spot_img
Home Blog Page 1931

ସରକାରୀ ଡାକ୍ତର ଘରୋଇ ହସ୍ପିଟାଲରେ ଚିକିତ୍ସା କରିବା ପ୍ରସଙ୍ଗରେ ନୋଟିସ୍ ଜାରି

କଟକ: ସରକାରୀ ଡାକ୍ତର ଘରୋଇ ହସ୍ପିଟାଲରେ ଚିକିତ୍ସା କରିବା ବିରୋଧରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ଗୁରୁତ୍ବର ସହ ନେଇଛନ୍ତି ହାଇକୋର୍ଟ । ଏହି ପ୍ରସଙ୍ଗରେ ସରକାରଙ୍କୁ ନୋଟିସ ଜାରି କରିବା ସହିତ ଜବାବ ତଲବ କରିଛନ୍ତି କୋର୍ଟ । ଆଇନଜୀବୀ ନାରାୟଣ ଚନ୍ଦ୍ର ଜେନାଙ୍କ ଦ୍ଵାରା ହୋଇଥିଲା ଏହି ଆବେଦନ ।

ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରି ଶରଣ ସିଂହ ଏହି ଆବେଦନକୁ ୨ ଜଣିଆ ଖଣ୍ଡପୀଠ ଶୁଣାଣି କରି 4 ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କଟକ ଏସସିବି ବଡ଼ ମେଡିକାଲ ସମେତ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରୁ ରୋଗୀଙ୍କୁ ବାହାର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରି ଦିଆଯାଉଥିବା ଅଭିଯୋଗ ହୋଇଥିଲା  । ସମ୍ପୃକ୍ତ ହସ୍ପିଟାଲ କଲରେ ଏହି ରୋଗୀଙ୍କୁ ସେଠାରେ ସରକାରୀ ଡାକ୍ତର ଯାଇ ଚିକିତ୍ସା କରୁଛନ୍ତି । ଫଳରେ ରୋଗୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଥିଲା ।

ନିର୍ବାଚନ କମିଶନଙ୍କ ୱେବସାଇଟ୍ ହ୍ଯାକ୍ ଅଭିଯୋଗରେ ଏସଡିଏମ ସସପେଣ୍ଡ

କୈଥଲ: ହରିୟାଣା କୈଥଲ ଏସଡିଏମ ସସପେଣ୍ଡ । ନିର୍ବାଚନ କମିଶନଙ୍କ ୱେବସାଇଟ୍ ହ୍ଯାକ୍ ଅଭିଯୋଗରେ ବ୍ରହ୍ମ ପ୍ରକାଶଙ୍କୁ ନିଲମ୍ବିତ କରିଛନ୍ତି ହରିୟାଣା ରାଜ୍ୟପାଳ ।

ବହ୍ମପ୍ରକାଶଙ୍କ ପୂର୍ବରୁ ଏହି ମାମଲାରେ ୫ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ମାମଲାର ତଦନ୍ତ ଏବେ ହରିୟାଣା ପୋଲିସ କରୁଛି । ଆମ ଆଦମୀ ପାର୍ଟି ପକ୍ଷରୁ କୈଥଲରେ ରାଲି କରିବାକୁ ଆବେଦନ କରାଯାଇଥିଲା । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମାଗିଥିଲା ଆମ ଆଦମୀ ପାର୍ଟି । ଆପ କରିଥିବା ଆବେଦନକୁ ଖାରଜ କରି ଦେବା ସହ ଏହାକୁ ନେଇ ଅଶାଳୀନ ଭାଷାରେ ମନ୍ତବ୍ୟ ପ୍ରକାଶ କରିଥିଲେ । ଏହାସହ ଅନ୍ଯ ଏକ ସାର୍ଟିଫିକେଟରେ ଏକ ଅଭିନେତ୍ରୀଙ୍କ ଫଟୋ ପୋଷ୍ଟ କରି ଆବେଦନକୁ ରଦ୍ଦ କରି ଦେଇଥିଲେ । ଏହି ମାମଲାରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ୫ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ । ସାଧାରଣ ଓ ବିଧାନସଭା ନିର୍ବାଚନକୁ ନେଇ କୌଣସି ରାଜନୈତିକ ଦଳ ସାଧାରଣ ସଭା କିମ୍ବା ରାଲି କରିବାକୁ ହେଲେ ପୂର୍ବରୁ ଜିଲ୍ଲା ପ୍ରଶାସନ ପାଖରେ ଅନଲାଇନରେ ଆବେଦନ କରିବାକୁ ପଡିବ । ଏଥିଲାଗି ନିର୍ବାଚନ କମିଶନ ୱେବସାଇଟ ମଧ୍ୟ ଆରମ୍ଭ କରିଛନ୍ତି ।

କେଜ୍ରିଓ୍ବାଲଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଆପ ନେତା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଆପ୍ ନେତା ସନ୍ଦୀପ କୁମାର । କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ସନ୍ଦୀପ । କେଜ୍ରିଓ୍ବାଲ ଗିରଫ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ପଦରେ ସେ ରହିପାରିବେ ନାହିଁ ବୋଲି ଦାବି କରିଛନ୍ତି ।

ଦିଲ୍ଲୀ ମଦ ନୀତି ମାମଲାରେ କେଜ୍ରିଓ୍ବାଲ ଗିରଫ ହେବା ପରେ ସେ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ ନାହିଁ ବୋଲି ସନ୍ଦୀପ କହିଛନ୍ତି । ଏହି ମାମଲାରେ ଆସନ୍ତାକାଲି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ । ଜଷ୍ଟିସ ସୁବ୍ରମଣ୍ଯମ ପ୍ରସାଦ ମାମଲାର ଶୁଣାଣି କରିବେ ।

ଦିଲ୍ଲୀ ସୁଲତାନପୁର ମାଜରାର ପୂର୍ବତନ ଆପ୍ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ହେଉଛନ୍ତି ସନ୍ଦୀପ କୁମାର । ୨୦୧୯ରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ ସନ୍ଦୀପ କୁମାର । ଲୋକସଭା ନିର୍ବାଚନରେ ବିଏସପି ନେତାଙ୍କୁ ସମର୍ଥନ କରିବାରୁ ତାଙ୍କ ବିରୋଧରେ ଦଳ ବିରୋଧୀ ଆଇନ ଲାଗୁ ହୋଇଥିଲା । ନିକଟରେ ଅନ୍ୟ ଏକ ଆବେଦନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବାକୁ ଆବେଦନକୁ ଖାରଜ କରି ଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ । ଇଡି ରିମାଣ୍ଡରେ ୧୦ ଦିନ ରହିବା ପରେ ଏବେ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

ପ୍ରଚାର ମୈଦାନକୁ ଓହ୍ଲାଇଲେ ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ

ନନ୍ଦିଘୋଷ ବ୍ୟୁରୋ: ପ୍ରଚାର ମୈଦାନକୁ ଓହ୍ଲାଇଲେ ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ଶନିବାର ମାଲକାନଗିରି ସହରର ପ୍ରବେଶ ଦ୍ବାର ଭୈରବ ମନ୍ଦିର ଠାରେ ପହଞ୍ଚିବା ପରେ ଶତାଧିକ ବିଜେଡି କର୍ମୀ ଫୁଲ ମାଳ ପିନ୍ଧାଇ ପ୍ରଦୀପ ମାଝୀ ଓ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମାନସ ମାଡ଼କାମୀଙ୍କୁ ସ୍ୱାଗତ କରିଥିଲେ । ପରେ ଦୁଇ ନେତା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ବିଶାଳ ଶୋଭାଯାତ୍ରାରେ ମାଲକାନଗିରି ଠାରୁ ମୋଟୁ  ଅଭିମୁଖେ ପ୍ରଚାର ଯାତ୍ରା ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ବିକାଶକୁ ନେଇ ଲୋକଙ୍କ ନିକଟକୁ ଯିବେ ଓ ବିପୁଳ ଭୋଟରେ 2024 ନିର୍ବାଚନ ଜିତିବେ ବୋଲି ପ୍ରଦୀପ ମାଝୀ କହିଛନ୍ତି । ଆଜି ବିଧାୟକ ପାର୍ଥି ବିଜୁଜନତା ଦଳର ମାନସ ମାଡକାମୀ ଏବଂ ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ କାଳିମେଳା, ଏମଭି 79 , ମୋଟୁ ଓ ଏହାର ଆଖ ପାଖ ଅଞ୍ଚଳରେ ପ୍ରଚାର କରିଛନ୍ତି ।

ବାଙ୍ଗାଲୋରକୁ ହରାଇ ଟେବୁଲ ଟପ୍ପର ହେଲା ରାଜସ୍ଥାନ

ନନ୍ଦିଘୋଷ ବ୍ୟୁରୋ: ଶନିବାର ଆଇପିଏଲର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ବାଙ୍ଗାଲୋରକୁ ହରାଇଲା ରାଜସ୍ଥାନ । ୬ ଓ୍ବିକେଟରେ ବିଜୟୀ ହୋଇଛି ରାଜସ୍ଥାନ । ବିଜୟ ସହ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି ରାଜସ୍ଥାନ । ୫୮ ବଲରୁ ଶତକ ହାସଲ କରିବା ସହ ଟିମକୁ ବିଜୟୀ କରାଇଲେ ବଟଲର । ୧୮୪ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୫ଟି ବଲ ପୂର୍ବରୁ ବିଜୟୀ ହୋଇଛି । ତେବେ କୋଡଳି ଶତକ ହାସଲ କରିଥିବରବେଳେ ବଟଲର ମଧ୍ୟ ଶତକ ହାସଲ କରିଛନ୍ତି । ଏକ ଛକା ମାରି ଶତକ ହାସଲ କରିବା ସହ ଦଳକୁ ବିଜୟୀ କରିଛନ୍ତି ବଟଲର । ଦଳ ୪ ମ୍ୟାଚରୁ ୪ ବିଜୟ ସହ କୋଲକାତାକୁ ପଛରେ ପକାଇ ଟେବୁଲ ଟପ୍ପର ହୋଇଛି ।

ପୁରୀ-ଗୁଣୁପୁର ଏକ୍ସପ୍ରେସ ଟ୍ରେନର ଏସି ବଗିର ବ୍ରେକ ଚ୍ୟାମ୍ବରରେ ଲାଗିଲା ନିଆଁ

ନନ୍ଦିଘୋଷ ବ୍ୟୁରୋ: ଗଜପତି ଜିଲ୍ଲା କାଶୀନଗର ରେଳଷ୍ଟେସନ ଠାରେ ପୁରୀ-ଗୁଣୁପୁର ଏକ୍ସପ୍ରେସ ଟ୍ରେନର ଏସି ବଗିର ବ୍ରେକ ଚ୍ୟାମ୍ବରରେ ଲାଗିଲା ନିଆଁ । ପ୍ରବଳ ଗରମ ଯୋଗୁ ନିଆଁ ଲାଗିବା ସହ ଧୂଆଁ ବାହାରିଥିଲା । ନିଆଁ ଦେଖି ରେଳ କର୍ମଚାରୀ ମାନେ ସଙ୍ଗେସଙ୍ଗେ ନିଆଁ ଲିଭାଇଥିଲେ । ପୁରୀରୁ ଗୁଣୁପୁର ଅଭିମୁଖେ ଆସୁଥିବା ଏକ୍ସପ୍ରେସ ଟ୍ରେନ କାଶୀନଗର ରେଳଷ୍ଟେସନ ଠାରେ ପହଞ୍ଚି ରହିଥିବା ବେଳେ ଏସି ବଗିର ବ୍ରେକ ଚ୍ୟାମ୍ବରରୁ ଧୂଆଁ ଦେଖିଥିଲେ ଯାତ୍ରୀ । ରେଳ କର୍ମଚାରୀମାନେ ନିଆଁ ଲାଗିଥିବା ବଗି ପାଖରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଘଟଣାରେ ରେଳ କିମ୍ବା ଯାତ୍ରୀଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ।

ବିଜେପି ଟିକେଟ ପ୍ରଦାନକୁ ନେଇ ଜି-ଉଦୟଗିରିରେ ତେଜୁଛି ଅସନ୍ତୋଷ

ନନ୍ଦିଘୋଷ ବ୍ୟୁରୋ: ବିଜେପି ଟିକେଟ ପ୍ରଦାନକୁ ନେଇ ଜି-ଉଦୟଗିରିରେ ତେଜୁଛି  ଅସନ୍ତୋଷ । ବିଜେପି ଦଳରୁ ଇସ୍ତପା ଦେଇଛନ୍ତି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଅବନେଶ୍ଵର ପ୍ରଧାନ। ଜି.ଉଦୟଗିରି ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନଙ୍କ ଟିକେଟ ପ୍ରତ୍ୟାହାର କରିବା ପାଇଁ ଗତ ୩ ତାରିଖରେ ବିଜେପି କର୍ମ କର୍ତ୍ତା ଦାବି କରିଥିଲେ । ହେଲେ ଭାରତୀୟ ଜନତା ପାର୍ଟି ମାନଗୋବିନ୍ଦ ପ୍ରଧାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ଆଜି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଅବନେଶ୍ଵର ପ୍ରଧାନ ଭାରତୀୟ ଜନତା ପାର୍ଟିରୁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତପା ଦେଇଛନ୍ତି। ଯଦି ମାନ ଗୋବିନ୍ଦ ପ୍ରଧାନଙ୍କ ଟିକେଟ ଭାରତୀୟ ଜନତା ପାର୍ଟି ପ୍ରତ୍ୟାହାର ନ କରେ ତେବେ ଆଗାମୀ ଦିନରେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମ କର୍ତ୍ତା ଦଳ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ମଦୁରମା ଯାତ୍ରାବେଳେ ଓଲଟିଲା ଠାକୁରଙ୍କ ରଥ

ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକ ହୁସକୁରରେ ଅଘଟଣ। ଓଲଟିଲା ମର୍ଦୁମା ମନ୍ଦିର ରଥଯାତ୍ରାବେଳେ ଓଲଟିଲା ରଥ। ବେଙ୍ଗାଲୁରୁ ନିକଟ ଅନେକଲ ନିକଟ ହୁସକୁରରେ ଥିବା ଏହି ମନ୍ଦିରରେ ପ୍ରତିବର୍ଷ ରଥୟାତ୍ରା ପାଳିତ ହୋଇଥାଏ। ଆଜି ମଧ୍ୟ ଚାଲିଥିଲା ମଦୁର୍ମା ରଥଯାତ୍ରା। ରଥର ଉଚ୍ଚତା ଥିଲା ଶହେ ଫୁଟ। ଶ୍ରଦ୍ଧାଳୁ ରଥକୁ ଟାଣୁଥିବାବେଳେ ଭାରସାମ୍ଯ ହରାଇ ରଥଟି ତଳେ ପଡିଯାଇଥିଲା। ରଥଯାତ୍ରା ସମୟରେ ଶତାଧିକ ସଂଖ୍ଯାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ରଥକୁ ଟାଣୁଥିଲେ ଭକ୍ତ। ଏହି ସମୟରେ ରଥଟି ଓଲଟି ପଡିଥିଲା। ତେବେ ରଥ ପଡିବା ପୂର୍ବରୁ ସେଠାରେ ଥିବା ଲୋକ ସତର୍କ ହୋଇଯାଇଥିଲେ। ରଥ ପଡିବା ପୂର୍ବରୁ ସେଠାରୁ ହଟିଯାଇଥିଲେ ଶ୍ରଦ୍ଧାଳୁ। ଏହି ଅଘଟଣରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ରଥ ପଡ଼ିବାପେର ଆଖପାଖ ଅଂଚଳର ଧୂଳିମୟ ହୋଇଯାଉଛି। ଲୋକେ ବର୍ତ୍ତିବାକୁ ଏଣେତେଢେ ଦୌଡୁଛନ୍ତି ।

ଖଣ୍ଡପଡ଼ାରେ ବିଜେପି ପ୍ରାର୍ଥୀତ୍ବକୁ ନେଇ ଦଳରେ ବିଶୃଙ୍ଖଳା

ନୟାଗଡ଼: ବିଜେପିର ଟିକେଟ ଘୋଷଣା ପରେ ଆରମ୍ଭ ହୋଇଛି ବିଶୃଙ୍ଖଳ। ଖଣ୍ଡପଡା ନିର୍ବାଚନ ମଣ୍ଡଳିରେ ମଧ୍ୟ ଥମୁନି ବିଜେପି ବିବାଦ। ଦୀର୍ଘ ୭ ବର୍ଷ ଧରି ବିଜେପି ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବରେ ଖଣ୍ଡପଡା ନିର୍ବଚନୀ ମଣ୍ଡଳୀରେ କାର୍ଯ୍ୟ କରୁଥିଲେ ବିଜେପି ନେତ୍ରୀ ଅର୍ଚ୍ଚନା ଦାସ। ଯେତେବେଳେ ବିଜେପି ଖଣ୍ଡପଡାରେ ତାର ସତ୍ତା ହଜାଇ ଥିଲା  ଏହାର ନେତୃତ୍ୱ ଭାର ସମ୍ଭାଳି ଥିଲେ ବିଜେପି ନେତ୍ରୀ ଅର୍ଚ୍ଚନା ଦାସ, ଗାଁକୁ ଗାଁ ବୁଲି ସଂଗଠନ ତିଆରି କରିବା ସହିତ ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ। ୨୦୨୪ ନିର୍ବାଚନ ପାଇଁ ଆଶାୟୀ ଥିଲେ ଅର୍ଚ୍ଚନା କିନ୍ତୁ ତାହା ନହୋଇ ସ୍ବାଧୀନ ପାର୍ଟିରେ ଲଢୁଥିବା ଦୁଷ୍ମନ୍ତ ସ୍ୱାଇଁକୁ ଭାରତୀୟ ଜନତା ପାଟି ଟିକେଟ ଦେବା ପରେ ଖଣ୍ଡପଡା ବିଜେପି କାର୍ଯ୍ୟାଳୟରେ ବିଜେପି ନେତ୍ରୀ ଅର୍ଚ୍ଚନା ଦାଶଙ୍କ ସମେତ ତାଙ୍କ କର୍ମୀ ଅସନ୍ତୁଷ୍ଟ ପ୍ରକାଶ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ପ୍ରାର୍ଥୀ ଚୟନକୁ ନେଇ ବିଜେପିରେ ବଢ଼ୁଛି ଦଳୀୟ କନ୍ଦଳ

ଭୁବନେଶ୍ବର: ବିଜେପିର ବିଧାନସଭା ପ୍ରାର୍ଥୀ ଘୋଷଣା ପରଠୁ ଥମୁନି ବିବାଦ। ଅସନ୍ତୋଷ ତେଜିବାରେ ଲାଗିଛି। ଦଳ ବିରୋଧରେ ବିଦ୍ରୋହ ବ୍ୟାପିବାରେ ଲାଗିଛି।ଦଳରୁ ନେତା ଓ କର୍ମୀଙ୍କ ଇସ୍ତଫାର ପର୍ବ ଚାଲିଛି। ଉପକୂଳ ଓଡ଼ିଶାରୁ ପଶ୍ଚିମ, ସବୁଠି ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ। ଦଳର ପ୍ରତିଷ୍ଠା ଦିବସରେ ବି ଦଳ ଭିତରେ ଥିବା ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡିଥିଲା। ଭୁବନେଶ୍ବର ଜୟଦେବ, ବଡ଼ମ୍ବା, ରେମୁଣା ଓ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କୁ ନେଇ ଥିବା ଅସନ୍ତୋଷ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛି। ଏପଟେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ତୀବ୍ର ପ୍ରତିବାଦକୁ ନଜରରେ ରଖି ପ୍ରାର୍ଥୀ ବଦଳ ସମ୍ଭାବନା ଥିବାରୁ ଟିକେଟ ପାଇଥିବା ନେତାମାନେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।

ବଢୁଛି ଅସନ୍ତୋଷ, ବ୍ୟାପୁଛି ବିଦ୍ରୋହ। ପ୍ରାର୍ଥୀ ଚୟନକୁ ନେଇ ବିଜେପିରେ ତୀବ୍ର ହୋଇଛି କନ୍ଦଳ। ବିଭିନ୍ନ ଜିଲ୍ଲାରୁ ନେତା ଓ କର୍ମୀ ଛାଡୁଛନ୍ତି ଭାରତୀୟ ଜନତା ପାର୍ଟି। ପ୍ରାର୍ଥୀ ଘୋଷଣା ପରଠାରୁ ବ୍ୟାପିଥିବା ଅସନ୍ତୋଷ ଥମିବାର ନାଁ ଧରୁନାହିଁ। ଦଳୀୟ କାର୍ଯ୍ୟାଳୟରେ ରାଜ୍ୟର ତୁଙ୍ଗ ନେତା ବିଜେପିର ୪୪ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ କାର୍ଯ୍ୟାଳୟ ବାହାରେ ଦଳ ବିରୋଧରେ ଶୁଭିଥିଲା ଜୋରଦାର ପ୍ରତିବାଦ। ବାଲେଶ୍ଵର ରେମୁଣା ଆସନରେ ଗୋବିନ୍ଦ ଦାସଙ୍କ ପ୍ରାର୍ଥିତ୍ଵକୁ ବିରୋଧ କରିବା ସହ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼଼ାରେ ଦୁଷ୍ମନ୍ତ ସ୍ଵାଇଁଙ୍କ ପ୍ରାର୍ଥିତ୍ଵକୁ ବିରୋଧ କରିଥିଲେ ଦଳୀୟ କର୍ମୀ ଓ ନେତା। କଟକ ଜିଲ୍ଲା ବଡ଼ମ୍ବା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ସମ୍ବିତ ତ୍ରିପାଠୀଙ୍କୁ ବିରୋଧ କରି ଆଶାୟୀ ପ୍ରାର୍ଥୀ ବିଜୟ ଦଳବେହେରାଙ୍କ ନେତୃତ୍ବରେ ଶତାଧୀକ କର୍ମୀ ରାଜ୍ୟ ସଭାପତିଙ୍କୁ ସ୍ବାରକପତ୍ର ଦେଇଛନ୍ତି। ଏହା ସହ ଭୁବନେଶ୍ବର-ଜୟଦେବ ନିର୍ବାଚନମଣ୍ଡଳୀରେ ଗୋ ବ୍ୟାକ୍ ଅରବିନ୍ଦ ଢାଲି ସ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛି।

ପ୍ରାର୍ଥୀ ଚୟନରେ ଘୋର ଅସନ୍ତୋଷ ଲମ୍ବି ଚାଲିଥିବାରୁ ବିଜେପିରେ ପ୍ରାର୍ଥୀ ପରିବର୍ତ୍ତନ ସମ୍ଭାବନାକୁ ଦେଖି ଟିକେଟ ପାଇଥିବା ନେତାମାନେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ସ୍ମତିରେଖା ପହିଙ୍କୁ ବିରୋଧ କରି ହିମାଂଶୁ ସାହୁଙ୍କ ସମର୍ଥକ ୨ ଦିନ ଧରି ଦଳୀୟ କାର୍ଯ୍ୟାଳୟରେ ପ୍ରତିବାଦ କରିଥିଲେ। ଏହାପରେ ରାଜ୍ୟ ସଭାପତି ନିଷ୍ପତି ପରିବର୍ତ୍ତନ ପାଇଁ ଅପେକ୍ଷା କରିବାକୁ କହିଲେ। ପ୍ରାର୍ଥୀ ପରିବର୍ତ୍ତନର ଆଭାସ ପାଇ ସ୍ମୃତିରେଖା ଦଳୀୟ ସମର୍ଥକଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ନିଜ ସପକ୍ଷରେ ସଙ୍ଗଠନ ଥିବା ଦେଖାଇବାକୁ ଚେଷ୍ଟା କରିଛନ୍ତି। ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀରେ ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ପ୍ରାର୍ଥିତ୍ବକୁ ଜୋରଦାର ବିରୋଧ ପରେ ରାଜୁ ଦାସ କହିଛନ୍ତି, ସମସ୍ତଙ୍କୁ ନେଇ ସାଙ୍ଗରେ ଚାଲିବି। ସମ୍ଭାବ୍ୟ ପ୍ରାର୍ଥୀ ପରିବର୍ତ୍ତନର ଭୟ ରାଜେନ୍ଦ୍ର ଦାସକୁ ବି ସଙ୍କଟରେ ପକାଇଛି ।

ଅନୁଗୁଳରୁ ମୟୁରଭଞ୍ଜ, ବରଗଡ଼ରୁ ବାଲେଶ୍ବର, ଯାଜପୁରରୁ ଜଗତସିଂହପୁର, କେନ୍ଦ୍ରାପଡ଼ାରୁ ନୂଆପଡ଼ା, ସବୁଠି ତେଜୁଛି ବିଜେପିର ଅନ୍ତଃକନ୍ଦଳ। ବିଧାନସଭା ପ୍ରାର୍ଥୀ ଚୟନକୁ ନେଇ ବଢୁଛି ଅସନ୍ତୋଷ। ନିର୍ବାଚନ ପର୍ବୂରୁ ଦଳ ଭିତରେ ବଢୁଥିବା ବିଦ୍ରୋହକୁ ମୁକାବିଲା ପାଇଁ ଚିନ୍ତାରେ ବିଜେପିର ରାଜ୍ୟ ନେତୃତ୍ବ ।