spot_img
Home Blog Page 2056

କାରରୁ ୫୫ ଲକ୍ଷ ୨୦ ହଜାର ଟଙ୍କା ମିଳିବା ଘଟଣା, ଛାନଭିନ୍ ଆରମ୍ଭ କଲା ଆୟକର ବିଭାଗ

ବିନିକା: ବିନିକା ପୋଲିସ ହାତରେ ଲାଗିଥିବା ୫୫ ଲକ୍ଷ ୨୦ ହଜାର ଟଙ୍କାକୁ ନେଇ ଛାନବିନ୍ ଆରମ୍ଭ କରିଛି ଆୟକର ବିଭାଗ। ଦୁଇଦିନ ତଳେ ବିନିକା ପୋଲିସ କଲେଜ ଛକରେ ଚେକିଂ କରୁଥିବା ସମୟରେ ଏକ ଇନୋଭା କାରରୁ ୫୫ଲକ୍ଷ ୨୦ ହଜାର ଟଙ୍କା ଜବତ କରିଥିଲା। ଏତେ ଟଙ୍କା କିଏ, କେଉଁଠୁ ଆଣିଲା ତା’ର ତଦନ୍ତ କରିବା ସହ ଆୟକର ବିଭାଗକୁ ମଧ୍ୟ ଖବର ଦେଇଥିଲା ବିନିକା ପୋଲିସ।

ଆଜି ସମ୍ବଲପୁର ଆୟକର ବିଭାଗର ଏକ ଟିମ୍ ବିନିକା ଥାନାକୁ ଆସି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି। କାରରେ ଥିବା ଲୋକଙ୍କୁ ପଚରାଉଚରା କରାଯାଉଛି। ତେବେ ଏନେଇ ଆୟକର ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ। ଯଦିଓ କାରରେ ଥିବା ଆନ୍ଧ୍ରପ୍ରଦେଶର ଲୋକ କହିଛନ୍ତି ଯେ ଏହା ଜମି ବିକ୍ରି ଟଙ୍କା ।

ନଦୀପଠାରୁ ଯୁବତୀଙ୍କ ମୃତଦେହ ଜବତ ଘଟଣାରେ ୩ ଅଟକ

ଭୁବନେଶ୍ୱର: ରାଜଧାନୀରେ ଯୁବତୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର। ନଦୀପଠାରୁ ଜବତ ହେଲା ମୃତଦେହ। ମୃତଦେହକୁ ଫିଙ୍ଗିଦେଇ ପ୍ରେମିକ ଚମ୍ପଟ ମାରିଥିବା ସନ୍ଦେହ କରାଯାଉଛି। ମୃତ ଯୁବତୀ ହେଲେ ଗଞ୍ଜାମ ହିଞ୍ଜିଳିକାଟୁ ଅଂଚଳରେଭାଗ୍ୟ ଡାକୁଆ । ଯୁବତୀ ଜଣକ ୪ ମାସ ତଳୁ ପ୍ରେମିକ ସହ ଘରୁ ପଳେଇ ଯାଇଥିଲେ।

ଘଟଣାରେ ପ୍ରେମିକ ସହ ତିନି ଜଣଙ୍କୁ ଅଟକ ରଖିଛି ଧଉଳି ଥାନା ପୋଲିସ। ମୃତଦେହକୁ ନଷ୍ଟ କରିବାକୁ ଯାଉଥିବା ବେଳେ ବାଇକରୁ ପଡିଯାଇଥିବା ସୂଚନା। ପରେ ବାଇକ ସହ ଯୁବତୀଙ୍କ ମୃତଦେହ ଛାଡି ଫେରାର ହୋଇଯାଇଥିବା ନେଇ ସନ୍ଦେହ କରୁଛି ପୋଲିସ। ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ କରୁଛି ଧଉଳି ଥାନା ପୋଲିସ। ପ୍ରାଥମିକ ତଦନ୍ତ ବେଳେ ପୋଲିସ ଏହାକୁ ଦୁର୍ଘଟଣା ବୋଲି କହିଥିଲା । କିନ୍ତୁ ପରେ ଏହା ଦୁର୍ଘଟଣା ନୁହେଁ, ବରଂ ହତ୍ୟା ବୋଲି ସନ୍ଦେହ କରାଯାଉଛି। ପ୍ରେମିକ ନାଁ ରାଜୁ ବିହାରୀ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

ସିଗାରେଟ ଟାଣୁଥିଲେ ମହିଳା, ଜଣେ ବ୍ୟକ୍ତି ଅନାଇବାରୁ ତାଙ୍କୁ ଛୁରି ଭୁସି କଲେ ହତ୍ୟା

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ଆଚମ୍ବିତ କରିଦେବା ଭଳି ଘଟଣା। ପାନ ଦୋକାନରେ ସିଗାରେଟ ଟାଣୁଥିଲେ ମହିଳା। ସେଠାରେ ଥିବା ଜଣେ ବ୍ୟକ୍ତି ଅନାଇବାରୁ ତାଙ୍କୁ ଛୁରି ଭୁସି ହତ୍ୟା କରିଦେଲେ । ନାଗପୁର ମାନେଓ୍ବାଡ଼ା ସିମେଣ୍ଟ ରୋଡରେ ଥିବା ପାନ ଦୋକାନରେ ଘଟିଛି ଏଭଳି ଏକ ଚାଞ୍ଚଲ୍ଯକର ଘଟଣା। ପାନ ଦୋକାନରେ ସିଗାରେଟ ଟାଣୁଥିଲେ ଜଣେ ୨୪ ବର୍ଷୀୟା ମହିଳା । ମହିଳାଙ୍କୁ ସିଗାରେଟ ଟାଣୁଥିବା ଅବସ୍ଥାରେ  ଜଣେ ବ୍ୟକ୍ତି ତାଙ୍କୁ ଅନାଇଥିଲେ। କାହିଁକି ଅନାଇଲେ ବୋଲି ମହିଳା ଜଣକ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି । ହତ୍ୟା ଘଟଣାରେ ମହିଳା ଓ ମହିଳାଙ୍କ ୨ ଜଣ ସାଙ୍ଗକୁ ଗିରଫ କରିଛି ପୋଲିସ। ମୃତକ ହେଲେ ୨୮ ବର୍ଷୀୟ ରଞ୍ଜିତ ରାଥୋଡ। ଶନିବାର ରାତିରେ ଘଟିଛି ହତ୍ୟାକାଣ୍ଡ ।

୪ଜଣ ପିଲାଙ୍କ ବାପା ଥିବା ରଞ୍ଜିତ ପାନ ଦୋକାନ ଯାଇଥିଲେ। ସେହି ସମୟରେ ଅଭିୟୁକ୍ତ ଜୟଶ୍ରୀ ପନ୍ଧାରେ ପାନ ଦୋକାନରେ ପହଞ୍ଚିଥିଲେ ଓ ସିଗାରେଟ ପିଇ ଥିଲେ। ରଞ୍ଜିତ ମଧ୍ୟ ସିଗାରେଟ ପିଇଥିଲେ। ରଞ୍ଜିତ ଜୟଶ୍ରୀଙ୍କୁ ଅନାଇବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଉଭୟ ଗାଳି ଗୁଲଜ ମଧ୍ୟ କରିଥିଲେ। ରଞ୍ଜିତ ଫୋନ ବାହାର କରି ଜୟଶ୍ରୀଙ୍କ ଭିଡିଓ କରିଥିଲେ । ଜୟଶ୍ରୀ ରାଗରେ ନିଜର ୨ଜଣ ସାଙ୍ଗ ଆକାଶ ରାଉତ ଓ ଜିତୁ ଜାଘବଙ୍କୁ କଲ କରି ଡାକିଥିଲେ। ସେତେବେଳେ ରଞ୍ଜିତ ସେଠାରୁ ଚାଲିଯାଇଥିଲେ। କିନ୍ତୁ ପିଛା କରି ରଞ୍ଜିତକୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କରିଥିଲେ ଜୟଶ୍ରୀ ଓ ତାଙ୍କ ଦୁଇ ସାଙ୍ଗ। ତେବେ ପୂରା ଘଟଣା ସିସିଟିଭି ରେକର୍ଡ ରହିଛି। ଯାହା ଆଧାରରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ।

 

ନିଆଁ ଲାଗି ଘର ସହ ଦୁଇଟି ଗାଇ ଜୀବନ୍ତ ଦଗ୍ଧ

ନିମାପଡ଼ା: ନିଆଁ ଲାଗି ତିନି ବଖରା ଘର ସହ ଦୁଇଟି ଗାଇ ଜୀବନ୍ତ ଦଗ୍ଧ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବାବୁଲି ମଲ୍ଲୀକଙ୍କ ଘରେ। ବାବୁଲି ପ୍ରତ୍ୟେକ ଦିନ ଗୁହାଳରେ ଧୂଆଁ ଦେଇ ଘରେ ଶୋଇଥିବା ସମୟରେ ବିଳମ୍ବିତ ରାତିରେ ଗୁହାଳ ସମେତ ଘରେ ନିଆଁ ଲାଗିଯାଇଥିଲା। ନିଆଁର ପ୍ରଭାବ ଏତେ ଥିଲା ଯେ ଘରର ଆସବାପତ୍ର ଜଳିବା ସହ ଘର ଭିତରେ ଥିବା ଗ୍ୟାସ ସିଲିଣ୍ଡର ଫାଟି ବିସ୍ପୋରଣ ହୋଇଥିଲା। ସେଇ ବିସ୍ପୋରଣରେ ଦୁଇଟି ଗାଇ ନିଆଁରେ ପୋଡି ଦଗ୍ଧ ହୋଇଥିବାବେଳେ ଲକ୍ଷାଧିକ ଟଙ୍କାର ଧନ ସମ୍ପତି ନଷ୍ଟ ହୋଇଯାଇଛି l ନିଆଁ ଲାଗିବା ଦ୍ୱାରା ବାବୁଲି ମଲିକଙ୍କ ପରିବାର ବାସହରା ହୋଇଯାଇଥିବା ବେଳେ ଝିଅ ବାହାଘର ପାଇଁ ରଖିଥିବା ସୁନା,ରୂପା ଏବଂ ଟଙ୍କା ପଡ଼ିଯାଇଥିବା  ସୂଚନା ମିଳିଛି।

 

ଶଙ୍ଖ ଭବନରେ ମିଶ୍ରଣ ପର୍ବ, ବିଜେଡିରେ ମିଶିଲେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି

ଭୁବନେଶ୍ବର: ବଢ଼ୁଛି ବିଜେଡିର ଲୋକପ୍ରିୟତା । ବିକାଶ ସାଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ କରୁଛି ଅନୁପ୍ରାଣିତ । ବିଜେଡିରେ ମିଶିଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଭାଗୀରଥୀ ମଲ୍ଲିକ । ସେ ପେସାରେ ଓକିଲ । କଣ୍ଟାମାଳ ଦହିୟା ପଂଚାୟତର ସେ ନିବାସୀ । ତାଙ୍କ ବାପା ସ୍ବର୍ଗତ ରାମ ଚନ୍ଦ୍ର ମଲ୍ଲିକ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଥିଲେ । ୧୫୦ରୁ ଅଧିକ ଲୋକ ତାଙ୍କ ସହ ବିଭିନ୍ନ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ସେମାନେ ହେଲେ ଆଶିଷ ଘିବେଲା, ଅଭିମନ୍ୟୁ ନାୟକ, ନିରଞ୍ଜନ ଦେହୁରୀ, ଶଙ୍କର ସେଠି, ସଞ୍ଜୟ କମ୍ପୋ ପ୍ରମୁଖ ।

ପୁଅ ପାଇଁ ପ୍ରଚାର କରିବି : ସୁର

ଭୁବନେଶ୍ବର: କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କୁ ଦଳର କାରଣଦର୍ଶାଅ ନୋଟିସ୍ ନେଇ ସୁର ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ମୁଁ ଅନ୍ୟ ଦଳ ପାଇଁ ପ୍ରଚାର କରିନାହିଁ । ମଲା ଯାଏଁ କଂଗ୍ରେସରେ ରହିବି । ଏକଥା ମୁଁ କଂଗ୍ରେସ ନେତୃତ୍ବଙ୍କୁ ଜଣାଇଦେବି । ମୋ ପୁଅ ପ୍ରାର୍ଥୀ ହୋଇଛି। ପୁଅ କଥା ଯିଏ ପଚାରିବ ମୁଁ କହିବି । ଦୀର୍ଘ ବର୍ଷ ଧରି ଭୁବନେଶ୍ଵର ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସାମାଜିକ କାର୍ଯ୍ଯକ୍ରମରେ ସାମିଲ ଅଛି । ଆଜି ବି ଯାଉଛି l ପୁଅ ପାଇଁ ପ୍ରଚାର କରିବି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।

ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ପ୍ରଦର୍ଶନ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ମୁସାନାଲ ଠାରେ ବିଜେଡିର ଶକ୍ତି ପ୍ରଦର୍ଶନ। ହଜାର ହଜାର ଲୋକଙ୍କୁ ନେଇ ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ପ୍ରଦୀପ ଦୀଶାରିଙ୍କ ଶୋଭାଯାତ୍ରା। ଟିକେଟ ଘୋଷଣା ପରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ରେ ପ୍ରଚାର ଆରମ୍ଭ କରିଛନ୍ତି । ମୁସନାଲ ଜଗନ୍ନାଥ ମନ୍ଦିର ଦର୍ଶନ ପରେ ସେଠାରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ଉଭୟ ପ୍ରାର୍ଥୀ ସାମିଲ ହୋଇ ମୂଷାନାଲ ସଭାରେ ଯୋଗଦେଇଛନ୍ତି। ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇଛନ୍ତି। କାର୍ଯ୍ୟକ୍ରମରେ ହଜାର ହଜାର ଅଞ୍ଚଳବାସୀଙ୍କ ସମେତ ବିଜେଡି ନେତା ଓ କର୍ମୀ ସାମିଲ ହୋଇଛନ୍ତି।

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍

ଭଞ୍ଜନଗର: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍। ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ। ଭଞ୍ଜନଗର ଥାନା ଘୁମୁସର ନୂଆଗାଁ ବ୍ରିଜ଼ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍।ବସ୍‌ରେ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ। ଦୁର୍ଘଟଣାରେ କିଛି ମହିଳା ଓ କଲେଜ ଛାତ୍ରୀ ଆହତ ହୋଇଥିବା ସୂଚନା। ସମସ୍ତ ଆହତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଭଞ୍ଜନଗରରୁ ବୁଗୁଡ଼ା ଯାଉଥିଲା ବସ୍।

OLXରେ ଘରଭଡା ପାଇଁ ମିଛ ବିଜ୍ଞାପନ ଠକେଇ, ୨ ଜଣଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ

ଭୁବନେଶ୍ବର: ଆପଣ ରାଜଧାନୀରେ OLXରେ ଘର ଭଡା ଖୋଜୁଛନ୍ତି କି ? ଆପଣ ଘରଭଡା ନେବା ପୂର୍ବରୁ କାହାକୁ ପେମେଣ୍ଟ କରିଛନ୍ତି କି ? ଯଦି କରୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ। ଆପଣବି ହୋଇପାରନ୍ତି ଠକେଇର ଶିକାର । ବିଭିନ୍ନ ଲୋକଙ୍କୁ ଭିନ୍ନ ଭିନ୍ନ ପ୍ରକାର ଠକେଇ କରିଥିବା ଯାଜପୁରର ଦୁଇ ଜଣ ଠକଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । OLXରେ ଘରଭଡା ପାଇଁ ମିଛ ବିଜ୍ଞାପନ ଦେଉଥିଲେ । ବିଭିନ୍ନ ଘରର ଫଟୋ ଲୋକଙ୍କ ପାଖକୁ ପଠାଉଥିଲେ । ଘର ଦେବାକୁ ଦେବାକୁ କହି ଅଗ୍ରୀମ ୭ରୁ ୧୫ ହଜାର ନେଇ ଚମ୍ପଟ ମାରୁଥିଲେ । ଠକଙ୍କ ବିରୁଦ୍ଧରେ କମିଶନରେଟ ପୋଲିସରେ ଅଭିଯୋଗ ହୋଇଥିଲା।

କଙ୍ଗନା କିଣିଲେ ନୂଆ କାର, ଦାମ୍ ଜାଣିଲେ ହୋଇଯିବ ଆଶ୍ଚର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ କଳାକାରମାନେ ସର୍ବଦା ନିଜର ଲାଇଫ ଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ତେବେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ରବିବାର ଏକ ନୂଆ କାର କିଣିଛନ୍ତି । ମୁମ୍ବାଇରେ ସେ ନଜର ଆସିଥିବାବେଳେ ନୂଆ କାରରେ ବସି ଯିବାର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ଯାହାକି ଭାଇରାଲ ହେବା ସହ ୟୁଜର୍ସମାନେ ଏହାକୁ ଲାଇକ ସେୟାର କରୁଥିବା ଦେଖିବାକୁ ମିଳିଛି । ମର୍ସଡିଜ୍ ମେବେକ୍ ଜିଏଲଏସ କାର କିଣିଛନ୍ତି । ପୂର୍ବରୁ ତାଙ୍କ ପାଖରେ ମଧ୍ୟ ଏକ ମର୍ସିଡିଜ୍ କାର ରହିଛି । ତେବେ ଏହି ନୂଆ କାରର ମୂଲ୍ୟ ହେଉଛି ୨.୪୩ କୋଟି । ପୂର୍ବରୁ ତାଙ୍କ ପାଖରେ ଥିବା ମର୍ସଡିଜ୍ କାରର ମୂଲ୍ୟ ରହିଥିଲା ୩.୬ କୋଟି ଟଙ୍କା । କଙ୍ଗନା ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବାବେଳେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । କଳା ଚଷମା ପିନ୍ଧି ଷ୍ଟାଇଲରେ ଗାଡ଼ି ବସି ଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

https://www.instagram.com/viralbhayani/?utm_source=ig_embed&ig_rid=d407e3c0-7611-4aba-9b8c-48fffe62de45