ବିଜେଡିରେ ସାମିଲ ହେଲେ କଟକ-ଚୌଦ୍ବାର ଅନେକ ଆଇନଜୀବୀ

ନନ୍ଦିଘୋଷ ବ୍ୟୁରୋ: ସୁଦୃଢ ଓ ସଶକ୍ତ ହେଉଛି ବିଜେଡି। ମଙ୍ଗଳବାର ବିଜୁ ଜନତା ଦଳରେ ସାମିଲ ହେଲେ କଟକ ଚୌଦ୍ୱାରର ଅନେକ ଆଇନଜୀବୀ। ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନେତୃତ୍ୱରେ ସେମାନେ ବିଜେଡିରେ ମିଶିଛନ୍ତି। ଅବିଭକ୍ତ କଟକ ଜିଲ୍ଲା ଯୁବ ଜନତା ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାନ୍ତି ବିଜେଡିରେ ସାମିଲ ହୋଇଛନ୍ତି। ସେ ପୂର୍ବରୁ କଂଗ୍ରେସ ଦଳର କର୍ମୀ ରହିଥିଲେ। ତାଙ୍କ ସହ ଅନେକ ଆଇନଜୀବୀ ବିଜେପି, ଆମ ଆଦମୀ ପାର୍ଟି  ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ଯେଉଁ ଦଳ ସାରା ବିଶ୍ୱରେ ରେକର୍ଡ କରୁଛି, ଯାହାର ନେତା ନବୀନ ପଟ୍ଟନାୟକ ଘରେ ଘରେ ସ୍ବଚ୍ଛ ଭାବମୂର୍ତ୍ତି ଭାବେ ପରିଚିତ, ସେ ଦଳରେ ମିଶିଥିବାରୁ ଆମେ ନିଜକୁ ଧନ୍ୟ ମନେକରୁଛୁ ବୋଲି କହିଛନ୍ତି ସମସ୍ତ ଆଇନଜୀବୀ।