ତିହାର ଜେଲ ନମ୍ବର ୨ରେ କେମିତି କଟିଲା କେଜ୍ରିୱାଲଙ୍କ ପ୍ରଥମ ରାତି ?

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୧୪ ଦିନ ବିଚାର ବିଭାଗୀୟ ହାଜଦରେ ରହିବେ । ସେ ଏବେ ତିହାର ୨ ନଂ ଜେଲରେ ଅଛନ୍ତି । ଅଦାଲତଙ୍କ ଆଦେଶ ଅନୁସାରେ କେଜ୍ରିଓ୍ବାଲଙ୍କୁ ଅପରାହ୍ନ ୪.୦୨ ବେଳେ ଜେଲକୁ ନିଆଯାଇଥିଲା । ସେ ୨ନଂ ଜେଲର  ଏକ ସେଲ ମଧ୍ୟରେ ଅଛନ୍ତି । ତାଙ୍କ ସେଲରେ ୬ଟି ସିସିଟିଭି ଲାଗିଛି । ଏହି ଜେଲର ତାଙ୍କ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତୈନ୍ଦ୍ର ଜୈନ ବି ରହୁଛନ୍ତି ।

ସୋମବାର ସନ୍ଧ୍ୟାରେ କେଜ୍ରିଓ୍ବାଲଙ୍କୁ ଜେଲକୁ ନିଆଯାଇଥିଲା । ଏହା ପରେ ତାଙ୍କୁ ଜେଲର କାର୍ଯ୍ୟାଳକୁ ନିଆଯାଇଥିଲା । ସେଠାରେ ତାଙ୍କ ନାମ, ଠିକଣା ଲେଖାଯିବା ପରେ ଅନ୍ୟ ସୂଚନା ନିଆଯାଇଥିଲା । ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି । ସିସିଟିଭି ତାଙ୍କ ଉପରେ ୨୪ ଘଣ୍ଟା ନଜର ରଖିଛି । ତିହାର ଜେଲର ଡିଜି ଏହି ସବୁ ଘଟଣାର ମନିଟରିଂ କରୁଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଜେଲରେ କିଛି ସୁବିଧା ବି ଦିଆଯାଇଛି । ସେ ଜେଲରେ ବହି ସହ ଆଉ କିଛି ନିଜିଷ ଦେବାକୁ ଅପିଲ କରିଛନ୍ତି । ଜେଲରେ ଦୁଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ତାଙ୍କୁ ଟିଭି ବି ଦିଆଯାଇଛି ଏବଂ ପଢ଼ିବା ପାଇଁ ଲାଇବ୍ରେରୀରୁ ବି ବହି ବି ଦିଆଯାଇଛି । କେଜ୍ରିଓ୍ବାଲ ଏବେ ତିହାର ଜେଲର ୬୫୦ ନଂ କଏଦୀ ।