ଟି-୨୦ ବିଶ୍ବକପରେ କେବେ ବଡ଼ ପାଳି ଖେଳିବେ ଜାଡେଜା ?

1 min read

ନନ୍ଦିଘୋଷ ବ୍ୟୁରୋ: ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ବକପର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ଭାରତ ୬ ରନରେ ବିଜୟ ହୋଇଛି । ୧୨୦ ରନର ଲକ୍ଷ୍ୟ ରହିଥିବାବେଳେ ପାକିସ୍ତାନ ଏହାକୁ ପୂରଣ କରିବାରେ ବିଫଳ ହୋଇଥିଲା । ତେବେ ଋଷଭ ପନ୍ଥ ଏବଂ ଅକ୍ଷର ପଟେଲଙ୍କ ଯୋଡ଼ି ଏହି ସ୍କୋର କରିବାରେ ସକ୍ଷମ ହୋଇଥିଲା । ଅନ୍ୟ କୌଣସି ଖେଳାଳି ସେମିତି ବଡ଼ ପାଳି ଖେଳିନଥିଲେ । କୋହଲି, ସୂର୍ଯ୍ୟକୁମାର ଯାଦବ, ଶିଭ ଦୁବେ ବିଫଳ ହୋଇଥିଲେ । ତେବେ ଜାଡେଜାଙ୍କ ପାଇଁ ଏକ ବଡ଼ ସୁଯୋଗ ରହିଥିଲେ ସୁଦ୍ଧା ସେ ପାକିସ୍ତାନ ବିପକ୍ଷରେ ବ୍ୟାଟିଂରେ ଚମକ ଦେଖା ପାରିନଥିଲେ ।

ତେବେ କେବଳ ଗତକାଲିର ମ୍ୟାଚ ନୁହେଁ । ଯଦି ଟି-୨୦ ବିଶ୍ବକପରେ ଜାଡେଜାଙ୍କ ବ୍ୟାଟିଂ ରେକର୍ଡ ଉପରେ ନଜର ପକାଇବା ତାହେଲେ ୧୧ଟି ପାଳିରେ ୯୯ଟି ବଲ ଖେଳି ୯୫ ରନ ସଂଗ୍ରହ କରିଛନ୍ତି । ଟି-୨୦ ବିଶ୍ବକପରେ ଏଭଳି ପ୍ରଦର୍ଶନ ଏକ ନୈରାଶ୍ୟଜନକ ପ୍ରଦର୍ଶନ କହିଲେ ଅଚ୍ୟୁକ୍ତି ହେବ ନାହିଁ । ତେବେ ସେ ୨୦୦୯ ମସିହାରୁ  ଟି-୨୦ ବିଶ୍ବକପ ଦଳରେ ଖେଳି ଆସୁଛନ୍ତି । ମାତ୍ର ବୋଲିଂରେ ସେ ଉଚ୍ଚକୋଟିର ପ୍ରଦର୍ଶନ କରିଥାନ୍ତି । ଜାଡେଜା ୨୧ ଓ୍ବିକେଟ ଅକ୍ତିଆର କରିବା ସହ ଜଣେ ସଫଳ ଭାରତୀୟ ବୋଲର ଭାବେ ଟି-୨୦ ବିଶ୍ବକପରେ ରେକର୍ଡ ରହିଛି ।