ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଗଣତନ୍ତ୍ରର ମହାପର୍ବ । ଦେଶରେ ଚାଲିଛି ଷଷ୍ଠ ଏବଂ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ତେବେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ ସାବ୍ୟସ୍ତ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ସେପଟେ ଅର୍ଥ ବିଭାଗ ପ୍ରମୁଖ ସଚିବ ସୁଜାତା ରାଉତ କାର୍ତ୍ତିକେୟନ ମଧ୍ୟ ଭୋଟ ଦେଇଛନ୍ତି । କଟକ ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ମଧ୍ୟ ନିଜ ପରିବାର ସହ ଆସି ମତଦାନ ସାବ୍ୟସ୍ତ କରିଛନ୍ତି ।
ଗ୍ରାସୀମ କମ୍ପାନୀରେ ଗ୍ୟାସ୍ ପାଇପ୍ ଫାଟି ୪ ଆହତ
ବ୍ରହ୍ମପୁର: ଗ୍ରାସୀମ କମ୍ପାନୀରେ ଅଘଟଣ । ଗ୍ୟାସ ପାଇପ ଫାଟି ୪ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର । ବ୍ରହ୍ମପୁର ସହର ସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ଘଟିଛି ଅଘଟ ।
ଶୁକ୍ରବାର କମ୍ପାନୀ ପକ୍ଷରୁ ବିଦ୍ୟୁତ ସରବରହ ବନ୍ଦ କରାଯାଇ ଗ୍ୟାସ ପାଇପ ଗୁଡିକ ମରାମତି କାର୍ଯ୍ୟ ଚାଲିଥିଲା । ଅସାବଧାନତା ଯୋଗୁଁ ଗ୍ୟାସ ପାଇପଟି ହଟାତ ଫାଟି ଯାଇଥିଲା । ଗଞ୍ଜାମ ତହସିଲଦାର ଓ ଥାନା ଆଇଆଇସି ନମିତା ପାତ୍ର କମ୍ପାନୀ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି l ଆହତ ଶ୍ରମିକଙ୍କୁ କମ୍ପାନୀର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି ।
ଆହତମାନଙ୍କ ମଧ୍ୟରେ ଥିଲେ ରାହୁଲ ଯାଦବ, ଶଶିକାନ୍ତ ମହାରଣା, କେଶବ ସାହୁ ଓ ଲକ୍ଷ୍ମୀଧର ନାୟକ । ୪ ଜଣଙ୍କୁ ସାମାନ୍ୟ ଆହତ ଥିବା ବେଳେ ଅନ୍ୟ ଜଣଙ୍କ ଆଖି ଓ ଶରୀରରେ ଏସିଡ ଛିଟିକ ପଡ଼ିଥିବା ଜଣାପଡିଥିଲା । ସଲ୍ଫୁରିକ୍ ପ୍ଲାଣ୍ଟର ପାଇପ ଲାଇନ ଖୋଲୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ନକ୍ସଲ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିବାବେଳେ ୩ ଜଣ ଖସିଯିବାରେ ସକ୍ଷମ ହୋଇଛନ୍ତି । ମୃତ ମାଓବାଦୀ ହେଲେ ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲା ଅଡ଼କି ଥାନା ଚାରିସିଉଦ ଗାଁର ବୁଧୁରାମ ମୁଣ୍ଡା ।
ଗୁଳି ବିନିମୟ ପରେ ସୁରକ୍ଷା କର୍ମୀ ଗୋଟିଏ ୯ ଏମଏମ ପିସ୍ତଲ, ୨୦ ରାଉଣ୍ଡ ଜୀବନ୍ତ ଗୁଳି ସହ ବହୁ ମାଓବାଦୀ ସାମଗ୍ରୀ ଜବତ କରିଛନ୍ତି । ଜରେଇକେଲା ଥାନା ଅନ୍ତର୍ଗତ ବଳିଆଡ଼ିହି ଜଙ୍ଗଲରେ ଚାରି ଜଣିଆ ମାଓବାଦୀ ଦଳ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖି ଗୁଳି ଚଳାଇବା ପରେ ସୁରକ୍ଷାକର୍ମୀ ପାଲଟା ଆକ୍ରମଣ କରିଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ତିନି ମାଓବାଦୀ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି ।
ଏକାଧିକ ପ୍ରସଙ୍ଗକୁ ନେଇ ବିଜେପି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି
ଭୁବନେଶ୍ବର: ଏକାଧିକ ପ୍ରସଙ୍ଗକୁ ନେଇ ବିଜେପି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି । ରାତିପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ରହିଛି । ଏହାପୂର୍ବରୁ ବିଭିନ୍ନ ସ୍ଥାନରେ ବିଜେପି ସମର୍ଥକ ହିଂସାକାଣ୍ଡ ଘଟାଉଥିବା ଅଭିଯୋଗ ହୋଇଛି ।
କିଛିଦିନ ତଳେ ବିଜେପିର ବିଧାୟକ ପ୍ରାର୍ଥୀ ଏନେଇ ଧମକ ମଧ୍ଯ ଦେଇଥିଲେ । ଆଜି ସକାଳ ଲିଙ୍ଗରାଜ ମନ୍ଦିର ପାଖରେ ପୋଲିସଙ୍କୁ ମଧ୍ଯ ଗାଳିଗୁଲଜ କରିଥିଲେ । ନିର୍ଦ୍ଦିଷ୍ଟ ଗଣମାଧ୍ଯମ ମଧ୍ଯ ବିଜେପି ପାଇଁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିଭୂତି ପ୍ରଧାନଙ୍କ ଲୋକମାନେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ଗୋଟିଏ ବୁଥର ମାତ୍ର ୭୦ ମିଟର ଦୂରରେ ଦୁଇଟି ଛୋଟ ଅଫିସ କରିଛନ୍ତି । ଯାହା ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁଛି । ନିୟମ ଅନୁସାରେ ବୁଥ ଠାରୁ ଦଳୀୟ ଅଫିସ ୩୦୦ ମିଟର ଦୂରରେ ରହିବା କଥା । ଏଣୁ ବିଜେପି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି ।
ମେ’ରେ ରେକର୍ଡ ପରିମାଣର ନିଶା ସାମଗ୍ରୀ ଜବତ, ୪୧୪୧ ମାଫିଆ ଗିରଫ
ଭୁବନେଶ୍ବର: ନିର୍ବାଚନ ସମୟରେ ଅବକାରୀ ଧରପଗଡ । ମେ’ ମାସରେ ରେକର୍ଡ ପରିମାଣର ବେଆଇନ ନିଶା ସାମଗ୍ରୀ ଜବତ । ୨୩ ଦିନରେ ୪ ହଜାର ୯୭୬ ମାମଲା, ୪ ହଜାର ୧୪୧ ନିଶା ମାଫିଆ ଗିରଫ ।
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ମଦ ମାଫିଆ, ବେଆଇନ ବ୍ରାଉନସୁଗାର ବେପାରୀ ଓ ଗଞ୍ଜେଇ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି । ଚଳିତ ମାସରେ ୨୩ ତାରିଖ ପର୍ଯ୍ୟନ୍ତ ୨ ଲକ୍ଷ ୪୯ ହଜାର ୫୧୦ ଲିଟର ଦେଶୀ ମଦ, ୮୭ ଲିଟର ନକଲି ବିଦେଶୀ ମଦ, ୫୩ ଲିଟର ଟିକସ ଫାଙ୍କି ବିଦେଶୀ ମଦ, ୨ ହଜାର ୬୧୩ ଲିଟର ଭାରତ ତିଆରି ବିଦେଶୀ ମଦ, ୧୫ ହଜାର ୧୧୬ ଲିଟର ବିୟର, ୫ ହଜାର ୩୦୫ ଲିଟର ମହୁଲି, ୪୧୦ କିଲୋ ଭାଙ୍ଗ, ୧ ହଜାର ୮୫୨ ଲିଟର ଆସ୍କା ଫଟି ଓ ୮୪ ହଜାର ୧୬୩ କେଜି ମହୁଆ ଫୁଲ ଏବଂ ୪୩୪ଟି ଗାଡି ଜବତ । ସେହିପରି ବେଆଇନ ଗଞ୍ଜେଇ, ହେରୋଇନ୍ ଓ କଫ୍ ସିରପ୍ ମାଫିଆଙ୍କ ବିରୋଧରେ ଚାଲିଥିବା ନିରନ୍ତର ଓ ଜୋରଦାର ଅଭିଯାନ ମଧ୍ୟ ବହୁତ ଭଲ ଫଳାଫଳ ଦେଇଛି । ଏହି ଘଟଣାରେ ୧୧୪ଟି ମାମଲା ରୁଜୁ ହୋଇଥିବା ବେଳେ ୧୩୦ ଜଣ ମାଫିଆଙ୍କୁ ଗିରଫ କରାଯାଇଛି ।

