ନିର୍ବାଚନ କମିଶନଙ୍କ ୱେବସାଇଟ୍ ହ୍ଯାକ୍ ଅଭିଯୋଗରେ ଏସଡିଏମ ସସପେଣ୍ଡ

କୈଥଲ: ହରିୟାଣା କୈଥଲ ଏସଡିଏମ ସସପେଣ୍ଡ । ନିର୍ବାଚନ କମିଶନଙ୍କ ୱେବସାଇଟ୍ ହ୍ଯାକ୍ ଅଭିଯୋଗରେ ବ୍ରହ୍ମ ପ୍ରକାଶଙ୍କୁ ନିଲମ୍ବିତ କରିଛନ୍ତି ହରିୟାଣା ରାଜ୍ୟପାଳ ।

ବହ୍ମପ୍ରକାଶଙ୍କ ପୂର୍ବରୁ ଏହି ମାମଲାରେ ୫ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ମାମଲାର ତଦନ୍ତ ଏବେ ହରିୟାଣା ପୋଲିସ କରୁଛି । ଆମ ଆଦମୀ ପାର୍ଟି ପକ୍ଷରୁ କୈଥଲରେ ରାଲି କରିବାକୁ ଆବେଦନ କରାଯାଇଥିଲା । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମାଗିଥିଲା ଆମ ଆଦମୀ ପାର୍ଟି । ଆପ କରିଥିବା ଆବେଦନକୁ ଖାରଜ କରି ଦେବା ସହ ଏହାକୁ ନେଇ ଅଶାଳୀନ ଭାଷାରେ ମନ୍ତବ୍ୟ ପ୍ରକାଶ କରିଥିଲେ । ଏହାସହ ଅନ୍ଯ ଏକ ସାର୍ଟିଫିକେଟରେ ଏକ ଅଭିନେତ୍ରୀଙ୍କ ଫଟୋ ପୋଷ୍ଟ କରି ଆବେଦନକୁ ରଦ୍ଦ କରି ଦେଇଥିଲେ । ଏହି ମାମଲାରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ୫ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ । ସାଧାରଣ ଓ ବିଧାନସଭା ନିର୍ବାଚନକୁ ନେଇ କୌଣସି ରାଜନୈତିକ ଦଳ ସାଧାରଣ ସଭା କିମ୍ବା ରାଲି କରିବାକୁ ହେଲେ ପୂର୍ବରୁ ଜିଲ୍ଲା ପ୍ରଶାସନ ପାଖରେ ଅନଲାଇନରେ ଆବେଦନ କରିବାକୁ ପଡିବ । ଏଥିଲାଗି ନିର୍ବାଚନ କମିଶନ ୱେବସାଇଟ ମଧ୍ୟ ଆରମ୍ଭ କରିଛନ୍ତି ।