spot_img
Home Blog Page 140

ଜବରଦଖଲ କବଜାରେ କଟକ ବକ୍ସଡ୍ରେନ ରାସ୍ତା, ସୃଷ୍ଟି ହେଉଛି ଟ୍ରାଫିକ ସମସ୍ଯା

କଟକ : ରାସ୍ତା ଅବରୋଧ କଲେ ତ୍ରାହି ନାହିଁ । ପ୍ରଥମେ ସଚେତନ, ପରେ ନ ମାନିଲେ କାର୍ଯ୍ଯାନୁଷ୍ଠାନ । କଟକ ବକ୍ସଡ୍ରେନ ରାସ୍ତା ହେବ ଜିରୋ ଟଲେରାନ୍ସ ଜୋନ । ପୂର୍ବ ସରକାର ସମୟରେ କଟକର ନାଳ ସମସ୍ଯା ସୁଧାରିବାକୁ ୪ କୋଟି ଟଙ୍କା ବ୍ଯୟରେ ନିର୍ମାଣ ହୋଇଥିଲା ବକ୍ସ ଡ୍ରେନ । ଷ୍ଟିୱାର୍ଟ ସ୍କୁଲ ନିକଟରୁ ଛତ୍ରବଜାର ୩ କିଲୋମିଟର ଯାଏଁ ଡ୍ରେନ ନିର୍ମାଣ ସହ ଏହାରି ଉପରେ ଯାତାୟାତ ପାଇଁ ରାସ୍ତା ନିର୍ମାଣ କରାଯାଇଛି ।  ଏହି ରାସ୍ତା ବାହାରି ପଟ୍ଟାପୋଲ, କେଶରପୁର, ଗମ୍ମାଢିଆ, ଫ୍ରେଣ୍ଡସ କଲୋନୀ ଦେଇ ବଜ୍ରକବାଟୀ ଟ୍ରାଫିକରେ ପହଂଚି ପରେ ଛତ୍ରବଜାର ବଜାର ପର୍ଯ୍ୟନ୍ତ ଲମ୍ବିଛି । ଏହି ଯୋଜନା ଯୋଗୁଁ ରାସ୍ତା ଚଉଡ଼ା ହେବା ସହ ଟ୍ରାଫିକ ସମସ୍ଯାରେ ସୁଧାର ଆସିଛି । କିନ୍ତୁ ଅନେକ ଗାଡ଼ି ଏଠାରେ ପାର୍କିଂ କହିବା ଯୋଗୁଁ ଅବରୋଧ ହୋଇ ରହୁଛି ରାସ୍ତା । ତେଣୁ ଦୁର୍ଘଟଣା ଘଟିବା ସହ ଯାତାୟାତ ଅସୁବିଧା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ।

ଦେଢ ବର୍ଷ ହେଲା ବକ୍ସଡ୍ରେନ ରାସ୍ତା ଯୋଗୁଁ ସହରରେ ଟ୍ରାଫିକ ସମସ୍ଯାରେ ବେଶ ସୁଧାର ଆସିଛି । ବାଉନ ବଜାର ତେପନ ଗଳି ରାସ୍ତାରେ ଭିଡ଼ ବି କମିଛି । କିନ୍ତୁ ଏହାକୁ ଅବରୋଧ କରାଯାଉଥିବାରୁ ପୁଣି ପୂର୍ବାବସ୍ଥାକୁ ଫେରିଛି କଟକ ରାସ୍ତା । ଅଭିଯୋଗ ପରେ ଅବରୋଧ ହଟାଇବାକୁ ଅଣ୍ଟା ଭିଡ଼ିଛି ପୋଲିସ । ବକ୍ସଡ୍ରେନ ରାସ୍ତାକୁ ଜିରୋ ଟଲେରାନ୍ସ ଜୋନ ଘୋଷଣା କରିବା ସହ ଲୋକଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ଡିସିପି । ଯଦି ଲୋକେ ନ ମାନନ୍ତି, ତେବେ ସେମାନଙ୍କ ବିରୋଧର ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ । ପ୍ରସାସନର ଅବହେଳାରୁ ଜବରଦଖଲକାରୀଙ୍କ କବଜାକୁ ଗଲାଣି ବକ୍ସଡ୍ରନ୍ ରାସ୍ତା । ତେଣୁ ବିଳମ୍ବରେ ହେଲେ ବି ପୋଲିସ ପଦକ୍ଷେପ ନେଉଥିବାରୁ ଏହାକୁ ସ୍ବାଗତ କରିଛନ୍ତି କଟକବାସୀ ।

ଭୁବନେଶ୍ବର ଉତ୍କଳ ମଣ୍ଡପରେ ସାହିତ୍ଯ-ସଙ୍ଗୀତର ଯୁଗଳବନ୍ଦି, କଦମ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେଲା କାର୍ଯ୍ଯକ୍ରମ ଶୀତୁଆ ସନ୍ଧ୍ୟା

ଭୁବନେଶ୍ୱର : ଭୁବନେଶ୍ବର ଉତ୍କଳ ମଣ୍ଡପରେ ସାହିତ୍ୟ ସଙ୍ଗୀତର ଯୁଗଳବନ୍ଦି । ଗୀତ, ସଂଗୀତ ସହ ସାହିତ୍ୟ ଚର୍ଚ୍ଚା । କଦମ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେଲା ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଶୀତୁଆ ସନ୍ଧ୍ୟା । ସାହିତ୍ଯ ଓ ସଙ୍ଗୀତର ଅପୂର୍ବ ସମନ୍ବୟରେ ପରିସ୍ଫୁଟ ଅନୁଭବ, ଅନୁଭୂତି ଓ ବାସ୍ତବବାଦୀ ଚେତନା । କାର୍ଯ୍ଯକ୍ରମରେ ବିଶିଷ୍ଟ ରାଜନେତା ତଥା ନୟାଗଡ଼ ବିଧାୟକ ଲେଖକ ଡଃ ଅରୁଣ କୁମାର ସାହୁଙ୍କ ରଚିତ ପୁସ୍ତକ ପୀଡ଼ା ଉନ୍ମୋଚିତ ହେବା ସହ ଏହା ଉପରେ ଚର୍ଚ୍ଚା କରାଯାଇଥିଲା । ସାହିତ୍ୟ ଓ ସଙ୍ଗୀତର ଜୁଗଳବନ୍ଦୀରେ ଏହି ସନ୍ଧ୍ୟାରେ ସାମିଲ ହୋଇଛନ୍ତି ଶତାଧିକ ଦର୍ଶକ । ଜୀବନରେ ସାଉଁଣ୍ଟୁଥିବା ଅନୁଭବ ଓ ଆବେଗକୁ ସମାଜର ହିତ ପାଇଁ ବିତରଣ କରିବା ଉଦ୍ଦେଶ୍ଯରେ ଏହାକୁ ରଚନା କରିଥିାବ କହିଛନ୍ତି ଲେଖକ ଡଃ ଅରୁଣ କୁମାର ସାହୁ । ମଣିଷ ଜୀବନର ସଂଘର୍ଷ ଓ ସାମାଜିକ ପରିବର୍ତ୍ତନକୁ ନେଇ ଏହି କାର୍ଯ୍ୟକ୍ରମ ଏକ ନୂତନ ଦିଗ୍ଦର୍ଶନ ଦେବ ବୋଲି କହିଛନ୍ତି ଆୟୋଜକ ।

ଜୀବନରେ ସମର୍ପଣ ଭାବ ରହିବା ଏକାନ୍ତ ଆବଶ୍ୟକ । ଏହିକୁ ନେଇ ଶୀତୁଆ ସନ୍ଧ୍ୟା ପରି ଗୀତ ରଚନା କରିଛନ୍ତି ନିଜେ ଅରୁଣ ସାହୁ । ଗୀତ ରଚନା କରିବା ସହ ସେଥିରେ ଅଭିନୟ ମଧ୍ଯ କରିଛନ୍ତି । ଗୀତର ପ୍ରତ୍ୟେକଟି ଦୃଶ୍ୟରେ ନୟାଗଡ଼ ପର୍ଯ୍ୟଟନର ବିଭବ ପ୍ରଦର୍ଶିତ ହୋଇଛି । ଉତ୍କଳ ମଣ୍ଡପରେ ପ୍ରଦର୍ଶିତ ହୋଇଛି ଏହି ମ୍ଯୁଜିକ ଭିଡିଓ । ଜାପାନୀ ଏହାକୁ ସଙ୍ଗୀତରେ ସଜେଇଥିବାବେଳେ ନିର୍ଦ୍ଦେଶନା ଦେଇଛ୍ତି ବାବୁ ବାବୁ । କଣ୍ଠଦାନ କରିଛନ୍ତି ଚିରାଗଦୀପ । ଶୀତୁଆ ସନ୍ଧ୍ୟାର ଏହି କାର୍ଯ୍ଯକ୍ରମରେ ବହୁ ସାହିତ୍ୟିକ, ରାଜନେତା, ସମାଜସେବୀ ଯୋଗ ଦେଇ ଅରୁଣ ସାହୁଙ୍କ ଏହି କୃତିକୁ ପ୍ରଶଂସା କରିଥିଲେ ।

BLA ଆକ୍ରମଣରେ ଚିନ୍ତିତ ଚୀନ୍, ବନ୍ଦ କଲା ସମସ୍ତ ପ୍ରକଳ୍ପ…

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ବେଲୁଚିସ୍ତାନ ଏବଂ ଗ୍ୱାଦରରେ କ୍ରମାଗତ ଆକ୍ରମଣ ପରେ, ଚୀନ୍ ଏକ ବଡ଼ ସତର୍କତାମୂଳକ ପଦକ୍ଷେପ ନେଇଛି। ଚୀନ୍ ଗ୍ୱାଦରରେ ଏହାର ସମସ୍ତ ଭୂମି ପ୍ରକଳ୍ପକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି  । ସେଠାକାର ସମସ୍ତ ଚୀନ୍ ନାଗରିକଙ୍କୁ ସ୍ୱତନ୍ତ୍ର ବିମାନରେ ବାହାର କରୁଛି। ସୁରକ୍ଷା ଏବଂ କୂଟନୈତିକ ସୂତ୍ର ଅନୁଯାୟୀ, ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ଗ୍ୱାଦରରେ କାର୍ଯ୍ୟରତ ଚୀନ୍ ଇଞ୍ଜିନିୟର, ବୈଷୟିକ କର୍ମଚାରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଆଉ ସେଠାରେ ନାହାନ୍ତି।

ବର୍ତ୍ତମାନ ପାଇଁ, ଗ୍ୱାଦରରେ କୌଣସି ଚୀନ୍ ନାଗରିକ ଅସ୍ଥାୟୀ ଭାବରେ ରହିବେ ନାହିଁ। ଫଳସ୍ୱରୂପ, ଚୀନ୍ ଦ୍ୱାରା ପାଣ୍ଠି ଯୋଗାଇ ଦିଆଯାଉଥିବା ଅନେକ ଭୂମି ପ୍ରକଳ୍ପକୁ ବନ୍ଦ କରିଦିଆଯାଇଛି। ଗତ କିଛି ଦିନ ମଧ୍ୟରେ, ଗ୍ୱାଦର ଏବଂ ବେଲୁଚିସ୍ତାନର ଅନେକ ଅଞ୍ଚଳରେ ଆତଙ୍କବାଦୀଙ୍କ ଦ୍ୱାରା ଭିତ୍ତିଭୂମି ଏବଂ ସୁରକ୍ଷା ସ୍ଥାନଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ ହୋଇଛି। ଏହି ଆକ୍ରମଣଗୁଡ଼ିକ ଚୀନ୍ ନାଗରିକଙ୍କ ସୁରକ୍ଷା ପ୍ରତି ଚିନ୍ତା ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଚୀନ୍ ଏହି ନିଷ୍ପତ୍ତି ନେଇଛି। ଚୀନ୍ ସ୍ପଷ୍ଟ କରିଛି ଯେ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଅସ୍ଥାୟୀ ଏବଂ ସତର୍କତାମୂଳକ। ତଥାପି, ଏହାର ଅର୍ଥ ନୁହେଁ ଯେ ଚୀନ୍ ଗ୍ୱାଦର କିମ୍ବା ଚୀନ-ପାକିସ୍ତାନ ଅର୍ଥନୈତିକ କରିଡରରୁ(CPEC) ଓହରି ଯାଉଛି। ସୁରକ୍ଷା ପରିସ୍ଥିତି ସମୀକ୍ଷା କରିବା ପରେ କାର୍ଯ୍ୟ ପୁଣି ଆରମ୍ଭ ହେବ।

ସୂତ୍ର ଅନୁଯାୟୀ, ସ୍ଥାନୀୟ ପାକିସ୍ତାନୀ କର୍ମଚାରୀମାନେ ବର୍ତ୍ତମାନ କିଛି କାର୍ଯ୍ୟ ପରିଚାଳନା କରିବେ, ଯେତେବେଳେ ଚୀନ୍ ଦଳ ଦୂରରୁ ନଜର ରଖିବେ। ସୁରକ୍ଷା ପରିସ୍ଥିତି କେବେ ସ୍ୱାଭାବିକ ହେବ ଏବଂ ନୂତନ ସୁରକ୍ଷା ବ୍ୟବସ୍ଥା କେତେ ପ୍ରଭାବଶାଳୀ ହେବ ତାହା ଉପରେ ଚୀନ୍ କର୍ମଚାରୀଙ୍କ ପ୍ରତ୍ୟାବର୍ତ୍ତନ ନିର୍ଭର କରିବ। ଏହା ଉଲ୍ଲେଖନୀୟ ଯେ ଗ୍ୱାଦର ଚୀନର ରଣନୈତିକ ଏବଂ ବାଣିଜ୍ୟ ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, କିନ୍ତୁ ବେଲୁଚିସ୍ତାନରେ ବୃଦ୍ଧି ପାଉଥିବା ହିଂସା ବେଜିଂ ଏବଂ ଇସଲାମାବାଦ ଉଭୟଙ୍କ ସମସ୍ୟାକୁ ବୃଦ୍ଧି କରିଛି।

୨୦୨୧ ମସିହାରୁ ପାକିସ୍ତାନରେ ୨୦ ଜଣ ଚୀନ୍ ନାଗରିକଙ୍କୁ ହତ୍ୟା କରାଯାଇଛି। ସଦ୍ୟତମ ସମୟରେ, ବାଲୁଚ୍ ଲିବରେସନ୍ ଆର୍ମି ଗ୍ୱାଦରରେ ଏକ ଚୀନ୍ ଶିବିର ଉପରେ ଆକ୍ରମଣ କରିଥିଲା। ଏହି ବର୍ଷ ପ୍ରାରମ୍ଭରେ, ପାକିସ୍ତାନ ସରକାର ଚୀନ୍ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ପୃଥକ ବାହିନୀ ଗଠନ କରିବାକୁ ଘୋଷଣା କରିଥିଲା। ତଥାପି, ଏହି ବାହିନୀ ଗଠନ ହେବା ପୂର୍ବରୁ, BLA ଚୀନ୍ ଶିବିର ଉପରେ ଆକ୍ରମଣ କରିଥିଲା।

ବେଲୁଚିସ୍ତାନ ମହାଳାଙ୍କୁ ଡରୁଛି ପାକ୍‌ ସେନା

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବେଲୋଚ ଆତଙ୍କବାଦୀ ଏବଂ ପାକିସ୍ତାନ ସେନା ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଏବେ ମଧ୍ୟ କିଛି ଇଲାକାରେ ଜାରି ରହିଛି। ଇତିମଧ୍ୟରେ ପାକ୍‌ ସେନା ଗୁଳିରେ ଆଉ ୨୨ ବେଲୋଚ ଆତଙ୍କବାଦୀ ନିହତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୭୭ ଆତଙ୍କବାଦୀ ନିହତ ହୋଇଥିବା ପାକ୍‌ ସେନାର ଜଣେ ପ୍ରବକ୍ତା ସୂଚନା ଦେଇଛନ୍ତି। ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷରେ ୩୦ରୁ ଅଧିକ ପାକ୍‌ ସେନାଧିକାରୀଙ୍କ ମୃତ୍ୟୁ ହୋଇସାରିଛି। ଶୁକ୍ରବାର ରାତିରୁ ବେଲୁଚିସ୍ତାନ ଲିବରେସନ ଆର୍ମି(ବିଏଲଏ) ପକ୍ଷରୁ ବେଲୁଚିସ୍ତାନ ପ୍ରଦେଶର ବିଭିନ୍ନ ଜିଲାରେ ସଂଗଠିତ ଆକ୍ରମଣ କରାଯାଇଥିଲା। ପାକିସ୍ତାନର ସରକାରୀ ସଂସ୍ଥାନ, ପୋଲିସ ଏବଂ ସେନା କାର୍ଯ୍ୟାଳୟ ଉପରେ ବହୁ ଆତ୍ମଘାତୀ ଆକ୍ରମଣ ହୋଇ ୨୦ରୁ ଅଧିକ ପାକ୍‌ ଅଧିକାରୀ ପ୍ରାଣ ହରାଇଥିଲା ବେଳେ ୪୫ରୁ ଅଧିକ ଆତଙ୍କବାଦୀଙ୍କୁ ପାକ୍‌ ସେନା ହତ୍ୟା କରିଥିଲା। ଏହାପରେ ବିଭିନ୍ନ ଇଲାକାରେ ସେନା ଖାନତଲାସି କରି ଆତଙ୍କବାଦୀଙ୍କୁ ନିପାତ କରିଚାଲିଛି।

ବିଏଲଏ ଆକ୍ରମଣରେ ବହୁ ମହିଳା ଆତ୍ମଘାତୀ ଆତଙ୍କବାଦୀ ସାମିଲ ହୋଇଥିବା ଜଣାପଡ଼ିଛି। ଏଭଳି ଘଟଣା ପ୍ରଥମ ବୋଲି ଜଣାପଡ଼ିଥିଲା ବେଳେ ଦୁଇ ମହିଳା ଆତ୍ମଘାତୀ ଆତଙ୍କବାଦୀ ପାକ୍‌ ସେନା ଉପରେ ଆକ୍ରମଣ କରିବା ପରେ କିଭଳି ଗୁଳିରେ ନିହତ ହେଉଛନ୍ତି ତାହାର ଭିଡିଓ ଭାଇରାଲ ହୋଇଛି। ଗତ ଶନିବାର ପାକିସ୍ତାନ ସେନା ପୋଷ୍ଟ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଦୁଇ ମହିଳା ଆତ୍ମଘାତୀ ବିଦ୍ରୋହୀ ସାମିଲ ଥିଲେ ବୋଲି ବିଏଲଏ ପକ୍ଷରୁ ସେମାନଙ୍କ ଫଟୋ ଜାରି କରାଯାଇଛି।

 

ସୁଧୁରୁନି ମଣ୍ଡି ସମସ୍ୟା : ଯୋଗ୍ୟ ଚାଷୀଙ୍କୁ ମିଳୁନି ଆବଶ୍ୟକୀୟ ଟାର୍ଗେଟ, ଅଯୋଗ୍ୟଙ୍କୁ ମିଳିଛି ଅଧିକ ଟୋକନ

ଆସିକା : ମଣ୍ଡିର ଗୋଲକ ଧନ୍ଦାରେ ଛନ୍ଦି ହେଲେଣି ଚାଷୀ । ସୁଧୁରୁନି ମଣ୍ଡି ବିଭ୍ରାଟ । ଯୋଗ୍ୟ ଚାଷୀଙ୍କୁ ମିଳୁନି ଆବଶ୍ୟକୀୟ ଟାର୍ଗେଟ । ଅଯୋଗ୍ୟ ହାତେଇଛନ୍ତି ଅଧିକ ଟାର୍ଗେଟ । ପ୍ରଶାସନ, ସମବାୟ ସମିତି ଓ ମିଲର୍ସଙ୍କ ମଧୁଚନ୍ଦ୍ରିକାରେ ପେଷି ହେଉଛନ୍ତି ଅନ୍ନଦାତା । ଗଞ୍ଜାମ ଜିଲ୍ଲା ଧରାକୋଟରେ ମଣ୍ଡି ରେଜିଷ୍ଟ୍ରେସନ ସମୟରେ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି । ଯାହାର ଏକ୍ସକ୍ଲୁସିଭ ତଥ୍ୟ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଏଇ ଯେମିତି ଆଠଘରିଆ ଗାଁର ପଞ୍ଚାନନ ଗୌଡ଼ଙ୍କର ୧୦ ଏକର ଜମି ଥିବା ବେଳେ ୧୦ କୁଇଣ୍ଟାଲ ଧାନ ଆଦାୟ ହେଉଛି । ହେଲେ ତାଙ୍କୁ ୯ କୁଇଣ୍ଟାଲ ୪୫ କେଜିର ଟୋକନ ମିଳିଛି । ସେହିପରି ସନ୍ତୋଷ ବିଷୋୟୀଙ୍କ ୬ ଏକର ଜମି ଥିବା ବେଳେ ତାଙ୍କୁ ବି କମ ଟାର୍ଗେଟ ମିଳିଛି । ହେଲେ ସେହି ଗାଁର ନିରଞ୍ଜନ ବାଡ଼ତ୍ୟାଙ୍କ ଏକ ଏକର ଭିତରେ ଜମି ରହିଛି । ହେଲେ ତାଙ୍କୁ ୩୭ କୁଇଣ୍ଟାଲ ୩୫ କେଜିର ଟୋକନ ମିଳିଛି । ଯେଉଁଥିରୁ ଟୋକନ ହେରଫେର ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଛି ।

ଯୋଗ୍ୟ ଚାଷୀଙ୍କୁ ଆବଶ୍ୟକୀୟ ଟୋକନ ମିଳିନଥିବାରୁ ସେମାନେ ବଳକା ଧାନକୁ ବାରଣ୍ଡାରେ, ଖଳା ମୂଳେ ସାଇତି ରଖିଛନ୍ତି । ବାକି ଧାନକୁ କଣ କରିବେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏପଟେ ମଣ୍ଡି ସମସ୍ୟାର ଫାଇଦା ଉଠାଇ ଗାଁ ଗାଁରେ ବୁଲୁଛନ୍ତି ଆନ୍ଧ୍ର ବେପାରୀ । ଲୋକଙ୍କୁ ଭୂତାଇ ସ୍ଵଳ୍ପ ଟଙ୍କାରେ ଧାନ କିଣି ମାଲାମାଲ ହେଉଛନ୍ତି । ଗଞ୍ଜାମ ଜିଲ୍ଲାରେ ମାସେ ହେଲାଣି ମଣ୍ଡି ଖୋଲିଲାଣି । ହେଲେ ଏଯାଏଁ ଧାନ କିଣା ସ୍ଵାଭାବିକ ହୋଇପାରି ନାହିଁ । କେଉଁଠି ଟୋକନ ମିଳୁନି ତ କେଉଁଠି କଟନୀ ଛଟନୀ ଚାଲିଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି ।

ବାଖରାବାଦ ଗାଁକୁ ଏଯାଏଁ ପହଞ୍ଚିନି ରାସ୍ତା, ପାଦଚଲା ମାଟି ରାସ୍ତା ପାଲଟିଛି ସାହା ଭରସା

ଜଗତସିଂହପୁର : ବାଟ ହୁଡ଼ିଛି ବିକାଶ । ଏଠି ପଡ଼ିନି ବିକାଶର ପାଦ । ବାଲିକୁଦା ବ୍ଲକ ଇଚ୍ଛାପୁର ପଞ୍ଚାୟତ ଆଠ ନଂ ୱାର୍ଡ ବାଖରାବାଦ ଗାଁକୁ ନାହିଁ ପକ୍କା ରାସ୍ତା । ପାଦଚଲା ମାଟି ରାସ୍ତା ପାଲଟିଛି ସାହା ଭରସା । ଦେଶ ସ୍ଵାଧୀନ ହେବାର ୭୭ ବର୍ଷ ବିତିଥିଲେ ସୁଦ୍ଧା ବାଖରାବାଦ ହରିଜନ ସାହି ଠାରୁ ୧୩ ନଂ କେନାଲ ପର୍ଯ୍ୟନ୍ତ ୧ କିଲୋମିଟର ରାସ୍ତା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି । ରାସ୍ତାରେ ମାଟି ମୁଠାଏ ପଡିପାରୁନାହିଁ । ସଂକୀର୍ଣ୍ଣ ରାସ୍ତା କାରଣରୁ ୱାର୍ଡ ଭିତରକୁ ଆମ୍ବୁଲାନ୍ସ କି ଅଗ୍ନିଶମ ଗାଡି ପଶିପାରୁନାହିଁ । ବର୍ଷା ଦିନେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ରାସ୍ତା ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେଣି ହେଲେ ଫଳ ଶୂନ । …

ସେପଟେ ରାସ୍ତା ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା କେହି ଶୁଣିବାକୁ ନାରାଜ । ଶେଷରେ ଜଗତସିଂହପୁର ଜିଲ୍ଲା ଦଳିତ ବିକାଶ ପରିଷଦର ସଭାପତି ଶଙ୍କର ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ୪ ସପ୍ତାହ ମଧ୍ୟରେ ରାସ୍ତା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶାନାମା ପାଇ ସଭାପତି ଜଗତସିଂହପୁର ଗ୍ରାମ୍ୟ ଉନ୍ନୟନ ବିଭାଜନ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ଅଧିକ୍ଷଣ ଯନ୍ତ୍ରୀ ନଥିବାରୁ ଆକାଉଣ୍ଟ ଅଫିସରକୁ ନିର୍ଦ୍ଦେଶାବଳୀ ଦେଇଛନ୍ତି । ଧାର୍ଯ୍ୟ ସମୟ ଭିତରେ ରାସ୍ତା କାମ ନହେଲେ ଦଳିତ ବିକାଶ ପରିଷଦ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଦାଦନ ଯାଇ ହରାଇଲେ ଦୁଇ ଗୋଡ଼, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ…

ଦାରିଙ୍ଗବାଡି : ସରୁନି ଦାଦନ ଦୁଃଖ । ପେଟପାଟଣା ପାଇଁ ଦାଦନ ଯାଇ ଦୁଇ ଗୋଡ଼ ହରାଇଲେ ରୋଜଗାରିଆ ପୁଅ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏ ହେଉଛନ୍ତି ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ କୁତୁବାଡି ଗାଁର ସନନ୍ତ ପ୍ରଧାନ । ସନନ୍ତ ପରିବାର ଚଳାଇବା ପାଇଁ ତାମଲିନାଡୁ ଯାଇଥିଲେ । ସେଠାକାର ଏକ କମ୍ପାନୀରେ ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ବିଧବା ମାଆ ସହ ସ୍ତ୍ରୀ ଓ ଦୁଇ ପିଲାଙ୍କୁ କଷ୍ଟେ ମଷ୍ଟେ ଚଳାଉଥିଲେ । ହେଲେ କମ୍ପାନୀରେ କାମ କରିବା ଭିତରେ ସନନ୍ତଙ୍କ ଦୁଇ ଗୋଡ଼ ଅଚଳ ହୋଇପଡିଥିଲା । କାମ ଛାଡି ଘରକୁ ଫେରି ମେଡିକାଲରେ ଦେଖାଇଥିଲେ । ଦୁଇ ଗୋଡ ନଷ୍ଟ ହୋଇଥିବାରୁ ଡାକ୍ତର ଗୋଡ କାଟିଦେଲେ । ହେଲେ ଅର୍ଥ ଅଭାବରୁ ଅଧିକ ଚିକିତ୍ସା ହୋଇ ପାରୁନି ।…

ସନନ୍ତଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ବ୍ଲକ କାର୍ଯ୍ୟାଳୟ ଠାରୁ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ହେଲେ ସହାୟତା ମିଳୁନି । ପ୍ରଶାସନ ପକ୍ଷରୁ ହୁଇଲ ଚେୟାର ଖଣ୍ଡେ ବି ଯୋଗାଇ ଦିଆଯାଉନି । ଗାଁ ଲୋକେ ସନନ୍ତଙ୍କୁ ଏକ ହୁଇଲ ଚେୟାର ଯୋଗାଇ ଦେଇଛନ୍ତି । ସେଇଥିଲେ ଚଳୁଛନ୍ତି ସନନ୍ତ । ସେପଟେ ସନନ୍ତଙ୍କ ପରିବାରକୁ କିଛି ସହାୟତା ଯୋଗାଇ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ସନନ୍ତଙ୍କ ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବା ଜରୁରୀ ହୋଇପଡିଛି ।

ଆମେରିକା ସହ ଟ୍ରେଡ ଡିଲ୍ ; ବୁଝାମଣାରେ ସାମିଲ ହେବନି ଏହି ଦୁଇ କ୍ଷେତ୍ର

ନନ୍ଦିଘୋଷ ବ୍ୟୁରୋ : ଆମେରିକା ସହ ଭାରତର ଟ୍ରେଡ୍ ଡିଲ୍ ସ୍ଵାକ୍ଷର ହୋଇଛି। ଏହିଦ୍ଵାରା ଦେଶରେ ଅନେକ ସାମଗ୍ରୀ ଶସ୍ତା ହେବା ନେଇ ଆଶା ବଢ଼ିଛି। ପ୍ରାୟ ସବୁ ସେକ୍ଟର ସାମଗ୍ରୀର ଆମଦାନୀ, ରପ୍ତାନୀ ବି ବୃଦ୍ଧି ପାଇବ ବୋଲି ମଧ୍ୟ ଆଶା ବଢ଼ିଛି, କନ୍ତୁ କିଛି ସେକ୍ଟର ଏପରି ରହିଛି ଯେଉଁଥିରେ ବିଦେଶୀ ସାମଗ୍ରୀକୁ ଅନ୍ତର୍ଭୁକ୍ତ କରିନାହାନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ସତ୍ତ୍ୱେ, ଭାରତ କୃଷି କ୍ଷେତ୍ର ଏବଂ ଦୁଗ୍ଧ ଶିଳ୍ପକୁ ଆମେରିକା ପାଇଁ ଖୋଲିବ ନାହିଁ, ସରକାରୀ ସୂତ୍ର ଅନୁଯାୟୀ, ଭାରତ ଏହି ବାଣିଜ୍ୟ ଚୁକ୍ତିରେ ସମ୍ବେଦନଶୀଳ କୃଷି ଉତ୍ପାଦ ଓ ଦୁଗ୍ଧଶିଳ୍ପ କ୍ଷେତ୍ରକୁ ସୁରକ୍ଷା ଦେବାର ଦୀର୍ଘକାଳୀନ ନୀତି ବଜାୟ ରଖିବ। ଏହାର ଅର୍ଥ ହେଉଛି, ଭାରତରେ କୌଣସି ବିଦେଶୀ କୃଷିଜାତୀୟ ସାମଗ୍ରୀକୁ ପ୍ରବେଶ କରାଯିବ ନାହିଁ, ଯଥା ଧାନ, ଚାଉଳ, ଗହମ, ମକା, ବାଜରା, ମୁଗ, ବିରି, ଚଣା, କ୍ଷୀର, ଦହି, ଘିଅ ଭଳି ଅନ୍ୟାନ୍ୟ ସାମଗ୍ରୀ ଭାରତ ବଜାରରେ ପ୍ରବେଶ କରିବ ନାହିଁ।

ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି ସ୍ପଷ୍ଟ କରିଛନ୍ତି, “ବର୍ତ୍ତମାନର ସ୍ଥିତି ଭଲ ରହିଛି; ସମ୍ବେଦନଶୀଳ ସାମଗ୍ରୀ ପ୍ରତି ଆମର ସାଧାରଣ ଆଭିମୁଖ୍ୟ ଜାରି ରହିଛି।” ଭାରତର ଏହି ନିଷ୍ପତ୍ତି ଏହାର ଦୀର୍ଘକାଳୀନ ବାଣିଜ୍ୟ ରଣନୀତିର ଏକ ଅଂଶ। ଭାରତ ୟୁକେ, ନ୍ୟୁଜିଲ୍ୟାଣ୍ଡ ଓ ୟୁରୋପୀୟ ସଂଘ ସହିତ ଆଲୋଚନାରେ ବି କୃଷି ଏବଂ ଦୁଗ୍ଧ ସ୍ୱାର୍ଥକୁ ମଧ୍ୟ ସୁରକ୍ଷା ଦେଇଛି। ତେବେ ଭାରତ ସରକାର ଏହା ବିଶ୍ୱାସ କରନ୍ତି ଯେ, ଦୁଗ୍ଧ ଏବଂ କୃଷି କ୍ଷେତ୍ର ଲକ୍ଷ ଲକ୍ଷ କ୍ଷୁଦ୍ର ଚାଷୀଙ୍କ ଜୀବିକା ସହିତ ସିଧାସଳଖ ଭାବେ ଜଡିତ। ବିଦେଶୀ ବଜାରରୁ ଶସ୍ତା ଆମଦାନୀ ସ୍ଥାନୀୟ ଚାଷୀଙ୍କ ଆର୍ଥିକ ଉନ୍ନତିକୁ ବିପଦରେ ପକାଇବାର ଆଶଙ୍କା ସୃଷ୍ଟି କରୁଛି, ଯାହାକୁ ସରକାର କୌଣସି ମୂଲ୍ୟରେ ଗ୍ରହଣ କରିବେ ନାହିଁ।

 

ଦିଲ୍ଲୀରେ ୨୭ ଦିନରେ ୧୩୭ ଶିଶୁଙ୍କ ସହ ୮୦୭ ଜଣ ନିଖୋଜ…

ନନ୍ଦିଘୋଷ ବ୍ୟୁରୋ ; ପ୍ରଥମ ମାସର ୨୭ ଦିନରେ ଦିଳ୍ଲୀରୁ ୮୦୭ ଜଣ ଲୋକ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରେ  ୧୩୭ ଜଣ ଶିଶୁ ଅଛନ୍ତି । ଯେଉଁମାନଙ୍କୁ କୌଣସି ସନ୍ଧାନ ମିଳିପାରି ନାହିଁ । ତଥାପି ପୋଲିସ ୨୩୫ ଜଣଙ୍କୁ ଖୋଜି ବାହାର କରିଛି । କିନ୍ତୁ ୫୩୮ ଜଣଙ୍କର କୌଣସି ଖୋଜ ଖବର ମିଳିନାହିଁ। ଏହାର ଅର୍ଥ ହେଉଛି ନୂତନ ବର୍ଷର ପ୍ରଥମ ମାସରେ ପ୍ରତିଦିନ ଶିଶୁ ସମେତ ୨୭ ଜଣ ନିଖୋଜ ହେଉଛନ୍ତି। ତଥାପି, ପ୍ରତିଦିନ ପ୍ରାୟ ୯ ଜଣଙ୍କୁ ଖୋଜି ବାହାର କରାଯାଇଛି। ଏହି ନିଖୋଜ ଲୋକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା ଓ ବାଳିକା।

ଦିଲ୍ଲୀରେ ନିଖୋଜ ଲୋକଙ୍କ ସମସ୍ୟା ନୂଆ ନୁହେଁ। ଜୋନାଲ ଇଣ୍ଟିଗ୍ରେଟେଡ୍ ପୋଲିସ ନେଟୱାର୍କ ଭଳି ପୋଲିସ ଡାଟାବେସ୍ ଅନୁଯାୟୀ, ୨୦୧୫ ରୁ ୨୦୨୫ ପର୍ଯ୍ୟନ୍ତ ହଜାର ହଜାର ନିଖୋଜ ବ୍ୟକ୍ତିଙ୍କ ରିପୋର୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଅନେକଙ୍କ ଆଜି ମଧ୍ୟ ସନ୍ଧାନ ମିଳିନି ।

ଦିଲ୍ଲୀର ଲୋକମାନେ କୁଆଡ଼େ ଯାଉଛନ୍ତି?

ଦିଲ୍ଲୀ ପୋଲିସ ନିକଟରେ ଦାଖଲ ହୋଇଥିବା ଅଭିଯୋଗରୁ ଜଣାପଡିଛି ଯେ ଅଧିକାଂଶ ନାବାଳକ ହେଉଛନ୍ତି ୧୨ ରୁ ୧୮ ବର୍ଷ ବୟସର ଯୁବତୀ, ଯାହା ଏହି ସମସ୍ୟାକୁ ଆହୁରି ଗମ୍ଭୀର କରିଛି। ଏହା କେବଳ ନିଖୋଜ ଲୋକଙ୍କର ପ୍ରତିଦିନର ଘଟଣା ନୁହେଁ; କିଛି କ୍ଷେତ୍ରରେ, ଅପହରଣ କିମ୍ବା ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପର ଆଶଙ୍କା ମଧ୍ୟ ଥାଇପାରେ। ଦିଲ୍ଲୀରୁ ପ୍ରତିଦିନ ୨୭ ଜଣରୁ ଅଧିକ ଲୋକଙ୍କ ନିଖୋଜ ହେବା କେବଳ ଚିନ୍ତାଜନକ ନୁହେଁ ବରଂ ଏହା ମଧ୍ୟ ଆଶ୍ଚର୍ଯ୍ୟଜନକ ଯେ ଏହି ଲୋକମାନେ କେଉଁଠାରେ ନିଖୋଜ ହେଉଛନ୍ତି, ଯାହାକୁ ପୋଲିସ ମଧ୍ୟ ଖୋଜି ପାରୁନାହିଁ।

୨୭ ଦିନରେ ୮୦୭ ଜଣ ନିଖୋଜ

ଦିଲ୍ଲୀ ପୋଲିସର ତଥ୍ୟ ଅନୁଯାୟୀ, ୨୦୨୬ର ପ୍ରଥମ ୨୭ ଦିନରେ ମୋଟ ୮୦୭ ଜଣ ନିଖୋଜ ହୋଇଥିଲେ, ଯେଉଁଥିରୁ ୨୩୫ ଜଣଙ୍କୁ ଖୋଜାଖୋଜି କରାଯାଇଥିଲା, ଯେତେବେଳେ ୫୭୨ ଜଣଙ୍କର ସନ୍ଧାନ ମିଳିନଥିଲା। ବୟସ୍କଙ୍କ ମଧ୍ୟରେ, ୬୧୬ ଜଣ ନିଖୋଜ ହୋଇଥିଲେ, ଯେଉଁଥିରୁ ୧୮୧ ଜଣଙ୍କୁ ଖୋଜାଖୋଜି କରାଯାଇଛି – ୯୦ ପୁରୁଷ ଏବଂ ୯୧ ମହିଳା – ଯେତେବେଳେ ୪୩୫ ଜଣ ବୟସ୍କ ନିଖୋଜ ଅଛନ୍ତି।

ଏହି ସମୟ ମଧ୍ୟରେ, ନିଖୋଜ ନାବାଳକଙ୍କ ୧୯୧ ଟି ମାମଲା ରିପୋର୍ଟ ହୋଇଛି । ଯେଉଁଥିରୁ ୨୯ ଟି ଝିଅ ଓ ୧୯ ଟି ପୁଅ ସମେତ ୪୮ ଟି ପିଲାଙ୍କୁ ଠାବ କରାଯାଇଛି । ଯେତେବେଳେ ୧୩୭ ଟି ନାବାଳକଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ। ତଥାପି, ଗତ ୧୧ ବର୍ଷର ପରିସଂଖ୍ୟାନ ଚିନ୍ତାଜନକ। ଗତ ୧୧ ବର୍ଷ ମଧ୍ୟରେ, ରାଜଧାନୀ ଦିଲ୍ଲୀରୁ ୫,୫୫୯ ଟି ପିଲା ନିଖୋଜ ହୋଇଛନ୍ତି, ଯେଉଁଥିରୁ ୬୯୫ ଟି ଏବେ ବି ଖୋଜାଖୋଜି କରୁଛନ୍ତି।

ଦିଲ୍ଲୀ ପୋଲିସର ତଥ୍ୟ ଅନୁଯାୟୀ, ୨୦୨୬ ର ପ୍ରଥମ ୨୭ ଦିନରେ ଆଠ ବର୍ଷରୁ କମ୍ ବୟସର ମୋଟ ନଅ ଜଣ ପିଲା ନିଖୋଜ ହୋଇଯାଇଥିଲେ, ଯେଉଁଥିରେ ଛଅ ଜଣ ପୁଅ ଥିଲେ। ଏହି ପୁଅମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ତିନି ଜଣଙ୍କୁ ଖୋଜାଖୋଜି କରାଯାଇଛି, ଯେତେବେଳେ ବାକି ଛଅ ଜଣଙ୍କୁ ଖୋଜା ଚାଲିଛି। ୨୦୨୫ ରେ, ଆଠ ବର୍ଷରୁ କମ୍ ବୟସର ମୋଟ ୩୬୮ ଜଣ ପିଲା ନିଖୋଜ ହୋଇଥିଲେ, ଯେଉଁମାନଙ୍କ ମଧ୍ୟରୁ ୧୪୯ ଜଣଙ୍କୁ ଖୋଜାଖୋଜି କରାଯାଇଥିଲା, ଯେତେବେଳେ ୨୧୯ ଜଣଙ୍କର କୌଣସି ସନ୍ଧାନ ମିଳିନଥିଲା। ବର୍ଷ ବଦଳୁଛି, କିନ୍ତୁ ପରିସଂଖ୍ୟାନ ପ୍ରାୟ ସମାନ ରହିଛି। ପ୍ରଶ୍ନ ହେଉଛି, ଯେଉଁ ପିଲାମାନଙ୍କର ପତ୍ତା ମିଳିପାରିଲା ନାହିଁ ସେମାନଙ୍କର କଣ ହେଲା? ଏହାର ଉତ୍ତର କାହା ପାଖରେ ନାହିଁ।

ଏପର୍ଯ୍ୟନ୍ତ କେତେ ପିଲା ନିଖୋଜ ହୋଇଗଲେଣି?

ଯେତେବେଳେ ୮ରୁ ୧୨ ବର୍ଷ ବୟସର ନିଖୋଜ ପିଲାମାନଙ୍କ କଥା ଆସେ, ୨୦୨୬ ର ପ୍ରଥମ ୨୭ଦିନରେ ମୋଟ ୧୩ଜଣ ପିଲା ନିଖୋଜ ହୋଇଯାଇଥିଲେ, ସେମାନଙ୍କ ମଧ୍ୟରୁ କେବଳ ତିନି ଜଣଙ୍କୁ ଖୋଜାଖୋଜି କରାଯାଇଥିଲା, ଯେତେବେଳେ ୧୦ ଜଣଙ୍କୁ ଖୋଜାଖୋଜି କରାଯାଇନଥିଲା। ପ୍ରଥମ ୨୭ ଦିନରେ ୧୨ ରୁ ୧୮ ବର୍ଷ ବୟସର ମୋଟ ୧୬୯ ଜଣ ପିଲା ନିଖୋଜ ହୋଇଯାଇଥିଲେ, ସେମାନଙ୍କ ମଧ୍ୟରୁ ୪୮ ଜଣଙ୍କୁ ଖୋଜାଖୋଜି କରାଯାଇଥିଲା, ଯେତେବେଳେ ୧୨୧ ଜଣ ନିଖୋଜ ଥିଲେ। ଏହାର ଅର୍ଥ ହେଉଛି ପ୍ରଥମ ୨୭ଦିନରେ ୦ ରୁ ୧୮ ବର୍ଷ ବୟସର ମୋଟ ୧୩୭ ଜଣ ପିଲା ଏବେ ବି ନିଖୋଜ ଅଛନ୍ତି।

୨୦୨୫ ମସିହାରେ, ୦ ରୁ ୧୮ ବର୍ଷ ବୟସର ୫,୯୧୫ ଜଣ ପିଲା ନିଖୋଜ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୪,୪୨୪ ଜଣଙ୍କୁ ଖୋଜାଖୋଜି କରାଯାଇଥିଲା ଏବଂ ୧,୪୯୧ ଜଣ ଏବେ ବି ନିଖୋଜ ଅଛନ୍ତି। ୨୦୧୬ ରୁ ୨୦୨୬ ମଧ୍ୟରେ, ୧୮ ବର୍ଷ ବୟସ ପର୍ଯ୍ୟନ୍ତ ୬୦,୬୯୪ ଜଣ ପିଲା ନିଖୋଜ ହୋଇଥିଲେ। ଏଥିମଧ୍ୟରୁ ୫୩,୭୬୩ ଜଣଙ୍କୁ ଖୋଜାଖୋଜି କରାଯାଇଥିଲା, ଯେତେବେଳେ ୬,୯୩୧ ଜଣଙ୍କୁ ଖୋଜାଖୋଜି କରାଯାଇ ନଥିଲା। ଏହାର ଅର୍ଥ ହେଉଛି ନିଖୋଜ ପିଲାଙ୍କ ମଧ୍ୟରୁ ୧୧ ପ୍ରତିଶତ ଏବେ ବି ଖୋଜାଖୋଜି କରୁଛନ୍ତି।

ଖଣ୍ଡଗିରି ମେଳାରୁ ସୁନା ଓ ମୋବାଇଲ ଚୋରି ମାମଲା, ବଞ୍ଜାରାଙ୍କ ହେବ ଟିଆଇ ପରେଡ଼

ଭୁବନେଶ୍ବର :  ଖଣ୍ଡଗିରି ମେଳାରୁ ସୁନା ଓ ମୋବାଇଲ ଚୋରି ମାମଲା । ବଞ୍ଜାରାଙ୍କ ହେବ ଟିଆଇ ପରେଡ଼ । ଝାରପଡା ଜେଲରେ ହେବ ଟିଆଇ ପରେଡ଼। ଆସନ୍ତା ୧୨ ତାରିଖରେ ଟିଆଇ ପରେଡ଼ କରିବ ଖଣ୍ଡଗିରି ଥାନା ପୋଲିସ। କିଛିଦିନ ତଳେ ପାଖାପାଖି ୧୫ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିଲା । ଖଣ୍ଡଗିରି ଥାନା ଓ ନୟାପଲ୍ଲୀ ଥାନା ପୋଲିସ ଏମାନଙ୍କୁ କୋର୍ଟଚାଲାଣ କରିଥିଲା । ଭିଡ଼ ଭିତରେ ଗ୍ରୁପ ହୋଇ ଏମାନେ ଟଙ୍କା, ସୁନା, ମୋବାଇଲ ଲୁଟ ନେଇ ଅଭିଯୋଗ ହୋଇଥିଲା। ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା, ୨୦ ଟି ମୋବାଇଲ ଲୁଟ ନେଇ ଅଭିଯୋଗ ହୋଇଥିଲା । ଟିଆଇ ପରେଡ଼ ପରେ ଅଭିଯୁକ୍ତ ବିରୋଧରେ ଦଣ୍ଡବିଧାନ ହୋଇପାରିବ ବୋଲି ଆଶା କରାଯାଉଛି ।