ଆଜିର ଦିନରେ ଧୋନୀ ବାହିନୀ ଜିତିଥିଲା କ୍ରିକେଟ୍ ବିଶ୍ୱକପ୍

ନନ୍ଦିଘୋଷ ବ୍ୟୁରୋ: ସେଦିନ ସାରା ଦେଶର ନଜର କେବଳ ଗୋଟିଏ ଯାଗାରେ ଥିଲା । ଲୋକେ କେହି ଆଉ ଘରେ ନଥିଲେ । ସମସ୍ତେ ରାସ୍ତାରେ । ନେତା ହୁଅନ୍ତୁ ବା ଅଭିନେତା । ସାଧାରଣ ଜନତାଠୁ ଆରମ୍ଭ କରି ସମସ୍ତଙ୍କ ମନ ସେଇ ଗୋଟିଏ ଯାଗାରେ ହିଁ ଥିଲା । ଆଉ ସେହି ଯାଗା ଥିଲା ମୁମ୍ବାଇ ଓ୍ବାଙ୍ଖଡେ ଷ୍ଟାଡିୟମ୍ । କିଏ ପୂଜା ପାଠ କରୁଥିଲା ତ ଆଉ କିଏ ଟିଭିକୁ ଚାହିଁ ବସିଥିଲା । ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ହୋଇଥିଲା । ଆଉ କୋଟି କୋଟି ଦେଶବାସୀଙ୍କ ହୃଦୟ ଜିତିଥିଲା ଧୋନୀ ବାହିନୀ । ଆଜ୍ଞା ହଁ ଆଜିର ଦିନରେ ହିଁ ଭାରତ ଜିତିଥିଲା ବିଶ୍ବକପ୍ । ସେଦିନ ରାତିରେ ହୁଏତ କେହି ଶୋଇ ପାରି ନଥିବେ । ସେଦିନ ରାତି ଥିଲା କୋଟି କୋଟି ଦେଶବାସୀଙ୍କ ସ୍ବପ୍ନ ପୂରଣ ହେବାର ରାତି ।

ଭାରତୀୟ କ୍ରିକେଟ ଟିମ୍ ଶ୍ରୀଲଙ୍କାକୁ ୬ ଓ୍ବିକେଟରେ ହରାଇ ହାସଲ କରିଥିଲା ବିଶ୍ବକପ୍ । ସେଦିନ ଶ୍ରୀଲଙ୍କା ଭାରତକୁ ୨୭୫ ରନର ଟାର୍ଗେଟ ଦେଇଥିଲା । ସଚୀନ ଏବଂ ସେହଓ୍ବାଗ ଆଉଟ ହେଲା ପରେ ଗମ୍ଭୀର ୯୭ ରନ କରି ମ୍ୟାଚକୁ ବଞ୍ଚାଇ ରଖିଥିଲେ । ବିରାଟ କୋହଲିଙ୍କ ରନ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଥିଲା । ଯୁବରାଜ ଏବଂ ଧୋନୀ ଟିମକୁ ବିଜୟ ରାସ୍ତାରେ ନେଇ ଯାଇଥିଲେ । ଧୋନୀ ସେଦିନ ବିଜୟ ଛକା ମାରି ସମସ୍ତଙ୍କ ମନ ଜିତି ନେଇଥିଲେ ।