ସରକାରୀ ଡାକ୍ତର ଘରୋଇ ହସ୍ପିଟାଲରେ ଚିକିତ୍ସା କରିବା ପ୍ରସଙ୍ଗରେ ନୋଟିସ୍ ଜାରି

କଟକ: ସରକାରୀ ଡାକ୍ତର ଘରୋଇ ହସ୍ପିଟାଲରେ ଚିକିତ୍ସା କରିବା ବିରୋଧରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ଗୁରୁତ୍ବର ସହ ନେଇଛନ୍ତି ହାଇକୋର୍ଟ । ଏହି ପ୍ରସଙ୍ଗରେ ସରକାରଙ୍କୁ ନୋଟିସ ଜାରି କରିବା ସହିତ ଜବାବ ତଲବ କରିଛନ୍ତି କୋର୍ଟ । ଆଇନଜୀବୀ ନାରାୟଣ ଚନ୍ଦ୍ର ଜେନାଙ୍କ ଦ୍ଵାରା ହୋଇଥିଲା ଏହି ଆବେଦନ ।

ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରି ଶରଣ ସିଂହ ଏହି ଆବେଦନକୁ ୨ ଜଣିଆ ଖଣ୍ଡପୀଠ ଶୁଣାଣି କରି 4 ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କଟକ ଏସସିବି ବଡ଼ ମେଡିକାଲ ସମେତ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରୁ ରୋଗୀଙ୍କୁ ବାହାର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରି ଦିଆଯାଉଥିବା ଅଭିଯୋଗ ହୋଇଥିଲା  । ସମ୍ପୃକ୍ତ ହସ୍ପିଟାଲ କଲରେ ଏହି ରୋଗୀଙ୍କୁ ସେଠାରେ ସରକାରୀ ଡାକ୍ତର ଯାଇ ଚିକିତ୍ସା କରୁଛନ୍ତି । ଫଳରେ ରୋଗୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଥିଲା ।