spot_img
Home Blog Page 1955

ଏଥର ଶୀଘ୍ର ବିବାହ କରିବାକୁ ପଡ଼ିବ, ଜାଣନ୍ତୁ କାହିଁକି ଏଭଳି କହିଲେ ରାହୁଲ ଗାନ୍ଧୀ

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ନିର୍ବାଚନୀ ପ୍ରଚାର । ସୋମବାର ଦେଶରେ ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ସେପଟେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ରାୟବରେଲିରେ ନିଜର ନିର୍ବାଚନୀ ପ୍ରଚାର କରିଛନ୍ତି । ସୋମବାର ରାୟବରେଲିରେ ପ୍ରଚାର ପାଇଁ ରାହୁଲ ଗାନ୍ଧୀ ପହଞ୍ଚିଥିବାବେଳେ ସାଧାରଣ ସଭାରେ ସମ୍ବୋଧନ କରିବା ପାଇଁ ଯାଇ ରାହୁଲ କହିଛନ୍ତି କି, ଏଥର ଶୀଘ୍ର ବିବାହ କରିବାକୁ ପଡ଼ିବ । ଏହାସହ ରାହୁଲ କହିଛନ୍ତି କି, କଂଗ୍ରେସ ସରକାର ଆସିବା ମାତ୍ରେ ଋଣ ଛାଡ଼ ପ୍ରଥମ କାମ ହେବ । ଦ୍ବିତୀୟରେ ଚାଷୀଙ୍କ ପାଇଁ ଆଇନଗତ ସହାୟତା ଆଣିବ । ଏହସହ ୩୦ଦିନ ମଧ୍ୟରେ ଚାଷୀଙ୍କୁ ବୀମା ଟଙ୍କା ପ୍ରଦାନ କରାଯିବ ।

ଏଭଳି ସାଧାରଣ ସଭାକୁ ସମ୍ବୋଧନ କରି ରାହୁଲ ଗାନ୍ଧୀ କହିଛନ୍ତି । ଏହାସହ ବିଜେପି ସରକାରକୁ ମଧ୍ୟ କଟାକ୍ଷ କରିଛନ୍ତି ରାହୁଲ । ଏ ଲଢ଼େଇ ହେଉଛି କୃଷକ ଏବଂ ଗରୀବଙ୍କ ପାଇଁ । ଏହାସହ କଂଗ୍ରେସ ସରକାର ଆସିଲେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ସେ କହିଛନ୍ତି । ପ୍ରତି ମାସରେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ପ୍ରତିଶୃତି ଦେଇଥିବାବେଳେ କଂଗ୍ରେସ ସରକାର ଆସିଲେ ଅଗଷ୍ଟ ୧୫ ସୁଦ୍ଧା ଯୁବକ ଯୁବତୀମାନଙ୍କୁ ୩୦ ଲକ୍ଷ ସରକାରୀ ଚାକିରୀ ପ୍ରଦାନ କରାଯିବ । ସେପଟେ ସାଧାରଣ ସଭାରେ ରାହୁଲ ସମ୍ବୋଧନ କରିବା ବେଳେ ଜଣେ ବ୍ୟକ୍ତି ତାଙ୍କ କାହିଁକି ବିବାହ କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ଯେଉଁଥିରେ ସେ ହସିବା ସହ କହିଥିଲେ କି, ଏଥର ଶୀଘ୍ର ବିବାହ କରିବାକୁ ପଡ଼ିବ । ସେ ମଜାରେ ଏଭଳି କହିଥିବାବେଳେ ଏହି ସମୟର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।

ଗୋଳନ୍ଥରାରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ, ବିଧାୟକ ପ୍ରାର୍ଥୀଙ୍କୁ ଦୁର୍ବ୍ୟବହାର

ବ୍ରହ୍ମପୁର:  ଗୋପାଳପୁର ନିର୍ବାଚନମଣ୍ଡଳିରେ ବିଜେପିର ଦାଦାଗିରି । ଗୋଳନ୍ଥରାରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ । ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କୁ ଏକ ବୁଥ୍ ନିକଟରେ ଅଶାଳୀନ ବ୍ଯବହାର ଅଭିଯୋଗ । ଜାଣିଶୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ଯମ କରିଥିଲେ ବିଜେପି କର୍ମୀ ।

ବିକ୍ରମ ପଣ୍ଡା ବୁଥ ଅନୁଧ୍ଯାନ ପାଇଁ ଯାଉଥିବାବେଳେ କିଛି ବିଜେପି କର୍ମୀ ଜାଣିଶୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଥିଲେ । ବିଜେଡି ବିଧାୟକ ପ୍ରାର୍ଥୀ ଓ କର୍ମୀଙ୍କୁ ଅଶାଳୀନ ବ୍ଯବହାର କରିଥିବା ଅଭିଯୋଗ ହୋଇଛି ।

ସେପଟେ ଭୈରବୀ ମନ୍ଦିରରୁ ଦର୍ଶନ ସାରି ୩ ବିଜେଡି କର୍ମୀ ଫେରୁଥିବାବେଳେ ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି । ଗୋପାଳପୁର ବିଜେପି ବିଧାୟକ ପ୍ରାର୍ଥୀ ବିଭୂତି ଜେନାଙ୍କ ଉପସ୍ଥିତିରେ ବିଜେପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆହତ ବିଜେଡି କର୍ମୀ ହେଲେ କେ. ସନ୍ତୋଷ ଦାସ, କେଦାର ବେହେରା ଓ ବିକି ବେହେରା । ସମସ୍ତେ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ବିଜେଡି କର୍ମୀଙ୍କ ଅଭିଯୋଗ ଅନୁସାରେ, ବିଜେପି କର୍ମୀ ଆକ୍ରମଣ କରିବା ସହ ସେମାନଙ୍କ ସୁନା ଚେନ ଓ ମୁଦି ଲୁଟ୍ କରିଛନ୍ତି ।

ଓଡିଶା ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ଦଳ ଚାରି ଫାଳ ହେବ

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟରେ ବିଜେଡି ୪ ଲୋକସଭା ଓ ୯୦ ପ୍ରତିଶତ ବିଧାୟକ ଆସନ ଜିତିବ । ଏହା ଜାଣିପାରି ବିଜେପି ନେତାଙ୍କ ମୁହଁ ଶୁଖି ଯାଇଥିବାବେଳେ ମନୋବଳ ମଧ୍ଯ ଭାଙ୍ଗିଯାଇଛି । ସେଥିପାଇଁ ବିଜେପିର ପାଞ୍ଚ ତୁଙ୍ଗ ନେତା ପ୍ରେସମିଟ କରି ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ । କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ସେମାନେ ଏହି ପ୍ରେସମିଟ କରିଥିଲେ । ତେବେ ଏହା ଫସର ଫାଟିଯାଇଥିଲା ।

ବିଜେଡି କହିଛି, ଶ୍ରୀମନ୍ଦିର ଓ ଏକାମ୍ର ପ୍ରକଳ୍ପ ବନ୍ଦ କରିବାକୁ ଡ୍ରାମା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡଙ୍ଗୀ । ଯାହା ରାଜ୍ୟବାସୀ କେବେ ଭୁଲିବେ ନାହିଁ । ଏଏସଆଇ, ଏନଏମଏ, ଜରିଆରେ ଚକ୍ରାନ୍ତ ଓ ଷଡଯନ୍ତ୍ର କରିଥିଲେ । ନିଜ ଅନୁଗତଙ୍କୁ ଲଗାଇ ସୁପ୍ରିମକୋର୍ଟ ଯାଇଥିଲେ । ଧର୍ମେନ୍ଦ୍ର ନିଜେ ଏହା ବିରୋଧ କରିବା କଥା କହିଥିଲେ । ବିଜେଡି ଏହାକୁ ବନ୍ଦ କରିବାକୁ ବିଜେପି ଇସ୍ତାହାରରେ ଲେଖିବାକୁ କହିଥିଲା । ସେତେବେଳେ କଥା ବଦଳାଇ ଦୋମୁହାଁ ନୀତି ଦେଖାଇଲେ । କିଭଳି ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ଫେରିବା ବେଳେ ଧର୍ମେନ୍ଦ୍ର ଅଣ୍ଡା ମାଡ଼ କରାଇଥିଲେ । ଯାହାକୁ ଓଡ଼ିଶାବାସୀ ପଂଚାୟତ ନିର୍ବାଚନରେ ଜବାବ ଦେଲେ ।

ବିଜେପୁର ଉପନିର୍ବାଚନରେ ଚପଲ ମାଡ଼ କଲେ । ଲୋକେ ଜବାବ ଦେଲେ । ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଯାହା ଟିପ୍ପଣୀ ଦେଇଛନ୍ତି ତାହା ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି । ସେମାନେ ନିର୍ବାଚନରେ ବିଜେପିକୁ ପ୍ରତ୍ୟାଖାନ କରିବେ । ମହାନଦୀ ରାଜନୀତି କରି ଛତିଶଗଡକୁ ସୁହାଇଲେ ଧର୍ମେନ୍ଦ୍ର । ଛତିଶଗଡ ମନ୍ତ୍ରୀଙ୍କୁ ଆଣି ଓଡ଼ିଶାରେ ପ୍ରଚାର ଚଳାଇଛନ୍ତି । ଧର୍ମେନ୍ଦ୍ର ଛତିଶଗଡ ପାଇଁ ଓକିଲାତି କରିଥିଲେ । ଓଡ଼ିଶାବାସୀଙ୍କୁ ଏବେ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ଅମର ପଟ୍ଟନାୟକ ।

ଅନ୍ଯପଟେ ବିଜେପି ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥାନ୍ତା । ହେଲେ ଆଶାୟୀଙ୍କ ଭିତରେ ଏତେ ଯୁକ୍ତି ହେଲା ଯେ ଏହା ଶେଷରେ ବାତିଲ ହୋଇଥିଲା । ଘୋଷଣା କଲେ ଦଳ ଚାରି ଭାଗ ହୋଇଯିବ ବୋଲି ସେମାନେ ଜାଣିଛନ୍ତି । ବୋଧହୁଏ ମନମୋହନ ସାମଲଙ୍କ ଦଳରେ ସମ୍ମାନ ନାହିଁ । ଓଡ଼ିଶା ନିବାସ ଘଟଣା ପରେ ବୋଧେ ଆଉ ତାଙ୍କ ଗୁରୁତ୍ୱ ନାହିଁ । ମହିଳା ଭୋଟ ତାଙ୍କ ପାଇଁ କମୁଛି । ଦୟନୀୟ ସ୍ଥିତିରେ ଏପରି ଓଡ଼ିଶା ବିଜେପି ଅଛି ଯେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ପାରୁ ନାହିଁ ବୋଲି କଟାକ୍ଷ କରିଛନ୍ତି ମୁଖପାତ୍ର ସୁଲତା ଦେଓ । ସେହିପରି ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ ଶାଣିତ ଆକ୍ରମଣ କରିଛି ବିଜେଡି । ବୈଜୟନ୍ତ ପଣ୍ଡା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନାହାନ୍ତି । ତାଙ୍କ ଆଖି ଅପରେସନ ହୋଇଛି । ବୋଧହୁଏ ମୁଣ୍ଡରେ ଗୋଳମାଳ ହୋଇଯାଇଛି । ତେଣୁ ଅବାନ୍ତର, ଅବାସ୍ତବ କଥା କହୁଛନ୍ତି । ଦଳ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ବୋଲି କହିଛନ୍ତି ମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ର ।

ଅନୁଭବ ମହାନ୍ତିଙ୍କ ନାଁରେ ୱାରେଣ୍ଟ, ଖୁବଶୀଘ୍ର ହୋଇପାରନ୍ତି ଗିରଫ

କଟକ: ଗିରଫ ହୋଇପାରନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପୁରୀଘାଟ ଥାନାରେ ରୁଜୁ ମାମଲା ଅନୁସାରେ ଅନୁଭବଙ୍କ ନାଁରେ ଜାରି ହୋଇଛି ଏନବିଡବ୍ଲୁ ।

କଟକ ଜେଏମଏଫସି ଏମପି-ଏମଏଲଏ କୋର୍ଟ ଏନବିଡବ୍ଲୁ ଜାରି କରିଛନ୍ତି । ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଏନବିଡବ୍ଲୁ ଜାରି କରାଯାଇଛି । ଚାର୍ଜଫ୍ରେମ ପାଇଁ ବାରମ୍ବାର ସମଯ ମାଗି ହାଜର ହେଉନଥିଲେ ଅନୁଭବ । ହାଜର ନହେବାରୁ କୋର୍ଟ ଏନବିଡବ୍ଲୁ ଜାରି କରିଛନ୍ତି । ଆସନ୍ତା ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖା ଖୋଲିଦେଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ନବକଳେବରକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ କାର୍ତ୍ତିକ ପାଣ୍ଡିଆନ  । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖା ଖୋଲିଦେଲେ ପାଣ୍ଡିଆନ
ବାହାବା ନେବାକୁ ଗତକାଲି ଧର୍ମେନ୍ଦ୍ର ମିଛ କହିଥିବା ଅଭିଯୋଗ କରିଛନ୍ତି ପାଣ୍ଡିଆନ  । ନବକଳେବର ଲାଗି କେନ୍ଦ୍ର ସରକାର ୫୦ କୋଟି ଦେଇଥିବା ଦାବି କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କିନ୍ତୁ ଅସଲରେ ସେ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଭାରତୀୟ ଟୁରିଜିମ ଡେଭଲପମେଣ୍ଟ କର୍ପୋରେସନ (ITDC) ଜରିଆରେ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହି ଅର୍ଥରୁ  ୬.୫ କୋଟି ଲକ୍ଷ ଖର୍ଚ୍ଚ ହୋଇଛି  ।  କିନ୍ତୁ ମହାପ୍ରଭୁଙ୍କ କାମରେ ଏଭଳି ମିଛ ନ କହିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ  । ଇନଷ୍ଟାଗ୍ରାମରେ ତଥ୍ଯ ଭିତ୍ତିକ ପ୍ରମାଣ ଦେଇଛନ୍ତି ପାଣ୍ଡିଆନ

ମାଓଗଡରେ ସୁରୁଖୁରୁରେ ଚାଲିଛି ମତଦାନ, ଭୋଟ ଦେଉଛନ୍ତି ଡଙ୍ଗରିଆ

ରାୟଗଡା: ମାଓଗଡ଼ ନିୟମଗିରି ଅଞ୍ଚଳରେ ସୁରୁଖୁରୁରେ ଚାଲିଛି ମତଦାନ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ୩୪ଟି ଗାଁ ପାଇଁ ଦୁଇଟି ବୁଥରେ ମତଦାନ ଚାଲିଛି । ପାର୍ସାଲିରେ ୧୦୯ ନମ୍ବର ବୁଥ ଓ ବୁଡୁଣିରେ ୧୧୦ ନମ୍ବର ବୁଥରେ ଲୋକମାନେ ଭୋଟ ଦେଉଛନ୍ତି। ୧୦୯ ନମ୍ବର ବୁଥରେ ୧୧ ଶହ ୧୧ ଜଣ ଭୋଟର ଥିବା ବେଳେ ୧୧୦ ବୁଥରେ ୬୮୯ ଭୋଟର ଅଛନ୍ତି ।

ବୁଡୁଣି ବୁଥରେ ୧୬ଟି ଗାଁର ଡଙ୍ଗରିଆ ମହିଳା ଓ ପୁରୁଷ ମତଦାନ କରୁଥିବାବେଳେ ପାର୍ସାଲି ବୁଥରେ ୧୮ଟି ଗାଁର ଡଙ୍ଗରିଆ ମହିଳା ଓ ପୁରୁଷ ଭୋଟର ଭୋଟ ଦେଉଛନ୍ତି । ମାଓବାଦୀ ଇଲାକା ହୋଇଥିବାରୁ ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ପାହାଡ଼ ଚାରିପଟେ ଯବାନଙ୍କ କୁମ୍ବିଂ ଅପରେସନ ଚାଲିଛି। କିଛି ଦିନତଳେ ଡଙ୍ଗରିଆମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଆଜି କିନ୍ତୁ ତାହା ଦେଖିବାକୁ ମିଳିନି। ଡଙ୍ଗରିଆ ମହିଳା ଓ ପୁରୁଷ ଭୋଟର ଲମ୍ବା ଧାଡ଼ିରେ ଯାଇ ମତଦାନ କରୁଛନ୍ତି। ନୂଆ ଭୋଟରଙ୍କ ମଧ୍ଯରେ ଉତ୍ସାହ ଦେଖିବାକୁ ମିଳିଛି । ମତଦାନ କେନ୍ଦ୍ରରେ ଭୋଟରଙ୍କ ପାଇଁ ଛାଇ ଓ ପାନୀୟଜଳର ବ୍ୟବସ୍ଥା କରାଯାଇଛି ।

ଓଡିଶା ଆନ୍ଧ୍ର ସୀମା କୋଟିଆରେ ସୁରୁଖୁରୁରେ ଚାଲିଛି ମତଦାନ

କୋଟିଆ: ଓଡିଶା ଆନ୍ଧ୍ର ସୀମାନ୍ତ କୋଟିଆରେ ସୁରୁଖୁରେ ଚାଲିଛି ମତଦାନ। ଲାଇନରେ ଠିଆ ହୋଇ ଭୋଟ୍ ଦେଇଛନ୍ତି କୋଟିଆବାସୀ। କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଛି। ଓଡିଶା ଏବଂ ଆନ୍ଧ୍ର ମଧ୍ୟରେ ବିବାଦ ଲାଗିରହିଥିବା ବେଳେ କୋଟିଆରେ ଭୋଟର ମତଦାନ ସାବ୍ଯସ୍ତ କରିଛନ୍ତି। ପଟ୍ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୋଟିଆରେ ମୋଟ ୫ ହଜାର ୫୦୨ ଜଣ ଭୋଟର ଅଛନ୍ତି ।

ସେଥିରୁ ପୁରୁଷ ଭୋଟର ସଂଖ୍ୟା ୨ ହଜାର ୫୮୯ ଏବଂ ମହିଳା ଭୋଟର ସଂଖ୍ୟା ୨ ହଜାର ୯୧୩। ପ୍ରଶାସନ ପକ୍ଷରୁ କୋଟିଆରେ ମୋଟ ୯ଟି ବୁଥ୍ ହୋଇଛି। ବୁଥ୍ ଗୁଡ଼ିକ କୋଟିଆ, ତଳକାଣ୍ଟି, ଫଗୁଣସିନେରି, ମାଡକାର୍, ଗଞ୍ଜେଇପଦର୍, ଗୁମେଲପଦର୍, ଥୁରିଆ, ଟାଉପଦର, ରଣାସିଂଠାରେ ରହିଛି। କୋଟିଆ ବୁଥକୁ ଆଦର୍ଶ ବୁଥ କରାଯାଇଛି। ପ୍ରତ୍ୟେକ ବୁଥରେ କୋଟିଆବାସୀ ପହଞ୍ଚି ଭୋଟ ଦେଉଛନ୍ତି।

ଦିବ୍ୟାଙ୍ଗ ଭୋଟରଙ୍କୁ ଛାତ୍ର ମାନେ ଉପସ୍ଥିତ ରହି ଭୋଟଦାନ କେନ୍ଦ୍ରରେ ପହଞ୍ଚାଉଛନ୍ତି। ଭୋଟର ମାନଙ୍କ ନିମନ୍ତେ ଆବଶ୍ୟକ ସ୍ଥଳେ ଔଷଧର ବ୍ୟବସ୍ଥା କରାଯାଇଛି। ଗାଁ ଗାଁ କୁ ଗାଡ଼ି ପଠାଇ ଭୋଟଦାନକେନ୍ଦ୍ରରେ ପହଞ୍ଚା ଯାଉଛି।

ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୩.୨୮ ପ୍ରତିଶତ ମତଦାନ

ଭୁବନେଶ୍ବର: ଦିନ ୧୧ ଟା ସୁଦ୍ଧା ମତଦାନ ପ୍ରତିଶତ ୨୩.୨୮। କଳାହାଣ୍ଡି ଲୋକସଭାରେ ୨୫.୦୩ ପ୍ରତିଶତ। ନବରଙ୍ଗପୁର ରେ ୨୫.୩୦। କୋରାପୁଟ ୨୪.୪୩। ବ୍ରହ୍ମପୁର ୧୮.୯୯। ଜୟପୁର ବିଧାନସଭା କ୍ଷେତ୍ରରେ ସର୍ବାଧିକ ୩୨.୨୫। ନୂଆପଡା ବିଧାନସଭା କ୍ଷେତ୍ରରେ ୨୭.୮୮।

ନିର୍ବାଚନ ଡ୍ୟୁଟିରେ ଅବହେଳା କରି ୨ ପୋଲିଂ ଅଧିକାରୀ ସସପେଣ୍ଡ। କଳାହାଣ୍ଡି ନାର୍ଲା ଏକ ପୋଲିଂ ବୁଥରେ ନିୟୋଜିତ ଥିବା ତେଜାଂସୁ ସାହା ନିଲମ୍ବିତ। ସେହିପରି ଗଞ୍ଜାମ ଜିଲ୍ଲାର ଜଣେ ପୋଲିଂ ଅଧିକାରୀଙ୍କୁ ବି ସସପେଣ୍ଡ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବିଜେପିକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଆହ୍ବାନ ଦେଲେ ପାଣ୍ଡିଆନ

ହିନ୍ଦୋଳ: ବିଜେପି ଗତ ୧୦ ବର୍ଷ ହେଲା କେନ୍ଦ୍ରରେ ସରକାରରେ ଅଛି । କିନ୍ତୁ ଓଡିଶାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରୁନି । ବିଜେପି ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମକକ୍ଷ ଚେହେରା ନାହାଁନ୍ତି । ଯେଉଁଥିପାଇଁ ଦଳ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିପାରୁନାହିଁ । ଆଜି ହିନ୍ଦୋଳରେ ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅବସରରେ ଫାଇଭ-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ବିଜେପିକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଆହ୍ବାନ ଦେଇଛନ୍ତି ।

ସେ ବିଜେପିକୁ ଆକ୍ଷେପ କରି କହିଛନ୍ତି ଯେ, ଆଜି ବିଜେପିର ବରିଷ୍ଠ ନେତାମାନେ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଶୁଣିବାକୁ ମିଳୁଥିଲା ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବ । ଜଣେ ମହିଳାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବରିଷ୍ଠ ନେତାଙ୍କ ମଧ୍ୟରେ ସହମତି ହୋଇପାରିଲାନି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହିନ୍ଦୋଳରୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି ଓ ତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି । ଓଡିଶାବାସୀ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି ।

ବିଜେପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ କରିବାକୁ ଉଦ୍ୟମ ହୋଇଥିଲା । ଏଥିପାଇଁ ବିଜେପୁରବାସୀ ବିଜେପିକୁ ୪୦ ହଜାର ଭୋଟ ବ୍ୟବଧାନରେ ହରାଇଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସରୁ ଫେରିବା ସମୟରେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରରୋଚନାରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ କରାଯାଇଥିଲା । ଯାହାର ଫଳସ୍ବରୂପ ବିଜେପି ୩୦ରୁ ୩୦ ଜିଲ୍ଲା ଜିଲ୍ଲାଷଦରେ ହାରିଥିଲା । ପ୍ରଧାନମନ୍ତ୍ରୀ ସୋଲାର ଏନର୍ଜିରେ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି । କିନ୍ତୁ ଏଥିପାଇଁ ଲୋକଙ୍କୁ ୫୦ ହଜାର ଖର୍ଚ୍ଚ କରି ସୋଲାର ପ୍ୟାନେଲ ଲଗାଇବାକୁ ପଡିବ । ମାଗଣା ବିଜୁଳି ନାଁରେ ଲୋକଙ୍କୁ ବିଜେପି ଭୁଆଁ ବୁଲାଉଛି ବୋଲି ସେ କହିଛନ୍ତି । ନବୀନ ପଟ୍ଟନାୟକ କିନ୍ତୁ ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି । ଜୁନ ୯ ତାରିଖରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଏ ସମ୍ପର୍କିତ ଫାଇଲକୁ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିବେ ।

ସେହିପରି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ଭେଳିକି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରିଲାନି ଓଡ଼ିଶା ବିଜେପି । ଏନେଇ ବିଜେପିକୁ କଟାକ୍ଷ କରି ସାସଂଦ ସସ୍ମିତ ପାତ୍ର ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ଆଜି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ନେଇ ଶୁଣିଥିଲୁ । ହେଲେ ବିଜେପିରେ ଆଶାୟୀଙ୍କ ମଧ୍ୟରେ କଳି ଯୋଗୁଁ ନାଁ ଘୋଷଣା ହୋଇପାରିଲାନି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ଓଡ଼ିଶା ବିଜେପି ୪ଖଣ୍ଡ ହୋଇଯିବ ।

ଜୟପୁରରେ ବୋମା ବିସ୍ଫୋରଣରେ ସ୍କୁଲ ଉଡାଇବାକୁ ଆସିଲା ଧମକ

ଜୟପୁର: ରାଜସ୍ଥାନର ଜୟପୁରର ବିମାନବନ୍ଦର ପରେ ୬ ରୁ ଅଧିକ ସ୍କୁଲକୁ ବୋମା ଆକ୍ରମଣ ଧମକ ମିଳିଛି । ଇ-ମେଲ ମାଧ୍ୟମରେ ଏହି ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ ମେଲଗୁଡିକ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କ ଇ-ମେଲ୍ ଆଇଡିକୁ ପଠାଯାଇଛି  । ମେଲ୍‌ରେ ଲେଖାଯାଇଛି ଯେ ସ୍କୁଲ ପରସରରେ ବିସ୍ଫୋରଣ ହେବାକୁ ଯାଉଛି। ମେଲ୍ ପାଇବା ମାତ୍ରେ ସ୍କୁଲରେ ଆତଙ୍କ ଖେଳିଯାଇଛି। ମେଲ୍‌ ଆସିବା ପରେ ସଙ୍ଗେ ସଙ୍ଗେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀରୁ ବାହାର କରି ଦିଆଯାଇଛି। ତା’ପରେ ପୋଲିସକୁ ଏ ସମ୍ପର୍କରେ ଖବର ଦିଆଯାଇଛି ।

 

ଧମକପୂର୍ଣ୍ଣ ଇ-ମେଲ୍ ମୋତି ଡୁଙ୍ଗରିରେ ଅବସ୍ଥିତ ଏମପିଏସ୍ ସ୍କୁଲ୍କୁ ପ୍ରଥମେ ଏହି ଧମକ ମିଳିଥିଲା   । ଖବର ପାଇ ବୋମା ନିଷ୍କ୍ରିୟକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ମେଲ ପଠାଇଥିବା ବ୍ୟକ୍ତିଙ୍କ ଇମେଲ ଆଇଡି ବିଷୟରେ ପୋଲିସ ଖୋଳତାଡ କରୁଛି। ପୋଲିସ କହିଛି ଯେ ପ୍ରାୟ ୬ରୁ ଅଧିକ ସ୍କୁଲକୁ ଏଭଳି ଧମକ ମିଳିଛି। ସମସ୍ତ ସ୍କୁଲରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

 

ମୋତି ଡୁଙ୍ଗ୍ରିରେ ଥିବା ଏମପିଏସ୍ ସ୍କୁଲ ସମେତ ମାନକ ଚୌକ୍, ବିଦ୍ୟାଧର ନଗର, ବୈଶାଲୀ ନଗର, ନିୱାରୁ ରୋଡରେ ଥିବା ବିଦ୍ୟାଳୟଗୁଡ଼ିକୁ ବିସ୍ଫୋରଣ କରିବାର ଧମକ ଦିଆଯାଇଥିଲା। ମାଲପୁରଗେଟ୍ ବାମ୍ବାଲା ପୁଲିଆରେ ଅବସ୍ଥିତ ବିଦ୍ୟାଳୟକୁ ମଧ୍ୟ ବୋମାରେ ଉଡାଇଦେବା ପାଇଁ ଧମକ ମିଳିଛି ।

 

କିଛି ଦିନ ପୂର୍ବରୁ ଜୟପୁର ବିମାନବନ୍ଦରକୁ ବିସ୍ଫୋରଣରେ ଉଡାଇ ଦେବା ପାଇଁ ଧମକ ମିଳିଥିଲା। ରବିବାର ମଧ୍ୟ ସମାନ ମେଲ୍‌ ଆସିଥିଲା।ଏହି ଧମକ ପରେ ବିମାନବନ୍ଦରରେ ସୁରକ୍ଷା କର୍ମୀ, ପୋଲିସ ଏବଂ ବୋମା ନିଷ୍କାସନକାରୀ ଦଳ ନିୟୋଜିତ ହୋଇଥିଲେ। ଜୟପୁର ବିମାନବନ୍ଦରକୁ ଷଷ୍ଠ ଥର ପାଇଁ ବୋମା ଧମକ ମିଳିଛି।