ନକ୍ସଲ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିବାବେଳେ ୩ ଜଣ ଖସିଯିବାରେ ସକ୍ଷମ ହୋଇଛନ୍ତି । ମୃତ ମାଓବାଦୀ ହେଲେ ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲା ଅଡ଼କି ଥାନା ଚାରିସିଉଦ ଗାଁର ବୁଧୁରାମ ମୁଣ୍ଡା ।

ଗୁଳି ବିନିମୟ ପରେ ସୁରକ୍ଷା କର୍ମୀ ଗୋଟିଏ ୯ ଏମଏମ ପିସ୍ତଲ, ୨୦ ରାଉଣ୍ଡ ଜୀବନ୍ତ ଗୁଳି ସହ ବହୁ ମାଓବାଦୀ ସାମଗ୍ରୀ ଜବତ କରିଛନ୍ତି । ଜରେଇକେଲା ଥାନା ଅନ୍ତର୍ଗତ ବଳିଆଡ଼ିହି ଜଙ୍ଗଲରେ ଚାରି ଜଣିଆ ମାଓବାଦୀ ଦଳ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖି ଗୁଳି ଚଳାଇବା ପରେ ସୁରକ୍ଷାକର୍ମୀ ପାଲଟା ଆକ୍ରମଣ କରିଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ତିନି ମାଓବାଦୀ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି ।