ଅରବିନ୍ଦ କେଜ୍ରିୱାଲ ମାମଲାରେ ସୁପ୍ରିମକୋର୍ଟଙ୍କ ଇଡିକୁ ପ୍ରଶ୍ନ,୧୦୦ କୋଟି କେମିତି ୧୧ଶହ କୋଟି ହୋଇଗଲା ?

1 min read

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ନିମନ୍ତେ ପ୍ରଚାର କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲକୁ ଅନ୍ତରୀଣ ଜାମିନ ଦିଆ ଯିବ କି ନାହିଁ , ସେ ନେଇ ବିଚାର କରୁଛି ସୁପ୍ରିମ କୋର୍ଟ  । ସେପଟେ ଅରବିନ୍ଦଙ୍କ ଆବେଦନକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରୁଥିବା ବେଳେ ଏଏସଜି ଏସ.ଭି ରାଜୁ ଇଡି ତରଫରୁ ଏକ ଯୁକ୍ତି ଉପସ୍ଥାପନା କରିଥିଲେ  । ଏ .ଭି ରାଜୁ  ସୁପ୍ରିମକୋର୍ଟଙ୍କୁ କହିଥିଲେ କି, ମନୀଷ ସିସୋଦିଆଙ୍କ ଜାମିନ ବାତିଲ ହେବା ପରେ ୧୧୦୦କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯାଇଥିଲା। ଏହା ଉପରେ ଜଷ୍ଟିସ୍ ଖନ୍ନା ପ୍ରଶ୍ନ କରିଛନ୍ତି ଯେ ଅପରାଧୀକ ଆୟ ଯଦି ୧୦୦ କୋଟି ଟଙ୍କା ଥିଲା, ଏହା ୨-୩ ବର୍ଷରେ ୧୧୦୦ କୋଟି ଟଙ୍କା କିପରି ହୋଇଗଲା ?

ଜଷ୍ଟିସ୍ ଖନ୍ନାଙ୍କ ଏହି ଟିପ୍ପଣୀ ପରେ ଏଏସଜି ରାଜୁ କହିଥିଲେ ଯେ, ୫୯୦ କୋଟି ଟଙ୍କା ହୋଲସେଲରଙ୍କ ଲାଭ ଟଙ୍କା ଥିଲା । ଏଥିରୁ ମଦ କମ୍ପାନୀ ୯ଶହ ଟଙ୍କା ଆୟ କରିଥିଲେ । ଯାହା ପରେ ବିଚାରପତି କହିଥିଲେ ଯେ, ଏହି ଅନ୍ତର  ୩୩୮ କୋଟି ଟଙ୍କା ଥିଲା,ଯାହାକି ସମ୍ପୂର୍ଣ୍ଣ ଭାବେ ଅପରାଧୀକ ଆୟ ହୋଇପାରିବ ନାହିଁ  । ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ଉପରେ ଇଡି ତରଫରୁ ଏଏସଜି ରାଜୁ କହିଥିଲେ ଯେ,  ଯେତେବେଳେ ଆମେ ତଦନ୍ତ ଆରମ୍ଭ କରିଥିଲୁ ସେତେବେଳେ ଆମ ତଦନ୍ତ ସିଧାସଳଖ ଭାବେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ନଥିଲା ।  ଯାଞ୍ଚ ସମୟରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଭୂମିକା ସାମ୍ନାକୁ ଆସିଥିଲା ।  ସେଥିପାଇ ଏନେଇ ଆରମ୍ଭରୁ ତାଙ୍କ ସମ୍ପର୍କରେ କୌଣସି  ପ୍ରଶ୍ନ ପଚରା ଯାଇନଥିଲା  । ତଦନ୍ତ ତାଙ୍କ ଉପରେ କେନ୍ଦ୍ରୀତ ନଥିଲା ।

ମାମଲାର ଶୁଣାଣି କାଲେ ଜଷ୍ଟିସ୍ ସଞ୍ଜିବ ଖନ୍ନା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଏହି ମାମଲାରେ ପ୍ରଥମେ କେବେ ଓ  କେଉଁ ସରକାରୀ ଅଧିକାରୀଙ୍କୁ ଗିରଫ କରାଯାଇଥିଲା ବୋଲି ପ୍ରଶ୍ନ ପଚାରିଥିଲେ । ଏହା ଉପରେ ଇଡି ତରଫରୁ ଏଏସଜି ରାଜୁଙ୍କ ଉତ୍ତର ଥିଲା ଯେ,୯ ମାର୍ଚ୍ଚରେ ପ୍ରଥମ ଗିରଫଦାରୀ ହୋଇଥିଲା । ଏହା ପରେ ଜଷ୍ଟିସ ଖନ୍ନା ଏଏସଜି ରାଜୁଙ୍କ ଯୁକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ, ଯେଉଁ ବୟାନ ଆଧାରରେ ଆପଣ ଯାହା କହୁଛନ୍ତି ସମ୍ଭବତଃ ତାହା କାହାକୁ ଲାଞ୍ଚ ଦିଆଯାଇଥିଲା ବୋଲି ଆପଣଙ୍କ କଳ୍ପନା ହୋଇପାରେ । ଏହା ଉପରେ ରାଜୁ କହିଥିଲେ ଯେ,ଆମେ ଆମର ତଦନ୍ତକୁ ଏହିସବୁ ବୟାନ ଆଧାରରେ ଆଗକୁ ବଢାଉଛୁ ଓ ଏଥିରେ ଆମକୁ ସଫଳତା ମିଳିଛି ।