ପ୍ରଚାର ମୈଦାନକୁ ଓହ୍ଲାଇଲେ ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ

ନନ୍ଦିଘୋଷ ବ୍ୟୁରୋ: ପ୍ରଚାର ମୈଦାନକୁ ଓହ୍ଲାଇଲେ ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ଶନିବାର ମାଲକାନଗିରି ସହରର ପ୍ରବେଶ ଦ୍ବାର ଭୈରବ ମନ୍ଦିର ଠାରେ ପହଞ୍ଚିବା ପରେ ଶତାଧିକ ବିଜେଡି କର୍ମୀ ଫୁଲ ମାଳ ପିନ୍ଧାଇ ପ୍ରଦୀପ ମାଝୀ ଓ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମାନସ ମାଡ଼କାମୀଙ୍କୁ ସ୍ୱାଗତ କରିଥିଲେ । ପରେ ଦୁଇ ନେତା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ବିଶାଳ ଶୋଭାଯାତ୍ରାରେ ମାଲକାନଗିରି ଠାରୁ ମୋଟୁ  ଅଭିମୁଖେ ପ୍ରଚାର ଯାତ୍ରା ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ବିକାଶକୁ ନେଇ ଲୋକଙ୍କ ନିକଟକୁ ଯିବେ ଓ ବିପୁଳ ଭୋଟରେ 2024 ନିର୍ବାଚନ ଜିତିବେ ବୋଲି ପ୍ରଦୀପ ମାଝୀ କହିଛନ୍ତି । ଆଜି ବିଧାୟକ ପାର୍ଥି ବିଜୁଜନତା ଦଳର ମାନସ ମାଡକାମୀ ଏବଂ ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ କାଳିମେଳା, ଏମଭି 79 , ମୋଟୁ ଓ ଏହାର ଆଖ ପାଖ ଅଞ୍ଚଳରେ ପ୍ରଚାର କରିଛନ୍ତି ।