spot_img
Home Blog Page 2057

ବିଜେଡିରୁ ବିତାଡ଼ିତ ନେତାଙ୍କ ଭରସାରେ ବିଜେପି, ଆମଦାନୀ କରି ପ୍ରାର୍ଥୀ କରିଛି ବିଜେପି

ଭୁବନେଶ୍ବର: ସତ ହେଲା ଅଭିଯୋଗ । ବିଜେଡିରୁ ବିତାଡ଼ିତ ନେତାଙ୍କ ଭରସାରେ ବିଜେପି । ବିଜେଡିରୁ ବିଦା ହୋଇଥିବା ଓ ଟିକେଟ ପାଇନଥିବା ନେତାଙ୍କୁ ବିଜେପି ପ୍ରାର୍ଥୀ କରିଛି । ୮ ଜଣଙ୍କୁ ବିଧାୟକ ପ୍ରାର୍ଥୀ  ଓ ଦୁଇ ଜଣଙ୍କୁ ସାଂସଦ ପ୍ରାର୍ଥୀ କରିଛି ବିଜେପି । ଆମଦାନୀ କରି ପ୍ରଦୀପ ପାଣିଗ୍ରାହୀ, ଭର୍ତ୍ତୃହରି ମହତାବ, ଆକାଶ ଦାସ ନାୟକ, ସିଦ୍ଧାନ୍ତ ମହାପାତ୍ର, ତେଜେଶ୍ବର ପରିଡ଼ା, ପ୍ରତ୍ୟୁଷା ରାଜେଶ୍ବରୀ ,  ଅରବିନ୍ଦ ଢାଲି, ରାଜୁ ଦାସ ଓ ପ୍ରିୟଦର୍ଶୀ ମିଶ୍ରଙ୍କୁ  ପ୍ରାର୍ଥୀ କରିଛି ବିଜେପି ।

ଅନ୍ୟପଟେ ଆଜି ଘୋଷଣା ହୋଇଛି ବିଜେପିର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା । ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଚାନ୍ଦବାଲିରୁ ଲଢ଼ିବେ ମନମୋହନ ସାମଲ । କୋରେଇରୁ ଆକାଶ ଦାସନାୟକ । ଦିଗପହଣ୍ଡିରୁ ସିଦ୍ଧାନ୍ତ ମହାପାତ୍ର । ଭବାନୀପାଟଣା-ପ୍ରଦୀପ୍ତ କୁମାର ନାୟକ । କଟକ ସଦର-ପ୍ରକାଶ ଚନ୍ଦ୍ର ସେଠୀ । ପୁରୀ-ଜୟନ୍ତ କୁମାର ଷଡ଼ଙ୍ଗୀ । ବ୍ରହ୍ମଗିରି ଉପାସନା ମହାପାତ୍ର । ଭୁବନେଶ୍ୱର(ଜୟଦେବ) ଅରବିନ୍ଦ ଢାଲି । ଭୁବନେଶ୍ୱର (ମଧ୍ୟ) ଜଗନ୍ନାଥ ପ୍ରଧାନ । ସମ୍ବଲପୁର- ଜୟନାରାୟଣ ମିଶ୍ର । ଭୁବନେଶ୍ୱର ଉତ୍ତର –ପ୍ରିୟଦର୍ଶୀ ମିଶ୍ର । ଚିଲିକା – ପୃର୍ଥ୍ବୀରାଜ ହରିଚନ୍ଦନ । ନୟାଗଡ଼- ପ୍ରତ୍ୟୁଶା ରାଜେଶ୍ୱରୀ ସିଂ । ହିଞ୍ଜିଳୀ – ଶିଶିର ମିଶ୍ର । ଗୋପାଳପୁର- ବିଭୁତି ଭୁଷଣ ଜେନା ପ୍ରମୁଖ ନିର୍ବାଚନ ମଇଦାନରେ ଲଢ଼ିବେ ।

ମୁଖତାର ଶବକୁ ଏମିତି କବର ଦିଆ ଯାଇଛି ଯେ, ୨୦ ବର୍ଷ ପରେ ବି ହୋଇ ପାରିବ ଯାଂଚ

ଗାଜିପୁର: ବଡ଼ ବୟାନ ଦେଲେ ମୁଖତାର ଅନସାରୀଙ୍କ ଭାଇ ତଥା ସାଂସଦ ଅଫଜଲ ଅନସାରୀ । ସେ କହିଛନ୍ତି ଯେ, ସରକାର ଭାବୁଛନ୍ତି ମୁଖତାର ଅନସାରୀଙ୍କ କାହାଣୀ ଶେଷ ହୋଇଛି । ସେ ଏହି ଦୁନିଆରେ ନାହାନ୍ତି ସତ ହେଲେ ଜଘନ୍ୟ ଅପରାଧିଙ୍କୁ ରକ୍ଷା କରିବାକୁ ଯାଇ ମୁଖତାରଙ୍କୁ ହତ୍ୟା କରାଯାଇଛି । ଅଫଜଲ କହିଛନ୍ତି ଯେ, ରାଜଧର୍ମର ହତ୍ୟା ହୋଇଛି । ଯଦି କେହି ଏହାକୁ ବାହାଦୁରୀ ବୋଲି ଭାବୁଛନ୍ତି ତାହାଲେ ତାହା ଅଲଗା କଥା ।

ସେ ଆହୁରୀ କହିଛନ୍ତି ଯେ, ଡାକ୍ତର, ଜେଲ୍ ପ୍ରଶାସନ,ଏସଟିଏଫ ମୁଖତାର ଅନସାରୀଙ୍କୁ ହତ୍ୟା କରିଛନ୍ତି । ଯାଞ୍ଚ ପାଇଁ ତାଙ୍କ ଭିସେରାକୁ ପ୍ରିଜର୍ଭ କରାଯାଇଛି । ତାଙ୍କ ଶରୀରକୁ ଏପରି ଭାବେ ପୋତା ଯାଇଛି ଯେ, ତାହା ୨୦ ବର୍ଷ ପରେ ବି ଯାଞ୍ଚ ହୋଇ ପାରିବ । ଏଥିପାଇଁ ଯେଉଁ ଲୋକ ଭାବୁଛନ୍ତି ମୁଖତାର ଅନସାରୀଙ୍କ କାହାଣୀ ସରି ଯାଇଛି ସେମାନେ ଜାଣି ରଖନ୍ତୁ ଯେ, ଏବେ କାହାଣୀ ଆରମ୍ଭ ହୋଇଛି ।

ଭାରତରେ କୌଣସି ଶବଯାତ୍ରାରେ ସରକାର ଲୋକଙ୍କୁ ବାରଣ କରେ ନାହିଁ । ଆମେ ମର୍ମାହତ ଯେ, ମୋ ଭାଇର ଶବ ଉପରେ ମାଟି ପକାଇବାକୁ ବି ଅନୁମତି ନେବାକୁ ପଡ଼ିବ । ଅବ୍ବାସ ଅନସାରୀଙ୍କ ପାରୋଲ ଉପରେ ସେ କହିଛନ୍ତି ଯେ, ଆମେ ଅପେକ୍ଷା କରିବୁ ନାହିଁ ତାଙ୍କୁ ଗୋଟିଏ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଜାମିନରେ ବାହାରକୁ ଆଣିବାକୁ ଚେଷ୍ଟା କରିବୁ ।

ବଡ଼ ଧରଣର ଏନକାଉଣ୍ଟର, ୪ ଜଣ ନକ୍ସଲଙ୍କ ମୃତ୍ୟୁ

ବିଜାପୁର: ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନକାଉଣ୍ଟର। ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ | ଏନକାଉଣ୍ଟରରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି। ବହୁ ସଂଖ୍ୟକ ନକ୍ସଲ ଆହତ ହୋଇଥିବା ବିଷୟରେ ସୂଚନା ଗ୍ରହଣ କରାଯାଉଛି। ହତ୍ୟା କରାଯାଇଥିବା ନକ୍ସଲ ମାନଙ୍କ ସହିତ INSAS LMG, AK47 ପରି ସ୍ୱୟଂଚାଳିତ ଅସ୍ତ୍ର ମଧ୍ୟ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା। ପୋଲିସ ଏବେ ମଧ୍ୟ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରଖିଛି। ।  | ଗଙ୍ଗାଲୁର ପୋଲିସ ଷ୍ଟେସନ ପରିସରର କୋରଖୋଲି ଏବଂ ଲେଣ୍ଡ୍ରା ଜଙ୍ଗଲରେ ଏନକାଉଣ୍ଟର ଚାଲିଛି |

ଅଧିକ ଶକ୍ତିଶାଳୀ ହେଲା ବିଜେଡି, ବିଜେପି ଓ କଂଗ୍ରେସ ଛାଡ଼ି ମିଶିଲେ ବହୁ ନେତା ଓ କର୍ମୀ

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡି ଅଧିକରୁ ଅଧିକ ଶକ୍ତିଶାଳୀ ହେଉଛି। ବିଜେପି ଓ କଂଗ୍ରେସ ଛାଡ଼ି ବହୁ ନେତା ଓ କର୍ମୀ ବିଜେଡିରେ ମିଶୁଛନ୍ତି । ଆଜି ଗଜପତି ଜିଲ୍ଲା ମୋହନା ନିର୍ବାଚନମଣ୍ଡଳୀର ବହୁ ଜନପ୍ରତିନିଧି ବିଜେପି ଓ କଂଗ୍ରେସ ଛାଡ଼ି ଶଙ୍ଖ ଫୁିଙ୍କିଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ରାଜୀବ ଦୋରା, ନିଖୀମା ରାଇତ, ଜୟସେନ ଦୋରା, ଜୋସେଫ ଗମାଙ୍ଗ, ଅବେନା ଗମାଙ୍ଗ, ସୁରତ ରଇତ, ରାଜେନ୍ଦ୍ର ଦଳବେହେରା, ରାଜେଶ ମଣ୍ଡଳ, ନନ୍ଦିନୀ ସାମଲ, ହରି ଚନ୍ଦ୍ର, ପ୍ରଫୁଲ୍ଲ ରଇତ, ଆୟୁଷ୍ମାନ ପାରିଛା, ମୋହନ ଗୌଡ଼ଙ୍କ ସମେତ ଅନେକ ନେତା ବିଜେଡିରେ ଯୋଗଦେଇଛନ୍ତି। ଶଙ୍ଖ ଭବନରେ ସମସ୍ତଙ୍କୁ ସ୍ବାଗତ କରାଯାଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ସାଂସଦ ସସ୍ମିତ ପାତ୍ର ଓ ଗଜପତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିକାଶ କାମ ଯୋଗୁ ବିଜେଡିରେ ମିଶିଲେ ବୋଲି ସମସ୍ତେ କହିଛନ୍ତି।

ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ବର: ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଯେଉଁଥିରେ ୪୯ ଜଣ ନୂଆ ମୁହଁ ଥିବାବେଳେ ୬୩ ଜଣଙ୍କ ଉପରେ ପୁଣି ଭରସା କରିଛି ଦଳ । ସେହିପରି ୧୭ ବିଧାୟକଙ୍କୁ ପୁଣି ମୈଦାନକୁ ଉତ୍ତାରିଛି ଦଳ । ବିଧାୟକ ପ୍ରାର୍ଥୀ ପାଇଁ ପ୍ରଥମ ତାଲିକାରେ ୮ ଜଣ ମହିଳାଙ୍କୁ ଟିକେଟ ଦେଇଛି ଦଳ ।

ନଜର ପକାନ୍ତୁ କିଏ କେଉଁଠୁ ପ୍ରାର୍ଥୀ ହୋଇଛନ୍ତି- ପଦ୍ମପୁରରୁ ଗୋବର୍ଦ୍ଧନ ଭୁଏ, ବିଜେପୁରରୁ ସନତ ଗଡତିଆ, ବରଗଡ଼ରୁ ଅଶ୍ୱିନ ଷଡ଼ଙ୍ଗୀ, ଅତାବିରାରୁ ନିହାର ମହାନନ୍ଦ, ବ୍ରଜରାଜନଗରରୁ ସୁରେଶ ପୂଜାରୀ, ଭଟଲୀରୁ ଇରାଶିଷ ଆଚାର୍ଯ୍ୟ, ଝାରସୁଗୁଡ଼ାରୁ ଟଙ୍କଧର ତ୍ରିପାଠୀ, ତଳସରାରୁ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ରୁ କୁସୁମ ଟେଟେ, ବୀରମିତ୍ରପୁରରୁ ଶଙ୍କର ଓରାମ, ରଘୁନାଥପାଲିରୁ ଦୁର୍ଗା ଚରଣ ତନ୍ତୀ, ରାଜଗାଙ୍ଗପୁରରୁ ନରସିଂହ ମିଞ୍ଜ, ବଣାଇରୁ ସେବତୀ ନାୟକ, କୁଚିଣ୍ଡାରୁ ରବି ନାରାୟଣ ନାୟକ, ରେଙ୍ଗାଲିରୁ ନାଉରୀ ନାଏକ ପ୍ରାର୍ଥୀ ହୋଇଛନ୍ତି। ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ରେଢ଼ାଖୋଲରୁ ଦେବେନ୍ଦ୍ର ମହାପାତ୍ର, ଦେବଗଡ଼ରୁ ସୁବାସ ପାଣିଗ୍ରାହୀ, ଆନନ୍ଦପୁରରୁ ଆଲୋକ କୁମାର ସେଠୀ, କେନ୍ଦୁଝରରୁ ମୋହନ ଚରଣ ମାଝୀ, ଯଶୀପୁରରୁ ଗଣେଶରାମ ସିଂ ଖୁଣ୍ଟିଆ, ଉଦଳାରୁ ଭାସ୍କର ମଢ଼େଇ, ବଡ଼ସାହିରୁ ସନାତନ ବିଜୁଳି, ବାରିପଦାରୁ ପ୍ରକାଶ ସୋରେନ, ମୋରଡ଼ାରୁ କୃଷ୍ଣଚନ୍ଦ୍ର ମହାପାତ୍ର, ଜଳେଶ୍ୱରରୁ ବ୍ରଜ ପ୍ରଧାନ, ବାଲେଶ୍ୱରରୁ ମାନସ କୁମାର ଦତ୍ତ, ରେମୁଣାରୁ ଗୋବିନ୍ଦ ଚନ୍ଦ୍ର ଦାସ, ସୋରରୁ ରାଜେନ୍ଦ୍ର ଦାସ, ସିମୁଳିଆରୁ ପଦ୍ମଲୋଚନ ପଣ୍ଡା, ଭଦ୍ରକ ସୀତାଂଶୁ ଶେଖର ମହାପାତ୍ର, ଧାମନଗରରୁ ସୂର୍ଯ୍ୟବଂଶୀ ସୂରଜ, ଚାନ୍ଦବାଲିରୁ ମନମୋହନ ସାମଲ, ବିଂଝାରପୁରରୁ ବବିତା ମଲ୍ଲିକ, ବଡ଼ଚଣାରୁ ଅମର ନାୟକ, ଧର୍ମଶାଳାରୁ ସ୍ମୃତିରେଖା ପହୀ, ଯାଜପୁରରୁ ଗୌତମ ରାୟ, କୋରାଇରୁ ଆକାଶଦାସ ନାୟକ, ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତ, ଢେଙ୍କାନାଳରୁ କୃଷ୍ଣଚନ୍ଦ୍ର ପାତ୍ର, କାମାକ୍ଷାନଗରରୁ ଶତୃଘନ ଜେନା, ପର୍ଜଙ୍ଗରୁ ବିଭୂତିଭୂଷଣ ପ୍ରଧାନ, ପାଲଲହଡ଼ାରୁ ଅଶୋକ ମହାନ୍ତି, ତାଳଚେରରୁ କାଳନ୍ଦୀଚରଣ ସାମଲ, ଅନୁଗୁଳରୁ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦାରୁ ଅଗସ୍ତି ବେହେରା, ଆଠମଲ୍ଲିକରୁ ସଂଜୀବ ସାହୁ, ବୀରମହାରାଜପୁରରୁ ରଘୁନାଥ ଜଗଦଳ, ସୋନପୁରରୁ ପ୍ରମୋଦ ମହାପାତ୍ର, ଲୋଇସିଂହାରୁ ମୁକେଶ ମହାଲିଙ୍ଗ, ପାଟଣାଗଡ଼ରୁ କେ ଭି ସିଂହଦେଓ, ବଲାଙ୍ଗୀରରୁ ଗୋପାଳଜୀ ପାଣିଗ୍ରାହୀ, ଟିଟିଲାଗଡ଼ରୁ ନବୀନ ଜୈନ, କଣ୍ଟାବାଞ୍ଜିରୁ ଲକ୍ଷ୍ମଣ ବାଗ, ନୂଆପଡ଼ାରୁ ଅଭିନନ୍ଦନ ପଣ୍ଡା, ଖରିଆର- ହିତେଶ ବଗର୍ତ୍ତି, ଉମରକୋଟରୁ ନିତ୍ୟାନନ୍ଦ ଗଣ୍ଡ, ନବରଂଗପୁରରୁ ଗୌରୀଶଙ୍କର ମାଝୀ, ଲାଞ୍ଜିଗଡ଼ରୁ ରମେଶ ମାଝୀ, ଜୁନାଗଡ଼ରୁ ମନୋଜ କୁମାର ମେହେର, ଧର୍ମଗଡ଼ରୁ ସୁଧୀର ପଟ୍ଟଯୋଶୀ, ଭବାନୀପାଟଣାରୁ ପ୍ରଦୀପ୍ତ ନାଏକ, ନର୍ଲାରୁ ଅନିରୁଦ୍ଧ ପ୍ରଧାନ, ବାଲିଗୁଡ଼ାରୁ କଳ୍ପନା କୁମାରୀ କହଁର, ଜି ଉଦୟଗିରିରୁ ମାନଗୋବିନ୍ଦ ପ୍ରଧାନ, ଫୁଲବାଣୀରୁ ଉମାଚରଣ ମଲ୍ଲିକ, କଣ୍ଟାମାଳରୁ କହ୍ନେଇ ଚରଣ ଡାଙ୍ଗ, ବୌଦ୍ଧରୁ ସରୋଜ ପ୍ରଧାନ, ବଡ଼ମ୍ବାରୁ ସମ୍ବିତ ତ୍ରିପାଠୀ, ବାଙ୍କୀରୁ ତୁଷାରକାନ୍ତ ଚକ୍ରବର୍ତ୍ତୀ, ଆଠଗଡ଼ରୁ ଅଭୟ କୁମାର ବାରିକ, ଚୌଦ୍ୱାର କଟକରୁ ନୟନ କିଶୋର ମହାନ୍ତି, ନିଆଳିରୁ ଛବି ମଲ୍ଲିକ, କଟକ ସଦରରୁ ପ୍ରକାଶ ଚନ୍ଦ୍ର ସେଠୀ, ମାହାଙ୍ଗାରୁ ସୁମନ୍ତ କୁମାର ଘଡ଼େଇ, ପାଟକୁରାରୁ ତେଜେଶ୍ୱର ପରିଡ଼ା, ଆଳିରୁ କୃଷ୍ଣଚନ୍ଦ୍ର ପଣ୍ଡା, ମହାକାଳପଡ଼ାରୁ ଦୁର୍ଗାପ୍ରସନ୍ନ ନାୟକ, ପାରାଦୀପରୁ ସମ୍ପଦ କୁମାର ସ୍ୱାଇଁ, ତିର୍ତ୍ତୋଲରୁ ରାଜକିଶୋର ବେହେରା, ନିମାପଡ଼ାରୁ ପ୍ରଭାତୀ ପରିଡ଼ା, ପୁରୀରୁ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରିରୁ ଉପାସନା ମହାପାତ୍ର, ସତ୍ୟବାଦୀରୁ ଓମ୍ ପ୍ରକାଶ ମିଶ୍ର, ପିପିଲିରୁ ଆଶ୍ରିତ ପଟ୍ଟନାୟକ, ଜୟଦେବରୁ ଅରବିନ୍ଦ ଢ଼ାଲି, ଭୁବନେଶ୍ୱର ମଧ୍ୟରୁ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଉତ୍ତରରୁ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ଏକାମ୍ରରୁ ବାବୁ ସିଂ, ଜଟଣୀରୁ ବିଶ୍ୱରଂଜନ ବଡ଼ଜେନା, ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ରଣପୁରରୁ ତାପସ ରଂଜନ ମାର୍ଥା, ଖଣ୍ଡପଡ଼ାରୁ ଦୁଷ୍ମନ୍ତ ସ୍ୱାଇଁ, ଦଶପଲ୍ଲାରୁ ରାଘବ ମଲ୍ଲିକ, ନୟାଗଡ଼ରୁ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ଭଂଜନଗରରୁ ପ୍ରଦ୍ୟୁମ୍ନ ନାୟକ, ପୋଲସରାରୁ ଗୋକୁଳଚନ୍ଦ୍ର ନାୟକ, କବିସୂର୍ଯ୍ୟନଗରରୁ ପ୍ରତାପ ଚନ୍ଦ୍ର ନାୟକ, ଖଲ୍ଲିକୋଟରୁ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁରରୁ କୃଷ୍ଣଚନ୍ଦ୍ର ନାୟକ, ଆସ୍କାରୁ ସରୋଜ କୁମାର ପାଢ଼ୀ, ସୋରଡ଼ାରୁ ନୀଳମଣି ବିଷୋୟୀ, ହିଞ୍ଜିଳିରୁ ଶିଶିର ମିଶ୍ର, ଗୋପାଳପୁରରୁ ବିଭୂତି ଭୂଷଣ ଜେନା, ବ୍ରହ୍ମପୁରରୁ କେ ଅନୀଲ କୁମାର, ଦିଗପହଣ୍ଡିରୁ ସିଦ୍ଧାନ୍ତ ମହାପାତ୍ର, ଚିକିଟିରୁ ମନୋରଂଜନ ଦ୍ୟାନସାମନ୍ତରାୟ, ପାରଳାଖେମୁଣ୍ଡିରୁ କେ ନାରାୟଣ ରାଓ, ଗୁଣୁପୁରରୁ ତ୍ରିନାଥ ଗମାଙ୍ଗ, କୋରାପୁଟରୁ ରଘୁରାମ ମାଛ, ପଟ୍ଟାଙ୍ଗୀରୁ ଚୈତନ୍ୟ ହନ୍ତାଳ ଏବଂ ମାଲକାନଗିରିରୁ ନରସିଂହ ମାଡ଼କାମୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି ।

୧୪୭ ଛାଡନ୍ତୁ, ୮୦ ଆସନ ପାଇଁ ବି ପ୍ରାର୍ଥୀ ନାହାଁନ୍ତି: ବିଜେଡି

ଭୁବନେଶ୍ବର: ରାଜ୍ୟ ବିଜେପିରେ ହଇଚଇ ସୃଷ୍ଟି ହୋଇଛି । ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀ ପାଉନି ବିଜେପି । ଓଡ଼ିଶା ବିଜେପି ପ୍ରାର୍ଥୀ ପାଇଁ ବିକଳ ହେଉଛି । ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ, ଖେଳପଡିଆରେ ଖୋଜୁଛନ୍ତି ପ୍ରାର୍ଥୀ ଖୋଜୁଛି ଦଳ । ପ୍ରାର୍ଥୀ ତାଲିକା କାହିଁ ବୋଲି ବିଜେପିକୁ ପ୍ରଶ୍ନ କଲେଣି ଲୋକେ । ପ୍ରାର୍ଥୀ ନଥିବାରୁ କର୍ମୀଙ୍କୁ କିଭଳି ସାମ୍ନା କରିବେ ଚିନ୍ତାରେ ଅଛନ୍ତି । ଯେଉଁ ଲିଷ୍ଟ କଥା କହୁଛନ୍ତି କେବଳ ସେ ଗୋଟେ ହ୍ଵାଇଟ ପେପର । ୧୪୭ ଛାଡନ୍ତୁ, ୮୦ ଆସନ ପାଇଁ ବି ପ୍ରାର୍ଥୀ ନାହାଁନ୍ତି । ଚଞ୍ଚକତା ନକରି ଆମ ପାଖରେ ପ୍ରାର୍ଥୀ ନାହିଁ କୁହନ୍ତୁ । ବାହସ୍ପୋଟ ନମାନରି ଲୋକଲୋଚନକୁ ଲିଷ୍ଟ ଆଣନ୍ତୁ । ୧୨୮ରୁ ଉର୍ଦ୍ଧ୍ଵ ଆସନରେ ବିଜେଡି ଜିତିବ । ଲୋକସଭାର ବିଜୟ ବାନା ସମ୍ବଲପୁରରୁ ଉଡାଇବୁ ବୋଲି ପ୍ରେସମିଟରେ କହିଛନ୍ତି ଲେନିନ ମହାନ୍ତି ।

ଆଜିର ଦିନରେ ଧୋନୀ ବାହିନୀ ଜିତିଥିଲା କ୍ରିକେଟ୍ ବିଶ୍ୱକପ୍

ନନ୍ଦିଘୋଷ ବ୍ୟୁରୋ: ସେଦିନ ସାରା ଦେଶର ନଜର କେବଳ ଗୋଟିଏ ଯାଗାରେ ଥିଲା । ଲୋକେ କେହି ଆଉ ଘରେ ନଥିଲେ । ସମସ୍ତେ ରାସ୍ତାରେ । ନେତା ହୁଅନ୍ତୁ ବା ଅଭିନେତା । ସାଧାରଣ ଜନତାଠୁ ଆରମ୍ଭ କରି ସମସ୍ତଙ୍କ ମନ ସେଇ ଗୋଟିଏ ଯାଗାରେ ହିଁ ଥିଲା । ଆଉ ସେହି ଯାଗା ଥିଲା ମୁମ୍ବାଇ ଓ୍ବାଙ୍ଖଡେ ଷ୍ଟାଡିୟମ୍ । କିଏ ପୂଜା ପାଠ କରୁଥିଲା ତ ଆଉ କିଏ ଟିଭିକୁ ଚାହିଁ ବସିଥିଲା । ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ହୋଇଥିଲା । ଆଉ କୋଟି କୋଟି ଦେଶବାସୀଙ୍କ ହୃଦୟ ଜିତିଥିଲା ଧୋନୀ ବାହିନୀ । ଆଜ୍ଞା ହଁ ଆଜିର ଦିନରେ ହିଁ ଭାରତ ଜିତିଥିଲା ବିଶ୍ବକପ୍ । ସେଦିନ ରାତିରେ ହୁଏତ କେହି ଶୋଇ ପାରି ନଥିବେ । ସେଦିନ ରାତି ଥିଲା କୋଟି କୋଟି ଦେଶବାସୀଙ୍କ ସ୍ବପ୍ନ ପୂରଣ ହେବାର ରାତି ।

ଭାରତୀୟ କ୍ରିକେଟ ଟିମ୍ ଶ୍ରୀଲଙ୍କାକୁ ୬ ଓ୍ବିକେଟରେ ହରାଇ ହାସଲ କରିଥିଲା ବିଶ୍ବକପ୍ । ସେଦିନ ଶ୍ରୀଲଙ୍କା ଭାରତକୁ ୨୭୫ ରନର ଟାର୍ଗେଟ ଦେଇଥିଲା । ସଚୀନ ଏବଂ ସେହଓ୍ବାଗ ଆଉଟ ହେଲା ପରେ ଗମ୍ଭୀର ୯୭ ରନ କରି ମ୍ୟାଚକୁ ବଞ୍ଚାଇ ରଖିଥିଲେ । ବିରାଟ କୋହଲିଙ୍କ ରନ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଥିଲା । ଯୁବରାଜ ଏବଂ ଧୋନୀ ଟିମକୁ ବିଜୟ ରାସ୍ତାରେ ନେଇ ଯାଇଥିଲେ । ଧୋନୀ ସେଦିନ ବିଜୟ ଛକା ମାରି ସମସ୍ତଙ୍କ ମନ ଜିତି ନେଇଥିଲେ ।

ତିହାର ଜେଲ ନମ୍ବର ୨ରେ କେମିତି କଟିଲା କେଜ୍ରିୱାଲଙ୍କ ପ୍ରଥମ ରାତି ?

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୧୪ ଦିନ ବିଚାର ବିଭାଗୀୟ ହାଜଦରେ ରହିବେ । ସେ ଏବେ ତିହାର ୨ ନଂ ଜେଲରେ ଅଛନ୍ତି । ଅଦାଲତଙ୍କ ଆଦେଶ ଅନୁସାରେ କେଜ୍ରିଓ୍ବାଲଙ୍କୁ ଅପରାହ୍ନ ୪.୦୨ ବେଳେ ଜେଲକୁ ନିଆଯାଇଥିଲା । ସେ ୨ନଂ ଜେଲର  ଏକ ସେଲ ମଧ୍ୟରେ ଅଛନ୍ତି । ତାଙ୍କ ସେଲରେ ୬ଟି ସିସିଟିଭି ଲାଗିଛି । ଏହି ଜେଲର ତାଙ୍କ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତୈନ୍ଦ୍ର ଜୈନ ବି ରହୁଛନ୍ତି ।

ସୋମବାର ସନ୍ଧ୍ୟାରେ କେଜ୍ରିଓ୍ବାଲଙ୍କୁ ଜେଲକୁ ନିଆଯାଇଥିଲା । ଏହା ପରେ ତାଙ୍କୁ ଜେଲର କାର୍ଯ୍ୟାଳକୁ ନିଆଯାଇଥିଲା । ସେଠାରେ ତାଙ୍କ ନାମ, ଠିକଣା ଲେଖାଯିବା ପରେ ଅନ୍ୟ ସୂଚନା ନିଆଯାଇଥିଲା । ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି । ସିସିଟିଭି ତାଙ୍କ ଉପରେ ୨୪ ଘଣ୍ଟା ନଜର ରଖିଛି । ତିହାର ଜେଲର ଡିଜି ଏହି ସବୁ ଘଟଣାର ମନିଟରିଂ କରୁଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଜେଲରେ କିଛି ସୁବିଧା ବି ଦିଆଯାଇଛି । ସେ ଜେଲରେ ବହି ସହ ଆଉ କିଛି ନିଜିଷ ଦେବାକୁ ଅପିଲ କରିଛନ୍ତି । ଜେଲରେ ଦୁଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ତାଙ୍କୁ ଟିଭି ବି ଦିଆଯାଇଛି ଏବଂ ପଢ଼ିବା ପାଇଁ ଲାଇବ୍ରେରୀରୁ ବି ବହି ବି ଦିଆଯାଇଛି । କେଜ୍ରିଓ୍ବାଲ ଏବେ ତିହାର ଜେଲର ୬୫୦ ନଂ କଏଦୀ ।

କଚ୍ଚାତିବୁ ଦ୍ୱିପକୁ ଶ୍ରୀଲଙ୍କାଠାରୁ କ’ଣ ପୁଣି ଫେରାଇ ଆଣିବ ଭାରତ ?

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଶ୍ରୀଲଙ୍କର କଚ୍ଚାତିବୁ ଦ୍ବିପ । ଏହି ଦ୍ବିପକୁ ପୁଣି ଫେରାଇ ଆଣିବ କି ଭାରତ? ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ମାମଲାରେ କଂଗ୍ରେସ ଏବଂ ଡିଏମକେ ଉପରେ ଦେଶର ସମ୍ପୂର୍ଣ୍ଣତା କ୍ଷୁର୍ଣ୍ଣ ନେଇ ଆରୋପ ଲଗାଇଛନ୍ତି । କେନ୍ଦ୍ର ସରକାର ଦ୍ବାରା ଏହି ଘଟଣା ଉପରେ ଏତେ ପ୍ରଶ୍ନ ସୃଷ୍ଟି ହୋଇଛି ଯେ, ଏବେ ଶ୍ରୀଲଙ୍କାକୁ ଦିଆଯାଇଥିବା କଚ୍ଚାତିବୁ ଦ୍ବୀପକୁ ଭାରତ ଫେରାଇ ଆଣିବ କି ନାହିଁ ପ୍ରଶ୍ନ ଉଠିଛି । ଏ ନେଇ ଶ୍ରୀଲଙ୍କା କହିଛି ଭାରତ ଏ ନେଇ କୌଣସି ବି ସୂଚନା ଦେଇନି ।

ଏକ ଖବର କାଗଜ ରିପୋର୍ଟ ଅନୁସାରେ, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ଓ୍ବିକରମନେସିଂଙ୍ଘେ କହିଛନ୍ତି ଯେ, କଚ୍ଚାତିବୁ ଦ୍ବିପ ଶ୍ରୀଲଙ୍କା ନିୟନ୍ତ୍ରଣ ରେଖା ଭିତରେ ଆସୁଛି । ଏବେ ଭାରତ ଏହି ଦ୍ବିପକୁ ଫେରାଇବା ନେଇ କୌଣସି ବି ସୂଚନା ଦିଆଯାଇନି । ଯଦି ଏହାକୁ ନେଇ କୌଣସି ବି ସୂଚନା ଆସେ ତାହାଲେ ବିଦେଶ ମନ୍ତ୍ରାଳୟ ଏହାର ଜବାବ ଦେବ । ନୂଆ ସରକାରର ଇଚ୍ଛା ଅନୁସାରେ ଜାତୀୟ ସୀମାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ । ଏହି ଦ୍ବିପକୁ ନିୟନ୍ତ୍ରଣ ସୀମାରେଖା ମଧ୍ୟରେ ଆନୁଷ୍ଠାନିକ ସ୍ବୀକୃତି ଦିଆଯାଇଥିଲା ।

ଏଠାରେ ଆପଣଙ୍କୁ କହି ରଖିବାକୁ ଚହୁଁଛୁ ଯେ, ଇନ୍ଦିରା ଗାନ୍ଧିଙ୍କ ନେତୃତ୍ବରେ କଂଗ୍ରେସ ସରକାର ୧୯୭୪ ମସିହାରେ ଶ୍ରୀଲଙ୍କାକୁ ଏହି ଦ୍ବିପ ଦେଇଥିଲେ, ଏବଂ ଏହି କଥାକୁ ଲୁଚାଇ ରଖିଥିଲେ । ଏହି କଥାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଜୟଶଙ୍କର । ଏହାକୁ ଫେରାଇ ଆଣିବା ନେଇ ଜୟଶଙ୍କର କହିଛନ୍ତି ଯେ, ଏହି ମାମଲା ଏବେ ନ୍ୟାୟର ଅଧିନରେ ଅଛି ।

 

ଟ୍ରକକୁ ଧକ୍କା ଦେଲା ସ୍କର୍ପିଓ, ୨ ଜଣଙ୍କ ମୃତ୍ୟୁ

ଭଦ୍ରକ: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗ ସାଇମନ୍ଦିର ନିକଟରେ ଦୁର୍ଘଟଣା। ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିବା ସ୍କର୍ପିଓ। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୪ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।  ପଶ୍ଚିମବଙ୍ଗ ଅଞ୍ଚଳର କିଛି ପର୍ଯ୍ୟଟକ ପୁରୀ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣଙ୍କୁ ମେଡିକାଲରେ ମୃତ ଘୋଷଣା କରାଯାଇଛି। ଦୁର୍ଘଟଣା ପରେ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକ ଓ ଗୁରୁତରଙ୍କର ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ, ସ୍କର୍ପିଓ ଗାଡି ନମ୍ବରକୁ ଆଧାର କରି ମୃତକ ଓ ଗୁରୁତର ସମସ୍ତେ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡିଛି।