ସରଗରମ ଉପନିର୍ବାଚନ ମାହୋଲ, ଆଜି ତିର୍ତ୍ତୋଲ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

ତିର୍ତ୍ତୋଲ: ଆଜି ତିର୍ତ୍ତୋଲରେ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିର୍ତ୍ତୋଲ ବିଧାନସଭା କ୍ଷେତ୍ରର ଏକାଧିକ ସ୍ଥାନରେ ଭର୍ଚ୍ଚୁଆଲ ମୋଡରେ ପ୍ରଚାର କରିବେ ନବୀନ । ଗୋଟିଏ ସମୟରେ ସବୁସ୍ଥାନର ଭୋଟର୍‌ଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭୋଟରମାନେ ଯେପରି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ପାଇପାରିବେ ସେନେଇ ସମସ୍ତ ପ୍ରସ୍ତୁତି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତପୂର୍ବରୁ ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସଙ୍କ ପାଇଁ ହେଭିଓ୍ୱେଟ ନେତା ପ୍ରଚାର ଜାରି ରଖିଛନ୍ତି  । ଉପନିର୍ବାଚନ ପୂର୍ବରୁ ଦିନକୁ ଦିନ ବିଜେଡି ଶକ୍ତିଶାଳି ହେଉଛି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ମଧ୍ୟ ପ୍ରଚାର ମଇଦାନରେ ସକ୍ରିୟ ଅଛନ୍ତି ।

ସେପଟେ ଆସନ୍ତାକାଲି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ ନବୀନ । ବାଲେଶ୍ୱରର ସିଦ୍ଧି କଲ୍ୟାଣମଣ୍ଡପ, ଆଇଟିଆଇ ପଡ଼ିଆ ସମେତ ବିଭିନ୍ନ ସ୍ଥାନରେ ଭୋଟରଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ପ୍ରଚାର ପୂର୍ବରୁ ଚାଲିଛି ସବୁଦଳର ହାଇଭୋଲଟେଜ ପ୍ରଚାର । ବିଜେଡି ତରଫରୁ ବିରାଟ୍ ରୋଡ୍ ଶୋ କରି ବଳ ଦେଖାଇଛି ବିଜେଡି । ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ଦଳର ବରିଷ୍ଠ ନେତାମାନେ ପଞ୍ଚାୟତ ପଞ୍ଚାୟତ ବୁଲି ଭୋଟ୍‌ ଭିକ୍ଷା କରୁଛନ୍ତି। ସେପଟେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପାଇଁ ମଧ୍ୟ ଦଳର ହେବିଓ୍ବେଟ୍ ମାନେ ପ୍ରଚାର କରିଛନ୍ତି ।

Leave a Reply