ଜାମିନ ମିଳିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାମ କରିପାରିବେ ନାହିଁ ଅରବିନ୍ଦ କେଜ୍ରିଓ୍ବାଲ, ପଢ଼ନ୍ତୁ କଣ କହିଲେ ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ: ମଦ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଜାମିନ ପାଇଁ ସୁପ୍ରିମକୋର୍ଟରେ କେଜ୍ରିଓ୍ବାଲ ଚ୍ୟାଲେଞ୍ଜ କରିଥିବାବେଳେ ମଙ୍ଗଳବାର ଶୁଣାଣି ହେବାର ଥିଲା ମାତ୍ର କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି କଲେନି ସୁପ୍ରିମକୋର୍ଟ । କୋର୍ଟ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଏହି ମାମଲାର ନିଷ୍ପତ୍ତିକୁ ସୁରକ୍ଷିତ ରଖାଯାଇଛି । ସୁପ୍ରିମକୋର୍ଟ ୯ ମେରେ ଏହି ମାମଲାର ଶୁଣାଣି କରିପାରନ୍ତି । ତେବେ କେଜ୍ରିଓ୍ବାଙ୍କୁ ଜାମିନ ମିଳିଲେ ସୁଦ୍ଧା ସେ ମୁଖ୍ୟମନ୍ତ୍ରୀଭାବେ କୌଣସି କାମ କରିପାରିବେ ନାହିଁ ।

ସୁପ୍ରିମକୋର୍ଟ କହିଛନ୍ତି କି, ଯଦି ସେ ଅନ୍ତରୀଣ ଜାମିନରେ ଯାଇ ସରକାରୀ କାର୍ଯ୍ୟ କରନ୍ତି ଏହାର ପ୍ରଭାବ ପଡ଼ିବ । ଏଣୁ ଜାମିନ ମିଳିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀଭାବେ କୌଣସି କାମ କରିପାରିବେ ନାହିଁ । ସେପଟେ ଇଡି ପକ୍ଷରୁ କୁହାଯାଇଛି କି, ଯଦି କେଜ୍ରିଓ୍ବାଲଙ୍କୁ ଜାମିନରେ ଛନାଯାଏ ତାହେଲେ ଏହା ଏକ ଭୁଲ୍ ଉଦାହରଣ ହେବ । ଏହାପରେ ସମସ୍ତେ ଏଭଳି ଜାମିନ୍ ମାଗିବା ଆରମ୍ଭ କରିବେ । ଏହାସହ ସୁପ୍ରିମେକାର୍ଟ କହିଛନ୍ତି ନିର୍ବାଚନ ୫ ବର୍ଷରେ ଥରେ ଆସିଥାଏ । ଏଣୁ ତାଙ୍କୁ ପ୍ରଚାର ପାଇଁ ଅନୁମତି ମିଳିବା ଦରକାର । କାରଣ ସେ ଜଣେ ଅଭ୍ୟାସଗତ ଅପରାଧୀ ନୁହଁନ୍ତି । ତାଙ୍କୁ ମଧ୍ୟକାଳିନ ଜାମିନ ଦିଆଯିବା ଦରକାର କି ନାହିଁ ଏହା ଉପରେ ବିଚାର କରାଯିବା ଉଚିତ ।