spot_img
Home Blog Page 141

ଶ୍ରୀମନ୍ଦିରକୁ ବୋମାମାଡ଼ ଧମକ, ମେସେଜ ପଠାଇଥିବା ଜୁଲି ରାନୀ ପଣ୍ଡା କିଏ ?

ପୁରୀ : କିଏ ପଠାଇଲା ଧମକପୂର୍ଣ୍ଣ ମେସେଜ? ଶ୍ରୀମନ୍ଦିର ଓ ରାଜ୍ୟସଭା ସାଂସଦଙ୍କ ନିକଟକୁ ଧମକପୂର୍ଣ୍ଣ ମେସେଜ ପଠାଇଥିବା ଜୁଲି ରାନୀ ପଣ୍ଡା କିଏ? ଫେସବୁକ ଆଇଡିରେ ଶ୍ରୀମନ୍ଦିର ସମେତ ପୁରୀ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଧମକପୂର୍ଣ୍ଣ ମେସେଜ୍ ପଠାଇବା ଘଟଣାର ତନାଘନା। ସାଂସଦ ଶୁଭାଶିଷଙ୍କୁ ଗୁଳିମାଡ଼ କରାଯିବ ବୋଲି ହୋଇଥିବା ଧମକ ସମ୍ପର୍କରେ ବି ଚାଲିଛି ତନାଘନା। ପୂର୍ବରୁ ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ଆକ୍ରମଣର ଭୟ ଥିବା ଗୁଇନ୍ଦା ବିଭାଗ ତରଫରୁ ସୂଚନା ଦିଆଯାଇଥିବାବେଳେ ଏହି ଧମକ ଏବେ ଚିନ୍ତାର କାରଣ ହୋଇଛି। ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ସମ୍ପୃର୍ଣ୍ଣ ଢିଲା ହୋଇଛି ବୋଲି କହିଛନ୍ତି ସାଂସଦ। ବର୍ତ୍ତମାନ ଶ୍ରୀମନ୍ଦିରକୁ ଆସିବା ପାଇଁ ଲୋକ ଭୟ କରୁଛନ୍ତି l ଗତ ୧୯ତାରିଖରେ ୧୦ଲକ୍ଷ ଟଙ୍କା ଦେବା ପାଇଁ ରାଜ୍ୟସଭା ସାଂସଦଙ୍କ ନିକଟକୁ ଆସିଥିବା ଧମକପୂର୍ଣ୍ଣ କଲ ସମ୍ପର୍କରେ ଯାଞ୍ଚ କରି ଅଭିଯୁକ୍ତକୁ ଗିରଫ କରିବା ଲାଗି ଦାବି ହୋଇଛି।

ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ସୁରକ୍ଷା ବାହିନୀ ସମେତ STU ଓ ସମସ୍ତ ଫୋର୍ସଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସିଟି ଡିଏସପିଙ୍କ ନେତୃତ୍ୱରେ ଗଠିତ ଟିମ୍ କରୁଛି ଯାଞ୍ଚ୍ ।ଏକାଧିକ ସନ୍ଦିଗ୍ଧଙ୍କୁ କରାଯାଇଛି ପଚରା ଉଚରା। ଫେସ୍ ବୁକ୍ URLରୁ ସଂଗ୍ରହ କରାଯାଉଛି ତଥ୍ୟ । ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡ଼ି କରାଯାଇଛି । ଏହି ଆଇଡିରୁ ଏକ ୱେବ ଚ୍ୟାନେଲ ମାଲିକଙ୍କୁ ବି ଦିଆଯାଇଥିଲା ଧମକ । ତାଙ୍କ ଏତଲାକୁ ଭିତ୍ତି କରି ତଦନ୍ତ ଚଳାଇଛି ପୋଲିସ l ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ l ଖୁବ୍ ଶୀଘ୍ର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ଯାନୁଷ୍ଠାନ ଲାଗି ବିଭିନ୍ନ ମହଲରୁ ହୋଇଛି ଦାବି।

ସଂଗଠନ ମଜଭୁତ ପାଇଁ ‘ହାତ’ର ସିକ୍ରେଟ ପ୍ଲାନର, ରାଜ୍ୟର ୪ ଜୋନକୁ ଜଗିବେ ଦଳର ହେଭିୱେଟ

ଭୁବନେଶ୍ୱର : ସଂଗଠନ ମଜଭୁତ ପାଇଁ ହାତର ସିକ୍ରେଟ ପ୍ଲାନର । ରାଜ୍ୟର ୪ ଜୋନକୁ ଜଗିବେ ଦଳର ହେଭିୱେଟ । ସଭାପତିଙ୍କ କାନ୍ଧରେ ରହିବ ଦକ୍ଷିଣ ଓ ପଶ୍ଚିମ ଦାୟିତ୍ୱ । ଉତ୍ତର ଓ ଉପକୂଳ ଜଗିବେ ବରିଷ୍ଠ ନେତା ।.. ..୨୬ ବର୍ଷ ହେବ କଂଗ୍ରେସ କ୍ଷମତା ବାହାରେ l ଦଳର ଭୋଟ ପ୍ରତିଶତ ୩୩ରୁ ଖସି ୧୩ରେ ପହଂଚିଲାଣି l ତୃଣମୂଳ ସ୍ତରରେ ସଂଗଠନ ଦୁର୍ବଳ ସ୍ଥିତିରେ ରହିଛି l ୨୦୨୯ ରାଜ୍ୟ କଂଗ୍ରେସ ପାଇଁ ଶେଷ ସୁଯୋଗ l ଏହି ସୁଯୋଗକୁ ଓଡିଶା କଂଗ୍ରେସ ହାତ ଛଡା କରିବନି l ଏଥପାଇଁ ଦଳ ପ୍ରସ୍ତୁତ କରିଛି ସିକ୍ରେଟ ଭିକ୍ଟ୍ରି ପ୍ଲାନ l ମିଳିତ ନେତୃତ୍ୱ ଜରିଆରେ ଦଳକୁ ଆଗକୁ ବଢ଼ାଇବା ପାଇଁ ପିସିସି ଲମ୍ବା ରୋଡ ମ୍ୟାପ ପ୍ରସ୍ତୁତ କରିଛି l ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଉପକୂଳ, ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଓଡିଶା ଲାଗି ଦଳର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି l ଖୋଦ ପିସିସି ସଭାପତି ଭକ୍ତ ଦାସ ଦକ୍ଷିଣ ଓ ପଶ୍ଚିମ ଓଡିଶା ଦାୟିତ୍ୱରେ ରହିଛନ୍ତି l ସେହିପରି ବରିଷ୍ଠ ନେତା ଜୟଦେବ ଜେନା, ଶ୍ରୀ କାନ୍ତ ଜେନା, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସୁରେଶ ରାଉତରାୟ, ଶରତ ରାଉତ, ବିଶ୍ୱ ରଂଜନ ମହାନ୍ତି ପରି ହେଭିୱେଟ ନେତାଙ୍କ କାନ୍ଧରେ ରହିଛି ଉପକୂଳ ଓଡିଶା ଓ ଉତ୍ତର ଓଡିଶା ଦାୟିତ୍ୱ l ପିସିସିର ଏହି ବଡ ପ୍ଲାନର ବିଷୟରେ ବଖାଣିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା l

ଓଡି଼ଶାରେ କଂଗ୍ରେସ ସଂଗଠନକୁ ମଜଭୁତ କରିବା ଲାଗି ଏଆଇସିସି ଫୋକସ କରିଛି । ୨୦୨୫ ଆରମ୍ଭରେ କଂଗ୍ରେସ ଅଧ୍ୟକ୍ଷ ଓ ରାହୁଲ ଗାନ୍ଧୀ ଓଡ଼ିଶା ଆସି କର୍ମୀ ଓ ନେତାଙ୍କ ମନରେ ଜୋସ ଭରିଥିଲେ । ୨୦୨୬ରେ ପ୍ରିୟଙ୍କା ଗାନ୍ଧୀଙ୍କଠାରୁ ଆରମ୍ଭ କରି ଅନ୍ୟ କେନ୍ଦ୍ରୀୟ ନେତାଙ୍କୁ ଓଡ଼ିଶା ଆଣିବା ଲାଗି ଦଳ ଯୋଜନା କରିଛି । ତୃଣମୂଳ ସ୍ତରର ସଂଗଠନକୁ ମଜଭୁତ କରିବା ଲାଗି ବ୍ଲକ, ନଗରକୁ ନୂଆ ରୂପ ଦେବାରେ ଲାଗିଛି ପିସିସି । ଏକଜୁଟ ହୋଇ ଦଳ ଲକ୍ଷ୍ଯ ହାସଲ କରିବ ବୋଲି ବରିଷ୍ଠ ନେତା ଯୁକ୍ତି ବାଢିଛନ୍ତି । ଜାନୁଆରୀ ୩୦ରୁ କଂଗ୍ରେସର ପଦଯାତ୍ରା । ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା କରିବ କଂଗ୍ରେସ । ମାଲକାନଗିରିରୁ ଆରମ୍ଭ ହେବ ପଦଯାତ୍ରା । ଗାନ୍ଧୀ ପଥେ ଓଡ଼ିଶା କାର୍ଯ୍ୟକ୍ରମ ମଧ୍ୟ ଦଳ କରିବ l ୩ବର୍ଷ ପୂର୍ବରୁ ରାଜ୍ୟ କଂଗ୍ରେସ  କ୍ଷମତାକୁ ଫେରିବା ଲାଗି କରିଥିବା ସିକ୍ରେଟ ପ୍ଲାନରେ କେତେ ସଫଳ ହେଉଛି ତାହା ଦେଖିବାର କଥା l

କାହା ଦଖଲକୁ ଯିବ ନୂଆ ୨୮ ଏନଏସି ?

ଭୁବନେଶ୍ୱର : କାହା ଦାଖଲକୁ ଯିବ ୨୮ ଏନଏସି l ଜୁନ ଶେଷ ରେ ନୂଆ ଏନଏସି ପାଇଁ ନିର୍ବାଚନ ହେବ l ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିବା ପରେ ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳ ଆଗୁଆ ଆକଳନ କରିଛନ୍ତି l ଉଭୟ ଶାଶକ ଓ ବିରୋଧୀ ବିଜୟୀ ଆଶା ବାନ୍ଧି ଛନ୍ତି l ନଗର ଉର୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୁକ୍ତି ହେଉଛି  ୨୮ ଏନଏସି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଯାହା କରାଯିବା କଥା ତାହା ସରକାର କରିବେ  । ଏହି ନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ । ସରକାର ଯେଉଁ ଭଳି କାମ କରୁଛନ୍ତି ଲୋକଙ୍କ ଆସ୍ଥା ବିଶ୍ୱାସ ଓ ଭରଷା ଆମ ପ୍ରତି ରହିଛି । ନିର୍ବାଚନ ହେବାକୁ ଥିବା ସମସ୍ତ ନୂଆ ଏନଏସିରେ ବିଜେପିର ବାଜିମାତ୍ ହେବ ।

ନୂଆ ଏନଏସି ନିର୍ବାଚନରେ ବିଜେଡିର ବଡ ବିଜୟ ହେବ ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ଯୁକ୍ତି ବାଢିଛନ୍ତି l 19 ମାସର ବିଜେପି ସରକାର ସବୁଥିରେ ବିଫଳ ହୋଇଛି l ସହର ବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ବିଜେପି ସରକାର ବିଫଳ ହୋଇଛି l ତେଣୁ ସହରବାସି ବିଜେପି ପ୍ରତ୍ୟାଖାନ କରିବାକୁ ମନସ୍ଥ କରିଥିବା ବିଜେଡି କହିଛି l ବିଜେପି ଭୋଟ ଚୋରି କରି ପୌର ନିର୍ବାଚନ ହାତେଇବା ଉଦ୍ୟମ କରିବ ବୋଲି କହିଛି କଂଗ୍ରେସ l ଲୋକେ ଅପେକ୍ଷା କରିଛନ୍ତି ନୂଆ ବିଜେପି ନେତାଙ୍କୁ ପ୍ରତ୍ୟାଖାନ କରିବାକୁ l ସହର ଭୋଟ ବେଳେ ବିଜେପି ଭୋଟର ପାଖକୁ ଯିବାକୁ ଡରୁବ ବୋଲି କଂଗ୍ରେସ କହିଛି l ନିୟମ ଅନୁସାରେ ନୂଆ ଏନଏସି ଘୋଷଣାର 6ମାସ ମଧରେ ନିର୍ବାଚନ କରିବା l ତେଣୁ ଜୁନ 2026 ସୁଦ୍ଧା 28 ଟି ନୂଆ ଏନଏସି ଭୋଟ ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ବିଜେପି, ବିଜେଡି ଓ କଂଗ୍ରେସ ଗଡ଼ ଦାଖଲ କରିବାକୁ ସଜବାଜ ଆରମ୍ଭ କରିଛନ୍ତି l

‘ଗ୍ରାଉଣ୍ଡ ଜିରୋରେ ଦଳୀୟ ନେତାଙ୍କୁ ଅଣଦେଖା କରୁଥିଲେ ଅରବିନ୍ଦ’

ଭୁବନେଶ୍ବର : ଆଜି ଅପରାହ୍ନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ଜିଲ୍ଲାପରିଷଦ, ସରପଞ୍ଚଙ୍କ ସହ ଶତାଧିକ ନେତା ଓ କର୍ମୀ। ଦଳ ବିରୋଧୀ କାର୍ଯ୍ୟ ପାଇଁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରାଯିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପାଟକୁରାର ବିଜେଡି ନେତା ଓ କର୍ମୀ। ଅରବିନ୍ଦ ମହାପାତ୍ର ବିଧାୟକ ଭାବେ ନିର୍ବାଚିତ ହେବା ପରେ ଦଳୀୟ ନେତା ଓ କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ନେତା ଓ କର୍ମୀ। ଏପରିକି ଦଳ ବିରୋଧରେ ଅରବିନ୍ଦ ଷଡ଼ଯନ୍ତ୍ର ରଚୁଥିଲେ ବୋଲି ମଧ୍ୟ କହିଛନ୍ତି। ଖାଲି ସେତିକି ନୁହେଁ, ଦଳୀୟ ନିଷ୍ପତ୍ତିକୁ ମଧ୍ୟ ଅରବିନ୍ଦ ମାନୁନଥିଲେ। ବିଶ୍ବାସଘାତକତା କରିଥିବାରୁ ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କହିଛନ୍ତି ପାଟକୁରାର ନେତା ଓ କର୍ମୀ। ନବୀନଙ୍କୁ ପାଟକୁରା ବିଜେଡି ନେତା ଓ କର୍ମୀ ଭେଟିବା ବେଳେ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ବିଜେଡି ମିଡିଆ ସଂଯୋଜକ ଲେନିନ୍ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇ ନବୀନ କହିଛନ୍ତି ଯେ, ସେ ପାଟକୁରାର କାମ କରିବା ପାଇଁ ଜଣଙ୍କୁ ସୁଯୋଗ ଦେଇଥିଲେ। ତେବେ ସେ ତାହା ନକରି ପାଟକୁରାବାସୀଙ୍କ ପାଇଁ କାମ କରିବାରୁ ବିଚ୍ୟୁତ ହୋଇଥିଲେ। ଅପରପକ୍ଷରେ ଦଳର କର୍ମୀଙ୍କୁ ଅଣଦେଖା କରୁଥିଲେ ଓ ହଇରାଣ ମଧ୍ୟ କରୁଥିଲେ। ଏହା ଜାଣିବା ପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଯେଉଁମାନେ ଦଳୀୟ କର୍ମୀଙ୍କୁ ହଇରାଣ କରିଛନ୍ତି, ସେମାନଙ୍କୁ ଅତୀତରେ ମଧ୍ୟ ଦଳରୁ ବହିଷ୍କାର କରିଛନ୍ତି ବୋଲି ନବୀନ କହିଛନ୍ତି। ତେବେ ପାଟକୁରା ପାଇଁ ଭଲ କାମ କରିବା ଲାଗି ସେ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ।

ଛାତି ଥରାଇ ଦେଉଛି ଥର୍ ! ରାଜଧାନୀରେ ଚାଲୁଛି କମ୍, ପିଟୁଛି ବେଶୀ

ଭୁବନେଶ୍ୱର : ଛାତି ଥରାଇ ଦେଉଛି ଥର୍ । ଚାଲୁଛି କମ୍,  ପିଟୁଛି ବେଶୀ। କ୍ୟାପିଟାଲ ହସ୍ପିଟାଲ ଛକ ପରେ ଚନ୍ଦକାରେ ଚାଞ୍ଚଲ୍ୟ ।  ୯ ଅଗଷ୍ଟ ୨୦୨୫ ।  ପାତ୍ରପଡା ଛକରେ ହିଟ ଆଣ୍ଡ ରନ ଘଟାଇଲା ଥର । ଚାଲିଗଲା ୨ ନିଷ୍ପାପ ଜୀବନ । ୧୧ ନଭେମ୍ବର ଏଜିରୁ ଆଚାର୍ଯ୍ୟ ବିହାର ଯାଏଁ ସିରିଜ ଦୁର୍ଘଟଣା ଘଟାଇଥିଲା ଏ ଥର । ୧୯ ନଭେମ୍ବର । ଲକ୍ଷ୍ମୀସାଗର ମେଳନ ପଡିଆ ନିକଟରେ ସ୍କୁଟିକୁ ଟାଣିନେଲା ଏ ଥର । ପୁଣି ଗତକାଲି ରାତିରେ କିଲର ସାଜିଛି ଏ ଗାଡି । କ୍ୟାପିଟାଲ ହସ୍ପିଟାଲ ଛକ ନିକଟରେ ବୁଲେଟରେ ଯାଉଥିବା ୩ ଯୁବକଙ୍କୁ ଧକ୍କା ଦେଇଛି । ପୁରୁଣା ଭୁବନେଶ୍ୱର ଅଞ୍ଚଳର ରାଜା ପେଦିନିଙ୍କ ମୃତ୍ୟୁ ଘଟିଛି। ଦୁଇ ଗୁରୁତର କଟକ ବଡ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ଏକ ପାର୍ଲରରେ କାମ କରି ନିଜ ପେଟ ପୋଷୁଥିଲେ ରାଜା । କିନ୍ତୁ ତାଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା।

ଦୁର୍ଘଟଣା ଘଟାଇବା ପରେ ଥର ଗାଡିକୁ ଜବତ କରିଛି କ୍ୟାପିଟାଲ ଥାନା ପୋଲିସ । ଗାଡି ଭିତରେ ପଡିଛି ଚାଖଣା, କୋଲଡ଼ ଡ୍ରିଂକ୍ସ ଓ ଗ୍ଲାସ। ସେପଟେ ଆଜି ସକାଳୁ ଫେରାର ହୋଇଯାଉଥିବା ଅଭିଯୁକ୍ତ ଓ ଗାଡି ମାଲିକଙ୍କୁ କାବୁ କରିଛନ୍ତି ସ୍ଥାନୀୟ ଯୁବକ । ଫରେଷ୍ଟ ପାର୍କ ନିକଟରେ ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ପରିସ୍ଥିତର ଏ ଦୃଶ୍ୟ। ଅନ୍ୟପଟେ ଚନ୍ଦକା ଥାନାରେ ମଧ୍ୟ ଆଉ ଏକ ଥର ଦୁର୍ଘଟଣା ଘଟାଇଛି । ଭେନ୍ୟୁ ସହ ଧକ୍କା ପରେ ଦୁଇଟି ଗାଡିକୁ ଅଟକ ରଖିଛି ପୋଲିସ । ତେବେ ବାରମ୍ବାର ଏଭଳି ଦୁର୍ଘଟଣା ଏବେ ପୋଲିସର ମୁଣ୍ଡବିନ୍ଧା ପାଲଟିଛି । ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଡିସିପି । ଗୋଟିଏ ପଟେ ସଡକ ସୁରକ୍ଷା ମାସ ଚାଲିଛି । ନିରୀହଙ୍କ ଫାଇନ ବି କଟୁଛି । କିନ୍ତୁ ବିଭାଗୀୟ ଉଦାସୀନତା ଓ ଲୋକଙ୍କ ସଚେତନତା ଅଭାବରୁ ଦୁର୍ଘଟଣା ଘଟି ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡୁଛି।

ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଆଜି ଦୁର୍ଲଭ ପଦ୍ମବେଶ

ପୁରୀ : ଶ୍ରୀଜିଉ ମାନଙ୍କ ଆଜି ଦୁର୍ଲଭ ପଦ୍ମବେଶ । ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହୋଇଥାଏ l ବେଶ ବଡ଼ଛତା ମଠ ପକ୍ଷରୁ ପ୍ରସ୍ତୁର୍ତ୍ତ ଫୁଲ,ସୋଳ ଓ ଜରିଜମ୍ବୁରାରେ ପ୍ରସ୍ତୁର୍ତ୍ତ କରାଯାଇଥାଏ।ବଡ଼ସିଂହାର ବେଶରେ ଏହି ବେଶକୁ ସୁସଜ୍ଜିତ କରାଯାଇଥିବାବେଳେ ଏହି ବେଶରେ ମହାପ୍ରଭୁଙ୍କୁ ଖିରି ଅମ୍ବାଲୁ ଭୋଗ ଲାଗି କରାଯାଇଥାଏ । ଗୁରୁବାର ସକାଳେ ମଧ୍ୟ ଅବକାଶ ନୀତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିବାର ସୌଭାଗ୍ୟ ଭକ୍ତ ଶ୍ରଦ୍ଧାଳୁ ମାନେ ପାଇପାରିବେ l ମହାପ୍ରଭୁଙ୍କ ଭିନ୍ନ ଭିନ୍ନ ବେଶ ମଧ୍ୟରେ ଏହି ପଦ୍ମବେଶ ଅତ୍ୟନ୍ତ ଦୁର୍ଲଭ ହୋଇଥିବାବେଳେ ଏହାକୁ ନେଇ ଅନେକ କିମ୍ବଦନ୍ତୀ ରହିଛି l ଭକ୍ତର ଭାବନାକୁ ସଂମ୍ମାନ ଜଣାଇ ମହାପ୍ରଭୁଙ୍କ ଏହି ବେଶ କରାଯାଉଥିବା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମତ ପ୍ରକାଶ କରିଛନ୍ତି l

କିମ୍ବଦନ୍ତୀ ଅନୁସାରେ ଭକ୍ତ ମନୋହର ଦାସ ମହାପ୍ରଭୁ ଉଦେଶ୍ୟରେ ଶୁଷ୍କ ପଦ୍ମ ଫୁଲ ଧରି ଆସିଥିଲେ।ଏହାକୁ ଦେଖି ସେବାୟତ ମାନେ ଠାକୁରଙ୍କୁ ଲାଗି ହେଇପାରିବ ନାହିଁ କହି ତିରସ୍କାର କରିଥିଲେ। ଘଟଣାରେ ଭକ୍ତ ମନୋହର ଦୁଃଖ ଓ ଅପମାନରେ ମ୍ରିୟମାଣ ହୋଇ ତଳେ ପଡ଼ିଥିବା ଫୁଲ ସବୁ ଗୋଟାଇ ଶ୍ରୀମନ୍ଦିରରୁ ପଳାଇ ଆସି ବଡ଼ଛତା ମଠ ନିକଟରେ ଜଗନ୍ନାଥଙ୍କୁ ସ୍ମରଣ କରି ମୂର୍ଚ୍ଛିତ ହୋଇପଡ଼ିଲେ। ସେହି ଦିନ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନାଦେଶରେ ଗଜପତି ମହାରାଜାଙ୍କୁ କହିଥିଲେ ମନୋହର ଆଣିଥିବା ପଦ୍ମ ପୁଷ୍ପରେ ହିଁ ଆଜି ମୋର ବଡ଼ସିଂହାର ବେଶ ହେବ । ସେଇ ମଉଳା ପଦ୍ମ ଫୁଲରେ ମହାପ୍ରଭୁ ବଡ଼ସିଂହାର ବେଶରେ ପଦ୍ମ ବେଶରେ ସୁସଜ୍ଜିତ ହେଲେ l ସେହି କିମ୍ବଦନ୍ତୀ ଅନୁସାରେ ପଦ୍ମବେଶ ଅନୁଷ୍ଠିତ ହୋଇ ଆସୁଥିବା ଜଣାଯାଏ l ତାହାକୁ ସ୍ମରଣ କରି ୨୦୧୨ ମସିହା ଠାରୁ ଭୁବନେଶ୍ୱରର ସଂସ୍କୃତ ଶିକ୍ଷକ ଚିନ୍ତାମଣି ଦାସ ବିଭିନ୍ନ ଆଡୁ ପଦ୍ମଫୁଲ ସଂଗୃହିତ କରି ପ୍ରତିବର୍ଷ ପଦ୍ମବେଶ ଦିନ ଯୋଗାଇ ଆସୁଥିବା ପରିଲକ୍ଷିତ ହୋଇଛି l ଭକ୍ତ ଚିନ୍ତାମଣି ମହାପ୍ରଭୁଙ୍କ ଉଦେଶ୍ୟରେ ଏହି ପଦ୍ମଫୁଲ ପ୍ରଦାନ କରିବା ସହ ମହାଲଷ୍ମୀ, ମା ବିମଳା ସମେତ ଅନେକ ପାର୍ଶ୍ୱ ଦେବା ଦେବିଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି l

ଶୁକ୍ରବାର ମାଆ ସରସ୍ବତୀଙ୍କ ପୂଜା : ମୃଣମୟୀ ମୂର୍ତ୍ତି ପ୍ରସ୍ତୁତି ପାଇଁ ଚଳଚଞ୍ଚଳ ହୋଇଛି କଟକର କୁମ୍ଭାର ସାହି

କଟକ : ଶୁକ୍ରବାର ମାଆ ସରସ୍ବତୀଙ୍କ ପୂଜା । ବିଦ୍ୟାଦାତ୍ରୀଙ୍କ ଆଗମନ ପୂର୍ବରୁ ଧରାପୃଷ୍ଟରେ ଉତ୍ସାହ । ମୃଣମୟୀ ମୂର୍ତ୍ତି ପ୍ରସ୍ତୁତି ପାଇଁ ଚଳଚଞ୍ଚଳ ହୋଇ ଉଠିଛି କଟକର କୁମ୍ଭାର ସାହି । କାରିଗରମାନେ ନିଜ ହାତର କଳାକୃତି ମାଧ୍ୟମରେ ମାଆଙ୍କୁ ଜୀବନ୍ତ ରୂପ ଦେଉଛନ୍ତି । ଏହି କୁମ୍ଭାର ସାହିରୁ ପ୍ରସ୍ତୁତ ହେଉଥିବା ମାଆ ସରସ୍ୱତୀଙ୍କ ମୂର୍ତ୍ତି କଟକର ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ୍ ମାନଙ୍କୁ ଯାଇଥାଏ । ମୂର୍ତ୍ତିର ଆକାର, ଡିଜାଇନ୍ ଓ ସଜାଣିରେ ଏବେ ନୂଆଛାପ ଦେଖିବାକୁ ମିଳୁଛି । ସହରର ବିଭିନ୍ନ ପ୍ରାନ୍ତରୁ ଗ୍ରାହକ ମାନେ ବହଣା ଦେଇ ନିଜ ମନ ପସନ୍ଦର ମୂର୍ତ୍ତି ଅର୍ଡର୍ ଦେଇଛନ୍ତି  । ପରିବର୍ତ୍ତନଶିଳ ଯୁଗରେ ମୂର୍ତ୍ତିକୁ ନେଇ ଉଚିତ୍ ଦାମ୍ ରହିଥିବା କଥା କହିଛନ୍ତି ଗ୍ରାହକ ।

ବାପା ଅଜା ଅମଳରୁ ନିଜ କୂଳ ବ୍ୟବସାୟକୁ ବଜାୟ ରଖିଛି କୁମ୍ଭକାରମାନେ ।  ଦେଢ଼ ଦୁଇ ମାସ ଆଗରୁ ଲାଗି ମାଆ ସରସ୍ୱତୀଙ୍କ ମୂର୍ତ୍ତି ଗଢ଼ିବାରେ ଲାଗିପଡିଛନ୍ତି ସମସ୍ତେ । ବର୍ତ୍ତମାନ ମୂର୍ତ୍ତି ତିଆରି କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ କାରିଗରମାନେ ଏଥର ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶାବାନ୍ଧି ବସିଛନ୍ତି । ଆଜି ପ୍ରଥମ ମୂର୍ତ୍ତି ବିକ୍ରି ହୋଇଥିବାରୁ ବ୍ୟବସାୟୀ ମାନେ ପୂଜାର୍ଚ୍ଚନା କରିବା ସହ ମୁଣ୍ଡିଆ ମାରି ନଡ଼ିଆ ବାଡ଼େଇ ଶୁଭ ଅନୁକୂଳ କରିଛନ୍ତି ।

ମହିଷାପାଟରେ ଆରମ୍ଭ ହୋଇଛି ଢେଙ୍କାନାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା

ଢେଙ୍କାନାଳ : ଲୋକାରଣ୍ୟ ପରିବେଶ । ସାଂସ୍କୃତିକ ନୃତ୍ୟ ଗୀତରେ କମ୍ପିଲା ପରିବେଶ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ । ଢେଙ୍କାନାଳ ଜିଲ୍ଲା ମହିଷାପାଟରେ ଆୟୋଜିତ ହୋଇଯାଇଛି ଢେଙ୍କାନାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା । ଉତ୍ସବର ଉଦଘାଟନୀ ସଂଧ୍ୟାରେ ମନ୍ତ୍ରୀ, ସାଂସଦଙ୍କ ସମେତ ଅନେକ ଅତିଥି ସାମିଲ ହୋଇଥିଲେ । ମହୋତ୍ସବର ପ୍ରଥମ ସଂଧ୍ୟାରେ ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଇରା ମହାନ୍ତି ତାଙ୍କ ଗୀତର ଜାଦୁଗରିରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ । ଅନ୍ୟପଟେ ମେଳା ବୁଲି ବିଭିନ୍ନ ସୁସ୍ଵାଦୁ ଖାଦ୍ୟର ମଜା ଉଠାଉଛନ୍ତି ଦର୍ଶକ ।

କଳା ସଂସ୍କୃତିର ମହାନ ପର୍ବ ଢେଙ୍କାନାଳ ମହୋତ୍ସବ । ମହୋତ୍ସବଟି ଦୀର୍ଘ ୯ ବର୍ଷ ହେବ ବନ୍ଦ ହୋଇଯାଇଥିଲା । ଚଳିତ ଥର ପୁଣି ୧୮ ତମ ମହୋତ୍ସବ ଭାବେ ଆରମ୍ଭ ହୋଇଛି । ମହୋତ୍ସବଟି ପୁଣି ଥରେ ଆରମ୍ଭ ହୋଇଥିବାରୁ ଜିଲ୍ଲାର କଳାକାର ଓ ସଂସ୍କୃତ ପ୍ରେମୀଙ୍କ ମହରେ ଖୁସିର ଲହରୀ ଖେଳିଯାଇଛି । ମହୋତ୍ସବଟି ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଅବ୍ୟବସ୍ଥା ଘେରରେ ସରକାରୀ ଶିକ୍ଷାନୁଷ୍ଠାନ, ସ୍କୁଲରେ ନା ଅଛି ଆବଶ୍ୟକୀୟ ଶ୍ରେଣୀଗୃହ ନା ଶୌଚାଳୟ

ମୋହନା : ନାହିଁ ନାହିଁରେ ଚାଲିଛି ସରକାରୀ ବିଦ୍ୟାଳୟ । ସ୍କୁଲରେ ନା ଅଛି ଆବଶ୍ୟକୀୟ ଶ୍ରେଣୀ ଗୃହ ନା ଅଛି ଶୌଚାଳୟ । ବିଷୟ ଭିତ୍ତିକ ଶିକ୍ଷକ ବି ନାହାନ୍ତି । ଗଜପତି ଜିଲ୍ଲାର ଚାନ୍ଦିପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲାଗି ରହିଛି ବ୍ୟାପକ ଅବ୍ୟବସ୍ଥା । ବିଦ୍ୟାଳୟରେ ପାଖାପାଖି ୫ ଶହ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ୩ ଜଣ ଶିକ୍ଷକ ଓ ୬ ଜଣ ଶିକ୍ଷୟିତ୍ରୀ ଅଛନ୍ତି । ବିଦ୍ୟାଳୟ ଟି ୨୦୨୩- ୨୦୨୪ ମସିହାରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିଲା । ୨୦୨୫ ମସିହାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ପାଇଥାନ୍ତା । ହେଲେ ବିଦ୍ୟାଳୟର ଭିତ୍ତିଭୂମି ଠିକ ନଥିବାରୁ ତାହା କେବଳ ଚିଠିରେ ରହିଯାଇଛି ।

ବିଦ୍ୟାଳୟରେ ପିଲାଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ନାହିଁ । ପାଚେରୀ ନଥିବାରୁ କିଛି ଅସାମାଜିକ ଲୋକ ବିଦ୍ୟାଳୟ ଜାଗାକୁ ଜୋର ଜବରଦସ୍ତି ଅକ୍ତିଆର କରି ନେଇଥିବା ଅଭିଯୋଗ ହୋଇଛି । ଯାହା ଫଳରେ ବିଦ୍ୟାଳୟ ପାଚେରୀ ନିର୍ମାଣ ହୋଇପାରୁନି । ଅନେକ ସମୟରେ ବିଦ୍ୟାଳୟକୁ ଜୀବଜନ୍ତୁ ପଶି ଆସୁଛନ୍ତି । ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟା ସଂପର୍କରେ ପ୍ରଧାନ ଶିକ୍ଷକ ଅନେକ ଥର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ବି ହେଲେ ଫଳ ଶୂନ । ଚାନ୍ଦିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି କେବେ ସୁଦୃଢ ହେବ ? ତାକୁ ହିଁ ଅପେକ୍ଷା ।

କୋଦଳା NACରେ ଦୁର୍ନୀତି ଅଭିଯୋଗ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ହୋଇଛି ଘୋଟାଲା !

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କୋଦଳା NACରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଟେଣ୍ଡର ଫିକ୍ସିଂ ସାଙ୍ଗକୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ହୋଇଛି ଘୋଟାଲା । ୩ ବର୍ଷରେ ୫ କୋଟି ଟଙ୍କା ଚଳୁ । ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଲେ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ସଦସ୍ୟ । କୋଦଳା ଏନଏସିର ୧୦ ନମ୍ବର ୱାର୍ଡରେ ବହୁମୁଖୀ ଉଦ୍ଦେଶ୍ୟରେ ନିର୍ମିତ କୋଠାର ପାଚେରୀ ନିର୍ମାଣରେ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଛି । ସେହିପରି ହରିହର ନଗରରେ ପେଭର ରାସ୍ତା ସାଙ୍ଗକୁ ଜଝିଗାଁ ପୋଖରୀ ନାଁରେ ଟଙ୍କା ଆତ୍ମସାତ ହୋଇଛି । ୨୦୨୫ ଜାନୁୟାରୀ ମାସରୁ ଜୁଲାଇ ମଧ୍ୟରେ ୩୫ଟି ଛୋଟ ଟେଣ୍ଡର କରାଯାଇ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ଆଣିଛି ଫରୱାର୍ଡ ବ୍ଲକ । ଯେଉଁଥିରେ କୋଦଳା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ, ନଗରପାଳ, ଆକାଉଟାଣ୍ଟ ଓ ଯନ୍ତ୍ରୀଙ୍କ ହାତ ଥିବା ଅଭିଯୋଗ ହୋଇଛି ।

ଦୁର୍ନୀତିକୁ ନେଇ ରାଜ୍ୟ ସରକାର ଓ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଛି ଫରଓ୍ବାର୍ଡ ବ୍ଳକ । ସେପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି  କୋଦଳା ନଗରପାଳ । ଘଟଣାର ତଦନ୍ତ ଦାବି କରିବା ସହ ଦୁର୍ନୀତିର ଗନ୍ଧ ମିଳିଲେ ସେ ନଗରପାଳ ପଦବୀରୁ ଇସ୍ତଫା ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପଟେ ଅଭିଯୋଗ ମିଥ୍ୟା ପ୍ରମାଣିତ ହେଲେ ଫରଓ୍ବାର୍ଡ ବ୍ଳକ ବିରୁଦ୍ଧରେ ମାନହାନୀ ମକଦ୍ଦମା କରିବେ ବୋଲି ଚେତାବନୀ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଫରଓ୍ବାର୍ଡ ବ୍ଳକ ଓ କୋଳଦା ଏନଏସି ନଗରପାଳ ନିଜର ଉନ୍ନୟନ କାର୍ଯ୍ୟକୁ ନେଇ ତଥ୍ୟ ରଖିଥିବା ବେଳେ ଉଭୟେ ଏବେ ଆଇନର ଆଶ୍ରୟ ନେଇଛନ୍ତି । ଆଇନଗତ ଲଢେଇରେ କିଏ ବାଜି ମାରୁଛି ତାହା ଦେଖିବାକୁ ବାକି ରହିଲା ।