ବିଜେଡିରୁ ବିତାଡ଼ିତ ନେତାଙ୍କ ଭରସାରେ ବିଜେପି, ଆମଦାନୀ କରି ପ୍ରାର୍ଥୀ କରିଛି ବିଜେପି

1 min read

ଭୁବନେଶ୍ବର: ସତ ହେଲା ଅଭିଯୋଗ । ବିଜେଡିରୁ ବିତାଡ଼ିତ ନେତାଙ୍କ ଭରସାରେ ବିଜେପି । ବିଜେଡିରୁ ବିଦା ହୋଇଥିବା ଓ ଟିକେଟ ପାଇନଥିବା ନେତାଙ୍କୁ ବିଜେପି ପ୍ରାର୍ଥୀ କରିଛି । ୮ ଜଣଙ୍କୁ ବିଧାୟକ ପ୍ରାର୍ଥୀ  ଓ ଦୁଇ ଜଣଙ୍କୁ ସାଂସଦ ପ୍ରାର୍ଥୀ କରିଛି ବିଜେପି । ଆମଦାନୀ କରି ପ୍ରଦୀପ ପାଣିଗ୍ରାହୀ, ଭର୍ତ୍ତୃହରି ମହତାବ, ଆକାଶ ଦାସ ନାୟକ, ସିଦ୍ଧାନ୍ତ ମହାପାତ୍ର, ତେଜେଶ୍ବର ପରିଡ଼ା, ପ୍ରତ୍ୟୁଷା ରାଜେଶ୍ବରୀ ,  ଅରବିନ୍ଦ ଢାଲି, ରାଜୁ ଦାସ ଓ ପ୍ରିୟଦର୍ଶୀ ମିଶ୍ରଙ୍କୁ  ପ୍ରାର୍ଥୀ କରିଛି ବିଜେପି ।

ଅନ୍ୟପଟେ ଆଜି ଘୋଷଣା ହୋଇଛି ବିଜେପିର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା । ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଚାନ୍ଦବାଲିରୁ ଲଢ଼ିବେ ମନମୋହନ ସାମଲ । କୋରେଇରୁ ଆକାଶ ଦାସନାୟକ । ଦିଗପହଣ୍ଡିରୁ ସିଦ୍ଧାନ୍ତ ମହାପାତ୍ର । ଭବାନୀପାଟଣା-ପ୍ରଦୀପ୍ତ କୁମାର ନାୟକ । କଟକ ସଦର-ପ୍ରକାଶ ଚନ୍ଦ୍ର ସେଠୀ । ପୁରୀ-ଜୟନ୍ତ କୁମାର ଷଡ଼ଙ୍ଗୀ । ବ୍ରହ୍ମଗିରି ଉପାସନା ମହାପାତ୍ର । ଭୁବନେଶ୍ୱର(ଜୟଦେବ) ଅରବିନ୍ଦ ଢାଲି । ଭୁବନେଶ୍ୱର (ମଧ୍ୟ) ଜଗନ୍ନାଥ ପ୍ରଧାନ । ସମ୍ବଲପୁର- ଜୟନାରାୟଣ ମିଶ୍ର । ଭୁବନେଶ୍ୱର ଉତ୍ତର –ପ୍ରିୟଦର୍ଶୀ ମିଶ୍ର । ଚିଲିକା – ପୃର୍ଥ୍ବୀରାଜ ହରିଚନ୍ଦନ । ନୟାଗଡ଼- ପ୍ରତ୍ୟୁଶା ରାଜେଶ୍ୱରୀ ସିଂ । ହିଞ୍ଜିଳୀ – ଶିଶିର ମିଶ୍ର । ଗୋପାଳପୁର- ବିଭୁତି ଭୁଷଣ ଜେନା ପ୍ରମୁଖ ନିର୍ବାଚନ ମଇଦାନରେ ଲଢ଼ିବେ ।