spot_img
Home Blog Page 1954

ଢେଙ୍କାନାଳରେ କର୍ମୀଙ୍କ ଜୋସ ଭରିଲେ ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶ ସାମଲ

ଢେଙ୍କାନାଳ :  ଢେଙ୍କାନାଳ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ଅବିନାଶ ସାମଲଙ୍କ ଆହ୍ୱାନ । ଏକାଠି ଲଢ଼ିବୁ, ଏକାଠି ଚାଲିବୁ, ଏକାଠି ଜିତିବୁର ନାରାରେ ଢେଙ୍କାନାଳରେ ଗଡ଼ ଜିତିବ ବିଜେଡି । ସାଂସଦ ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ କାମାକ୍ଷାନଗର ବିଜୁଜନତା ଦଳ କାର୍ଯ୍ୟାଳୟ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ କର୍ମୀଙ୍କୁ ଏଭଳି କହିଛନ୍ତି ଢେଙ୍କାନାଳ ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶ ସାମଲ। କାମାକ୍ଷାନଗର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଛି।  କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ର ତୁଙ୍ଗ ନେତୃତ୍ୱଙ୍କ ତରଫରୁ ନୂତନ ସାଂସଦ ପ୍ରାର୍ଥୀ ଅବିନାଶ ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ବ୍ଲକ ସଭାପତି ପ୍ରଭାସ ମିଶ୍ର, ଏନଏସି ଉପାଧକ୍ଷା ଶକୁନ୍ତଳା ସେଠି, ବ୍ଲକ ଉପାଧକ୍ଷା, ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଭ୍ୟ, ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଆଗାମୀ ସାଧାରଣ ନିର୍ବାଚନ ରେ କାମାକ୍ଷାନଗର ନିର୍ବାଚନମଣ୍ଡଳୀରେ କିପରି ବିପୁଳ ପରିମାଣରେ ଭୋଟ ପାଇ ବିଜେଡି ବିଜୟ ଲାଭ କରିବ ସେ ନେଇ ଆଲୋଚନା କରାଯାଇଥିଲା । ସାଂସଦ ଓ ବିଧାୟକ ପ୍ରାର୍ଥୀ ଙ୍କୁ ବିପୁଳ ଭୋଟ ରେ ବିଜୟ କରାଇବାକୁ ସମସ୍ତ ବରିଷ୍ଠ ନେତୃତ୍ୱ ଏକ ହୋଇ ଲାଗିପଡିବା ସହ ସଂଗଠନ କୁ ଆହୁରି ସୁଦୃଢ କରିବା ପାଇଁ ନିଷ୍ପତ୍ତି ହୋଇଛି ।

ବିଜେପିକୁ କାଳୁଙ୍କ ଖୋଲା ଚ୍ୟାଲେଞ୍ଜ ଟିକେଟ୍ ନମିଳିଲେ କ’ଣ ହେବ ସମସ୍ତେ ଜାଣିଛନ୍ତି

ଭୁବନେଶ୍ୱର : ଅପରାଜିତାଙ୍କ ବିରୋଧରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଜଳିଲା ଅସନ୍ତୋଷ ଓ ଆକ୍ରୋଶର ନିଆଁ । ଓଡ଼ିଶା ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଦଳର ବରିଷ୍ଠ ନେତା କାଳୁଚରଣ ଖଣ୍ଡାୟତରାୟ । ସେ ଖୋଲା ଚ୍ୟାଲେଞ୍ଜ କରି କହିଛଁନ୍ତି ୫ ବର୍ଷ ହେଲା କାମ କରିଛି ଟିକେଟ୍ ନେଇକି ରହିବି । ଟିକେଟ୍ ନମିଳିଲେ କ’ଣ ହେବ ସମସ୍ତେ ଜାଣିଛନ୍ତି । ମୁଁ ସାଧାରଣ ଲୋକ ଝାଳବୁହା ପରିଶ୍ରମ କରିଛି ଦଳ ପାଇଁ । ବିଜେପି ରାଜ୍ୟ କାର୍ଯ୍ୟାଳୟ ଭିତରେ ଛିଡା଼ ହୋଇ ଦଳକୁ ଏମିତି ଚେତାବନୀ ଦେଇଛନ୍ତି କାଳୁ ଖଣ୍ଡାୟତରାୟ ।

ସୂଚନା ଅନୂସାରେ ଆଜି ଅପରାଜିତାଙ୍କ ବିରୋଧରେ ଜଳିଲା ଅସନ୍ତୋଷ ଓ ଆକ୍ରୋଶର ନିଆଁ । ଅପରାଜିତାଙ୍କ ବିରୋଧରେ ଉଗ୍ର ହୋଇଛି ଦଳୀୟ କନ୍ଦଳ । ଏଥର ଆଉ କେଉଁଠି ନୁହେଁ ଖୋଦ୍ ରାଜ୍ଯ ବିଜେପି କାର୍ଯ୍ୟାଳୟରେ ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି ଖୋର୍ଦ୍ଧା ବିଜେପିର ନେତୃବୃନ୍ଦ । ଖୋର୍ଦ୍ଧାର ବିଜେପି ଟିକେଟ ଆଶାୟୀ କାଳୁ ଚରଣ ଖଣ୍ଡାୟତ ରାୟଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଏକାଠି ହୋଇ ଅପରାଜିତାଙ୍କୁ ବିରୋଧ କରିଛନ୍ତି । ଅପରାଜିତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧାରୁ ବିଧାୟକ ପ୍ରାର୍ଥୀ ବୋଲି ଅନେକ ସ୍ଥାନରେ ଘୋଷଣା କରୁଛନ୍ତି । ପ୍ରାର୍ଥୀ ଘୋଷଣା କରିବାକୁ ଅପରାଜିତାଙ୍କୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଛନ୍ତି କର୍ମୀ । ତାଙ୍କର ଏଭଳି ମନମୁଖି ନିଷ୍ପତ୍ତିକୁ ବିରୋଧ କରିବା ସହ ନିଆଁ ହୋଇଛନ୍ତି ବିଜେପି କର୍ମୀ । ପ୍ରତିବାଦରେ ଖୋର୍ଦ୍ଧା ମ୍ୟୁନିସିପାଲଟି, ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକର ପ୍ରାୟ ୩ ହଜାରରୁ ଅଧିକ କର୍ମୀ ବିଜେପି କାର୍ଯ୍ୟାଳୟ ଆଗରେ କଡ଼ା ପ୍ରତିବାଦ କରିଛନ୍ତି । ଅପରାଜିତାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଦଳ ଛାଡ଼ିବାକୁ ଧମକ ଦେଇଛନ୍ତି । ଟିକେଟ ଆଶାୟୀ କାଳୁ ଚରଣ ଖଣ୍ଡାୟତ ରାୟ ବିଜେପିକୁ ଶୁଣାଇଛନ୍ତି ଚରମବାଣୀ । ବିଜେପି ପାର୍ଟି ଅଫିସ ଛାତିରେ ଛିଡ଼ା ହୋଇ କାଳୁ ଖଣ୍ଡାୟତ ରାୟ ଅଲଟିମେଟମ ଶୁଣାଇଦେଇଛନ୍ତି । କାଳୁ କହିଛନ୍ତି, ୫ ବର୍ଷ ହେଲା କାମ କରିଛି ଟିକେଟ୍ ନେଇକି ହିଁ ରହିବି । ମୁଁ ସାଧାରଣ ଲୋକ, ଝାଳବୁହା ପରିଶ୍ରମ କରିଛି । ଟିକେଟ୍ ନମିଳିଲେ ଯାହା ହେବ ସମସ୍ତେ ଜାଣିଛ ।

ସତ୍ଯେନ୍ଦ୍ର ଜୈନଙ୍କ ବିରୋଧରେ ସିବିଆଇ ତଦନ୍ତକୁ ଗ୍ରୀନ ସିଗନାଲ

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଆପ୍ ନେତା ସତ୍ଯେନ୍ଦ୍ର ଜୈନଙ୍କ ବିରୋଧରେ ସିବିଆଇ ତଦନ୍ତକୁ ଗ୍ରୀନ ସିଗନାଲ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଦୁର୍ନୀତି ନିରାକରଣ ଆଇନ ଆଧାରରେ ଗିରଫ ହୋଇଥିଲେ ସତ୍ଯେନ୍ଦ୍ର । ଜେଲ ବିଭାଗ ମନ୍ତ୍ରୀ ଥିବାବେଳେ ଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ଜେଲରେ ସୁରକ୍ଷା ଦେବା ଲାଗି ସତ୍ଯେନ୍ଦ୍ର ଜୈନ ୧୦ କୋଟି ଟଙ୍କା ଲାଞ୍ଚ ନେଇଥିଲେ ବୋଲି ହୋଇଥିବା ଅଭିଯୋଗ ଅନୁସାରେ ତାଙ୍କୁ ଗିରଫ କରାଯାଇଥିଲା । ସେପଟେ ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ସମାଲୋଚନା କରିଛନ୍ତି ଆପ ମୁଖପାତ୍ର ପିୟଙ୍କା କାକ୍କର । ସେ କହିଛନ୍ତି- ମହଲା କ୍ଲିନିକ କନସେପ୍ଟ କାର୍ଯ୍ୟକାରୀ କରି ବିଶ୍ବରେ ଖ୍ଯାତି ଅର୍ଜନ କରିଥିବା ସତ୍ଯେନ୍ଦ୍ରଙ୍କୁ ଟାର୍ଗେଟ କରାଯାଇଛି । ଅରବିନ୍ଦ କେଜରିଓ୍ବାଲ ନେତୃତ୍ବାଧୀନ ସରକାରରେ ସତ୍ଯେନ୍ଦ୍ର ସ୍ବାସ୍ଥ୍ୟ, ଜେଲ ସମେତ ଅନ୍ଯାନ୍ୟ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କୁ ମେ ୨୦୨୨ରେ ଗିରପ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜେଲରେ ଥିବା ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ଲାଗି ତତକାଳୀନ ତିହାଡ ଜେଲ ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ ମଧ୍ଯ ଟଙ୍କା ନେଉଥିଲେ ବୋଲି ଅଭିଯୋଗ ହୋଇଥିଲା । ଗତ ମାର୍ଚ୍ଚ ୨୨ରେ ସତ୍ଯେନ୍ଦ୍ରଙ୍କ ବିରୋଧରେ ସିବିଆଇ ତଦନ୍ତ ଲାଗି ଗୃହ ମନ୍ତ୍ରାଳୟ ଅନୁମତି ଦେବା ପରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା ତାହାକୁ ମୁଖ୍ୟ ଶାସନସଚିବଙ୍କୁ ପଠାଇଥିଲେ । ୨୦୧୮ରୁ ୨୦୨୧ ମଧ୍ୟରେ ୧୦ କୋଟି ଟଙ୍କା ଦିଆଯାଇଥିବା ନେଇ ସୁକେଶ ଚନ୍ଦ୍ରଶେଖର ଅଭିଯୋଗ କରିବା ପରେ ସିବିଆଇ ତଦନ୍ତ ଆରମ୍ଭ ହୋଇଥିଲା । ସେହିପରି ୨୦୧୯ରୁ ୨୦୨୨ ମଧ୍ଯରେ କେତେକ ଜେଲ ଅଧିକାରୀ ତାଙ୍କଠାରୁ ୧୨ କୋଟି ୫୦ଲକ୍ଷ ଟଙ୍କା ନେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ ।

ୱାୟନାଡରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଲଢିବେ ବିଜେପି ରାଜ୍ୟ ସଭାପତି କେ. ସୁରେନ୍ଦ୍ରନ

ନନ୍ଦିଘୋଷ ବ୍ୟୁରୋ : କେରଳ ଓ୍ବାୟନାଡରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ବିଜେପି ରାଜ୍ୟ ସଭାପତି କେ. ସୁରେନ୍ଦ୍ରନ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କ ବିରୋଧରେ ୨୪୨ଟି ଅପରାଧିକ ମାମଲା ରହିଥିଲେ ବି ଦଳ ତାଙ୍କୁ ପ୍ରାର୍ଥୀ କରିଛି । ଏହି ମାମଲାଗୁଡିକ ସମ୍ପର୍କରେ ତଥ୍ୟ ପ୍ରକାଶ କରିଛନ୍ତି ସୁରେନ୍ଦ୍ରନ ।  କେବଳ ସେ ନୁହନ୍ତି, ଏର୍ଣ୍ଣାକୁଲମ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଥିବା କେ.ଏସ. ରାଧାକ୍ରିଷ୍ଣନଙ୍କ ନାମରେ ରହିଛି ୨୧୧ଟି ମାମଲା । ତେବେ ଏହି ମାମଲାଗୁଡିକ ମଧ୍ୟରୁ ଅଧିକାଂଶ ମାମଲା ୨୦୧୮ର ଏବଂ ସାବରିମାଲା ଆନ୍ଦୋଳନ ବେଳେ ଦାୟର ହୋଇଥିଲା ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଜର୍ଜ କୁରିଅନ । ପଥାନାମଥିଟ୍ଟାସ୍ଥିତ ସାବରିମାଲା ମନ୍ଦିରରେ ମହିଳାଙ୍କୁ ପ୍ରବେଶ ଅଧିକାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ଯ ସରକାର କାର୍ଯ୍ୟକାରୀ କରିବାବେଳେ ରାଜ୍ୟବ୍ୟାପୀ ଆନ୍ଦୋଳନ ହୋଇଥିଲା । ଓ୍ବାୟନାଡ ଆସନରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ ୪ ରହିଥିବାବେଳେ ଏପ୍ରିଲ ୮ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ।

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ

ପୁରୀ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ବସିଛି । ବୈଠକରେ ଅକ୍ଷୟ ତୃତୀୟାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି, ରଥକାଠ, ତୀର୍ଥ ପୁଷ୍କରିଣୀ ସଫେଇ, ରଥ ନିର୍ମାଣ, ସ୍ବାସ୍ଥ୍ୟ ଓ ପରିମଳ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍, ପରିବହନ ଓ ରେଳସେବା, ଡ୍ରେନେଜ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହେଉଛି। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସବୁ ବିଭାଗ କିଭଳି ପ୍ରସ୍ତୁତି କରିଛନ୍ତି ଓ ଟାର୍ଗେଟ ସମୟ ମଧ୍ୟରେ କାର୍ଯ୍ୟ କିଭଳି ଠିକ୍ ଭାବେ ସମ୍ପାଦନ କରିବେ, ସେ ସମ୍ପର୍କରେ ଆଲୋଚନା କରାଯାଉଛି।

ଅପରାଜିତାଙ୍କୁ ନିଜ କର୍ମୀଙ୍କ ବିରୋଧ, ରାଜ୍ୟ କାର୍ଯ୍ୟାଳୟ ଆଗରେ ଶୁଭିଲା ‘ବିହାରୀ ଗୋବ୍ୟାକ୍’ନାରା

ଭୁବନେଶ୍ୱର : ବିଜେପିର ଲୋକସଭା ପ୍ରାର୍ଥୀଙ୍କୁ ତାଙ୍କରି ଦଳୀୟ କର୍ମୀଙ୍କ ବିରୋଧ । ଖୋର୍ଦ୍ଧାରେ ବିଜେପି କର୍ମୀ ମେଳି କରିଥିବା ବେଳେ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଅପରାଜିତାଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି । କାଳୁ ଖଣ୍ଡାୟତରାୟଙ୍କ ସମର୍ଥକ ଅପରାଜିତାଙ୍କୁ ବିରୋଧ କରୁଛନ୍ତି । ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭାରୁ ପ୍ରାର୍ଥୀ କରାଯିବ ବୋଲି ଗୋଟିଏ ସଭାରେ ଅପରାଜିତାଙ୍କ ବକ୍ତବ୍ୟ ପରେ କାଳୁ ଖଣ୍ଡାୟତରାୟଙ୍କ ସମର୍ଥକ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି । ଶନିବାର ଦିନ ରାଜ୍ୟ କାର୍ଯ୍ୟାଳୟ ଆଗରେ କାଳୁ ଖଣ୍ଡାୟତରାୟଙ୍କ ସମର୍ଥକ ବିରୋଧ ପ୍ରଦର୍ଶନ କରିଥିଲେ । ସେମାନେ ବିହାରି ଗୋବ୍ୟାକ୍ ଭଳି ସ୍ଲୋଗାନ ଦେଇଥିଲେ ।କାଳୁ ଖଣ୍ଡାୟତରାୟଙ୍କ ସମର୍ଥକଙ୍କ ଆଶଙ୍କା ଯେ, ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବାକୁ ଅପରାଜିତ ଉଦ୍ୟମ କରୁଛନ୍ତି । ଅନ୍ୟପକ୍ଷରେ ଏହି ବିରୋଧକୁ ଦେଖି,ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି ଯେ, ସେ ଖୋର୍ଦ୍ଧାରୁ ପ୍ରାର୍ଥୀ ହେବେ ନାହିଁ । ସେ ନିର୍ବାଚନ ଲଢିବାକୁ ଦଳକୁ ଆସି ନାହାନ୍ତି ।

ତେବେ ଖଣ୍ଡାୟତରାୟଙ୍କ ସମର୍ଥକଙ୍କ ଅଭିଯୋଗ ଯେ, ସାଂସଦ ଖୋର୍ଦ୍ଧା ବିଜେପିକୁ ଭାଗଭାଗ କରିଛନ୍ତି । ତାଙ୍କରି ପାଇଁ ଦଳରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଶେଷ ରିପୋର୍ଟ ଅନୁସାରେ କାଳୁ ଖଣ୍ଡାୟତରାୟ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ମଧ୍ୟରେ ଆଲୋଚନା ସମାପ୍ତ ହୋଇଛି । କାଳୁ ଖଣ୍ଡାୟତରାୟଙ୍କୁ ଖୋର୍ଦ୍ଧାରୁ ବିଧାୟକ ପ୍ରାର୍ଥୀ କରିବାକୁ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ପ୍ରତିସ୍ରୁତି ଦେଇଛନ୍ତି ବୋଲି ତାଙ୍କ ସମର୍ଥକ ଦାବି କରିଛନ୍ତି ।

 

ED ଜାଲରେ ଆଉ ଜଣେ ଦିଲ୍ଲୀ ମନ୍ତ୍ରୀ କୈଳାସ ଗେହଲଟ

ନୂଆଦିଲ୍ଲୀ : ବଢ଼ିଲା ଦିଲ୍ଲୀ ମଦନୀତି ଅଡୁଆ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାଲରେ ଆଉ ଜଣେ ଦିଲ୍ଲୀ ମନ୍ତ୍ରୀ କୈଳାସ ଗେହଲଟ। ମଦନୀତି ମାମଲାରେ ଜେରା ଲାଗି ପରିବହନ ମନ୍ତ୍ରୀ କୈଳାସ ଗେହଲଟଙ୍କୁ ସମନ ଜାରି କରିଛି ଇଡି। ୨୦୨୧-୨୨ରେ ଦିଲ୍ଲୀ ମଦ ନୀତି ପ୍ରସ୍ତୁତ ବେଳେ ଗଠିତ ହୋଇଥିବା ପ୍ଯାନେଲରେ ଅନ୍ଯତମ ସଦସ୍ଯ ଥିଲେ ପରିବହନ ମନ୍ତ୍ରୀ କୈଳାସ। ଇଡି ଅଭିଯୋଗ କରିଛି ସେତେବେଳେ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ପଲିସି ଲିକ୍ ହୋଇଥିଲା ଏବଂ ତାହାକ ସାଉଥ ଗ୍ରୁପ ନିକଟକୁ ଚାଲିଯାଇଥିଲା।

ଗତ ମାର୍ଚ୍ଚ ୨୧ରେ ଦିଲ୍ଲୀ ମଦନୀତି ମାମଲାରେ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା ଇଡି। କୈଳାସ ବର୍ତ୍ତମାନ ନଜାଫଗଡ଼ରୁ ବିଧାୟକ ଅଛନ୍ତି।

ଅପରାଜିତାଙ୍କ ବିରୋଧରେ ଖୋର୍ଦ୍ଧାରେ ମେଳି, ଭୁବନେଶ୍ୱରରେ ବିରୋଧ

ଭୁବନେଶ୍ୱର : ଅପରାଜିତାଙ୍କ ବିରୋଧରେ ଖୋର୍ଦ୍ଧାରେ ମେଳି, ଭୁବନେଶ୍ୱରରେ ବିରୋଧ ।  ଅପରାଜିତାଙ୍କ ବିରୋଧରେ ଆହୁରି ତେଜିଲା ଅସନ୍ତୋଷ। ଭୁବନେଶ୍ବର ଓ ବେଗୁନିଆ ପରେ ଏବେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଅପରାଜିତାଙ୍କୁ ପ୍ରତିବାଦ କରାଯାଇଛି। ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେପି ନେତୃତ୍ୱ ନେଇ ଗତ ବିଧାନସଭା ନିର୍ବାଚନରେ ୭୨ ହଜାରରୁ ଅଧିକ ଭୋଟ ପାଇଥିବା ନେତା କାଳୁ ଚରଣ ଖଣ୍ଡାୟତ ରାୟଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଏକାଠି ହୋଇ ଅପରାଜିତାଙ୍କୁ ବିରୋଧ କରିଛନ୍ତି। ଖୋର୍ଦ୍ଧା ମ୍ୟୁନିସିପାଲଟି, ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକର ପ୍ରାୟ ୩୦୦୦ରୁ ଅଧିକ କର୍ମୀ ବିଜେପି କାର୍ଯ୍ୟାଳୟ ଆଗରେ କଡ଼ା ପ୍ରତିବାଦ କରିଛନ୍ତି। ଅପରାଜିତାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଦଳ ଛାଡ଼ିବାକୁ ଧମକ ଦେଇଛନ୍ତି ହଜାର ହଜାର ସମର୍ଥକ। ଗତକାଲି ବିଜେପି କର୍ମୀ ମଳିପଡାରେ ଏକାଠି ହୋଇ ଅପରାଜିତାଙ୍କ ବିରୋଧରେ ମେଳି ବାନ୍ଧିଥିଲେ। ଆଜି ଅସନ୍ତୁଷ୍ଟ ବିଜେପି କର୍ମୀ ଖୋର୍ଦ୍ଧାରୁ ଶୋଭାଯାତ୍ରାରେ ବାହାରି ବିଜେପି ରାଜ୍ୟ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି।

ସାଉଥ ଅଭିନେତା ଡାନିଏଲ ବାଲାଜୀଙ୍କ ଦେହାନ୍ତ

ନନ୍ଦିଘୋଷ ବ୍ୟୁରୋ : ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି । ତାମିଲ ଏବଂ ମାଲାୟାଲମ ସିନେମାରେ କାମ କରୁଥିବା ଅଭିନେତା ଡାନିଏଲ ବାଲାଜୀଙ୍କ ଦେହାନ୍ତ ହୋଇଛି। ସୂଚନା ଅନୁସାରେ ତାଙ୍କ ମୃତ୍ୟୁ ହୃଦ୍‌ଘାତ ଜନିତ ବୋଲି କୁହାଯାଉଛି । ୪୮ ବର୍ଷିୟ ଡାନିଏଲଙ୍କ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ ହେବା ପରେ ତାଙ୍କୁ ଚେନ୍ନାଇର କୋଟିଭକ୍କାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଶୁକ୍ରବାର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ଅଧିକାଂଶ ଚଳଚ୍ଚିତ୍ରରେ ଡାନିଏଲ୍ ଭିଲେନ୍ ଭୂମିକାରେ ଅଭିନୟ କରିଥିଲେ ଏବଂ ନକାରାତ୍ମକ ଚରିତ୍ରରେ ଅଭିନୟ କରି ତାଙ୍କ ପ୍ରଶଂସକଙ୍କ ପାଖରେ ବେସ ପରିଚିତ ଥିଲେ । ସେ କମଲ ହାସନ, ସୂର୍ଯ୍ୟ, ମାମୁତି, ମୋହନଲାଲ ଏବଂ ଅନ୍ୟାନ୍ୟ ଅନେକ ବଡ ତାରକାଙ୍କ ସହ କାମ କରିଥିଲେ । ତାଙ୍କର ହଠାତ୍ ବିଦାୟ, ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଝଟକା ଲାଗିଛି । ତାଙ୍କ ମୃତ୍ୟୁ ଖବର ଆସିବା ପରଠାରୁ ପ୍ରଶଂସକମାନେ ତାଙ୍କୁ ମନେ ରଖି ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। କୁହାଯାଉଛି ଯେ ତାଙ୍କର ଶେଷ ରୀତିନୀତି ଶନିବାର ଦିନ ହେବ। ତାଙ୍କର ପ୍ରକୃତ ନାମ ଟି.ସି. ବାଲାଜୀ, କିନ୍ତୁ ଇଣ୍ଡଷ୍ଟ୍ରିରେ ସେ ଡାନିଏଲ୍ ବାଲାଜୀ ଭାବରେ ବେସ ପରିଚିତ ଥିଲେ ।

ଡାନିଏଲ୍ ବାଲାଜୀଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଉପରେ ନଜର ପକାନ୍ତୁ

ସେ କମଲ ହାସନଙ୍କ ଫିଲ୍ମ ‘ମାରୁଦାନାୟାଗମ’ ମାଧ୍ୟମରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ‘ଚିତ୍ତୀ’ ନାମକ ଏକ ସିରିଏଲରେ କାମ କରିଥିଲେ, ଯାହା ତାଙ୍କୁ ପରଦାରେ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ଦେଇଥିଲା। ସେ 2004ରେ ମାମୁତିଙ୍କ ଫିଲ୍ମ ‘ବ୍ଲାକ୍’ ସହିତ ମାଲାୟାଲମ ସିନେମାରେ ଅଭିନୟ କରିଥିଲେ। ସେ ଅନ୍ୟାନ୍ୟ ବଡ଼ ବଡ଼ ଚଳଚ୍ଚିତ୍ରର ଏକ ଅଂଶ ମଧ୍ୟ ଥିଲେ ।

୪ ପ୍ରଖ୍ଯାତ ବ୍ଯକ୍ତିତ୍ବଙ୍କୁ ମିଳିଲା ଭାରତ ରତ୍ନ ସମ୍ମାନ

ନୁଆଦିଲ୍ଲୀ : ଯୋଗ୍ଯ ସନ୍ତାନଙ୍କୁ ସର୍ବୋଚ୍ଚ ସମ୍ମାନ।  ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ୪ ପ୍ରଖ୍ଯାତ ବ୍ଯକ୍ତିତ୍ବଙ୍କୁ ମିଳିଲା ଭାରତ ରତ୍ନ ସମ୍ମାନ। ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। । ଆଜି ୪ ଜଣଙ୍କୁ ମରଣୋତ୍ତର ସମ୍ମାନ ମିଳିଥିବାବେଳେ ଆସନ୍ତାକାଲି ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ମିଳିବ ବୋଲି ସୂଚନା ମିଳିଛି। ଦେଶର ସର୍ବୋଚ୍ଚ୍ ବେସାମରିକ ସମ୍ମାନ ଲାଗି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର, ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଓ ଆନ୍ତର୍ଜାତିକ ଖ୍ଯାତି ସମ୍ପନ୍ନ କୃଷି ବିଜ୍ଞାନୀ ଏମ.ଏସ. ସ୍ବାମୀନାଥନଙ୍କ ନାମ ଘୋଷଣା କରିଥିଲେ ସରକାର । ବିଭିନ୍ନ ଦିଗରେ ଉଲ୍ଲେଖନୀୟ ଅବଦାନ ଲାଗି ସେମାନଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବା ଲାଗି ସରକାର ଘୋଷଣା କରିଥିଲେ ।