spot_img
Home Blog Page 1805

ଭାରତରେ ପହଞ୍ଚିଲେ ଶେଖ୍ ହସିନା

ନନ୍ଦିଘୋଷ ବ୍ୟୁରୋ: ଭାରତରେ ପହଞ୍ଚିଲେ ବାଲାଂଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ହିଣ୍ଡନ ଏୟାରବେସରେ ପହଞ୍ଚିଥିବାବେଳେ ବାୟୂସେନା ଅଧିକାରୀ ତାଙ୍କୁ ସ୍ବାଗତ କରିଛନ୍ତି । ତେବେ ସେ ଭାରତରେ ପହଞ୍ଚିଥିବାବେଳେ ଏଠାରୁ ଲଣ୍ଡନ ଯାଇପାରନ୍ତି ବୋଲି କୁହାଯାଉଛି । ସୁରକ୍ଷା କାରଣରୁ ଶେଖ ହସିନା ଓ ତାଙ୍କ ଭଉଣୀ ବାଂଲାଦେଶ ଛାଡ଼ିଥିବା କୁହାଯାଉଛି। ତାଙ୍କ ବାସଭବନକୁ ହଜାର ହଜାର ଆନ୍ଦୋଳନକାରୀ ପ୍ରବେଶ କରି କବଜା କରିଛନ୍ତି। କିଛି ସମୟ ପରେ ବାଂଲାଦେଶର ଆର୍ମି ଚିଫ୍ ଦେଶବାସୀଙ୍କୁ ସମ୍ବୋଧନ କରି ପାରନ୍ତି। ଏହା ବି ଚର୍ଚ୍ଚା ହେଉଛି ବାଂଲାଦେଶରେ ସାମରିକ ବିଦ୍ରୋହ ହୋଇଛି। ସଂରକ୍ଷଣ ପ୍ରତିବାଦରେ ବେଶ କିଛି ଦିନ ହେଲାଣି ଜଳୁଛି ବାଂଲାଦେଶ।

୧୯୭୧ରେ ପାକିସ୍ତାନଠାରୁ ଅଲଗା ହୋଇ ବାଂଲାଦେଶ ଗଠନ ହୋଇଥିଲା, ସେତେବେଳେ ମୁକ୍ତି ବାହିନୀର ଯୋଗ ଦେଇ ପାକିସ୍ତାନ ବିରୋଧରେ ଯୁଦ୍ଧ କରିଥିବା ବ୍ଯକ୍ତିଙ୍କ ପରିବାରକୁ ସଂରକ୍ଷଣ ଦିଆଯାଇଥିଲା। ବାଂଲାଦେଶର ସବୁ ସରକାରୀ ଚାକିରିରେ ସେମାନଙ୍କୁ ୩୦ ପ୍ରତିଶତ ପର୍ଯ୍ଯନ୍ତ ସଂରକ୍ଷଣ ଦିଆଯାଇଥିଲା। ଏହାର ପ୍ରତିବାଦରେ ଆରମ୍ଭ ହୋଇଥିଲା ଆନ୍ଦୋଳନ। ପ୍ରଥମେ ଛାତ୍ରମାନେ କରିଥିଲେ ଆନ୍ଦୋଳନ। ଅଭିଯୋଗ ହୋଇଥିଲା, ଶେଖ ହସିନାଙ୍କ ଦଳ ଆୱାମି ଲିଗ୍ ର ସଦସ୍ଯଙ୍କୁ ଫାଇଦା ଦେବାକୁ ଏହି ସଂରକ୍ଷଣ ବ୍ଯବସ୍ଥା କରାଯାଇଛି। ତେଣୁ ସଂରକ୍ଷଣ ପ୍ରତିବାଦରେ ହୋଇଥିଲା ଆନ୍ଦୋଳନ। ପରେ ପରେ ଏହା ହିଂସାର ରୂପ ନେଇଛି। କିଛି ଦିନ ହେଲା ଏହି ନିଆଁରେ ଜଳୁଛି ବାଂଲାଦେଶ। ଶେଷରେ ପରିସ୍ଥିତି ଏପରି ହୋଇଛି ଯେ, ସେଠାରେ ଗୃହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଦେଶ ଛାଡ଼ି ପଳାଇଛନ୍ତି ପ୍ରଧାନମନ୍ତ୍ରୀ। ସେ ଇସ୍ତଫା ଦେଇ ଦେଶ ଛାଡ଼ି ଥିବା ଚର୍ଚ୍ଚା ହୋଇଛି।

କାମରେ ଆସୁନି କୋଟିକୋଟି ଟଙ୍କାରେ ନିର୍ମିତ ବ୍ରିଜ

ନନ୍ଦିଘୋଷ ବ୍ୟୁରୋ: କାର୍ଯ୍ଯକ୍ଷମ ହୋଇପାରୁନି କୋଟି କୋଟି ଟଙ୍କାରେ ନିର୍ମିତ ବ୍ରିଜ । ପୁରୀ ନିମାପଡା ପିପିଲି ମୁଖ୍ଯ ରାସ୍ତାରେ ଥିବା ନୂଆଁଣିଆ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଯିବା ଆସିବା କରୁଛନ୍ତି ହଜାର ହଜାର ଲୋକ । ଜମିଜମା ବିବାଦ ଯୋଗୁଁ  ବ୍ରିଜ ହୋଇପାରୁନି କାର୍ଯ୍ଯକ୍ଷମ । ତୁରନ୍ତ ଏହାକୁ କାର୍ଯ୍ଯକ୍ଷମ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

କାମରେ ଆସୁନି କୋଟିକୋଟି ଟଙ୍କାରେ ନିର୍ମିତ ବ୍ରିଜ । ପୁରୀ ଜିଲ୍ଲା ନିମାପଡା ପିପିଲି ମୁଖ୍ଯରାସ୍ତା ଧନୁଆଁ ସେତୁ ଉପରେ ନିର୍ମିାଣ ହୋଇଛି ନୂତନ ବ୍ରିଜ। ବ୍ରିଜ ନିର୍ମାଣକୁ ୨ ବର୍ଷ ପୂରିଥିଲେ ବି ଏପର୍ଯ୍ଯନ୍ତ ହୋଇପାରୁନି କାର୍ଯ୍ଯକ୍ଷମ । ଫଳରେ ବିପଦସଙ୍କୁଳ ଭାବେ ରହିଥିବା ନୂଆଁଣିଆ ବ୍ରିଜରେ ପ୍ରତିଦିନ ଯିବାଆସିବା କରୁଛି ହଜାର ହଜାର ଗାଡି । ନୂଆଁଣିଆ ବ୍ରିଜଟି ବିପଦପୂର୍ଣ୍ଣ ହେବାରୁ ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ତତ୍ତ୍ଵାବଧାନରେ ୫କୋଟିରୁ ଅଧିକ ଟଙ୍କା ବ୍ଯୟବରାଦରେ ନିର୍ମିତ ହୋଇଥିଲା ନୂତନ ବ୍ରିଜ । ହେଲେ ଗଡ଼ାଣିଆ ରାସ୍ତା ଜମି ବିବାଦ ପାଇଁ ଏହାକୁ ଖୋଲା ଯାଇନଥିବାର ଅଭିଯୋଗ କରାଯାଇଛି।

ବିପଦ ସଂକୁଳ ଅବସ୍ଥାରେ ରହିଥିବା ନୁଆଣିଆଁ ବ୍ରିଜଟିର ଅବସ୍ଥା ଦିନକୁ ଦିନ ସଙ୍କଟାପର୍ଣ୍ଣ ହେବାର ଲାଗିଛି। ପ୍ରତ୍ୟେକ ବର୍ଷ ଧନୁଆ ନଦୀରେ ବନ୍ୟା ଆସିଲେ ଏହି ବ୍ରିଜ ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହୋଇଥାଏ । ଫଳରେ ପିପିଲି ନିମାପଡାକୁ ଯୋଗାଯୋଗ ବିଛିନ୍ନ ହୋଇଯାଏ । ଏବେ ବ୍ରିଜଟିର ଗୋଟିଏ ପାର୍ଶ୍ଵରେ ବିରାଟ ଘାଇ ସୃଷ୍ଟି ହେବା ଫଳରେ ଅତଡା ଖସିବା ଆରମ୍ଭ ହୋଇଛି। ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ହଜାର ହଜାର ପର୍ଯ୍ଯଟକ କୋଣାର୍କ ଓ କାକଟପୁର ମା ମଙ୍ଗଳାଙ୍କ ନିକଟକୁ ଯାଉଛନ୍ତି। ତେଣୁ ଶୀଘ୍ର ନୂତନ ବ୍ରିଜ କାର୍ଯ୍ଯକ୍ଷମ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

 

ଅନୁଗୁଳରୁ ଛେଣ୍ଡିପଦାକୁ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା

ନନ୍ଦିଘୋଷ ବ୍ୟୁରୋ: ଛେଣ୍ଡିପଦା ଓ ଦେବଗଡ଼ ଜିଲ୍ଲାର ଜୀବନରେଖା କୁହାଯାଉଥିବା ରାଜ୍ୟ ରାଜପଥ ଏବେ ବିପଦଶଂକୁଳ ଅବସ୍ଥାରେ l ଅନୁଗୁଳରୁ ଛେଣ୍ଡିପଦାକୁ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ପ୍ରତିଦିନ ଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକ ଯାତାୟତ କରୁଛନ୍ତି ।  ରାସ୍ତାର ଅବସ୍ଥା ଏପରି ହୋଇଛି ଯେ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଏହାର ମରାମତି ପାଇଁ ଦାବି କରାଯାଇଛି।

ମରଣଯନ୍ତା ପାଲଟିଛି ଅନୁଗୁଳରୁ ଛେଣ୍ଡିପଦାକୁ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥ । ଆଣ୍ଠୁଏ ଆଣ୍ଠୁଏ  ଖାଲଖମାରେ ଭର୍ତ୍ତି ହୋଇଛି ରାସ୍ତା । ଛେଣ୍ଡିପଦାରୁ ଜରାସିଂହା ଗାଁ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ । ଏହି ରାସ୍ତା ଦେଇ ଛେଣ୍ଡିପଦା ବ୍ଲକ, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାର ବହୁ ଲୋକ ଯିବା ଆସିବା କରୁଛନ୍ତି । ପ୍ରତିଦିନ ଅନେକ ଭାରିଯାନ ମଧ୍ଯ ଏହି ରାସ୍ତା ଦେଇ ଯାତାୟତ କରୁଛି । ବର୍ଷା ଯୋଗୁଁ ରାସ୍ତାରେ ଥିବା ଖାଲଖମାରେ ଜମି ରହୁଛି ପାଣି । ଏପରି ଖାଲରେ ପଡ଼ି ଅନେକ ସମୟରେ ଲୋକେ ଗୁରୁତର ଆହତ ହେଉଛନ୍ତି । ରାସ୍ତାର ଅବସ୍ଥା ଏମିତି ହୋଇଛି ଯେ, ୪୦ କିମି ଅତିକ୍ରମ କରିବାକୁ ଲାଗୁଛି ୩ ଘଣ୍ଟାରୁ ଅଧିକ ସମୟ। ଜରୁରୀ କାମରେ ଯାଉଥିବା ଲୋକେ ଠିକ୍ ସମୟରେ ପହଞ୍ଚି ପାରୁ ନାହାନ୍ତି।

ଏକରେ ରାସ୍ତା ଖରାପ। ଦୁଇରେ ରାସ୍ତାର ଉଭୟ ପଟେ ଠିଆ ହୋଇ ରହୁଛି ଭାରିଯାନ। ତେଣୁ ଆମ୍ବୁଲାନ୍ସ ଓ ମୋଟର ସାଇକେଲ ପାଇଁ ସୃଷ୍ଟି ହେଉଛି ସମସ୍ଯା। ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ୬୩ ନମ୍ବର ଜାତୀୟ ରାଜପଥର ମରାମତି ସହିତ ଏହି ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ କରିବାକୁ ପ୍ରଶାସନ ନିକଟରେ ଦାବି କରାଯାଇଛି l ଏହି ରାସ୍ତାର ମରାମତି ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକେ। ନ ହେଲେ ଛେଣ୍ଡିପଦା ଅଞ୍ଚଳବାସୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇବାକୁ କଡ଼ା ଚେତାବନୀ ଦେଇଛନ୍ତି l

ସ୍କୁଲକୁ ନାହିଁ ପକ୍କା ରାସ୍ତା, କାଦୁଅ ରାସ୍ତାରେ ବିଡିଓଙ୍କୁ ଚଲାଇଲେ ଛାତ୍ରଛାତ୍ରୀ

ନନ୍ଦିଘୋଷ ବ୍ୟୁରୋ: ସ୍କୁଲକୁ ଭଲ ରାସ୍ତା ନ ଥିବାରୁ ଏହାର ପ୍ରତିବାଦରେ କଟକ – ଭୁବନେଶ୍ବର ରାସ୍ତା ଅବରୋଧ। ଯେ ପର୍ଯ୍ଯନ୍ତ ଦାବି ପୂରଣ ନ ହୋଇଛି, ସେ ପର୍ଯ୍ଯନ୍ତ ଧାରଣା  ଜାରି ରହିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ। କଟକ ବାରଙ୍ଗ ବ୍ଲକ ଫୁଲପୋଖରୀ ସରକାରୀ ହାଇସ୍କୁଲର ପିଲାମାନେ ରାସ୍ତା ପାଇଁ କରିଛନ୍ତି ଆନ୍ଦୋଳନ। ପ୍ରତିବାଦ କରିବା ସହ ରାସ୍ତା ନିର୍ମାଣ ନେଇ ତହସିଲଦାର ଓ ବିଡିଓଙ୍କୁ ଚଲାଇ ଚଲାଇ ନେଲେ। ଅଭିଯୋଗ ଅନୁସାରେ ସ୍କୁଲକୁ ଭଲ ରାସ୍ତାଟେ ନାହିଁ। ଆଗରୁ ବାରମ୍ବାର ଅଭିଯୋଗ କରାଯାଇଛି, କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହି। ଏଥର ପୁଣି ବର୍ଷାରେ ଅବସ୍ଥା ଆହୁରି ଖରାପ ହୋଇ ଯାଇଛି। ତେଣୁ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ମରାମତି ଦାବି କରି ପିଲାମାନେ ପ୍ରଥମେ ସ୍କୁଲ ଆଗରେ ଧାରଣା ଦେଇଥିଲେ। କିନ୍ତୁ ୪ ଘଣ୍ଟା ପରେ ବି କୌଣସି ପ୍ରାଶାସନିକ ଅଧିକାରୀ ଆସିନଥିଲେ କି କୌଣସି ପ୍ରକାର ଆଲୋଚନା ହୋଇନଥିଲ।  ଏହା ପରେ ସେମାନେ ଆହୁରି ତାତିଥିଲେ। ସ୍କୁଲରେ ତାଲା ପକାଇ ଭୁବନେଶ୍ବର-କଟକ ରାସ୍ତା ଅବରୋଧ କରାଯାଇଛି।

ରାଜ୍ୟସଭାରେ ଓଡ଼ିଶାର ଅସୁରକ୍ଷିତ ରାଜପଥ ପ୍ରସଙ୍ଗ ଉଠାଇଲେ ସାଂସଦ ମୁନା ଖାଁ

ନନ୍ଦିଘୋଷ ବ୍ୟୁରୋ: ସଂସଦରେ ଉଠିଲା ଓଡ଼ିଶାର ଅସୁରକ୍ଷିତ ରାଜପଥ ପ୍ରସଙ୍ଗ । ରାଜ୍ୟସଭାରେ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ଏନଏଚ-୫୫ର ନିରାପତ୍ତା ସହ ତୁରନ୍ତ ନିର୍ମାଣ ଶେଷ କରିବାକୁ ଦାବି କରିଛନ୍ତି ମୁନା । ଏନଏଚ-୫୩ ଡୁବୁରି-ଚଣ୍ଡିଖୋଲ ଚାରିଥାକିଆ ରାସ୍ତା ନିର୍ମାଣରେ ଏବେ ଅନେକ ପ୍ରତିବନ୍ଧକ ରହିଛି । ପ୍ରତିବନ୍ଧକ ହଟାଇ ତୁରନ୍ତ ସାରିବାକୁ ସେ ଦାବି କରିଛନ୍ତି । ଏହାସହ ବିଭିନ୍ନ ରାସ୍ତାର ତ୍ୱରିତ ନିର୍ମାଣ ପାଇଁ ଦାବି ଦୋହରାଇଛନ୍ତି । ୬ଲେନ୍ ବିଶିଷ୍ଟ ଭଦ୍ରକ-ବାଲେଶ୍ୱର ରାସ୍ତା, ରାଜମୁଣ୍ଡା- ବାରକୋଟ ୪ଲାଇନ, ବରଗଡ଼-ବରପାଲି, ବରପାଲି-ବଲାଙ୍ଗୀର, ଝାରସୁଗୁଡ଼ା- ଭୋଜପୁର ରାସ୍ତାର ପ୍ରଶସ୍ତୀକରଣ ଦାବି କରିଛନ୍ତି । ଅନୁଗୁଳ-ସମ୍ବଲପୁର, କଟକ- ଅନୁଗୁଳ ଏନଏଚ-୫୫ର ଦୁରାବସ୍ଥଆ ସମ୍ପର୍କରେ ଗୃହକୁ ଅବଗତ କରିବା ସହ ତୁରନ୍ତ ଏହାର ସମାଧାନ ପାଇଁ ଅପିଲ କରିଛନ୍ତି । ସେହିପରି ବ୍ରହ୍ମପୁର ସହର ନିକଟରେ ବାଇପାସ ରାସ୍ତା , ୪ଲାଇନ ଓଭରବ୍ରିଜ ରାସ୍ତା ନିର୍ମାଣ ସହ ଏନଏଚ-୧୩୦ର ଧାନରା-ହାତିବେଣା ୬ଥାକିଆ ରାସ୍ତା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ ।

ଡେଲାଙ୍ଗରୁ ଆସି ଖୋର୍ଦ୍ଧାରେ ନିଖୋଜ

ନନ୍ଦିଘୋଷ ବ୍ୟୁରୋ: ପୁରୀ ଡେଲାଙ୍ଗରୁ ଆସି ଖୋର୍ଦ୍ଧାରେ ନିଖୋଜ।ନିଖୋଜ ବ୍ୟକ୍ତିଙ୍କ ନାମ ଗଦାଧର ନିଶଙ୍କ। ତାଙ୍କ ଘର ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗାଁରେ। ସେ ଜଣେ ବାସ୍ତୁବିତ ଭାବେ କାର୍ଯ୍ୟ କରୁଥିଲେ। ଗତ ୩ ତାରିଖ ଦିନ ଖୋର୍ଦ୍ଧାକୁ କୌଣସି କାମରେ ଆସିଥିଲେ। ହେଲେ ଏହାପରଠାରୁ ଆଉ ସେ ଘରକୁ ଫେରିନବା ନେଇ ତାଙ୍କ ଝିଅ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଖବର ପାଇ ଖୋର୍ଦ୍ଧଆ ନିକଟ ଏକ ଖଣି ଭିତରୁ ଏକ ବାଇକ୍ ଜବତ କରିଥିଲେ। ବାଇକର ନମ୍ବର ପ୍ଲେଟରୁ ଗଦାଧରଙ୍କ ଘରକୁ ଫୋନ କରି ଖବର ଦେଇଥିଲେ। ଘଟଣା ସ୍ଥଳରେ ନିଖୋଜ ବ୍ୟକ୍ତିଙ୍କ ପରିବାର ସହ ପୋଲିସ ଟିମ୍ ପହଞ୍ଚି ତନଘନା କରୁଛି। ସେଠାରେ ଗଦାଧରଙ୍କ ହେଲମେଟ, ଫାଇଲ, ବ୍ୟାଗ୍, ଚପଲ ସବୁ ପଡିଥିବା ଦେଖିଛନ୍ତି। ପୋଲିସ୍ ସନ୍ଧାନୀ କୁକୁରଙ୍କ ସହାୟତା ଲୋଡ଼ିଛି। ଗଦାଧରଙ୍କ ମୋବାଇଲ ରେକର୍ଡ ଟ୍ରାକ କରୁଛି। ଗୁରୁଜଙ୍ଗ ଅଞ୍ଚଳରେ ସିସିଟିଭି ଫୁଟେଜ ନେଇ ତଦନ୍ତ ଚଳାଇଥିବା କହିଛି ପୋଲିସ।

IICଙ୍କ ଦବଙ୍ଗଗିରି ! ବୋଲବମ ଭକ୍ତଙ୍କୁ ଗାଡି ମଡେଇଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଆଇଆଇସିଙ୍କ ଦବଙ୍ଗଗିରି। ବୋଲବମ ଭକ୍ତଙ୍କ କ୍ୟାମ୍ପ ଚାଲିଥିବା ବେଳେ ଗାଡି ମଡେଇଦେଲେ କଟକ ସଦର ଥାନା ଆଇଆଇସି। ଗତକାଲି ସଂନ୍ଧ୍ଯାରେ ସଦରଥାନା ଭାଣପୁର ଠାରେ କାଉଡିଆ ଙ୍କ ପାଇଁ ସେବା ପାଇଁ କ୍ୟାମ୍ପ ଚାଲିଥିବା ବେଳେ ସଦର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ବୋଲବମ କ୍ୟାମ୍ପ ଭିତରକୁ ଜୋରଜବରଦସ୍ତ ଗାଡି ପସେଇଥିଲେ। ଏକ ଘରୋଇ ଗାଡିରେ ଆଇଆଇସି ଙ୍କ ସହ ଆଉ କିଛି ଲୋକ ମଧ୍ୟ ବସିଥିଲେ। ତେବେ ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିଥିଲେ। IIC ଦବଙ୍ଗଗିରି ଦେଖାଇଥିବା ଲୋକେ ଅଭିଯୋଗ କରିଛନ୍ତି। ତେବେ ଏ ଘଟଣା ବାବଦରେ ଆଡିସନାଲ ଡିସିପି ଅନୀଲ ମିଶ୍ର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

 

ଦେଶ ଛାଡ଼ିଲେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା

ନନ୍ଦିଘୋଷ ବ୍ୟୁରୋ: ଦେଶ ଛାଡ଼ିଲେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା। ହିଂସାକାଣ୍ଡରେ ଦେଶର ସ୍ଥିତି ସଂଗୀନ ହେବା ପରେ ସେ ବାଂଲାଦେଶ ଛାଡ଼ିଥିବା ଜଣାପଡିଛି। ସେ ନିଜ ପଦରୁ ଇସ୍ତଫା ମଧ୍ଯ ଦେଇଥିବା ଜଣାପଡ଼ିଛି। ଚର୍ଚ୍ଚା ହେଉଛି ସେ ଭାରତ ଆସୁଛନ୍ତି। ସୁରକ୍ଷା କାରଣରୁ ଶେଖ ହସିନା ଓ ତାଙ୍କ ଭଉଣୀ ଭାରତ ଆସୁଥିବା ଜଣାପଡ଼ିଛି। ତାଙ୍କ ବାସଭବନକୁ ହଜାର ହଜାର ଆନ୍ଦୋଳନକାରୀ ପ୍ରବେଶ କରି କବଜା କରିଛନ୍ତି। କିଛି ସମୟ ପରେ ବାଂଲାଦେଶର ଆର୍ମି ଚିଫ୍ ଦେଶବାସୀଙ୍କୁ ସମ୍ବୋଧନ କରି ପାରନ୍ତି। ଏହା ବି ଚର୍ଚ୍ଚା ହେଉଛି ବାଂଲାଦେଶରେ ସାମରିକ ବିଦ୍ରୋହ ହୋଇଛି। ସଂରକ୍ଷଣ ପ୍ରତିବାଦରେ ବେଶ କିଛି ଦିନ ହେଲାଣି ଜଳୁଛି ବାଂଲାଦେଶ। ଯେତେବେଳେ ୧୯୭୧ରେ ପାକିସ୍ତାନଠାରୁ ଅଲଗା ହୋଇ ବାଂଲାଦେେଶ ଗଠନ ହୋଇଥିଲା, ସେତେବେଳେ ମୁକ୍ତି ବାହିନୀର ଯୋଗ ଦେଇ ପାକିସ୍ତାନ ବିରୋଧରେ ଯୁଦ୍ଧ କରିଥିବା ବ୍ଯକ୍ତିଙ୍କ ପରିବାରକୁ ସଂରକ୍ଷଣ ଦିଆଯାଇଥିଲା। ବାଂଲାଦେଶର ସବୁ ସରକାରୀ ଚାକିରିରେ ସେମାନଙ୍କୁ ୩୦ ପ୍ରତିଶତ ପର୍ଯ୍ଯନ୍ତ ସଂରକ୍ଷଣ ଦିଆଯାଇଥିଲା। ଏହାର ପ୍ରତିବାଦରେ ଆରମ୍ଭ ହୋଇଥିଲା ଆନ୍ଦୋଳନ। ପ୍ରଥମେ ଛାତ୍ରମାନେ କରିଥିଲେ ଆନ୍ଦୋଳନ। ଅଭିଯୋଗ ହୋଇଥିଲା, ଶେଖ ହସିନାଙ୍କ ଦଳ ଆୱାମି ଲିଗ୍ ର ସଦସ୍ଯଙ୍କୁ ଫାଇଦା ଦେବାକୁ ଏହି ସଂରକ୍ଷଣ ବ୍ଯବସ୍ଥା କରାଯାଇଛି। ତେଣୁ ସଂରକ୍ଷଣ ପ୍ରତିବାଦରେ ହୋଇଥିଲା ଆନ୍ଦୋଳନ। ପରେ ପରେ ଏହା ହିଂସାର ରୂପ ନେଇଛି। କିଛି ଦିନ ହେଲା ଏହି ନିଆଁରେ ଜଳୁଛି ବାଂଲାଦେଶ। ଶେଷରେ ପରିସ୍ଥିତି ଏପରି ହୋଇଛି ଯେ, ସେଠାରେ ଗୃହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଦେଶ ଛାଡ଼ି ପଳାଇଛନ୍ତି ପ୍ରଧାନମନ୍ତ୍ରୀ। ସେ ଇସ୍ତଫା ଦେଇ ଦେଶ ଛାଡ଼ି ଥିବା ଚର୍ଚ୍ଚା ହୋଇଛି।

 

 

 

ପ୍ରେମିକାର ମୁଣ୍ଡ ଗଣ୍ଡି ଅଲଗା କରି ଫୋପାଡି ଦେଲା ନୃଂଶସ ପ୍ରେମିକ

ନନ୍ଦିଘୋଷ ବ୍ୟୁରୋ: ପ୍ରେମ ନେଲା ଜୀବନ। ପ୍ରେମିକାର ମୁଣ୍ଡ ଗଣ୍ଡି ଅଲଗା କରି ଫୋପାଡି ଦେଲା ନୃଂଶସ ପ୍ରେମିକ। ହତ୍ୟା ଘଟଣାର ଫର୍ଦ୍ଦାଫାସ କଲା ଉତ୍ତର ପ୍ରଦେଶ ପୋଲିସ।

ଜୁଲାଇ ୩୧ ରେ, ୟୁପିର ବହରାଇଚରେ ପୋଲିସକୁ ଏକ ବୁଦା ଭିତରୁ ମୃତଦେହ ମିଳିଥିଲା। ମୁଣ୍ଡ ନଥିବା ଯୋଗୁଁ ମୃତଦେହ ଚିହ୍ନଟ କରିବା ପୋଲିସ ପକ୍ଷରେ କଷ୍ଟ ହୋଇଥିଲା। ଏହି ମାମଲାରେ ପୋଲିସ ଅଧିକାରୀ ଏକ ଟିମ୍ ଗଠନ କରି ଛାନଭିନ୍ କରିଥିଲା। ଏହାପରେ ଉକ୍ତ ଅଞ୍ଚଳରେ ନିଖୋଜ ଥିବା ଝିଅମାନଙ୍କ ବିଷୟରେ ସୂଚନା ସଂଗ୍ରହ କରିଥିଲା। ତା’ପରେ ରୁପେଡିହାରେ ଶିବା ନାମକ ଜଣେ ୨୦ ବର୍ଷୀୟା ଝିଅ ନିଖୋଜ ଥିବା ଖବର ସାମ୍ନାକୁ ଆସିଥିଲା। ପୋଲିସ ଫଟୋଗ୍ରାଫ ସାହାଯ୍ୟରେ ମୃତଦେହ ଚିହ୍ନଟ କରିବାରେ ସଫଳ ହୋଇଥିଲା । ଝିଅର ପରିବାରକୁ ପୋଲିସ ସୂଚନା ଦେଇଥିଲା । ତେବେ ଶିବାକୁ କିଏ ଏବଂ କାହିଁକି ହତ୍ୟା କଲା ତାର ଅନୁସନ୍ଧାନରେ ଲାଗିପଡିଥିଲା ପୋଲିସ । ଶିବାର ମୋବାଇଲରୁ ପ୍ରେମିକ ଅରୁଣ ବିଷୟରେ ଜାଣିବାକୁ ପାଇଥିଲା ।

ପୋଲିସ କହିଛି, ଯେତେବେଳେ ତାଙ୍କ ମୋବାଇଲରୁ କଲ୍ ବିବରଣୀ ଏବଂ ମେସେଜ୍ ଚାଟ୍ ବାହାର କରାଯାଇଥିଲା, ସେତେବେଳେ ଜଣାପଡିଥିଲା ​​ଯେ ମାଲିପୁର ପୋଲିସ ଷ୍ଟେସନ ବାସିନ୍ଦା ଶିବା ଅରୁଣ ସାଇନ ନାମକ ଏକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ଅରୁଣ ତାଙ୍କ ମାମୁଁଙ୍କ ସହ ରୁପାଇଡିହା ପାଖରେ ଥିବା ଗାଁରେ ରହୁଥିଲେ। ଉଭୟ ସମାନ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ପରେ ଅରୁଣ ତାଙ୍କ ମାମୁଁଙ୍କ ଗାଁ ନିକଟ ଚାରଦା ଜାମୋଗ ଛକଠାରେ ଏକ ମେଡିକାଲ ଷ୍ଟୋରରେ କାମ କରିବା ଆରମ୍ଭ କରିଥିଲେ। ଶିବା ମଧ୍ୟ ତାଙ୍କୁ ଭେଟିବାକୁ ଆସୁଥିଲେ। ଗତ ଏକ ବର୍ଷ ମଧ୍ୟରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା ।

ଏହି ସମୟ ମଧ୍ୟରେ ଅଭିଯୁକ୍ତ ଅରୁଣଙ୍କ ବିବାହ ସ୍ଥିର ହୋଇଥିଲା। ଯାହା ପରେ ସେ ଶିବା ଠାରୁ ଅଲଗା ହେବାକୁ ଚାହୁଁଥିଲେ । କିନ୍ତୁ ଶିବା ଏଥିପାଇଁ ପ୍ରସ୍ତୁତ ନଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା।

ଏଥିରେ ଅରୁଣ କ୍ରୋଧିତ ହୋଇ ତାର ବନ୍ଧୁଙ୍କ ସହ ମିଶି ଶିବାକୁ ମାରିବାକୁ ଯୋଜନା କରିଥିଲେ । ଶିବାକୁ ଡକାଇ  ଗଳା କାଟି ହତ୍ୟା କରିଥିଲା ପ୍ରେମକ। ଏହା ପରେ ମୁଣ୍ଡ କାଟି କେନାଲରେ ଫିଙ୍ଗି ଦେଇଥିଲା।

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ୧୪ଟି ଗେଟରେ ଜଳନିଷ୍କାସନ ଜାରି

ସମ୍ୱଲପୁର: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବନ୍ଯାଜଳ ପ୍ରବେଶ ବଢିବାରେ ଲାଗିଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୯.୭୩ ଫୁଟ । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ୨ ଲକ୍ଷ ୪୬ ହଜାର ୧୮୮ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି । ସ୍ଥିତିକୁ ଦେଖି ୧୪ ଟି ଗେଟରେ ଜଳନିଷ୍କାସନ ଜାରି ରହିଛି ।

ଛତିଶଗଡ଼ରେ ପ୍ରବଳ ବର୍ଷା ଲାଗିରହିଥିବାରୁ ଆଗକୁ ଅଧିକ ପାଣି ପ୍ରବେଶ କରିପାରେ। ଫଳରେ ଅଧିକ ଗେଟ ଖୋଲିବାର ସମ୍ଭାବନା ରହିଛି । ଏଥିପାଇଁ ମହାନଦୀ ତଳ ମୁଣ୍ଡରେ ଥିବା ଜିଲ୍ଲା ଗୁଡ଼ିକୁ ସତର୍କତା ଜାରି କରାଯାଇଛି ।