କେଜ୍ରିଓ୍ବାଲଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଆପ ନେତା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଆପ୍ ନେତା ସନ୍ଦୀପ କୁମାର । କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ସନ୍ଦୀପ । କେଜ୍ରିଓ୍ବାଲ ଗିରଫ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ପଦରେ ସେ ରହିପାରିବେ ନାହିଁ ବୋଲି ଦାବି କରିଛନ୍ତି ।

ଦିଲ୍ଲୀ ମଦ ନୀତି ମାମଲାରେ କେଜ୍ରିଓ୍ବାଲ ଗିରଫ ହେବା ପରେ ସେ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ ନାହିଁ ବୋଲି ସନ୍ଦୀପ କହିଛନ୍ତି । ଏହି ମାମଲାରେ ଆସନ୍ତାକାଲି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ । ଜଷ୍ଟିସ ସୁବ୍ରମଣ୍ଯମ ପ୍ରସାଦ ମାମଲାର ଶୁଣାଣି କରିବେ ।

ଦିଲ୍ଲୀ ସୁଲତାନପୁର ମାଜରାର ପୂର୍ବତନ ଆପ୍ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ହେଉଛନ୍ତି ସନ୍ଦୀପ କୁମାର । ୨୦୧୯ରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ ସନ୍ଦୀପ କୁମାର । ଲୋକସଭା ନିର୍ବାଚନରେ ବିଏସପି ନେତାଙ୍କୁ ସମର୍ଥନ କରିବାରୁ ତାଙ୍କ ବିରୋଧରେ ଦଳ ବିରୋଧୀ ଆଇନ ଲାଗୁ ହୋଇଥିଲା । ନିକଟରେ ଅନ୍ୟ ଏକ ଆବେଦନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବାକୁ ଆବେଦନକୁ ଖାରଜ କରି ଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ । ଇଡି ରିମାଣ୍ଡରେ ୧୦ ଦିନ ରହିବା ପରେ ଏବେ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।