ଶ୍ରୀକୃଷ୍ଣଙ୍କ ଭକ୍ତିରେ ମଗ୍ନ ସୁଶାନ୍ତଙ୍କ ଭିଡ଼ିଓ ଭାଇରାଲ

1 min read

ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁର ଦୁଇ ମାସ ବିତି ଯାଇଛି ଏବଂ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଆଶ୍ଚର‌୍ୟ୍ୟ କରିବା ଭଳି ଖବର । ସୁଶାନ୍ତଙ୍କ ମୃତ୍ୟୁର କାରଣର ସତ୍ୟାସତ୍ୟ ଜାଣିବା ପାଇଁ ତାଙ୍କ ପରିବାର ପ୍ରଚେଷ୍ଟା ଜାରି ରଖିଥିବା ବେଳେ ତାଙ୍କ ପ୍ରଶଂସକ ମଧ୍ୟ ଚାହିଁ ବସିଛନ୍ତି ଅସଲ କାରଣ ଜାଣିବା ପାଇଁ । କେବଳ ସୁଶାନ୍ତଙ୍କ ପରିବାର ଲୋକ ନୁହଁନ୍ତି ବରଂ ତାଙ୍କ ଘରେ କାମ କରୁଥିବା ସମସ୍ତ କର୍ମଚାରୀ ମଧ୍ୟ ସୁଶାନ୍ତ ଆତ୍ମହତ୍ୟା କରିଥିବା ବିଶ୍ୱାସ କରିପାରୁ ନାହାଁନ୍ତି ।
ନିକଟରେ ସୁଶାନ୍ତଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି । ଯାହାକୁ ଦେଖିବା ପରେ କେହି ମଧ୍ୟ ବିଶ୍ୱାସ କରିବେ ନାହିଁ କି ସେ ଅବସାଦରେ ଥିଲେ । ଏହି ଭିଡ଼ିଓରେ ସୁଶାନ୍ତ ଶ୍ରୀକୃଷ୍ଣଙ୍କ ଭକ୍ତିରେ ଲୀନ ହୋଇ ଭଜନ ଗାଉ ଥିବାର ନଜର ଆସିଛି । ଭିଡ଼ିଓରେ ସୁଶାନ୍ତ ‘ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରୀ’, ‘ଅଚ୍ୟୁତମ୍ କେଶବମ୍ କୃଷ୍ଣ ଦାମୋଦରଂ’ ଗୁଣୁ ଗୁଣୁ ହେଉ ଥିବାର ଦେଖିବାକୁ ମିଳିଛି ।

 https://www.youtube.com/watch?time_continue=46&v=_N9Wsv-L23I&feature=emb_title

୨୦୨୦ ଜାନୁୟାରୀରେ ସୁଶାନ୍ତ ତାଙ୍କ ଭଉଣୀଙ୍କ ସହିତ ପଞ୍ଚକୁଲା ଯାଇଥିବା ସମୟର ଏହି ଭିଡ଼ିଓ ବୋଲି କୁହାଯାଉଛି । ଏହା ସହିତ ସୁଶାନ୍ତ ଖୁବ ଖୁସିଥିବା ମଧ୍ୟ ଭିଡ଼ିଓରେ ଦେଖିବାକୁ ମିଳିଛି । ଆଜି ସୁଶାନ୍ତଙ୍କ ମୃତ୍ୟୁର ଦୁଇ ମାସ ବିତିଯାଇଥିବାରୁ ତାଙ୍କ ପରିବାର ଏହି ଭିଡ଼ିଓଟି ପୋଷ୍ଟ କରିଛନ୍ତି ।
ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଉଭୟ ପାଟନା ଏବଂ ମୁମ୍ବାଇ ପୋଲିସ ମଧ୍ୟରେ ବିଭିନ୍ନ ବାଦ ବିବାଦ ଦେଖଯିବା ପରେ ପାଟନା ପୋଲିସ ଉକ୍ତ ଘଟଣାକୁ ସିବିଆଇକୁ ହସ୍ତାନ୍ତର କରି ଦେଇଛନ୍ତି । ଅନ୍ୟ ପକ୍ଷରେ ରିଆ ଚକ୍ରବର୍ତ୍ତୀ ବିଭିନ୍ନ ଯୁକ୍ତି ଦେଖାଉଥିଲେ ମଧ୍ୟ ସୁଶାନ୍ତଙ୍କ ବାପା କେକେ ସିଂ ମଧ୍ୟ ପୁଅକୁ ନ୍ୟାୟ ଦେବା ପାଇଁ ଅଡ଼ି ବସିଛନ୍ତି ।

Leave a Reply