ଏହି ସମୟରେ ଏହି ଆକ୍ରମଣ ହୋଇଛି । ର୍ପୂବରୁ ବି ଅନେକ ଥର ଚୀନ ନାଗରିକଙ୍କ ଉପରେ ଆକ୍ରମଣ ହୋଇଛି । ପାକିସ୍ତାନ ଓ ଚୀନର ମିଳିତ ପ୍ରୋଜେକ୍ଟ ଚୀନ ପାକିସ୍ତାନ ଇକୋନମିକ କରିଡରକୁ ବିରୋଧ କରି ଚିନୀ ନାଗରିକଙ୍କୁ ର୍ଟାଗେଟ କରାଯାଉଥିବା ଅଭିଯୋଗ ରହିଛି । ବଲୁଚିସ୍ତାନ ପାକ ଅଧିନକୁ ଯିବା ପରଠୁ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଚାଲିଛି । ଏହାର କାରଣ ବଲୁଚିସ୍ତାନର ଶାସକ କଲାତ ଖାନ ଚାହୁଁ ନଥିଲା ଯେ ତାଙ୍କ ରାଜ୍ୟରେ ପାକିସ୍ତାନ ବିଲୟ ହେଉ । କିଛି ମାସ ପରେ କିନ୍ତୁ ସେନା ବଳୟରେ ରାଜ୍ୟର ବିଲୟ କରାଯାଇଥିଲା । ଯାହାକୁ ନେଇ ଏହି ଆକ୍ରମଣ ମାନ ଘଟୁଥିବା ସୂଚନା ରହିଛି ।

ଓଲଟିଲା ଅଟୋ, ଜଣେ ମୃତ, ୧୬  ଆହତ

କୋରାପୁଟ: ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଓଲଟିଲା ଅଟୋ, ଜଣେ ମୃତ, ୧୬  ଆହତ। କୋରାପୁଟ ଦଶମନ୍ତପୁର ବ୍ଲକ ମୁନ୍ଦାର ଗାଁରେ କଲଭର୍ଟ ତଳକୁ ଓଲଟି ପଡିଲା ଅଟୋ। ଚାଳକ ସହ ୧୬ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ନାବାଳିକା ହେଲେ ଦାଶି ମୁଦୁଲି। ଆହତଙ୍କ ମଧ୍ୟରେ ରହିଛନ୍ତି ବହୁ ସ୍କୁଲ ଛାତ୍ରୀ। । ଆହତଙ୍କୁ ଉଦ୍ଧାର କରି ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଛି। ସମସ୍ତେ ପିଣ୍ଡା ପଦର ପଞ୍ଚାୟତ ବରଗଛ ଗାଁର ବୋଲି ଜଣାପଡିଛି। ଦୋଳ ପୂର୍ଣ୍ଣିମା ନାଚ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ଦଶମନ୍ତପୁର ଠାରୁ ନିଜ ଗାଁ ଅଭିମୁଖେ ଅଟୋ ସାହାଯ୍ୟରେ ଫେରୁଥିଲେ ୧୬ ଜଣ । ପୋଲିସ ଘଟଣାର ତଦନ୍ତ କରୁଥିବା ଏଏସଆଇ ଲକ୍ଷ୍ମୀ କାନ୍ଥ ପଣ୍ଡା କହିଛନ୍ତି।

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ବିଆରଏସ ନେତ୍ରୀ କେ. କବିତା

ନନ୍ଦିଘୋଷ ବ୍ୟୁରୋ: ବହୁଚର୍ଚ୍ଚିତ ମଦ ନୀତି ମାମଲାରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ବିଆରଏସ ନେତ୍ରୀ ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା । ଏପ୍ରିଲ ୯ ତାରିଖ ଯାଏ ବିଚାର ବିଭାଗୀୟ ହାଜତରେ ରହିବେ କେ. କବିତା। ଇଡି ହେପାଜତ ଶେଷ ହେବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏପ୍ରିଲ ୧ରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନର ଶୁଣାଣି ହେବ। ସେପଟେ ତାଙ୍କ ଗିରଫଦାରୀ ବେଆଇନ ଓ ସେ ଏହା ବିରୋଧରେ ଲଢେଇ ଜାରି ରଖିବେ । ଏହା ଏକ ରାଜନୈତିକ ଦୂରଭିସନ୍ଧିମୂଳକ ଗିରଫଦାରୀ ବୋଲି ସେ କହିଛନ୍ତି । ପୂର୍ବରୁ ଏହି ମାମଲାରେ କବିତାଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କଠାରୁ ନିରାଶ ହେବା ପରେ ସେ ନିମ୍ନକୋର୍ଟରେ ଆବେଦନ କରିଛନ୍ତି । ତାଙ୍କର ଗିରଫଦାରୀ ଧାରା ୧୪୧କୁ ଉଲ୍ଲଂଘନ କରୁଛି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ଦିଲ୍ଲୀ ମଦନୀତି ମାମଲାରେ ଗତ ମାର୍ଚ୍ଚ ୧୫ରେ ହାଇଦ୍ରାବାଦରୁ ଗିରଫ ହୋଇଥିଲେ କେ. କବିତା ।

ଇଡି ହାଜତରୁ ଆସିଲା ଅରବିନ୍ଦ କେଜରିୱାଲଙ୍କ ଦ୍ବିତୀୟ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଜତରେ ଥିବା ବେଳେ ସେଠାରୁ ଚଲାଇଛନ୍ତି ସରକାର। ରବିବାର ପ୍ରଥମ ନିର୍ଦ୍ଦେଶ ଜାରି କରିଥିବା ବେଳେ, ଏବେ ପୁଣି ଆଉ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ। ଦିଲ୍ଲୀରେ ସରକାରଙ୍କ ଦ୍ୱାରା ପରିଚାଳିତ ମୋହଲା କ୍ଳନିକରେ ଯେପରି ଲୋକେ ମାଗଣା ଔଷଧ ପାଇବା ସହିତ ମାଗଣାରେ ସମସ୍ତ ପ୍ରକାର ଟେଷ୍ଟ କରାଇପାରିବେ, ସେ କଥା ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦେଶ ଦେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି।

ସେ କହିଛନ୍ତି, ମୋହଲ୍ଲା କ୍ଲିନିକରେ ଲୋକେ ମାଗଣାରେ ବିଭିନ୍ନ ପ୍ରକାର ପରୀକ୍ଷା କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ କେଜରିଓ୍ବାଲ ଖବର ପାଇଥିଲେ। ତେଣୁ ଏହାର ସମାଧାନ କିପରି ହୋଇପାରିବ, ତାହା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ସୌରଭ ଭରଦ୍ବାଜ। ସବୁ ଡାକ୍ତରଖାନା ଓ ମୋହଲ୍ଲା କ୍ଲିନିକ୍ରେ ଯେପରି ଲୋକଙ୍କୁ ମାଗଣାରେ ଔଷଧ ମିଳିବାରେ ବା କୌଣସି ପ୍ରକାର ପରୀକ୍ଷା କରାଇବାରେ କିଛି ଅସୁବିଧା ନ ହେବ, ସେଥିପ୍ରତି ଦୃଷ୍ଟି ଦେବାକୁ କେଜରିଓ୍ବାଲ କହିଛନ୍ତି।

କମୁଛି ଫର୍ଟିଲିଟି ରେଟ୍: ୨୦୫୦ ବେଳକୁ ଦେଶରେ ରହିଥିବେ କେବଳ ବୟସ୍କ ବ୍ୟକ୍ତି

ନନ୍ଦିଘୋଷ ବ୍ୟୁରୋ: ଭାରତରେ ଏବେ ବଢ଼ି ଚାଲିଛି ଜନସଂଖ୍ୟା । ଏହି ଚିନ୍ତା ଜନକ ଖବର ଭିତରେ ଆଉ ଏକ ଖବର ଆସି ପହଞ୍ଚିଛି ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ୨୦୫୦ ମସିହା ବେଳକୁ ଭାରତରେ ଫର୍ଟିଲିଟି ରେଟ ବା ପ୍ରଜନନ କ୍ଷମତା ମାତ୍ର ୧. ୨୯ ରହିଥିବ । ଏବେ ଏହା ରହିଛି ୧. ୯୧ । ୧୯୫୦ ମସିହାରେ ଏହା ୬. ୧୮ ଥିଲା ।

ଅର୍ନ୍ତରାଷ୍ଟ୍ରୀୟ ଜର୍ନାଲରେ ପ୍ରକାଶିତ ହୋଇଥିବା ଏହି ରିପୋର୍ଟ ସମସ୍ତକୁ ଚକିତ କରିଦେଇଛି । ଜର୍ନାଲ କହିଛି ଯେ, ଏହି ସ୍ଥର କମିକି ୧. ୦୪ ବି ହୋଇପାରେ । କେବଳ ଭାରତରେ ପ୍ରଜନନ କ୍ଷମତା କମୁନି ଦୁନିଆରେ ବହୁ ଦେଶରେ ଏମିତି ହେଉଛି । ସାରା ବିଶ୍ବରେ ମହିଳାଙ୍କ କ୍ଷେତ୍ରରେ ପ୍ରଜନନ କ୍ଷମତା ପ୍ରାୟ ଅଧା କମି ଗଲାଣି । ୧୯୫୦ ମସିହାରେ ଏହା ୪. ୮ରୁ ଅଧିକା ଥିଲା । ୨୦୨୧ରେ ଏହା କମି ୨. ୨ ହୋଇଯାଇଛି ।

ବୈଜ୍ଞାନିକ ମାନେ ଏଥିପାଇଁ ଜୀବନଶୖଳୀ ବଦଳିବା ଗ୍ଲୋବାଲ ଓ୍ବାର୍ମିଂ, କ୍ଲାଇମେଟ ଚେଞ୍ଚ ଭଳି ସମସ୍ୟାକୁ ଦାୟୀ କରିଛନ୍ତି । ଭାରତରେ ଅଧିକ ଜନସଂଖ୍ୟା ଥିବାରୁ ଆଗକୁ ଯଦି ଏହି ପ୍ରଜନନ ସଂଖ୍ୟା କମିଯାଏ ତାହାଲେ ଛୋଟ ପିଲା ଏବଂ ବୟସ୍କଙ୍କ ମଧ୍ୟରେ ସନ୍ତୁଳନ ଠିକରେ ରକ୍ଷା ହୋଇପାରିବ ନାହିଁ ।  ଦେଶରେ ଯୁବକ ଯୁବତୀ କମ୍ ଏବଂ ବୟସ୍କ ବ୍ୟକ୍ତି ଅଧିକ ରହିବେ ବୋଲି ଆଶଙ୍କା କରାଯାଉଛି ।

‘ରାମାୟଣ’ର ରାମଙ୍କ ମୋଟ ସମ୍ପତ୍ତି କେତେ? ଗୋଟିଏ ଏପିସୋଡ ପାଇଁ ସେ କେତେ ଟଙ୍କା ନେଉଥିଲେ?

ମିରଟ: ଲୋକପ୍ରିୟ ଟିଭି ସିରିଏଲ ରାମାୟଣରେ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ ଏଥର ନିର୍ବାଚନ ଲଢ଼ିବେ । ଏହି ସିରିଏଲ ପରଠାରୁ ସେ ଦେଶ ଏବଂ ବିଦେଶରେ ବେଶ ପରିଚିତ । ଅରୁଣ ମିରଟରେ ୧୨ ଜାନୁଆରୀ ୧୯୫୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ସିରିଏଲ ରାମାୟଣ ସହ ବହୁ ସିରିଏଲରେ ଅଭିନୟ କରିଛନ୍ତି । ତେବେ ରାଜନୀତିରେ ପ୍ରବେଶ କରିଥିବା ଅରୁଣ ଗୋଭିଲଙ୍କ ମୋଟ ସମ୍ପତ୍ତି କେତେ? ଏବଂ ସେ ରାମାୟଣର ଗୋଟିଏ ଏପିସୋଡ ପାଇଁ କେତେ ଟଙ୍କା ନେଉଥିଲେ?

ସିରିଏଲ ବିକ୍ରମ ବେତାଳଠୁ ନେଇ ଏବେ ଆସିଥିବା ଫିଲ୍ମ ଆର୍ଟିକିଲ ୩୭୦ରେ ସେ ନଜର ଆସିଥିଲେ । ତାଙ୍କ ବାପା ସରକାରୀ ଅଧିକାରୀ ଥିଲେ । ସେ ଚାହୁଁଥିଲେ ତାଙ୍କ ପରି ପୁଅ ବି ସରକାରୀ ଚାକିରି କରୁ । କିନ୍ତୁ ବାପା ତାଙ୍କୁ ଥରେ କହିଥିଲେ, ଏମିତି କାମ କର ଯେଉଁ କାମ ଦ୍ବାରା ଲୋକେ ସବୁବେଳେ ମନେ ରଖିବେ । ଏଥିପାଇଁ ସେ କିଛି ଅଲଗା କରିବାକୁ ଚେଷ୍ଟା କରୁଥିଲେ ।

ମିରଟରେ ପାଠ ପଢ଼ିବା ପରେ ସେ ଚୌଧୁରୀ ଚରଣ ସିଂ ୟୁନିଭର୍ସିଟିରୁ ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ ଥିଏଟର ଏବଂ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ସେ ୧୯୭୫ ମସିହାରେ ମୁମ୍ବାଇକୁ ଆସିଥିଲେ । ମୁମ୍ବାଇରେ ଭାଇଙ୍କ ସହ ରହୁଥିଲେ । ଏହା ପରେ ତାଙ୍କୁ ବିକ୍ରମ ବେତାଳ ସିରିଏଲ ମିଳିଥିଲା । ଏହା ପରେ ତାଙ୍କୁ ରାମାୟଣ ସିରିଏଲରେ ଅଭିନୟ କରିବାର ସୁଯୋଗ ମିଳିଥିଲା ।

ସେତେବେଳେ ସେ ରାମାୟଣର ଗୋଟିଏ ଏପିସୋଡ ପାଇଁ ୫୧ ହଜାର ଟଙ୍କା ନେଉଥିଲେ । ରାମାୟଣର ମୋଟ ୮୧ ଟି ଏପିସୋଡ ଥିଲା । ଏହି ସବୁକୁ ହିସାବ କଲେ ତାଙ୍କୁ ମୋଟ ୪୦ ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା । ଏହା ପରେ ତାଙ୍କୁ ଆଉ ଏକ ସିରିଏଲରୁ ୫୦ ଲକ୍ଷ ମିଳିଥିଲା । ମିଡିଆ ରିପୋର୍ଟ ଅନୁସାରେ ଅରୁଣଙ୍କ ସମ୍ପତ୍ତି ମୋଟ ୩୮ କୋଟି । ୨୦୨୨ରେ ସେ ୬୦ ଲକ୍ଷ ଟଙ୍କାର ଏକ ଲକ୍ଜୁରୀ କାର୍ ବି କିଣିଥିଲେ । ଏହା ସହ ମୁମ୍ବାଇରେ ତାଙ୍କର ଏକ ଆଲିସାନ୍ ଘର ବି ରହିଛି । ଏବେ ତାଙ୍କର ବର୍ଷକୁ ରୋଜଗାର ୪ ଲକ୍ଷ ବୋଲି କହିଛନ୍ତି । ଅଭିନୟ ଏବଂ ବିଜ୍ଞାପନରୁ ଏହି ଟଙ୍କା ସେ ରୋଜଗାର କରନ୍ତି ।

ଭାଇରାଲ ହେଉଛି କଙ୍ଗନାଙ୍କ ପୁରୁଣା ଟ୍ବିଟ, କହିଥିଲେ ମୁଁ ହିମାଚଳରୁ ନିର୍ବାଚନ ଲଢ଼ିବିନି…

ନନ୍ଦିଘୋଷ ବ୍ୟୁରୋ: ଏବେ ବଲିଉଡ୍ କୁଇନ୍ ରାଜନୀତିରେ ପ୍ରବେଶ କରିସାରିଛନ୍ତି । ନିଜର ଅଜବ ପ୍ରକାର ଟପ୍ପଣୀ ଏବଂ ରୋକ୍ ଠୋକ କଥା ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କଙ୍ଗନା ରଣାଓ୍ବନ ଏବେ ନିର୍ବାଚନ ଲଢ଼ିବେ । ସେ ବିଜେପି ଟିକେଟରେ ହିମାଚଳ ପ୍ରଦେଶ ମଣ୍ଡିରୁ ନିର୍ବାଚନ ଲଢ଼ିବେ ବୋଲି ବିଜେପି ତାର ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି ।

ପୂର୍ବବର୍ଷ କଙ୍ଗନା ଏ ନେଇ ସୂଚନା ବି ଦେଇଥିଲେ । ଏବେ କଙ୍ଗନାଙ୍କୁ ମଣ୍ଡିର ଟିକେଟ ମିଳିବା ପରେ ପୂରୁଣା ଟ୍ବିଟ ଭାଇରାଲ ହେଉଛି । ଏହି ଟ୍ବିଟରେ କଙ୍ଗନା କହିଥିଲେ ଯେ, ସେ ହିମାଚଳରୁ ନୁହେଁ ଅନ୍ୟ କେଉଁ ସ୍ଥାନରୁ ନିର୍ବାଚନ ଲଢ଼ିବେ । ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ହେବାର ମାତ୍ର କେଇ ଘଣ୍ଟା ଭିତରେ ତାଙ୍କର ଏହି ପୁରୁଣା ଟ୍ବିଟ୍ ଭାଇରାଲ ହୋଇଛି । ଟ୍ବିଟରେ ସେ କହିଥିଲେ ଯେ, ହିମାଚଳ ପ୍ରଦେଶର ଜନସଂଖ୍ୟା ପ୍ରାୟ ୬୦ରୁ ୭୦ ଲକ୍ଷ । ସେଠାରେ ଗରିବୀ ନାହିଁ ନା ସେଠାରେ ଅପରାଧ ଘଟୁଛି । ଏଥିପାଇଁ ମୁଁ ସେଠାରୁ ନିର୍ବାଚନ ନ ଲଢ଼ି ଅନ୍ୟ କୌଣସି ସ୍ଥାନରୁ ଲଢ଼ିବି । ଏହି କଥାକୁ ନେଇ ୟୁଜର ରିଟ୍ବିଟ କରି କରିଛନ୍ତି । ୟୁଜରଙ୍କ ମଧ୍ୟରେ ଏକ ପ୍ରକାର ଟ୍ବିଟ ଯୁଦ୍ଧ ଆରମ୍ଭ ହୋଇଯାଇଛି ।