ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଜ୍ଜଳା ଦିଦିଙ୍କ କଟାକ୍ଷ, କହିଲେ ସେ ଉଜ୍ବଳା ମ୍ୟାନ୍ ନୁହେଁ ଅନ୍ଧାରୀ ମ୍ୟାନ୍

ସୋମବାର ଭୁବନେଶ୍ବରରେ ପଣ କରିଥିଲେ । ମଙ୍ଗଳବାରଠୁ ସମ୍ବଲପୁର ଲୋକସଭା ଆସନରେ ଆରମ୍ଭ ହୋଇଛି ଧର୍ମେନ୍ଦ୍ର ବିରୋଧୀ ଅଭିଯାନ । ପ୍ରଥମେ ଅନୁଗୁଳ ପରେ ସମ୍ବଲପୁରରେ ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଛନ୍ତି ଉଜ୍ଜ୍ବଳା ଦିଦି । ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ ପରେ ହଟହଟା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିଯୁକ୍ତି ଦେଇ ନିର୍ବାଚନ ଜିତିଲ। ପାରିଶ୍ରମିକ ନ ଦେଇ କାହିଁକି ଠକିଲ ବୋଲି କଲେ ପ୍ରଶ୍ନ। ମହିଳାଙ୍କୁ ଦେଖି ତରତର ହୋଇ ଗାଡିରେ ବସି ଚାଲିଗଲେ ଧର୍ମେନ୍ଦ୍ର। ଆଜି ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଠିକ୍ ଏହି ସମୟରେ ଉଜ୍ଜଳା ଦିଦିମାନେ ସେଠାରେ ପହଞ୍ଚି କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ଚେଷ୍ଟା କରୁଥିଲେ। ହେଲେ କେନ୍ଦ୍ରମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିବେ କଣ ସେମାନଙ୍କୁ ଆଡେଇ ପଳାଇଥିଲେ। ମନ୍ତ୍ରୀଙ୍କ ଗାଡିକୁ ଘେରିବା ପାଇଁ ଉଜ୍ଜଳା ଦିଦିମାନେ ପଛେପଛେ ଗୋଡେଇବାରୁ ମନ୍ତ୍ରୀ ସେଠାରୁ ତୁରନ୍ତ ଖସି ପଳାଇଥିଲେ। ପରେ ଉଜ୍ଜଳା ଦିଦିମାନେ ନାରାବାଜି କରିବା ସହ ଯେଉଁ ମନ୍ତ୍ରୀ ମହିଳା ମାନଙ୍କୁ ସମ୍ମାନ ଦେଉନାହାନ୍ତି ତାଙ୍କୁ ଭୋଟ ନଦେବାକୁ ଲୋକଙ୍କୁ କହିବା ସହ ଲିଫଲେଟ୍ ବାଣ୍ଟିଥିଲେ। ରାଜ୍ୟରେ ପ୍ରାୟ ୧୨ ହଜାର ଉଜ୍ଜଳା ଦିଦି ଥିବା ବେଳେ, ସମସ୍ତେ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବୁଲି ବୁଲି ଧର୍ମେନ୍ଦ୍ରଙ୍କ ବିରୋଧରେ ପ୍ରଚାର କରୁଛନ୍ତି।

ଠକ ଧର୍ମେନ୍ଦ୍ର ପ୍ରଧାନ, ଉଜ୍ବଳା ମ୍ୟାନ୍ ନୁହେଁ ଅନ୍ଧାରୀ ମ୍ୟାନ୍ ଧର୍ମେନ୍ଦ୍ର ପ୍ରଧାନ। ଏଭଳି ଅଭିଯୋଗ ଆଣିଛନ୍ତି ଓଡ଼ିଶାର ଉଜ୍ବଳା ଦିଦି। ଦିନ ଥିଲା କେନ୍ଦ୍ରରେ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ସୁଖରେ ଦୁଃଖରେ ଅଛି ଲୋ ଆମ ଉଜ୍ବଳା ଦିଦି ବୋଲି ନାରା ଦେଉଥିଲେ। ହେଲେ ସେହି ଉଜ୍ବଳା ଦିଦି ମାନେ ଏବେ ଦୁଃଖରେ। ୨୦୧୦ ମସିହାରୁ ଖଟିଲେ, ହେଲେ ଟଙ୍କାଟିଏ ପାଉଣା ପାଇଲେ ନାହିଁ। ଏଭଳି ଅଭିଯୋଗ ଆଣିବା ସହ ଅନୁଗୁଳରେ ବୁଲି ବୁଲି ଧର୍ମେନ୍ଦ୍ରଙ୍କ ଠକ ବୁଦ୍ଧିର ପ୍ରଚାର ପତ୍ର ବାଣ୍ଟୁଛନ୍ତି ଉଜ୍ବଳା ଦିଦି। ଆରମ୍ଭରୁ ପ୍ରତି ପଞ୍ଚାୟତରେ ଉଜ୍ବଳା ଯୋଜନାର ପ୍ରଚାର ପ୍ରସାର ପାଇଁ ଉଜ୍ବଳା ଦିଦିଙ୍କୁ ନିଯୁକ୍ତି ଦିଆ ଯାଇଥିଲା। ସେତେବେଳେ ସେମାନଙ୍କୁ ତାଲିମ ଦିଆଯିବ, ଦରମା ଦିଆଯିବ କହିବା ସହ ତାଲିମ ନେବା ପରେ ନିଜେ ରୋଜଗାରକ୍ଷମ ହୋଇ ପାରିବେ ଭଳି ପ୍ରଲୋଭନ ଦିଆ ଯାଇଥିଲା । ତେବେ ଏହା ଭିତରେ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ଟଙ୍କାଟିଏ ପାଉଣା ମିଳିଲା ନାହିଁ କି ତାଲିମ ଦିଆଗଲା ନାହିଁ। ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟକୁ ବାରମ୍ବାର ଅଭିଯୋଗ କରିବାକୁ ଗଲେ ମଧ୍ୟ ସୁଫଳ ମିଳିଲା ନାହିଁ । ବରଂ ମନ୍ତ୍ରୀ ମହିଳା ମାନଙ୍କୁ ଅଭଦ୍ର ଆଚରଣ କରିଥିଲା ଉଜ୍ବଳା ଦିଦି ମାନେ ଅଭିଯୋଗ କରିଛନ୍ତି । ଏଥିପାଇଁ ସେମାନେ ଏବେ ସହର ସହର ବୁଲି ଧର୍ମେନ୍ଦ୍ରଙ୍କ ଏଭଳି ଆଚରଣ ସମ୍ପର୍କରେ ଲିଫଲେଟ ବାଣ୍ଟୁଛନ୍ତି ।